Priyashree Baula

Abstract

1  

Priyashree Baula

Abstract

ସଫଳତା

ସଫଳତା

1 min
164


ସମସ୍ତଙ୍କ ଜୀବନରେ ସଫଳତା ଓ ବିଫଳତା ଅଛି । କିନ୍ତୁ ବିଫଳତାରେ ମିଳେ ଦୁଃଖ ଓ ସଫଳତାରେ ମିଳେ ଆନନ୍ଦ । ହେଲେ ଏସବୁ ଉପରେ ଏତେ ଗୁରୁତ୍ବ ଦେଲେ ଜୀବନର ପଥ ଜଟିଳ ହୋଇପଡିବ । ସେଥିପାଇଁ କୁହାଯାଏ କର୍ମ କରିଚାଲ, ଫଳ ଆଶା କରନାହିଁ । ଯଦି ତୁମର କର୍ମ ସଚ୍ଚୋଟ ଓ ସଠିକ୍ ହୋଇଥିବ ତେବେ ତୁମର ଫଳ ନିଶ୍ଚିତ ରୂପେ ଭଲ ହେବ । ମହାପୁରୁଷମାନେ ଗୋଟେ ବାର୍ତ୍ତା ଦେଇଯାଇଛନ୍ତି ଯେ " ବିଫଳତା ହେଉଛି ସଫଳତାର ଚାବିକାଠି" । ତେଣୁ ଆମେମାନେ ଜୀବନରେ ଯଦି ବିଫଳତା ପାଇବା ପରେ ମଧ୍ଯ ଆମର ସଠିକ୍ କାର୍ଯ୍ୟ ବା ପରିଶ୍ରମକୁ ଚାଲୁ ରଖିବା ତେବେ ନିଶ୍ଚିତ ଭାବରେ ସଫଳତା ମିଳିବ । ଅବଶ୍ଯ ସଫଳତାର ପଥ ଜଟିଳ, ତଥାପି ସେ ସବୁକୁ ଭୁଲି ଲକ୍ଷ୍ଯ ଦିଗରେ ନିଷ୍ଠାପର ଭାବରେ କଠିନ ପରିଶ୍ରମ କରିବା ସହ ପିତାମାତାଙ୍କର ଆଶୀର୍ବାଦ ମଧ୍ଯ ନିହାତି ଆବଶ୍ଯକ ତା ହେଲେ ଯାଇ ସଫଳତା ମିଳିବ । ଗୋଟେ ଶିଶୁ ଯେତେବେଳେ ଜନ୍ମନିଏ ତା ବାପା ମା'ଙ୍କ ମନରେ ମଧ୍ଯ କେତେ ସବୁ ଆଶା ଓ ଆକାଂକ୍ଷା ଜନ୍ମ ନିଏ । ଯେ ତାଙ୍କର ପିଲାଟି କେବେ ବଡ଼ ହେବ ଓ ସୁସ୍ଥ ଭାବରେ ଜୀବନର ଚଲାପଥରେ ଆଗେଇଯିବ। ଯେମିତିକି ପାଠ ପଢିବ, ବଡ଼ ହେବ ପୁଣି ଚାକିରି କରିବ , ନିଜର ସଂସାର ବସେଇବ। ପିଲା ସୁସ୍ଥ ଭାବରେ ବଡ଼ ହେବା ଓ ସଂସାରରେ ଗୋଟେ ଭଲ ମଣିଷ ଭାବେ ପରିଚିତ ହେବା, ଏହା ହେଉଛି ବାପା ମା'ଙ୍କ ଆଶା । ଏସବୁ

ଯଦି ସଠିକ୍ ଭାବରେ ପରିଚାଳିତ ହୋଇଯାଏ ତେବେ ତା

ହା ହେଉଛିିି ତା' ବାପା ମା'ଙ୍କର ସଫଳତା । ପୁଣି ଯଦିି ପିିିି

ଲାଟି ବଡ଼ ହୋଇ ଭଲ ପାଠପଢି ଚାକିରି କରେ ତେବେ ତାହା ହେଉଛି ତା' ଜୀବନର ସଫଳତା। ଆଉ ସଫଳତା ପାଇବାକୁ ହେଲେ କଠିନ ପରିଶ୍ରମର ବିିିିକଳ୍ପ ନାହିଁଁ । ଆଉ ବା

କି ଭଗବାନଙ୍କ ଉପରେ ନିିର୍ଭର । ଯଦି ଆମେ କଠିନ ପରିଶ୍ରମ କରିବା ତେବେ ଭଗବାନ ବି ଆମ ପାଖରେ ହାର ମାନିିିି

ଯିବେ ।  ଜୟ ଜଗନ୍ନାଥ


Rate this content
Log in

More oriya story from Priyashree Baula

Similar oriya story from Abstract