ସମୁଦ୍ରରେ ଅଦଭୁତଦୃଶ୍ୟ
ସମୁଦ୍ରରେ ଅଦଭୁତଦୃଶ୍ୟ
କରମ ଚାନ୍ଦ ଜଣେ ବ୍ୟବସାୟୀ, ସମୁଦ୍ର ପଥରେ ଜାହାଜ ଦ୍ୱାରା ବିଭିନ୍ନ ବସ୍ତୁ ସେ ଆମ ଦେଶରୁ ଅନ୍ୟ ଦେଶକୁ ଏବଂ
ଅନ୍ୟ ଦେଶର ଜିନିଷ ଆମ ଦେଶକୁ ଆଣନ୍ତି।ବହୁତ ସାହସୀ,ଜ୍ଞାନୀ ଲୋକ କରମ ଚାନ୍ଦ ବାବୁ।ତାଙ୍କର ହଠାତ ଦିନେ ଭେଟ ହୁଏ ମୋହନ ବାବୁଙ୍କ ସହ ସମୁଦ୍ରକୂଳ ଏକ
ହୋଟେଲରେ।ମୋହନ ବାବୁ କରମଚାନ୍ଦଙ୍କର ପିଲାଦିନର
ସାଙ୍ଗ।ମୋହନ ବାବୁ କରମ ବାବୁଙ୍କୁ ସମୁଦ୍ରରେ ଯାତ୍ରା କରିବାବେଳେ କିଛି ଅଦ୍ ଭୁତ ଦୃଶ୍ୟ ଦେଖିଛନ୍ତି କି ବୋଲି
ପ୍ରଶ୍ନ ପଚାରିଲେ। କରମ ବାବୁ କହିଲେ ହଁ ମୋହନ ବାବୁ
ଥରେ ନୁହେଁ ବହୁତ ଥର ମୁଁ ସମୁଦ୍ରରେ ଅଦ ଭୁତ ଦୃଶ୍ୟ
ଦେଖିଛି।କେତେଥରତ ଏମିତି ଦୃଶ୍ୟ ଦେଖିଛି, ଯାହା ଶୁଣିଲେ ତୁମ ଲୋମ ଟାଙ୍କୁରି ଉଠିବ।
ମୋହନ ବାବୁ ହୋଟେଲରୁ ଚା ଦୁଇ କପ ମଗାଇଲେ,
ଚା ପିଇବା ସମୟରେ କରମ ଚାନ୍ଦ ବାବୁ କହିଲେ ଜାଣିଲ
ମୋହନ ବାବୁ, ମୁମ୍ବାଇ ଉପକୂଳରୁ ଜାହାଜରେ ଜିନିଷ ପତ୍ର
ସବୁ ଲୋଡ କରି ଆମେ ଅଷ୍ଟେଲିଆ ଅଭିମୁଖେ ଯାତ୍ରା ଆରମ୍ଭ କଲୁ । କିଛିବାଟ ଯାଇଛୁ। ରାତି ହୋଇଗଲାଣି କୋଣସି ଏକ କାମ ପାଇଁ ମୁଁ ଜାହାଜର ଉପରିଭାଗକୁ ଆସିଲି, ଜାହାଜର ଉପରି ଭାଗରେ ମୁଁ ଚାଲି ଚାଲି ଯାଉଥିବା ସମୟରେ ଚନ୍ଦ୍ରଙ୍କର ଶୀତଳ କିରଣ,ତାରା ମାନଙ୍କର ମନୋଲୋଭା ଦୃଶ୍ୟ ଦେଖି ମୋତେ ବହୁତ ଆନନ୍ଦ
ଲାଗୁଥାଏ ।ସମୁଦ୍ରର ଜଳ ରାଶିରେ ଚନ୍ଦ୍ରଙ୍କର କିରଣ ପଡି
ଏକ ବହୁତ ସୁନ୍ଦର ଦିଶୁଥାଏ। ଜାହାଜର ଶବ୍ଦ ମାଛ ମାନଙ୍କର ପହଁରିବାର ଶବ୍ଦସବୁ ଶୁଣା ଯାଉଥାଏ। ଏହି ସମୟରେ ମୁଁ ଦେଖିଲି ଯେ, ଦୁଇଟି ମାଛ ସେହି ସମୁଦ୍ରରୁ ବାହାରିଲେ ,ଯେତେବେଳେ ମୁଁ ସେମାନଙ୍କୁ ଭଲ ଭାବରେ
ନିରୀକ୍ଷଣ କଲି,ଦେଖିଲି ଯେ, ସେମାନଙ୍କର ମଣିଷ ଭଳି ମୁଣ୍ଡ ,ଆଖି,କାନ ,ହାତ ଅଛି,ମାତ୍ର ଗୋଡ଼ ନାହିଁ।ସେ ଦୁଇ ମାଛ ସେଠି ପହଁରୁ ଥାଆନ୍ତି। କିଛି ସମୟପରେ ସେଠି
ସେହି ମାଛ ଦୁଇଟି ଭଳି ଅନେକ ମାଛ ଆସି ପହଞ୍ଚିଲେ।
ସେମାନଙ୍କ ମଧ୍ୟରେ ଅନେକ ପ୍ରକାର ଖେଳ, ଚାଲିଲା।
ମୁଁ ଏସବୁ ଦୃଶ୍ୟ ଦେଖି ମୋ ଆଖିକୁ ଵିଶ୍ଵାସ କରି ପାରୁନଥାଏ।ମନେ ମନେ ଭାବୁ ଥାଏ ସତରେ ଭଗବାନଙ୍କରଏହି ପୃଥିବୀରେ କେତେ ପ୍ରକାର ଜୀବ ଅଛନ୍ତି। ତାପରେ ମୁଁଚାହିଁଛି ହଠାତ ଆକାଶ ଆଡୁ ଏକ ବିରାଟ ପକ୍ଷୀ ଉଡି ଉଡିଆସିଲା ପ୍ରଥମରୁ ପଂହରୁ ଥିବା ମାଛରୁ ଗୋଟିଏ ମାଛ ନେଇଉଡି ଚାଲିଗଲା।ସମସ୍ତ ମତ୍ସ୍ୟ ମଣିଷ ପାଣିରେ ବୁଡ଼ିଗଲେ,କିନ୍ତୁ ମଣିଷକାନ୍ଦିଲା ଭଳି ଜଣେ କେହି କାନ୍ଦୁଥିବାର ମୋତେ ଶୁଣାଯାଉଥାଏ। ଏହି ଦୃଶ୍ୟ ଦେଖି ମୋତେ ଟିକେ ଭୟଲାଗିଲା,ଆଉ ମୁଁ ଜାହାଜ ଭିତରକୁ ଯିବାକୁ ଉଦ୍ୟତ ହେଲି।

