STORYMIRROR

Rekha Rekha

Inspirational

3  

Rekha Rekha

Inspirational

ସ୍ମୃତିରେ 2021

ସ୍ମୃତିରେ 2021

3 mins
227

2021 କହିବାକୁ ଗଲେ ମୋ ପାଇଁ ଏକ ଆହ୍ୱାନ ଥିଲା | ବର୍ଷଟେ ହେବ ସବୁ ବନ୍ଦ ଥିଲା କିନ୍ତୁ 2021 ବେଳକୁ ଜାନୁଆରୀ ମାସ ବେଳକୁ ଯେତେବେଳେ କରୋନା ଅପାତତଃ କମିଯାଇଥାଏ | ସେତେବେଳେ ଆଉ ଡର କଣ ଯେ ସ୍କୁଲ ତ ଖୋଲିଗଲା ଚାରିଆଡେ lockdown ଆଉ shutdown ବି ଉଠିଗଲା |

ମୁଁ ମୋ ସାଙ୍ଗମାନେ ଆଉ ସ୍କୁଲରେ ଗୁରୁଜୀ ଗୁରୁମା ମାନେ ମଧ୍ୟ ଠିକରେ mask ବ୍ୟବହାର କଲେ ନାହିଁ | ଦୁଇ ମାସ/ତିନି ମାସ ଠିକରେ ସ୍କୁଲ ଖୋଲିଚି କି ନାହିଁ ପୁଣି କରୋନାର ଦ୍ଵିତୀୟ ଲହର ପାଇଁ ସ୍କୁଲ ବନ୍ଦ ହୋଇଗଲା | ଆମେ ପୁଣି ଥରେ ଗୃହବନ୍ଦୀ ହୋଇ ରହିଲୁ | କିନ୍ତୁ ଯେହେତୁ କରୋନାର ପ୍ରଥମ ଲହରରେ ବିଶେଷ ଲୋକଙ୍କ କିଛି ହେଇନଥିଲା ତାହାକୁ ଆଖି ଆଗରେ ରଖି ଆମ ଟ୍ୟୁସନ sir ମଧ୍ୟ offline class କଲେ ଏବଂ ସବୁବେଳେ ଆମକୁ କହୁଥିଲେ ଯେ କରୋନା କିଛି କରିପାରିବ ନାହିଁ, ଗୋଟେ ବର୍ଷ ମଧ୍ୟରେ ସମସ୍ତଙ୍କ ଦେହରେ antibody ତିଆରି ସରିଛି ସେଥିପାଇଁ ନିର୍ଭୟରେ ରୁହ | ଘରେ ମଧ୍ୟ ସେଇଆ ମାନିକି ଆମକୁ ଟ୍ୟୁସନ ଛାଡିଲେ, ଆମେ ସେଦିନ ଗୁରୁଜୀଙ୍କ ଜନ୍ମଦିନରେ cake ନେଇ ଯାଇଥିଲୁ ଆମକୁ ତ ଆଉ ଜଣାନଥିଲା ଯେ ତାଙ୍କର ସ୍ତ୍ରୀ covid ହସ୍ପିଟାଲରେ join କରିଛନ୍ତି | ତାଙ୍କୁ ଟିକେ ଟିକେ ଥଣ୍ଡା ଥିଲା, ଆଉ ତାଙ୍କରି ହାତରୁ ଆମେ ସମସ୍ତେ ମିଠା ଖାଇଥିଲୁ ଆଉ କିଛିଦିନ ପରେ ଗୁରୁଜୀଙ୍କ ଘରଲୋକ ସମସ୍ତେ covid positive | ଆଉ ଟ୍ୟୁସନ ବନ୍ଦ | ଆମ ସମସ୍ତଙ୍କ ମନ ଭିତରେ ଗୋଟେ ଡର ପଶିଯାଇଥିଲା ଯେ ଆମେ ଆଉ covid positive ନୁହେଁ ତ...

କିନ୍ତୁ ଗୁରୁଜୀ ହସ୍ପିଟାଲରେ ଥାଇ ମଧ୍ୟ ଆମକୁ ସାହସ ଦେଉଥାନ୍ତି ଯେ ପିଲେ କିଛି ହେବନି ମୁଁ ଖୁବ ଶୀଘ୍ର ଘରକୁ ଫେରି ଆସିବି, ତୁମର ଦିନକୁ 2 ଟା class କରିଦେବା online ରେ ନହେଲେ course ସରିବନି| ଆମେ ମଧ୍ୟ ମୁହଁ ଶୁଖେଇ ହଁ କରିଦେଉଥିଲୁ | 20 /25 ଦିନ ବେଳକୁ ଗୁରୁଜୀ covid negative ହେଇଗଲେ ଆଉ ଘରକୁ ଆସିଲେ | covid ନେଗେଟିଭ୍ ହେବାର ଦୁଇଦିନ ପରେ ଗୁରୁଜୀ ଆଉ ଠିକରେ ନିଃଶ୍ୱାସ ନେଇପାରିଲେ ନାହିଁ |ପୁଣି ହସ୍ପିଟାଲରେ admit କରାଗଲା ଆଉ ଏତେ serious ହେଇଗଲା ଯେ ଗୁରୁଜୀ icu ଭିତରକୁ ନିଆଗଲା ଆଉ 7 ଦିନ ପରେ ରାତି 3.30 ପାଖାପାଖି ହେବ ମୋର covid ହସ୍ପିଟାଲରେ କାମ କରୁଥିବା ଜଣେ ଦିଦି phone କରିକି କହିଲେ ଗୁରୁଜୀ ଆଉ ନାହାନ୍ତି |


ହଠାତ ସବୁ ପିଲା ମାନସିକ ସ୍ତରରେ ଭାଙ୍ଗି ପଡିଲେ, କାରଣ ସେ ଆମକୁ ଯେତେ ମାଡ଼ ଗାଳି ଦେଲେ ମଧ୍ୟ ସେ ଆମର ଶିକ୍ଷକ |କିନ୍ତୁ ପରେ ସବୁ ଠିକ ହେଇଗଲା


ଆଉ କିଛି ଦିନ ପରେ ମୋ ଅଜାଙ୍କର ହଠାତ ମୃତ୍ୟୁ ଏବଂ ଆମେ ସମସ୍ତେ ମାମୁଁଘରକୁ ଗଲୁ | ସେଠୁ ଫେରିକି ଆସିଲା ପରେ ଘରେ ବଡ଼ ଭଉଣୀର ଭୀଷଣ ରୂପେ ଜ୍ୱର ହେଲା ଓ ଘରେ ପ୍ରାୟ ସମସ୍ତଙ୍କ ଦେହ ଖରାପ ରହିଲା | କୁହନ୍ତି ନା ପରିସ୍ଥିତି ହିଁ ମଣିଷକୁ ପରିପକ୍ୱ କରିଥାଏ ସେହିପରି ମୁଁ ମଧ୍ୟ କେତେବେଳେ କିଏ medicine ଖାଇବ, କେତେବେଳେ ବାମ୍ଫ ନେବ ଆଉ ବାହାରୁ ଯିଏ ଆସୁଛି ଗୋଡ଼ ହାତ sanitize କରିକି ଆସୁଛି ନା ନାଇଁ ଇତ୍ୟାଦି ଇତ୍ୟାଦି କାମ ମୁଁ କରୁଥାଏ | ଘରେ ସମସ୍ତେ ତ ଆଶ୍ଚର୍ଯ୍ୟ ହୋଇଗଲେ ବେଳେବେଳେ ମୋର ଏପରି ରୂପ ଦେଖିକି ଓ ମୋର ବହୁତ ପ୍ରଶଂସା କଲେ |

କିଛି ଦିନ ପରେ ପୁଣି ସମସ୍ତଙ୍କ ଦେହ ଠିକ ହୋଇଗଲା |


ଆଉ କିଛି ମାସରେ ଆମ ସ୍କୁଲ ଖୋଲିଗଲା |ସେବେ ପୁଣି ନୂଆ ନୂଆ ସ୍କୁଲ ଯାଉଥିଲୁ ଇଚ୍ଛା ହେଉଥିଲା ସାଙ୍ଗମାନଙ୍କୁ ଖୁସିରେ କୁଣ୍ଢେଇ ପକେଇବାକୁ କିନ୍ତୁ ଦ୍ଵିତୀୟ ଲହରର ଭୟାବହତା ଆମ ଖୁସିକୁ ଫିକା କରିଦିଏ | ପାଖକୁ ନ ଗଲେ ମଧ୍ୟ କିଛି ଦୂରତା ଅତିକ୍ରମ କରି ଆମେ ମାନେ କଥା ହେଉଥିଲୁ ଆଉ ବହୁତ ଜଣଙ୍କ କଥା ଶୁଣି ଦୁଃଖ ବି ଲାଗୁଥିଲା ଯେ କାହାର ବାବା, ମାମା ଆଉ ଦୁନିଆରେ ନାହାନ୍ତି |


ସବୁପରେ ସେମାନଙ୍କ ମୁଖରେ ମୁଁ ଦୁଃଖ ଦୂରେଇ ହସ ଫୁଟେଇ ପାରିଥିଲି ସେଇଟା ମତେ ବହୁତ ଖୁସି ଲାଗୁଥିଲା ଆଉ ଏମିତି ହସ ମଜାରେ ବାକି ମାସ ତକ କଟିଗଲା | 



Rate this content
Log in

More oriya story from Rekha Rekha

Similar oriya story from Inspirational