chittaranjan barik

Tragedy

1.0  

chittaranjan barik

Tragedy

ସ୍ମାର୍ଟ ଫୋନ

ସ୍ମାର୍ଟ ଫୋନ

3 mins
454


ଖରା ଛୁଟି ହୋଇନଥାଏ ଆହୁରି ଦଶ ବାର ଦିନ ଅଛି । ଭାବିଥିଲି ଛୁଟିରେ ବୁଲି ଯିବି । କେଜାଣି କାହିଁକି ଆଜି ବେଶି ଘର କଥା ମାନେ ପଡୁଛି ଭାବିଲି ଘରକୁ ଯାଇ ବୁଲି ଆସିବି । ଘରକୁ ବାହାରିଲି ମନରେ ଅନେକ ଅଭିମାନ ଥାଏ ବୋଉ ବାପାଙ୍କ ପ୍ରତି । ଗାଡ଼ିରେ ବସିଲି ଆହୁରି ଏମିତି ଅନେକ କିଛି ଭାବୁ ଥାଏ। ଭାବୁ ଭାବୁ କେତେ ବେଳେ ଯାଇ ଗାଁ ମୁଣ୍ଡ ବରଗଛ ପାଖରେ ଗାଡି ଆସି ପହଞ୍ଚି ଗଲା ଜଣା ପଡିଲାନି। ବସ କଣ୍ଡକ୍ଟର ଡାକ ଶୁଣି ଜାଣି ପାରିଲି ଗାଁ ରେ ପହଞ୍ଚି ସାରିଲିଣି ।


ଗାଁ ର ମାଟିର ବାସ୍ନା ମୋ ମନକୁ ଖୁବ ଆନନ୍ଦିତ କରୁଥିଲା।ହେଲେ ବୋଉ ବାପାଙ୍କ ପ୍ରତି ଥିବା ଅଭିମାନ ମୋ ମନରେ ଖୁସି ଦେଇପାରୁନଥିଲା । ସିଧା ଯାଇ ପହଞ୍ଚିଲି ଘରେ । ସଂଗେ ସଂଗେ ବୋଉ ମତେ ଦେଖି କାନ୍ଦିପକାଇ କୋଳେଇ ନେଲା । ଆଉ ତା କାନିରେ ମୁଁହ ପୋଛି ଦେଇ । କହିଲା ମୋ ବାପାର ମୁହଁ ଟା ଖରାରେ ଶୁଖି କଳା କାଠ ପଡି ଗଲାଣି।ଗଲୁ ଗଲୁ ମୁହଁ ହାତ ଧୋଇ ପକା ତୋ ପାଇଁ ଖାଇବା ବାଢୁଛି ।ମୁଁ ପଚାରିଲି ବୋଉ ବାପା କାହାନ୍ତି । ବୋଉ କହିଲା ସେ ଦୋକାନରୁ ଆସିନାହାନ୍ତି ।ଏତେ ମୁଣ୍ଡ ଫଟା ଖରା ହଉଛି ବାହାରକୁ ବାହାରି ହଉନି ।ହେଲେବି ବାପା ଏତେ ବେଳେ ଯାଏ ଦୋକାନରେ କଣ କରୁଛନ୍ତି । ବୋଉ କହିଲା ଆଜି ରବିବାର ଟା, ବଜାର ବାରି ରହିଯାଇଛନ୍ତି। ଠିକ ଅଛି ବାପା ଆସନ୍ତୁ ମିଶି କରି ଆମେ ଖାଇବା । କିଛି ସମୟ ପରେ ବାପା ଆସି ପହଁଚିଲେ ଆଉ ମୋତେ ଦେଖି ବିନା ଶବ୍ଦରେ କିଛି ନ କହି ମଧ୍ୟ ତାଙ୍କ ଲୁହ ଭରା ଆଖି ସବୁକିଛି କହିପକାଉଥିଲା , ମୋ ଆଖି ମଧ୍ୟ ଲୁହରେ ଛଳ ଛଳ ହେଇଗଲା ।


ମିଶିକରି ଖାଇଲୁ , ବୋଉ କହିଲା ବବୁନି ରାତିରେ ତୁ କଣ ଖାଇବୁ କହ ତୋ ପାଇଁ ବନେଇଦେବି । ମୁଁ ଟିକେ ରାଗି ଯାଇ କହିଲି ବିଷ ଅଛି । ବିଷ ଟିକେ ଦେଇ ଦବୁ । ମୁଁ ଖାଇ ଦେବି ହଟାତ ବାପା ବୋଉ ମୋ ମୁହଁ କୁ ଅନାଇ କିଛି ବୁଝି ପାରିଲେନି ।ବୋଉ ପଚାରିଲା ଆରେ ଧନ ଏମିତି କଣ କହୁଛୁ କଣ ହେଇଚି ତୋର । ତୁ କହିଲେ ନ ମୁଁ ଜାଣିବି । ମୁଁ କହିଲି ମୋ ସାଙ୍ଗ ମାନେ କେତେ ଭଲ ଭଲ ଗାଡି ଚଲାଉଛନ୍ତି । କେତେ ଭଲ ଭଲ ଦାମୀ ଦାମୀ ମୋବାଇଲ ଧରୁଛନ୍ତି , ଆଉ ତୁମେ ମତେ କଣ ଦେଇଛ । ସେ ସବୁ ତ ସ୍ବପ୍ନ ମୋ ପାଇଁ ।ଏମିତି ଜୀବନ ଜିଇଁ ବାକୁ ଇଚ୍ଛା ନାହିଁ ଯେଉଁଠି ନିଜର ଇଚ୍ଛା ପୂରଣ ହୁଏନି।ବାପା ହଟାତ କିଛି ନ କହି ଖାଇବା ପାଖରୁ ଉଠିଗଲେ । ମୋର କଥା ସରିନଥାଏ ମୁଁ କହିଲି ସାମାନ୍ୟ ସ୍ମାର୍ଟ ଫୋନ ଗୋଟେ ଦେଇ ପାରୁନ ।ତାପରଦିନ ସକାଳୁ ହଷ୍ଟେଲ ଯିବାକୁ ବାହାରିଲି ବୋଉ ସଙ୍ଗେ ସଙ୍ଗେ ଚୂଡ଼ା ଲୁଣ ଆଉ ଡବାରେ ଯାହା ଚିନି ଥିଲା ସବୁ ଅଜାଡ଼ିଦେଲା କହିଲା ବାପା ରେ ଟିକେ ଖାଇଦେ କେତେବେଳ ହବ ପହଞ୍ଚୁ ପହଞ୍ଚୁ ସେ ଯାହା ହେଉ ଟିକେ ଖାଇ ଦେଇ ବାହାରି ପଡିଲି । ଗାଁ ଛକ ମୁଣ୍ଡକୁ ଗାଡି ଆସିଲା ବେଳକୁ ହଟାତ ମନେ ପଡିଗଲା ହଷ୍ଟେଲ ରୁମ ର ଚାବିଟା ଛାଡିଦେଇଛି । ଘରକୁ ଫେରିଲି ଚାବି ଆଣିବା ପାଇଁ । ଘରର ଦୁଆର ପାଖରେ ପହଁଚିବା ମାତ୍ରେ ଶୁଣିଲି ବାପାଙ୍କ କାନ୍ଦିବାର ଶବ୍ଦ ଘର ଭିତରକୁ ନ ପଶି ସେଇଠି ରହିଗଲି ।ଆଗରୁ କେବେ ବାପାଙ୍କର କାନ୍ଦିବାର ଶୁଣିନି । ବାପା ମୋର କାନ୍ଦି କାନ୍ଦି ବୋଉକୁ କହୁଥାନ୍ତି। ଧିକ ମୋ ବାପା ପଣିଆ ଧିକ ମୁଁ କିଛି କରିପାରିଲିନି ମୋ ପିଲାମାନଙ୍କ ପାଇଁ । କିଛି ବି ଅଭାବ ପୂରଣ କରିପାରିଲିନି ,କିଛି ବି ରଖି ପାରିଲିନି କହି ଭୋ ଭୋ ହେଇ କାନ୍ଦୁଥାନ୍ତି । ବୋଉ ମଧ୍ୟ କାନ୍ଦି କାନ୍ଦି ବୁଝାଉଥାଏ କାନ୍ଦିବା ବନ୍ଦ କର ପିଲାଟା ଏବେ ଏବେ ଘରୁ ବାହାରିଛି ଭଲରେ ଭଲରେ ପହଞ୍ଚି ଯାଉ , ବାପା କହୁଥାନ୍ତି ଠିକ ଅଛି ଏଇ ମାସ ଠାରୁ ମୋ ଭତ୍ତା ପଇସା ଜମାଇ ରଖିବି । ଆଉ ଡାଇବେଟିସ ମେଡ଼ିସିନ ଆଣିବିନି କିଛି ଟଙ୍କା ଜମାଇ ତା ପାଇଁ ଗୋଟେ ମୋବାଇଲ ଆଣିଦେଵି । ବୋଉ ମଧ୍ୟ କହୁଥାଏ ମୋର ବି ଏ ମାସରେ ମେଡ଼ିସିନ ମୁଁ ଆଣିନାହିଁ ସେ ଟଙ୍କା ଅଛି ।ନେଇଯାଅ ମିସେଇକି ନେଇ ଆସିବ । କବାଟ ସେପଟରେ ଏ କଥା ଶୁଣି ହଟାତ ମୋ ପଦରୁ ମାଟି ଖସିଗଲା ପରି ଲାଗିଲା । ଆଉ ମୁଁ ସୁନ୍ଦର ଚାକଚକିଆ ସମାଜ ସ୍ମାର୍ଟ ସିଟିର ସ୍ମାର୍ଟ ଫୋନ ଦେଖି ବାପା ବୋଉଙ୍କ ଉପରେ ଯୋଉ ଅଭିମାନର କୋହ ପକାଇ ଥିଲି ହଟାତ ତାହା ଲୁହ ହୋଇ ଆଖି ବାଟେ ବୋହିଗଲା ।


ଧଡ଼ କରି କବାଟ ଟା ଖୋଲି ଦେଇ ବର୍ଷକର ପିଲା ପରି ବାପା ବୋଉ ବସିଥାନ୍ତି ତାଙ୍କ ମଝିରେ ଶୋଇପଡି ଭୋ ଭୋ ହେଇ କାନ୍ଦି ପକାଇ କହିଲି ମୋତେ କ୍ଷମା କରି ଦିଅ । ମୋର ଏ ସବୁ କିଛି ଦରକାର ନାହିଁ କେବଳ ତମେ ଦରକାର । କେବଳ ତମେ । ବାପା ତାଙ୍କ କୋହ ଭରା ଛାତି ରେ ଚାପିଧରି କହିଲେ ବାଇଆ ଟା କାନ୍ଦୁଛୁ କାହିଁକି । ମୁଁ ଅଛି ତୋ ବାପା ଅଛି । ମୁଣ୍ଡକୁ ଟିକେ ଆଉଁସି ଦେଇ କହିଲେ "ମୁଲ ଲାଗି ଥା ରେ ମୁଲିଆ ଦିନେ ପାଇବୁ ମଜୁରୀ" ।


Rate this content
Log in

More oriya story from chittaranjan barik

Similar oriya story from Tragedy