Sanjukta Padhi

Tragedy

3.0  

Sanjukta Padhi

Tragedy

ଶୁଖିଗଲା ସମୁଦ୍ର

ଶୁଖିଗଲା ସମୁଦ୍ର

3 mins
220


ଛୋଟିଆ ଛୋଟିଆ କଥାରେ କାନ୍ଦିବା,ମନ ଇଚ୍ଛା କରି କହିବା ଏବଂ ଵୁଝି ନ ଵୁଝିବା, ଭୟଙ୍କର ଜିଦି କରିବା ଏ ସବୁ ତା'ର ଵଦ୍ ଗୁଣ ଥିଲା । କଥା କଥାରେ ରାଗିବା, ଫୁଲେଇ ହେବା, ଜବାବ୍ ଦେବା ସବୁ ଯେମିତି ତା'ର ନିତିଦିନିଆ । ତଥାପି ସବୁଠାରୁ ଛୋଟ

ଆଉ ଗେଲରେ ବଢ଼ି ଥିବାରୁ କେହି କେବେ ପ୍ରତିବାଦ କରେନି।

 ସମସ୍ତଙ୍କ ଗେହ୍ଲେଇ ଛ ଝିଅ ମାନଂକ ଠାରୁ ସାନ ତେଣୁ ତା ନାଁ ଟା ଗେଲୀ।

ତା ପିଠିରେ ପୁଅଟିଏ ହେଲା ବୋଲି ଭାଇ ଆଣିଛି କହି ଟିକିଏ ଅଧିକା ଗେଲ ବି ପାଇଥିଲା । ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୁଏ ତା ବାପାଙ୍କର ଦେହାନ୍ତ ଘଟେ । ବଡ଼ ଭଉଣୀ ସବୁ ବାହା ହୋଇ ସାରିଥିଲେ । ମାଆ ଛୋଟ ଭାଇ ଆଉ ସେ । ଭଲ ଗୀତ ନାଚଗୀତ କରୁଥିବା ସହ ପାଠପଢା ବି ଥିଲା ତେଣୁ ପ୍ରାଇଭେଟ୍ ସ୍କୁଲରେ ଚାକିରୀ କରି ସମୟ କଟାଇଦିଏ । ଆଖପାଖ ଅଞ୍ଚଳରେ ରହୁଥିବା ଅନେକ ପ୍ରସ୍ତାବ ଆସିଛି, ହେଲେ ତା ଯୋଗ ନ ଥିଲା ବୋଧହୁଏ । ସମ୍ପର୍କୀୟ ଘରୁ ପ୍ରସ୍ତାବ ଆସିଛି ଦୂର ହେଲେ ବି ବିବାହ ସ୍ଥିର ହୋଇଛି । ବହୁତ ଦୂର ବୋଲି କାହା ଇଚ୍ଛା ନ ଥିଲା ସତ । କିନ୍ତୁ ଛୋଟ ହୋଇ ବି ଭାଇ ଜଣକ ମନ ପସନ୍ଦ ଝିଅଟେ ବୋହୁ କରି ଆଣି ସାରିଥିଲା । ତେଣୁ ଏ ପ୍ରସ୍ତାବରେ ସେ ବି ଦୋଦୋପାଞ୍ଚ ନ ହୋଇ ହଁ କରି ଦେଇଥିଲା । ବିବାହର ତିଥି ନକ୍ଷତ୍ର ଦେଖି କାର୍ଯ୍ୟ ସମ୍ପନ୍ନ ହେଲା । ଠିକ୍ ହାତଗଣ୍ଠି ପଡ଼ିଛି କି ନାହିଁ,ବର ପାତ୍ର ଜଣକ ଅସୁସ୍ଥ ହୋଇ ପଡିଲେ । ରୋଗଟି ଅତି ଭୟାବହ ମନେ ହେଉଥିଲା । ମିରିଗୀ ରୋଗୀଙ୍କ ପରି ଲାଗୁଥିଲା । ସମସ୍ତଙ୍କ କାନ୍ଦ ବୋବାଳି ଚାଲିଲା । ଓହୋଃ କୋଉଠି କିଛି ଭୁଲ୍ ହୋଇଗଲା । ସମସ୍ତଙ୍କ ଗେହ୍ଲେଇର ଏ ଦୃଶ୍ୟ ହୃଦୟ ବିଦାରକ । କିନ୍ତୁ ଗେଲି ସେମିତି ବେଦୀରେ ନିର୍ବାକ ହୋଇ ବସିଥାଏ । ବୋଧହୁଏ ଆଖିରେ ତା'ର ଆଉ ଲୁହ‌ ନଥିଲା । ସାତ ସମୁଦ୍ର ପାରି ହୋଇ ଗଲାବେଳେ ସବୁ ଲୁହ ତକ ତେଲ ନଦୀ ଆଉ ବଂଶଧାରା ନଦୀକୁ ବାଣ୍ଟି ଦେଇ ଯାଇଥିଲା । ସମସ୍ତେ ହତବାକ୍ ହୋଇ ତା'ର ମତ ଅପେକ୍ଷାରେ ଥିଲେ । ହେଲେ ସେଦିନ ଛାତିକୁ ପଥର କରି ଓଢଣା ଭିତରେ ମୁହଁକୁ ଢାଙ୍କି ଦେଇଥିଲା ।

   ଝିଅ ବିଦା କରି ସେଦିନ ରାତିରେ ସମସ୍ତେ ଫେରି ଆସିଥିଲେ । କାହା ମୁହଁରେ ଚେନାଏ ହସ ନଥିଲା ।ବସତେ ଯେମିତି ଶାବର ଶ୍ରୀକ୍ଷେତ୍ର ତା'ର ଏକ ମାତ୍ର ସାହା ଭରସା । ତା ପିଠାପିଠି ନାନୀ

କିନ୍ତୁ ଏ ସବୁକୁ ଜୀର୍ଣ୍ଣ କରି ପାରୁନଥିଲା । ତା ଛଡା ସେ ବି ଉପାୟଶୂନ୍ୟ । ତା'ର ପୁଣି ଘର ସଂସାର ଅଛି । ଶାଶୁଘର ତା'ର ବଡ ପରିବାର । 

  ସବୁବେଳେ ବାର୍ତ୍ତାଳାପ କରି ତା ବିଷୟରେ ବୁଝେ । ଏ ଭିତରେ ହସଖୁସିରେ ଚଳି ଆସିଛି ଗେଲୀ । ବିବାହର ବର୍ଷେ ପୁରିଛି କି ନାହିଁ ପୁତ୍ର ସନ୍ତାନ ଜନ୍ମ ଦିଏ, ପୁଣି ଗୋଟିଏ କନ୍ୟା ସନ୍ତାନ । ଯାହା ହେଉ ସେ ସମୟ କଟେଇ ନେଇଛି । ଛୁଆଙ୍କର ଭଲମନ୍ଦ, ହାନିଲାଭ... ଦେଖୁ ଦେଖୁ ସମୟ କଟି ଚାଲିଛି । ପ୍ରାୟ ପାଞ୍ଚ ବର୍ଷ ହେବା ଯାଏ ଛୁଆଙ୍କ ଦେହ ବହୁତ ଖରାପ ହୁଏ । ଦିନରାତି ଗୋଟିଏ କରି ପରିବାର ସେବାରେ ଲାଗିଯାଏ ।

କିଛି ଦିନ ପରେ ତା ନିଜ ଦେହ ଖରାପ ହେଲା । ପେଟରେ ଭୀଷଣ ଯନ୍ତ୍ରଣା ଅନୁଭବ କଲା । ଡାକ୍ତରଙ୍କ ପରାମର୍ଶ ଶିଘ୍ର ଅସ୍ତ୍ରୋପଚାର କରିବାକୁ । ଦୁଇ ଦୁଇ ଥର ଅସ୍ତ୍ରୋପଚାର ପରେ ଗେଲି ଭଲ ହେଲା । କିନ୍ତୁ ନିୟତିର ନିଷ୍ଠୁର ନିର୍ଦ୍ଦେଶ, ଆଗରେ ସବୁ ସ୍ତବ୍ଧ । ତା ସ୍ୱାମୀ ବୁଲୁ କ୍ୟାନସର୍ ରୋଗାକ୍ରାନ୍ତ । ଅନେକ ସ୍ଥାନରେ ଚିକିତ୍ସା ଚାଲିଲା, କେମୋଥେରାପି ଓ ରେଡିଏସନ ଦ୍ୱାରା ରୋଗ ନିୟନ୍ତ୍ରଣ ହୋଇପାରିବ । ପ୍ରଥମ ସୋପାନରେ ରୋଗ ଭଲ ହୋଇଯାଏ । ପକୃତରେ ଉନ୍ନତି ହେବାକୁ ଲାଗିଲା ସ୍ୱାସ୍ଥ୍ୟ ଅବସ୍ଥା ‌। ଦୁଇଟି ସନ୍ତାନ, ବଡଟା ପୁଅ ଅଷ୍ଟମ ଶ୍ରେଣୀରେ ପଢୁଥାଏ, ସାନଟି ଠିକ୍ ମାଆ ପରି । ଷଷ୍ଠ ଶ୍ରେଣୀରେ ପଢ଼ୁଥିଲା । ବାପାଙ୍କ ଦେହର ଉନ୍ନତି ଦେଖି ଖୁସି ହେଲା ବେଳକୁ ଧିରେ ଧିରେ ଦୁର୍ବଳ ହେବାକୁ ଲାଗିଲେ ବାପା । ପୁଅଟିଏ ଦୁଇ ଥର ବୃତ୍ତି ପାଇଥିଲା । ବାପାଙ୍କ ସୁଖର ସୀମା ନଥାଏ । ବହୁତ ଭଲ ପାଆନ୍ତି ପୁଅ କାହ୍ନାକୁ । ପୁଅ ମଧ୍ୟ ବାପାଙ୍କର ସବୁ ସେବା କରିବାର ସୁଯୋଗ ପାଇଥିବାରୁ ନିଜକୁ ଭାଗ୍ୟବାନ ମନେ କରୁଥିଲା ।

 ଦିନେ ତା ବାପା ସେମାନଙ୍କୁ ଛାଡି ଚାଲିଯିବେ ସେ କେବେ ଆଶା ବି କରିନଥିଲା । ଗେଲୀ ଆଖିରେ ଯେମିତି କି ମରୁଭୁମି ଚରି ସାରି ସାରିଥିଲା । ନିଜ ଚାରିପଟେ କଣ୍ଟାବାଡ କରିସାରିଥିଲା । ବିବାହର ପନ୍ଦର ବର୍ଷରେ ସେ ସୁଖ ମୁହୂର୍ତ୍ତ ସବୁକୁ ସାଉଁଟି ଆଣି ନିଜକୁ ଶକ୍ତ କରିବାକୁ ଚେଷ୍ଟା କରୁଥିଲା । ଶୁଖି ଯାଉଥିବା ସମୁଦ୍ରରେ ଜୁଆର ନଥାଏ କି ଲହରୀ ନଥିଲା । ଅଜସ୍ର ବାଲିରେ କଣ୍ଟା ବୁଦା ବ୍ୟତୀତ ଆଉ କିଛି ନଥିଲା ।

  



Rate this content
Log in

Similar oriya story from Tragedy