Lecturer Soumyaranjan Hota

Tragedy

3  

Lecturer Soumyaranjan Hota

Tragedy

ଶିକ୍ଷାର ହତ୍ୟା

ଶିକ୍ଷାର ହତ୍ୟା

6 mins
1.5K


ଠିକ୍ ଆଠଟା ବାଜିଲାଣି ଆଲାରମ୍ ପୁଣି କାନ୍ଦିଲା ଓ ତାକୁ ଚୁପ୍ କରାଇବା ପାଇଁ ଗୁପ୍ତ ଉଦ୍ୟମ କରିବା ସମୟ ରେ ମା ପାଟି କରିଛନ୍ତି ରାଜା ସାହେବ୍ ଆଜି କଣ ଅଫିସ୍ ଯିବେନି । ନିଦ ହଠାତ୍ ଭାଙ୍ଗି ଯାଇଛି ଗୁପ୍ତ ର ଆଉ ମୋନେ ପଡ଼ିଯାଇଛି ପ୍ରିନସିପଲ୍ ଙ୍କ କଥା ଠିକ୍ ସମୟରେ କଲେଜ ଆସିବ ନଚେତ୍ ତୁମ ଦରମା ରୁ ୧୦୦ ଟଙ୍କା କାଟିଦେବି ଯେ ଫିର୍ ମୋତେ କିଛି କହିବନି ।(ଗୁପ୍ତ ପେଶା ରେ ଜଣେ ଈଂରଜି ଅଧ୍ୟାପକ )।

ସେହି ସମୟ ରେ ମୋବାଇଲ୍ ଫୋନ୍ ରେ କଲ୍ ଆସିଛି ସହକର୍ମୀ ଙ୍କ ବହାରିଲ ନା?

କିନ୍ତୁ ବାବୁ ଏ ଆଡେ ଦାନ୍ତ ଘଷିନାହାନ୍ତି ।ସେ ଶୀଘ୍ର ସବୁ ନିତ୍ୟକର୍ମ ସାରି ଗାଧୋଇବା ସମୟ ରେ ହିଁ ପାଟି କରେ ମାମା ଶୀଘ୍ର ଭାତ ବାଡ ମୁଁ ଆସିଲିଣୀ ଯେ ।

ମାମା : ମୁଁ ସବୁକିଛି କରିଦେଇଛି ବାସ୍ ତୁ ଆସିଖାଇବା ବାକି ରହିଯାଇଛି।

ଗୁପ୍ତ : ଗୁପ୍ତ ଶୀଘ୍ର ଆସି ଚଉରା ମୂଳରେ ମୁଣ୍ଡିଆ ଟେ ଦେଇକି ସମୟ ଦେଖିଲାବେଳକୁ ସାଢ଼େ ଆଠଟା ବାଜିଲାଣି ଆଉ ପାଟିକରେ ମାମା ତୁମେ ଡେରି କରିଦେଲ ପୁଣି ଉଠେଇବାରେ। ମାମା : ପ୍ରତିଉତରରେ ହଁ! ମୁଁ ଅଫିସ୍ ଯାଉଛି ନା?

ଗୁପ୍ତ : ( ପୁଣି କଲ୍ ଆସିଲା ମଳୟ ର ଗୁପ୍ତ ଆସିଲେଣି ସମୟ ହେଲାଣି ଯେ) ଆଉ କଲ୍ କଟେଇ ଶୀଘ୍ର ଭାତ ଖାଇବା ରେ ଉଦ୍ୟତ ହେଇ ସବୁତକ ପାଟି ରେ ପୁରାଇଦେଇଛି ଆଉ ବାନ୍ତି ଆଣୁଛି।

ମାମା : ଆରେ ଆଏ ବିଏ କଣ୍ କରୁଛୁ ଧୀରେ ଖା।

ଗୁପ୍ତ : ଖାଇବାରୁ ଉଠିପଡ଼ି ତେୟାର ହେଇ ବହାରିପଡିଚୀ ବଡ଼ି ସ୍ପ୍ରେ ଫୁସଫୁସ୍ କରି, ସାଇକଲ ବାହାର କରି ମଳୟ ଘରକୁ ଯାଇଛି। ମଳୟ ର ଘର ପୁଣି ୩ କିଲୋମଟର ଦୂର । ଭାଇନା ଯିବା ଦେରିହେଉଛି । ସଙ୍ଗେ ସଙ୍ଗେ ବହାରିପଡିଚନ୍ତି ବାଇକ୍ ନେଇ ମଳୟ ଓ ଗୁପ୍ତ ।

ମଳୟ : (କଲ୍ ଆସିଛି ପ୍ରିନସିପଲ୍ ଙ୍କ) ଫୋନ୍ ଉଠେଇଛି ।

ପ୍ରିନସିପଲ୍ : କୋଉଠି ପହଞ୍ଚିଲେ?

ମଳୟ : ସଙ୍ଗେ ସଙ୍ଗେ ଉତ୍ତର ଦେଇ କହିଛି ଏ କଲେଜ ପାଖରେ ମ୍ୟାଡ଼ାମ୍

ପ୍ରିନସିପଲ୍ : ହଁ ଆସ ମୁଁ ଅପେକ୍ଷାରେ ଅଛି ।

ଗୁପ୍ତ ଓ ମଳୟ : ଏ ମାନେ ଜୋର୍ ରେ ହସନ୍ତି କୋଉଠି ପହଞ୍ଚିଲେ ଆମେ କଲେଜ୍ ପାଖରେ! ହଁ ହଁ ଆରେ ହଁ କଲେଜ ରେ ଯେତେବେଳେ ପହଂଚିଛନ୍ତି ସେ ସମୟ ରେ ଜଣଜଣ ଙ୍କ କ୍ଲାସ୍ ନାଉଥାନ୍ତି ପ୍ରିନସିପଲ୍।

ପ୍ରିନସିପଲ୍ : ଗୁପ୍ତ ମଳୟ କୁ ଦେଖି ରାଗ ତମ୍ ତମ ରେ ପୁଣି ଡେରି? ତୁମ ମାନଙ୍କୁ ଆଉ ସୁଧାରି ହେବନି (କିନ୍ତୁ ଅଲାଜୁକ ଭଳିଆ ହସୁଥାନ୍ତି ଏମାନେ) । ଏଇଟା ଶେଷ ସୁଯୋଗ ଆଉ ସହିହେବୋନି ତୁମୋମାନଙ୍କୁ । ଆସନ୍ତା କାଲି ଠୁ ୧୦୦ ଟଙ୍କା କାଟିବି ଦରମା ଠୁ ଆଉ କିଛି ଉପାୟ ନାହିଁ। ଯିଏ ଯାହାର କ୍ଲାସ୍ କୁ ଯାଇଛନ୍ତି ।

ମଳୟ : ଆମେ ଠିକ୍ ୦୮:୪୫ ରେ ବାହାରିଲେ ୯:୨୦ ରେ ପହଞ୍ଚିଯିବା ଏମିତି ଦଶ ଦିନ ଲଗାତାର ଆସିଯିବା ପରେ ପୁଣି ଯେମିତି ଆସୁଥିଲେ ସେମିତି ଆସିବା ।

ଗୁପ୍ତ : ଆଉ କଣ୍ ଗାଁ ରୁ କଲେଜ୍ ୧୪ କିଲୋମିଟର ୯:୦୦ ରେ ବାହାରି ଠିକ୍ ୯:୩୫ ହେବ ପହଞ୍ଚିଲା ବେଳକୁ ।

ଯିଏ ଯାହାର କ୍ଲାସ୍ ରୁମ୍ କୁ ଯାଇଛନ୍ତି।

ଗୁପ୍ତ : କଣ ପିଲାମାନେ ଡେରି କରୁଛ କ୍ଲାସ୍ ଆସିବାରେ ଶୀଘ୍ର ଆଉଥାଓ ନହେଲେ ୧୦ ଟଙ୍କା ବିଳମ୍ବ ଫୀ ଭରିବ।

ପିଲା ମାନେ :( ଜୋରରେ ହସି) ବସ୍ ତ ବିଳମ୍ବ କରୁଛି ସାର୍ ଆପଣ ଆମୋକୁ କଣ ଫାଇନି ପକାଉଛନ୍ତି ଯେ? ବସ୍ କୁ ସିନା ଫାଇନୀ ପକେଇଲେ ହେଇଥାନ୍ତା।

ଗୁପ୍ତ : ରାଗି ଯାଇ କୁହେ ତୁମେ ମାନେ ମୋତେ ଜବାବ୍ ଦଉଛ ପୁଣି ୟେ ଈଂଲିଶ୍ ଲେକଚରର କୁ ତୁମ ମାନଙ୍କ ସାହସ ତ କମ୍ ନୁହଁ। ଆଜି ମୁଁ କ୍ୱେଷ୍ସନ୍ ଅଂସ୍ୱର୍ ପଚାରିବି ଦେଖିବା କେମିତି ଜବାବ୍ ଦଉଚ ତୁମେ ମାନେ । ଗୋଟି ଗୋଟି କରି ସମସ୍ତାଙ୍କୁ ଆଣ୍ଠେଇ ଦିଏ । ତୁମ ମାନଙ୍କୁ ଏମିତି ନକଲେ ଆଉ ହେବନି ।ଏମିତିରେ କ୍ଲାସ୍ ସରିଯାଏ।

ସମସ୍ତେ ସହକର୍ମୀ ମିସି ପୁଣି ଗୋପସପ୍ ଆରମ୍ଭ କରିଦିଅନ୍ତି ଯେ ଯାହାର କ୍ଲାସ୍ ଶେଷକରି। ଏମିତିରେ ୦୧:୩୦ପିଏମ୍ ବାଜି ଯାଏ ଆଉ ସମସ୍ତେ ଚାଲିଯାଆନ୍ତି ।କେବଳ ସେହି ଅଧ୍ୟାପକ ରୁହନ୍ତି ଯାହାର ଟିଉସନ କ୍ଲାସ୍ ଥାଏ।ସେଦିନ କ୍ଲାସ୍ ଥିଲା ଓଡ଼ିଆ ଅଧ୍ୟାପକ ମଳୟ ର ।

ଗୁପ୍ତ ଅଟୋ ରେ ଯିବାପାଇଁ ବାହାରୁଥିଲା

ପ୍ରୀନସିପଲ୍ : ଗୁପ୍ତ ମୁଭି ତୁମସହ ଆସୁଛି ।

ଗୁପ୍ତ : ଗୁଣ୍ ଗୁଣ୍ ହୋଇ କୁହେ ଯାହେଉ ଆଜି ଅଟୋ ଟଙ୍କା ଟା ମ୍ୟାଡ଼ାମ୍ ଦେଇଦେବେ ବୋଧେ ଆଉ ସେ ଖୁସି ହେଇଯାଏ। (ଯେତେବେଳ ଗୁପ୍ତ ର ଷ୍ଟୋପେଜ୍ ଆସିଛି),

ଗୁପ୍ତ : ଆରେ ଟଙ୍କା ଟା ମ୍ୟାଡ଼ାମ୍ ବାହାର କରୁନାହାନ୍ତି ଯେ ବାଧ୍ୟ ହୋଇ ଦୁହିଁଙ୍କ ଟଙ୍କା ଦେଇଦିଏ ।

ପ୍ରୀନସିପଲ୍ : ଆରେ ମୁଁ ତ ଦେଇଥାନ୍ତି ଆପଣ କାହିଁକି ଦେଲେଜେ! ଠିକ୍ ଅଛି ବାଏ ଗୁପ୍ତ ।

ଗୁପ୍ତ : ନମସ୍କାର ମ୍ୟାଡ଼ାମ୍।

(ଦୁହେଁ ଚାଲିଯାଆନ୍ତି)

ଗୁପ୍ତ : ରାଗିଯାଇ ଓଃ ମୋ ଦଶ ଟଙ୍କା ଟା ଗଲା। କାଲି ପୁଣି ମୁଁ ବିଳମ୍ବ କରିଯିବି ଦେଖିବା କିଏ ଦରମା କାଟିବ ତା ଚୁଟି ମୂଳ ରୁ ଉପାଡ଼ି ଦେବି ।

ଘରେ ପହଂଚିବା ମାତ୍ରେ ମାମା ଭାତ ଦେଲ ଆଉ କଣ କରିଛ? ସମୟ ଠିକ୍ ସଢେତିନି ବାଜିଥାଏ । ଓଃ ଶୋଇଚ ଶୀଘ୍ର ଦିଅ ଭୋକ ହେଲାଣି ଯେ ପେଟରେ ଖାଲି ମୂଷା ଦୌଡୁଛି।

ମାମା : ହଁ ଦଉଛି ରହିଯା ଟିକେ ଶାନ୍ତି ରେ ଟିକେ ଶୋଇବାକୁ ଦେବୁନି ତୁ... ଉଁ

(ମାର୍ଗଶିର ମାସ ଚାଲିଥାଏ ତା ସାଙ୍ଗକୁ ହାଡ଼ଭଙ୍ଗା ଶୀତ,

ପୁଣି ଉଠିବାରେ ଡେରି କରିଛି ପୂର୍ବପରି ନିତ୍ୟକର୍ମ ସାରି ଫ୍ରେସ ହୋଇ ବାହାରେ ସାଇକେଲ ରେ ମଳୟ ପାଖକୁ ପୁଣି ବିଳମ୍ବ ଆଜିଭି)।

ଗୁପ୍ତ ଓ ମଳୟ : ଆଜି ମ୍ୟାଡ଼ାମ୍ ବିଳମ୍ବ କରି ଆସନ୍ତୁ ନହେଲେ ରାଜନୀତି ବିଜ୍ଞାନ ବିଭାଗ ର ଅଧ୍ୟାପକ ଙ୍କୁ କଲ୍ କରିକହିବା ଟିକେ ଡେରି ରେ ମ୍ୟାଡ଼ାମ୍ ଙ୍କୁ ଧରି ଆସନ୍ତୁ ।ସତ କୁ ସତ ଆଜି ମ୍ୟାଡ଼ାମ୍ ଙ୍କ ବିଳମ୍ବ ହେଲା।

ମଳୟ : କଣ ଗୁପ୍ତ ସାର୍ ମ୍ୟାଡ଼ାମ୍ ଙ୍କୁ ଆଜି ପଚାରିବା କାହିଁକି ବିଳମ୍ବ କଲେ ବୋଲି,(ମୃଦୁ ହାସ୍ୟ ରେ )।

ଗୁପ୍ତ : କଣ ଚାକିରି ପିତା ଲାଗିଲାଣି ନା କଣ?

(ନିଜନିଜ କ୍ଲାସ୍ ଚାଲିଯାଇଛନ୍ତି ଦୁହେଁ)।

ଗୁପ୍ତ : ମନଖୁସି ରେ ଗୀତ ଗାଇଗାଇ ପ୍ରବେଶ କରିଛି ଦ୍ଵାଦଶ ଦ୍ଵିତୀୟ ବର୍ଷ(କଳା)କ୍ଲାସ୍ ।

ସମସ୍ତେ ଈଂଲିଶ ସାର୍ ଆସିଯାଇଛନ୍ତି କହି ଚୁପ୍ ହେଇଯାଆନ୍ତି। ସମସ୍ତ ଙ୍କ ପ୍ରିୟ ଈଂଲିଶ ସାର୍ । ସମସ୍ତଙ୍କୁ ପୂର୍ବଦିନ କୁହାଯାଇଥାଏ ଈଂଲିଶ ନୋଟ୍ ଦେବା ପାଇଁ କିନ୍ତୁ ସେ ଭିତରୁ ଲକୀ ଆଣିନଥାଏ ।

ଗୁପ୍ତ : ସମସ୍ତେ ଈଂଲିଶ ନୋଟ୍ ଦିଅ।

ଲକି : ଟିକେ ଟାଉଟର ରେ କେବେ କହିଥିଲେ ବୋଲି ଧମକାଇଲାଭୋଲି କହିଛି।

ଗୁପ୍ତ : ତା କାନ୍ଧ ଉପରେ ହାତ ପକେଇ କଣ ଗୋଟାଏ କହିବାକୁ ଉଦ୍ୟତ ହେବାବେଳେ

ଲକି : ମାେ କଲର୍ ଛାଡନ୍ତୁ ସାର୍ ବୋଲି ଚିତ୍କାର କରି ଉଠିଲା । ଗୁପ୍ତ :(ରାଗିଯାଇ) ବର୍ତ୍ତମାନ ତା କଲର୍ ଧରି ଅଣ୍ଠେଇବା ପାଇଁ କହିଛି ।

ଲକି : କ୍ଲାସ୍ ଛାଡ଼ି ଦେଖିନେବି କହି ଚାଲିଯାଇଛି।

(ଆଉ ଥରେ କ୍ଲାସ୍ ଆରମ୍ଭ କରିଛି ଗୁପ୍ତ ସେହିମୁହୂର୍ତ ରେ ରିସେଶବେଲ୍ ବାଜିଛି)।

ଲକି ର ବାପା ସେ ଏରିଆର ଶିକ୍ଷା ମନ୍ତ୍ରୀ ଥିଲେ ସେ ପୋଲିସ୍ କର୍ମଚାରୀ ମାନଙ୍କୁ ନେଇ ପହଂଚିଛନ୍ତି କଲେଜ କୁ ଏବଂ ସମସ୍ତଙ୍କ ସାମ୍ନା ରେ ପାଟିକରି କହିଛନ୍ତି ।

ଶିକ୍ଷା ମନ୍ତ୍ରୀ : କାହିଁ ସେ ଦୁଇ କଉଡ଼ି ର ଲେକଚରର୍ ତା ଇଂରାଜୀ ଭୂତ ଏବେ ଝାଡୁଚି ।ଆରେ କଣ ଭାବିଛି ସେ ନିଜକୁ ମୋ ବାପଭି ଜଣେ ବିଶ୍ଵବିଦ୍ୟାଳୟ ର ପ୍ରିନସିପଲ ଥିଲେ ୟେ ତ ସାମାନ୍ୟ ଅଧ୍ୟାପକ ଟେ ୟାର ପୁଣି ଏତେ ଭାଉ ମୋ ପୁଅ ଉପରେ ହାତ ଦେଇ ଦେବ।

ପ୍ରିନସିପଲ୍ ତଥା ଅନ୍ୟାନ୍ୟ କର୍ମଚାରୀ ମାନେ ସମସ୍ତେ ପାଟି ଶୁଣି ବାହାରକୁ ଆସି ଦେଖିଛନ୍ତି ଶିକ୍ଷା ମନ୍ତ୍ରୀଙ୍କୁ ଓ ପୋଲିସ୍ କୁ, ସମସ୍ତେ ପୂର୍ବରୁ ହିଁ ଗୁପ୍ତ ଠାରୁ ସବୁ ତଥ୍ୟ ବୁଝିନେଇଥିଲେ । ସେମାନେ ଜାଣିଥିଲେ ଯେ ଲକି ଜଣେ ବଦମାସ୍ ପିଲା ବୋଲି । ପ୍ରିନସିପଲ୍ ବୁଝେଇବା ସତ୍ବେ.....

ଶିକ୍ଷା ମନ୍ତ୍ରୀ : ହାତ ଉଠେଇ ଦେଇଛନ୍ତି ଗୁପ୍ତ ଉପରକୁ । ପୋଲିସ୍ : ଗୁପ୍ତ କୁ ଗିରଫ କରିନେଇଛି କେବଳ ଶିକ୍ଷା ମନ୍ତ୍ରୀଙ୍କୁ ଭୟ କରି।

ତାପରେ ସାରା ରାଜ୍ୟରେ ଶିକ୍ଷା ମନ୍ତ୍ରୀ ଙ୍କୁ ବିରୁଦ୍ଧକରି ବିକ୍ଷବ ଆରମ୍ଭ ହେଲା।

ଶିକ୍ଷା ମନ୍ତ୍ରୀ ସଂଜୟ ଦାସ ହାୟ ହାୟ

ଇତି ମଧ୍ୟରେ ୧୦ ଦିନ ବିତିଯାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କିଛି ସମାଧାନ ହୋଇପାରୁନି। ସମଗ୍ର ଓଡ଼ିଶାର ଅଧ୍ୟାପକ ଅଧ୍ୟାପିକା ମାନଙ୍କ ଠାରୁ ଆରମ୍ଭ କରି ଛାତ୍ର ଛାତ୍ରୀ ମାନେ ବହୁସଂଖ୍ୟାରେ ରାଜରାସ୍ତାକୁ ଓହ୍ଲାଉଛନ୍ତି।

ଶିକ୍ଷା ମନ୍ତ୍ରୀ : ଆରେ ସେ ଦୁଇ କଉଡ଼ି ର ଲକଚରର୍ ନକେଦମ୍ କରି ରଖିଛି । ଏ ସମସ୍ତେ ଅଧ୍ୟାପକ ଅଧ୍ୟାପିକା ମାନେ କଣ ଭାବିଛନ୍ତି ନିଜକୁ କଣ୍ ଅନଶନ ଆରମ୍ଭ କଲେ ମୁଁ କଣ ତାକୁ ଯାଇ କ୍ଷମା ମାଗେ! କଦାପି ନୁହଁ।

ପିଏ : ସାର୍ ଆପଣଙ୍କୁ ଦେଖାକରିବାକୁ ଓଡ଼ିଶା ବାହାରୁ କିଛି ଗୁଣ୍ଡା ମାଫିଆ......ସେମାନେ ଡ୍ରାଈଂ ରୁମ୍ ରେ ଅପେକ୍ଷା କରିଛନ୍ତି ।

ସଂଜୟ : ହଁ ଯିବା ଚାଲ୍ (ପ୍ରବେଶ କରିଛି ଡ୍ରଇଂ ରୁମକୁ)

ସଂଜୟ(ଶିକ୍ଷା ମନ୍ତ୍ରୀ) - ଆରେ ତୁମ ମାନଙ୍କୁ ବହୁତ୍ ସାହାଯ୍ୟ କରିଛି ପୂର୍ବପରି ବର୍ତ୍ତମାନ ତୁମମାନଙ୍କୁ ହତ୍ୟା କରିବାକୁ ପଡ଼ିବ।

ଲକି - ପ୍ରବେଶ କରି ହଁ ପୁରା ଟିକ୍ ଟିକ୍ କରିଦେଇ ଆସ ସେ ଗୁପ୍ତ କୁ! ତାର ପୁଣି ଏତେ ସାହସ ମାେ ମାେ ଉପରେ ହାତ ଉଠାଇବା କୁ ତା ହାତ ଆଉ ନ ରହୁ ।

ଗୁଣ୍ଡା ମାନେ : ହାତ କଣ ସାହେବ୍ ଜୀବନ ରହିବନି, ହା ହା ହା

(ଆଉ ଚାଲିଯାଇଛନ୍ତି କିଛି ଟଙ୍କା ସହ)।

ପିଏ : (ତରବରିଆ ଭାବେ) ସାର୍ ହାୟ ହାୟ କମାଣ୍ଡ ଙ୍କ ଫୋନ୍ ଆସିଛି ।

ସଂଜୟ : ଶୀଘ୍ର ଉଠି ଯାଇ କଥା ହେଇଛି....

ହାୟ କମାଣ୍ଡ : ଆରେ କଣ କରୁଛ? କାହିଁକି! ଏବେ ଏସବୁ ସଂଜୟ। ମୁଁ ସବୁକିଛି ଜାଣେ ତୁମ କାଣ୍ଡ କାରନାମା ଶୀଘ୍ର ଯାଇ କ୍ଷମା ମାଗିଲେ ବହୁତ୍ ଭଲ ନଚେତ୍! କିଛି ସମୟ ଭିତରେ ତୁମର ବହିଷ୍କାର କରାଯାଇଛି ବୋଲି ଟିଭି ରୁ ଶୁଣିବ ଯେ...।

ସଂଜୟ କିଛି କହିବା ଆଗୋରୁ ହିଁ ଫୋନ୍ କଟିଯାଇଛି।

ସଂଜୟ : ଆରେ ସେ ଗୁଣ୍ଡା ମାନଙ୍କୁ ଫୋନ୍ କର କିଏ,ନହେଲେ ମାେ ଗାଦୀ ଆଉ ରହିବନି ଯେ! ଓଃ ଫୋନ୍ ଲାଗୁନି! ବଦ୍ମାସ ଗୁଡାକ ମାେ ଗାଦୀ ଛଡେଇ ନେବେ ।

(କିଛି ସମୟପରେ)

ପିଏ : ସାର୍ କାମ ହେଇଯାଇଛି ସେ ଗୁପ୍ତ ଆଉ ଏ ଦୁନିଆଁ ରେ

ହିଁ ନାହିଁ ଜେଲ୍ ଭିତରେ ହିଁ ରାମ୍ ନାମ୍..

ସଂଜୟ : କଣ କହୁଛୁ କିରେ!

ପିଏ : ଏବେ ସେ ଜେଲର ଫୋନ୍ କରିଥିଲା ସାର୍।

ସଂଜୟ : ସବୁ ସରିଗଲା! ଟିଭି ଲଗେଇ ଦେଖିଲା ବେଳକୁ ନିଜ ଗାଦୀ ଯାଇଛି ପୁଣି ସେ ଜେଲର ସବୁକିଛି ସତ କହିଦେଇଛି ।

ଲକି : ବାପା ପୋଲିସ୍ ଆସିଲାଣି ଘରକୁ!

ସଂଜୟ: ତୁ ଘରେ ନରହି ଚାଲିଯାଅ ଶୀଘ୍ର ।

ଲକି : ଆଜ୍ଞା ବାପା(ଚାଲିଯାଇଛି)।

ପୋଲିସ୍ : ଧରିନେଇଛି ଲକି କୁ ମନ୍ତ୍ରୀ ସାହେବ୍ ଏବେ ତୁ ଚାଲ୍ ମାମୁଁ ଘରକୁ।

କିଛି ସମୟପରେ ରାଜରାସ୍ତାକୁ ଓହ୍ଲାଉଛନ୍ତି ବିରୋଧୀ ଦଳର ନେତାମାନେ ସାଙ୍ଗରେ ଗୁପ୍ତ ର ଚୁପଚାପ୍ ଶରୀର ।

ମଳୟ : ସେ ଶରୀର ସହମଧ୍ୟ ରାଜନୀତି ର ଅଙ୍କାବଙ୍କା ଖେଳ ।

ପରବର୍ତ୍ତୀ ସମୟରେ....

ସରକାର : ୧୦ ଲକ୍ଷ ଟଙ୍କା ସହାନୁଭୂତି ଦେଇଛନ୍ତି ଗୁପ୍ତ ପରିବାରକୁ କ୍ଷତିପୂରଣ ସ୍ୱରୂପ ।

ମଳୟ : ଶିକ୍ଷା ହାରିଯାଇଛି ଆଜି? ସତରେ ନା!

କପିରାଇଟ : ସୌମ୍ୟ ରଞ୍ଜନ ହୋତା


Rate this content
Log in

More oriya story from Lecturer Soumyaranjan Hota

Similar oriya story from Tragedy