SANJAYA KUMAR BEHERA

Comedy Drama Tragedy

3  

SANJAYA KUMAR BEHERA

Comedy Drama Tragedy

ଶିବ ଓ ବୃଷଭ

ଶିବ ଓ ବୃଷଭ

1 min
747


ଶ୍ରାବଣ ମାସ ସରିଗଲା । ମହାଦେବ ପ୍ରଭୁ ଶିବଶଙ୍କର ଥଣ୍ଡା ଜ୍ଜରରେ ଆକ୍ରାନ୍ତ ହୋଇଯାଇ ଡାକଛାଡିଲେ "ନନ୍ଦି , ଏନନ୍ଦି !" ବୃଷଭ ମହାପୁରୁ ନନ୍ଦି ଟିକିଏ ପରେ ପ୍ରବେଶ କରିକହିଲେ "ପ୍ରଭୁ ଶୋଷ ଲାଗିଲା ,ମାସସାରା ପାଣିଟିକିଏ ପିଇବା ପାଇଁ ପାଇନଥିଲି । ସେଥିପାଇଁ ପୋଖରୀ ଆଡକୁ ଚାଲିଯାଇଥିଲି ।

"ଶିବ-ତୁ ମାସସାରା ପାଣିଟିକିଏ ପାଇଲୁନାହିଁ ,ଅଥଚ ଏ ବାଳୁଙ୍ଗା ବାଳୁଙ୍ଗୀ ନିର୍ବୋଧ ଭକ୍ତ ଭୋକ୍ତାମାନେ !ଏଝଡି ବର୍ଷାରେ ବର୍ଷାପାଣି ନଦୀ ଗାଡିଆ ରୁ ଆଣି ମୋ ଦେହସାରା ଢାଳିଦେଳେ ।ଛିଛି କିଆଇଁଶିଆ ଗନ୍ଧ। ଗଂଜେଇ ନିଶାରେ କଉ କଉ ଯାଗାରୁ ପାଣି ଆଣି ଢାଳିଛନ୍ତି ! ବୃଷଭ-ପ୍ରଭୁ !ଆପଣ ମନା କଲେନାହିଁ?

ଶିବ-ଆରେ ଏମାନେପରା ମେଣ୍ଢାପ୍ରାୟ ମଣିଷ । ଥରେ ଶ୍ରାବଣ ମାସରେ ପ୍ରବଳ ବର୍ଷା ପାଇଁ ପୋଖରୀକୁ ଗାଧୋଇ ଯାଇପାରିଲି ନାହିଁ ।ଜଣେ ଭକ୍ତ ମନ୍ଦିରକୁ ପାଣିଆଣି ମୋତେ ଗଧାଇଥିଲା । ସେଇଦିନ ଠାରୁ ଏ ମେଣ୍ଢାପ୍ରାୟ ମାନବ ମୋ ସ୍ୱାସ୍ଥ୍ୟ କଥା କ'ଣ ଚିନ୍ତାକରୁଛି ! ମୋର ଇସନୋଫିଲିଆ ୨୯ ପାର ହେଲାଣି ।

ବୃଷଭ -ପ୍ରଭୁ ଆପଣ ଅସୁସ୍ଥ !ଏବେ କ'ଣ କରିବା !

ଶିବ-ଆରେ କଉ ଡାକ୍ତର ପାଖକୁ ଚାଲ ।

ବୃଷଭ-ପ୍ରଭୁ ସରକାରୀ ଡାକ୍ତରଖାନା ଗଲେ ,ରୋଗି ମାଳମାଳ ନର୍ସ ଦଳଦଳ ହେଲେ ଡାକ୍ତର ବିରଳ ଆଉ ଘରୋଇ ନର୍ସିଂହୋମରେ ଟଙ୍କାଖର୍ଚ ପ୍ରବଳ । ଶିବ-ଆରେ ଯାହା ମିଳିଲା ପୂଜକ ନେଲା ମୋ ଭାଗ୍ୟରେ ଏ ରୋଗଟାଥିଲା !ବୃଷଭ-ପ୍ରଭୁ ଚାଲଯିବ ଏଇପାଖରେଥିବା ମୋଚିହ୍ନା ଡାକ୍ତରଖାନା ।"ବୃଷଭ ,ଶିବକୁ ପିଠିରେ ବସାଇ ପଶୁ ଡାକ୍ତରଖାନାରେ ପହଁଚିଗଲେ ଏହାଦେଖି ପଶୁଡାକ୍ତର ଟଙ୍କିଆ କହିଲେ-"ହଇରେ ତତେ ଟିକିଏ ଲାଜ ନାହିଁ ।ରୋଗିଟା ଉପରେ ବସିଛୁ । ବୃଷଭ-ଆଜ୍ଞା ମୁଁ ନୁହେଁ ଇଏ ଶିବକୁ ରୋଗି । ଟଙ୍କିଆ ମୁଣ୍ଡରେ ହାତଦେଇ ଏ ଦୁନିଆରେ ମଣିଷପରି ବି ପଶୁ ଅଛନ୍ତି !" କାଳ ବିଳମ୍ବ ନକରି ଟଙ୍କିଆ ଚିକିତ୍ସା ଆରମ୍ଭ କରିଲେ ।ପଶୁପ୍ରାୟ ଶିବ ଆଣ୍ଠେଇଲେ ।ଟଙ୍କିଆ, ସିରିଂଜିକୁ ଧରି ଶିବ ପଛପଟେ ଲାଂଜଟାକୁ ଦରଣ୍ଡିଲେ ।


Rate this content
Log in

Similar oriya story from Comedy