SANJAYA KUMAR BEHERA

Others

3  

SANJAYA KUMAR BEHERA

Others

ପ୍ରଥମ ଦିନର ଛାଇ

ପ୍ରଥମ ଦିନର ଛାଇ

12 mins
679


2018 ମସିହା ନଭେମ୍ବର  ୨୮ ତାରିଖ ମୁଁ ପ୍ରଥମ କରି ଏକ ଘରୋଇ କମ୍ପାନୀରେ ଚାକିରୀ ଜୀବନ ଆରମ୍ଭ କରିଥିଲେ ମଧ୍ୟ  ପଶ୍ଚିମ ଓଡ଼ିଶାରେ ଲୋକମାନଙ୍କର ଦୁଇଦିନିଆ ଷ୍ଟ୍ରାଇକ୍ ପାଇଁ  ଡିସେମ୍ବର ୦୧ ତାରିଖରେ ବିଧିବଦ୍ଧ ଭାବରେ duty ରେ ଯୋଗଦେବାକୁ ପଡ଼ିଲା।     

   ଗଣେଶ ନାଗର ର  ଏକ ତିନି ମହଲା ବିଶିଷ୍ଟ କୋଠା ଘରର ଉପର ମହଲାରେ ପ୍ରଶାନ୍ତ ସାର୍ ରହୁଥିଲେ। ଯେହେତୁ ମୁଁ ତାଙ୍କ ରେଫର୍ ରେ ଏହି କମ୍ପାନୀ ରେ ଜଏନ କରିଥିଲି। ତେଣୁ ମୁଁ ଏକଭଡା ଘର ପାଇବା ପର୍ଯ୍ୟନ୍ତ ତାଙ୍କ ସହିତ ରହିବା ପାଇଁ ସେ ମୋତେ ଅନୁମତି ଦେଇଥିଲେ। ସେଦିନ ଥିଲା ଶନିବାର ସମୟ ସକାଳ 7:00am । ସ୍ନାନ ସାରି କଳା ରଙ୍ଗର ସେପ୍ଟି ସୋଜ୍ ଓ ଜ୍ୟାକେଟ, କମଳା ରଙ୍ଗର ସେପ୍ଟି ହେଲମେଟ ପିନ୍ଧି ରୁମ୍ ରୁ ବାହାରି ସିଡି ରେ ତଳକୁ ତଳକୁ ଓହ୍ଲାଇଲି। ସିଡି ର ଶେଷ ରୁ ଯଦି ଆରମ୍ଭ କରାଯାଏ । ପ୍ରଥମ ସୋପାନ ପାର ହୋଇ, ଦ୍ଵିତୀୟ ସୋପାନ ରେ ପହଞ୍ଚି ଜଣେ ମହିଳା ଙ୍କୁ ଦେଖିଲି । ମଥାରେ ସିନ୍ଦୂର ଟୋପା ନଥିଲା। ହାତରେ ଶଙ୍ଖା ସହ ଅଳ୍ପ ଚୁଡି । ଦେହରେ ନିଳ ରଙ୍ଗର ନାଇଟୀ ଗାଉନ। ନଇଁ ନଇଁ ଝାଡ଼ୁ କରୁଥାନ୍ତି। ବକ୍ଷସ୍ଥଳ ର ବକ୍ଷ୍ଯୋଜ ଦୁଇଟି ଦୋଳାୟମାନ ହେଉଥାଏ। ମୋ ଆଡ଼କୁ ଟିକିଏ ଚାହିଁ ପୁଣି ଝାଡ଼ୁ କଲେ । କିଛି ଷ୍ଟେପ ତଳକୁ ଖସି ଆସି ପୁଣି ଚାହିଁଲି। ସେ ଓଠ ଚାପି ହସିଲେ। ସିଡ଼ି ର ଚତୁର୍ଥ ସୋପାନ ରେ ପାଦ ଦେବା ପୂର୍ବରୁ ଆଖିକୁ ଉପରକୁ କରି ଚାହିଁଲି। ସେ ଓଠ ଚାପି ଏକ ଶବ୍ଦ ସୃଷ୍ଟି କଲେ,"ଉଁ…"। ଏହାର ଉପହାର ବୋଧହୁଏ ଓଠ ଚାପା ହସ ଟିଏ । 

   

   ବସ୍ ଷ୍ଟାଣ୍ଡ ରୁ ଏକ ଘରୋଇ ବସ୍ ରେ କମ୍ପାନୀ ଅଭିମୁଖେ ଯାତ୍ରା ଆରମ୍ଭ କଲି। ଗେଟ୍ ରେ ପ୍ରବେଶ କରିବା ସମୟରେ ମୋତେ ଟିକିଏ ଡର ଡର ଲାଗୁଥିଲା କାରଣ ମୋ ପାଖରେ ଗେଟ୍ ପାସ୍ ନଥିଲା। ଅବଶ୍ୟ ବିନା ଦ୍ଯୁଧାରେ ଗେଟ୍ ପାର ହୋଇଗଲି। କମ୍ପାନୀର ଚାରିପଟେ କଣ୍ଟା କଂକ୍ରିଟର ବାଡ଼ରେ ଆବଧ ହୋଇଥିଲେ ମଧ୍ୟ ,ପ୍ରବେଶ ଓ ପ୍ରସ୍ଥାନ ପାଇଁ  duty time ରେ ସେପ୍ଟିସୋଜ,ଓ ସେପ୍ଟି ହେଲମେଟ ବାଧ୍ୟତାମୂଳକ ଅବଶ୍ୟ ଆବଶ୍ୟକ ହେଉଥିଲା। ମଝିରେ ମଝିରେ କଣ୍ଟ୍ରାକ୍ଟରର Worker ମାନଙ୍କ ପାଇଁ ଗେଟ୍ ପାସ ଆବଶ୍ୟକ ପଡୁଥିଲା। କମ୍ପାନୀ ର ଏମ୍ପ୍ଲୋଇ ମାନଙ୍କ ମଧ୍ୟରୁ ସାମାନ୍ୟ କେତେ ଜଣ ପୁରୁଣା ବ୍ୟକ୍ତି ସେପ୍ଟି ହେଲମେଟ ନପିନ୍ଧି ଥିଲେ ମଧ୍ୟ ଗେଟ୍ ପାଖରେ ଭିତରକୁ ପ୍ରବେଶ କରିବା ପାଇଁ କୌଣସି ପ୍ରକାର ପ୍ରତିବନ୍ଧକ ନଥିଲା।

 

ଯେହେତୁ ମୁଁ SMS # 2 &3 ପାଇଁ ଜଏନ୍ କରିଥିଲି , Rolling mill ପାଖରେ biometric ଦେଇ ଇନ୍ କରିବାକୁ ପଡ଼ିଥିଲା। ମୁଁ Furnace ସାଇଡ଼ ରେ CCM # 3 ଗଲା ବେଳେ furnace ରୁ କିଛି slag ପଡ଼ିଲା। ମୁଁ ଚମକି ପଡିଲି ଆଉ କିଛି ସେକେଣ୍ଡ ପାଇଁ ସ୍ତବ୍ଧ ହୋଇଯାଇ ପାଦର ଗତିକୁ ଆଗକୁ ଆଗକୁ ବଢାଇଲି । CCM # 3 ପାଖରେ ପହଞ୍ଚିଲା ସମୟ ରେ ଜଣେ ୫୦କି ୫୫ବର୍ଷିୟ ବ୍ୟକ୍ତି ଡାକ ଛାଡ଼ିଲେ,”ସାହୁବାବୁ ନମସ୍କାର” । ମୁଁ ଚାରି ପଟକୁ ଚାହିଁଲି, ଭଦ୍ରବ୍ୟକ୍ତି ଜଣକ CCM ଉପରୁ,”CCM କୁ ଦେଖନ୍ତୁ ମୁଁ ଉପରେ ଅଛି ।“ ଆସୁଥିବା ଶବ୍ଦକୁ ଅନୁକରଣ କରି CCM କୁ ଦେଖିଲି ଜଣେ ବୟସ୍କ ବ୍ୟକ୍ତି, ମୁହଁରେ ପାଚିଲା ଦାଢ଼ି,୪/୫ ପ୍ରକାରର ଗାର ପଡ଼ିଥିବା ହାଫ୍ ସାର୍ଟ ରେ କଳା ରଙ୍ଗ ଛିଟିକା ଅପରିଷ୍କାର ଦେଖା ଯାଉଥାଏ। ମୁଣ୍ଡରେ କମଳା ରଙ୍ଗର ସେପ୍ଟି ହେଲମେଟ।


     ମୋ ଚାହାଣି ଆଉ ତାଙ୍କ ଚାହାଣି ପରସ୍ପର ସାମ୍ନା ସାମ୍ନି ହେଲା ପରେ ସେ ହସିଦେଇ ହାତ ହଲାଇଲେ। ମୁଁ ଚାରିପଟ କୁ ଚାହିଁ ପୁଣି ସେହି ଭଦ୍ରବ୍ୟକ୍ତିଙ୍କୁ ଚାହିଁଲି ।ଏଥର ସେ ଧିରେ ଧିରେ ତାଙ୍କ ହାତକୁ ସ୍ଥିର କରି ମୋ ଆଡ଼କୁ ଚାହିଁ ରହିଲେ । ମୁଁ ଲାଡେଲ କାର ପାର ହୋଇ ପୁଣି ସେ ବ୍ୟକ୍ତିଙ୍କ ଆଡ଼କୁ ଚାହିଁଲି, ସେ ସେମିତି ମୋ ଆଡକୁ ଚାହୁଁଥାନ୍ତି। କିଏ ଏହି ଭଦ୍ର ବ୍ୟକ୍ତି ଜଣକ, ମୋତେ କାହିଁକି ସେ ସାହୁ ବାବୁ ବୋଲି ସଂଵୋଧନ କରୁଥିଲା। କିଏ ସେ ସାହୁବାବୁ,ସତରେ କଣ ମୁଁ ତାଙ୍କର ଡୁପ୍ଲିକେଟ! ଏ କିପରି ସଂଭବ ଆମ ସଂପର୍କିୟ ମାନଙ୍କ ମଧ୍ୟରେ ଏମିତି ସାମଂଜସ୍ଯ ମୋ ନଜରରେ କେବେ ବି ଆସିନାହିଁ କି ଆମର କୌଣସି ସଂପର୍କୀୟ ମୋ ଜାଣିବା ଭିତରେ ଏଠାରେ ଜବ୍ ମଧ୍ୟ କରି ନାହାଁନ୍ତି।

   ୟାରି ଭିତରେ ମୁଁ ପହଞ୍ଚି ଗଲି CCM # 3 ର ଲାଡେଲ୍ ଏରିଆ ରେ। ସେଠାରେ ମୁଁ ଚକିତ ହୋଇ ଯାଇଥିଲି,ଏକ ଅଣ ଓଡ଼ିଆ welder କୁ ଦେଖି। ସେ ଗୋଟିଏ JB ସହିତ ଦୁଇଟି ଆଙ୍ଗେଲ୍ କୁ Welding କରୁଥାନ୍ତି। ମୁଁ ଯେତେବେଳେ ତାଙ୍କ ପାଖାପାଖି ଗଲି Welding ବନ୍ଦ କରି କହିଲେ," नमस्कार ଜି।" ମୁଁ କହିଲି नमस्कार । ସେ କହିଲେ  कैसे है  क्या प्रशांत साहब आ गए हैं? सब कुछ ठीक है। ମୁଁ କହିଲି, प्रशांत सर ADM बिल्डिंग में गए। ଜଣେ ଯୁବକ ସେହି ବ୍ୟକ୍ତି ଙ୍କୁ ପଚାରିଲେ,"यह कौन है"। Welder ଜଣଙ୍କ ଉତ୍ତର ଦେଲେ," Prasanta सर का भाई " । ଏହି ସମୟରେ ମୋ ମୋବାଇଲ ରିଙ୍ଗ ହେଲା। ପ୍ରଶାନ୍ତ ସାର୍ ଙ୍କ କଲ୍ ମୋବାଇଲ କଲ୍ ରିସିଭ କଲି,"ହଁ ସାର୍"। ମୋବାଇଲ ରେ ସେପଟୁ ପ୍ରଶାନ୍ତ ସାର୍ କହିଲେ,"ସଂଜୟ ବାବୁ! ଆପଣ CCM #3 ର Control room ରେ ଥାଆନ୍ତୁ, ମୁଁ ଟିକିଏ ଡେରିରେ ପହଞ୍ଚିବି"। ମୁଁ କହିଲି," okay ସାର୍" ମୁଁ CCM # 3 ର Control room ଦିଗରେ ଗତି କଲି। 

     ପ୍ରଥମେ SBO ROOM.ଏହି ରୁମ୍ ର ଚାରିକାନ୍ଥ ରେ ଲାଗିଥିବା ଗ୍ଲାସ୍ ଗୁଡିକ ରେ ସ୍ବଚ୍ଛତା ପ୍ରାୟ ହ୍ରାସ ପାଇଥିଲେ ମଧ୍ୟ ରୁମ୍ ଭିତରେ ରହି, ରୁମ୍ ବାହାର ର ପ୍ରାୟ ସମସ୍ତ ବସ୍ତୁ ଓ ମଣିଷ ମାନଙ୍କୁ ଚିହ୍ନଟ କରିବାରେ କୌଣସି ଅସୁବିଧା ହେଉନଥାଏ । SBO AND SWITCH BOARD କୁ ଥଣ୍ଡା ରଖିବା ପାଇଁ ଯେଉଁ କୁଲରଟି ଲାଗିଥିଲା, ସେଥିରେ ପାଣି ପମ୍ପ ଟି ଖରାପ ଥିଲା କି କ'ଣ ପାଣିର ଚକ୍ର ଯମାରୁ ସ୍ରୁଷ୍ଟି ହେଉ ନଥାଏ। ରୁମ୍ ବାହାର ଟା ହିଟ୍ ଏରିଆ ହୋଇଥିବା କାରଣ ରୁ ତଥାପି ସେହି କୁଲର ର ପବନ ଦେହକୁ ଭଲ ଲଗୁଥାଏ । ଚଟାଣ ଉପରେ ପଡ଼ିଥିବା କଳା ଡଷ୍ଟ ଆଉ ସେହି ଡଷ୍ଟ ଉପରେ ପଡ଼ିଥିବା ସେପ୍ଟି ସୋଜର ପାଦ ଚିହ୍ନ ରୁ ଜାଣି ହେଉ ନଥିଲା ଯେ କେତେ ଲୋକ ରୁମ୍ ଭିତରକୁ ଆସି ଫେରିଛନ୍ତି। ଯଦିଓ ତିନି ଚାରି ଜଣ ରୁମ୍ ରେ ଉପସ୍ଥିତ ଥିଲେ। ଆଉ ଦୁଇ ଜଣ ଧୋଷର କାଗଜ କାର୍ଟୁନ୍ ଖଣ୍ଡ ମାନଙ୍କ ଉପରେ ବସି ପ୍ରାତଃ ଭୋଜନ ରେ ବ୍ୟସ୍ତ ଥିଲେ।ଯେତେବେଳେ ମୁଁ Control Room ର door pull କରି ରୁମ୍ ଭିତରକୁ ପ୍ରବେଶ କଲି। ରୁମ୍ ର ଚଟାଣ ଓ କାନ୍ଥରେ ବ୍ଲାକ ଡଷ୍ଟ SBO ROOM ତୁଳନାରେ କମ୍ ଥିଲା। Panel କୁ ଆସିଥିବା ବା panel ରୁ ଯାଇଥିବା କେବୁଲ୍ root କୁ ଢଙ୍କା ଯାଇଥିବା ଆଇରନ ପ୍ଲେଟ୍ ଗୁଡିକ, ଉପରେ ସଂପୂର୍ଣ୍ଣ ଇନସ୍ଯୁଲେସନ ହୋଇଥିଲେ ମଧ୍ୟ ଅନେକ ଯାଗାରେ ଫାଙ୍କା ଫାଙ୍କା ଦେଖା ଯାଉଥିଲା। ଦୁଇଟା AC ର ତାପମାତ୍ରା 22ଂc ଥିଲେ ମଧ୍ୟ panel ର ତାପମାତ୍ରା ବୃଦ୍ଧି କାରଣରୁ ରୁମ୍ ଭିତରର ତାପମାତ୍ରା ସାଧାରଣ ରହିଥିଲା। କମ୍ପୁଟର ଟେବୁଲ୍ ପାଖରେ ରହିଥିବା ପ୍ଲାଷ୍ଟିକ chair ଦୁଇଟି କଳାଡଷ୍ଟ ରେ ଅପରିଷ୍କାର ହୋଇ ଯାଇ ଥିଲା। ମୁଁ ମନେ ମନେ କହିଲି,"ଆରେ କପଡା କାହିଁ! କିପରି ପୋଛିବି ଏତେ ସବୁ ଡଷ୍ଟ ।ମୋ ପୋଷାକ ତ ଅପରିଷ୍କାର ହୋଇଯିବ।କଉଠି ଅଛି କପଡା! ପାନେଲ୍ ଉପରେ ଅଛି କି?" 

   

      Panel ଉପରକୁ ନିରିକ୍ଷଣ କଲି। panel ଉପରେ କଳା ଡଷ୍ଟ  ଏତେ ମାତ୍ରାରେ ଥିଲା ଯେ,ତାହା କୌଣସି ଶବ୍ଦ ରେ ପ୍ରକାଶ କରିବା ସମ୍ଭବ ହେବନାହିଁ। ତଥାପି 2 Inch ମୋଟେଇରୁ କମ୍ ହେବନାହିଁ। ହେଲେ କପଡା ସେଠାରେ ଯମାରୁ ନଥିଲା। ଶବ୍ଦ ଶୂନ୍ୟ ସ୍ବରରେ ନିଜେ ନିଜକୁ ପଚାରିଲି, "ତାହାହେଲେ କପଡା କେଉଁଠି ମିଳିବ ?" କମ୍ପ୍ୟୁଟର ଟେବୁଲ୍ ର ଲକର ମାନଙ୍କୁ ଦେଖିଲି ,ଲକ୍ ହୋଇ ଥାଏ। AC switch off ଶବ୍ଦ   ଶୁଣି panel ପଟକୁ ବୁଲି ଚାହିଁଲି। ଦୁଇ ଜଣ ସ୍ତ୍ରୀଲୋକ ।ସମବୟଷ୍କା,। ସେ ଦୁଇ ଜଣଙ୍କୁ ଦେଖି ମନେ ହେଉଥିଲା। ଆମ ଗାଁ ଲୋକନୃତ୍ୟ ଦଣ୍ଡ ମହୋତ୍ସବରେ, ହାଡିଆଣୀ ଭୂମିକାରେ ଅଭିନୟ କରୁଥିବା ନାହ୍ଲୁ ନାୟକ ଓ କାଳିଆ ବାରିକ୍ କଥା। ମଞ୍ଚ ରେ ଜଣେ ଗୋରୀ ଆଉ ଜଣେ କାଳୀ ।ହେଲେ ଅଭିନୟ ବାସ୍ତବିକ୍ ମନେ ହୁଏ।

    

ଯଦିଓ ଏ ଦୁହେଁ ଦୁଇଟି ଖଡ଼ିକା ଝାଡ଼ୁ ଧରି ମୋ ଆଡ଼କୁ ଆସୁଥିଲେ। ମୁଁ ନିଶ୍ଚିତ ହୋଇ ଯାଇଥିଲି ଯେ,ଏମାନେ ରୁମ୍ ପରିଷ୍କାର କରିବା ପାଇଁ ଆସିଛନ୍ତି। ଅଭିନୟ କରିବାକୁ କେବେ ନୁହେଁ। ମୁଁ ରୁମ ବାହାରକୁ ଆସିଲି। ସେମାନେ ଅଳ୍ପ ସମୟରେ ରୁମ୍ ସଫାକରି ଦେଲେ। ଟିକିଏ ପରେ ମୁଁ ପୁଣି ରୁମ୍ କୁ ଫେରିଲି। ସେ ଦ୍ବି ଜଣ SBO ROOM ଝାଡ଼ୁ ମାରୁଥାନ୍ତି। 

ତୁରନ୍ତ ଚେୟାର ଓ ଟେବୁଲ୍ କୁ ନିରିକ୍ଷଣ କଲି। ପବନକୁ ନ ଶୁଭିବା ସ୍ବରରେ ଧନ୍ୟବାଦ ଜଣାଇଲି ।

। ସେମାନଙ୍କ ମଧ୍ୟରୁ ଅଧିକ ଚତୁର ଗୋରା ସ୍ତ୍ରୀ  ଲୋକଟି କହିଲା, "ତମେ ନୂଆ ଜଏନ୍ କରିଛ"। ମୁଁ ସେମାନଙ୍କ ପଟକୁ ମୁହଁ ବୁଲେଇ କହିଲି", ହଁ"। ଗୋରା ସ୍ତ୍ରୀ ଲୋକଟି କହିଲେ,"ପ୍ରଶାନ୍ତ ସାର୍ ଙ୍କୁ କହି ଆମକୁ ଝାଡ଼ୁ ଦ୍ବି ମୁଠା ଦେବେ"। କଳା ସ୍ତ୍ରୀଲୋକ ଜଣକ କାଳ ବିଳମ୍ବ ନକରି  କହିଲେ, "ଆମେ ବହୁତ ଥର କହିଲୁଣି ଆମ କଥା ଶୁଣୁ ନାହାନ୍ତି। ଆପଣ ମଗାଇ ଦେବେ"।ଓଠ ଚାପା ହସ ଟିଏ ହସି ଦେଇ କହିଲି,"ମୁଁ ଆଜି ନୂଆ ଜଏନ୍ କରିଛି, ତମେ ମାନେ ବହୁତ ଦିନ ହେବ କମ୍ପାନୀ ରେ କାର୍ଯ୍ୟରତ। ତୁମ କଥା ଯେଉଁ ଠାରେ ଶୁଣାଯାଇ ନଥାଏ ମୋ କଥା ସେଠାରେ ଶୁଣାଯିବ କିପରି?  ଗୋରା ସ୍ତ୍ରୀ ଲୋକଟି କହିଲା, "ପ୍ରଶାନ୍ତ ସାର୍ ତୁମ  ଭାଇ"। ମୁଁ ଚକିତ ହୋଇ ତାଙ୍କୁ ଚାହିଁ ରହିଲି। ଏହାର ଉତ୍ତର ମୋ ପାଖରେ ଥାଇ ମଧ୍ୟ ମୁଁ ନିରବ। ମୋତେ ଏମାନଙ୍କର କଥାବାର୍ତ୍ତା ଅଜବ ଲାଗିଲା। ସତରେ କ'ଣ ପ୍ରସାନ୍ତ ସାର୍ ଙ୍କ ସହିତ ମୋର କିଛି ସାମଜଂସ୍ଯ ରହିଛି !  ତାହା ହେଲେ ମୁଁ ନିଜକୁ ନିଜେ କାହିଁକି ଅନୁଭବ କରି ପାରୁନାହିଁ। ଏହି ସବୁ ଭାବନା ମନ ଭିତରେ ଲୋଚକାଳି ଖେଳୁଥାଏ ।

   

    ଅଳ୍ପ ସମୟ ମଧ୍ୟରେ ଜଣେ ଯୁବକ ଏକ ଖାତା ଧରି କମ୍ପ୍ୟୁଟର ଟେବୁଲ୍ ପାଖକୁ ଆସିଲେ। ମୋତେ ଦେଖି ପଚାରିଲେ, "ତମେ କଣ ଇଲେକ୍ଟ୍ରିକାଲ ଡିପାର୍ଟମେଣ୍ଟ ରେ ନୂଆ ଜଏନ୍ କରିଛ"। ମୁଁ କହିଲି," ହଁ" ମୋ ଆଡ଼କୁ ହାତ ବଢ଼ାଇ କହିଲେ,"ମୁଁ ଗାଣ୍ଡୁ ସାହୁ,JEE …….। ଏମିତି ବାର୍ତ୍ତାଳାପ ପରେ ସେ କମ୍ପ୍ୟୁଟର ରୁ କିଛି ମଟର ମାନଙ୍କର କରେଣ୍ଟ ରିଡିଂ ଲେଖିଲା । ଆଉ କିଛି ରିଡିଂ ତୁଳନାତ୍ମକ ଭାବେ ଅଳ୍ପ ବଢ଼ାଇ ଲେଖୁଥିଲା। ପଚାରିଲି, " କ'ଣ ଲେଖୁଛନ୍ତି"। ସେ ଉତ୍ତର ଦେଲେ, ମଟର ମାନଙ୍କର କରେଣ୍ଟ ରିଡିଂ ଲେଖୁଛି। ଅବଶ୍ୟ ଆଗରୁ ଲେଖା ଯାଉନଥିଲା। ମୁଁ ଆସିଲା ପରେ ଆରମ୍ଭ ହୋଇଛି।"ମୁଁ କହିଲି,"ହଁ ସତେ ନା କ'ଣ?"ସେ କହିଲା, ତମେ ପ୍ରଶାନ୍ତ ସାର୍ ଙ୍କୁ ପଚାରିଲେ ସେ ସବୁ କହିବେ। ଜଣେ ଇଲେକ୍ଟ୍ରିସିଆନ୍ ଜିତେନ ସାହୁ ଅଛନ୍ତି । ସେସବୁ ଲେଖିବା ପାଇଁ ଡାକିଲେ, ମୁଁ ଲେଖିଲି"। ମୋତେ ଲାଗିଲା ଲୋକ ଟା ଗୋଟେ ମିଛୁଆ ସହିତ ଟାଉଟର ହୋଇଥିବ। ନିଜକୁ ଜେଇଇ ବୋଲି କହୁଛି, ପୁଣି ଜଣେ ଇଲେକ୍ଟ୍ରିସିଆନ ଡାକିଲେ ଯାଇ ଲେଖୁଛି। ଜଣେ ଇଲେକ୍ଟ୍ରିସିଆନ୍ ତୁଳନାରେ ୟାର ଜ୍ଞାନ ବୋଧେ କମ୍।

    CCM ର ଗର୍ଜନ , panel ମାନଙ୍କର ମିଶ୍ରଣ ସ୍ବର ଆଉ  ଗାଣ୍ଡୁ ସାହୁର ତୁଛା ଫୁଟାଣି ମୋତେ ବେଶି ସମୟ Control Room ଭିତରେ ଅଟକାଇ ପାରିଲା ନାହିଁ। ମୁଁ ପମ୍ପ ହାଉସ panel ପଟକୁ ଯାଇ ଦେଖିଲି କମ୍ ବୟସ ର ବିବାହିତ ଓ ଅବିବାହିତ ମହିଳା ମାନଂକୁ। କାହାର ଛୋଟ ଛୋଟ ସ୍ତନ ତ କାହାର ମଧ୍ୟମ। କାହାର ମୁହଁରେ ମେଞ୍ଚା ମେଞ୍ଚା ବ୍ରଣ ତ କାହାର କଳାଦାଗ।କିଏ ଝାଡ଼ୁ କରୁଥାଏ ତ ଆଉ କିଏ ସହକର୍ମୀ ପୁରୁଷ ବା ମହିଳା ମାନଙ୍କ ସହିତ ଗପ ସପ ରେ ବ୍ୟସ୍ତ। ପୁଣି କିଏ କାହାକୁ ପ୍ରେମ ପାଇଁ ଆଖିରେ ଇସାରା କରୁଥାଏ। ହାତରେ ଠାରୁ ଥାଏ। ଆଉ ଏକ ଦୃଶ୍ୟରେ ମୁଁ ଓଠଚାପି ହସିଲି। Panel ପଛପଟୁ ଏକ ମହିଳା ଓ ଏକ ଯୁବକଙ୍କ ହାଲୁକା ସ୍ଵର ପବନ ରେ ଭାସି ଆସୁଥାଏ। ମହିଳା ଜଣଙ୍କ କହୁଥିଲେ, "ଦୁଇ ଜଣ ଗ୍ରାହକ ହେଲେ ₹ 1000 ଟଙ୍କା ନେବି" । ଯୁବକ କହିଲେ, "ତୁମେ ଯଦି ₹ 700 ଟଙ୍କା ନେବ, ତାହାହେଲେ  ₹ 1000 ଟଙ୍କାରେ ଆମେ କାହିଁକି ଦୁଇ ଜଣ ଅବିବାହିତ ଝିଅ ନ ଡାକିବୁ ।" ବୋଧହୁଏ ସେମାନେ ଦେହ ବ୍ୟବସାୟ ବା ଯୌନ ସଂପର୍କ ବାବଦରେ ଆଲୋଚନା କରୁଥିଲେ।

        ମଧ୍ୟାହ୍ନ ଭୋଜନର ସମୟ ହୋଇ ଯାଇ ଥିବାରୁ ମୁଁ ଗେଟ୍ ବାହାରେ ହୋଟେଲ ଖୋଜିଲି। ଗେଟ୍ ସାମ୍ନା ରେ Aamo gaan hotel . plant ର ଅନେକ କର୍ମଚାରୀ ସେଇ ଆଡ଼କୁ ମଧ୍ୟାହ୍ନ ଭୋଜନ ପାଇଁ ଯାଉଥିଲେ। ରିସିପ୍ସନ ରେ ଥିବା ହୋଟେଲ ର ମାଲିକର Welcome ଅତି ଆନଂଦ ଦାୟକ। ସେ ଗ୍ରାହାକ ମାନଙ୍କୁ ଡାକୁଥିଲେ," Dada, Babu, Mausa ,  sir, ଆଜ୍ଞା , ଆସନ୍ତୁ ମିଲ ରେଡି ଅଛି। ଆରେ ରତ୍ନାକର ଶିଘ୍ର ଟେବୁଲ୍ ସଫାକରି, ସାର୍ ଙ୍କୁ ଖାଇବାକୁ ଦିଅ।" ହୋଟେଲ ର ଗ୍ରାହକ ସଂଖ୍ୟା ଅଧିକ ଥିବାରୁ ବସିବା ପାଇଁ ଚେୟାର ର ଅଭାବ ଥିଲା। ତଥାପି ଲୋକ ମାନେ ଅପେକ୍ଷା ରେ ଥାନ୍ତି। ଯଦି କୌଣସି ଏକ ଟେବୁଲ୍ ରେ କୌଣସି ଏକ ଗ୍ରାହକ ତାଙ୍କର ଭୋଜନ ଶେଷ କରିବା ପୂର୍ବରୁ, ସେଠାରେ ଦୁଇ ତିନି ଜଣ ଗ୍ରାହକ ଅପେକ୍ଷା ରେ ଥାନ୍ତି। ମୁଁ ଅଧା ଘଣ୍ଟା ଅପେକ୍ଷା କଲାପରେ ବସି ଭୋଜନ କରିବା ପାଇଁଁ ସିଟ୍ ଗୋଟିଏ ପାଇଲି। ଛୋଟ ହୋଟେଲ । ଅତି ପରିଷ୍କାର ପରିଚ୍ଛନ୍ନତା ଖୋଜୁଥିବା ବ୍ୟକ୍ତି ମାନଙ୍କର ପାଦ ନପଡିଲେ ଭଲ। କିନ୍ତୁ ଅଳ୍ପ ରୋଜଗାର କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଉପଯୁକ୍ତ। ₹ 40 ଟଙ୍କା ପାଖରେ ଥିଲେ ମଧ୍ୟ ପେଟ ପୁରି ଯିବ। ₹10 ଟଙ୍କାରେ ଏକ ଚ୍ରୌପତି ଛୋଟ ଛୋଟ ମାଛ ଭଜା । ସେହି ମାଛ ଭଜା ଦେଖି ମୋର ମନେ ପଡ଼ିଗଲା ଛୋଟ ବେଳର କଥା। " ଆମର ଏକ ବିଲ ମାଳର ନାମ ଖଳିଢିପ । ଅଧିକ ବର୍ଷା ହେଲେ ଅଜା ସେଠାରେ ମାଛ ଧରିବା ପାଇଁ ମୁଗୁରା ବସାନ୍ତି। ମାଛଧରି ଘରକୁ ଫେରିଲେ MAA ଛୋଟ ଛୋଟ ମାଛ ମାନଙ୍କୁ ପଲମ ରେ ଭାଜି ଥାଏ "। ନିଜର ଘରୋଇ ଖାଦ୍ୟ ପରି ସ୍ବାଦିଷ୍ଟ ଆମ ଗାଁ ହୋଟେଲ ର ଖାଦ୍ୟ । ସେଥିପାଇଁ ତ ବସିବା ପାଇଁ ଯାଗା ଅଭାବ ସତ୍ୱେ ଲୋକ ମାନେ ଖାଇବାକୁ ଅପେକ୍ଷା କରନ୍ତି।

      

      ନିର୍ଦ୍ଧିଷ୍ଟ ସମୟ ପୁର୍ବରୁ ମୁଁ CCM # 3 ରେ ପହଞ୍ଚି ଗଲି। ମଧ୍ୟାହ୍ନ ଭୋଜନ ପରେ ସାମାନ୍ୟ ବିଶ୍ରାମ ଆବଶ୍ୟକ ହେଉଥିବା ବେଳେ Control Room ର AC ହାଓ୍ବା ଆଖିରେ ନିଦ ଭରି ଦେଉଥାଏ। ଅଳ୍ପ ସମୟ ପରେ ଦୁଇ ଜଣ ଯୁବକ ଆସିଲେ। ମୁଣ୍ଡରେ ଧଳା ରଙ୍ଗର ସେପ୍ଟି ହେଲମେଟ।  ଡେଙ୍ଗା ଆଉ ପତଳା ଯୁବକ ଜଣକ କହିଲେ,"ରାଜୁ ଏଇ ପୁରୁଣା କେବୁଲ୍ ନେଇ 11kv ଯିବ" । ରାଜୁ ପୁରୁଣା କେବୁଲ୍ ନେଇ Control room ରୁ ବାହାରି ଗଲା। କିଛି କ୍ଷଣ ମଧ୍ୟରେ ପ୍ରସାନ୍ତ ସାର୍ ଙ୍କ ସହିତ ଜଣେ ଯୁବକ ମୁଣ୍ଡରେ କମଳା ରଙ୍ଗର ସେପ୍ଟି ହେଲମେଟ ପିନ୍ଧି CCM #3 Control room କୁ ଆସିଲେ। ପ୍ରଶାନ୍ତ ସାର୍ ମୋତେ ସେମାନଙ୍କ ସହିତ ପରିଚିତ କରାଇବା ପାଇଁ କହିଲେ, " ଏ ହେଉଛନ୍ତି ସଂଜୟ କୁମାର ବେହେରା ଆମ ଡିପାର୍ଟମେଣ୍ଟ ରେ ନୂଆ ଜଏନ୍ କରିଛନ୍ତି। ଏ ହେଲେ Ashwini Kumar Pradhan ଆଉ ଇୟେ ଶଶିକାନ୍ତ ପରିଡ଼ା । Shashi ୟାକୁ ନେଇ CCM ବୁଲାଇ ଦିଅ"।

     

    ଶଶି ସହିତ ମୁଁ CCM #3 ର ଶିର୍ଷରେ ପହଞ୍ଚି ଗଲି। ସେଠାରେ ମଧ୍ୟ ବୟସ୍କ ଜଣେ କଳା ବ୍ଯକ୍ତି ଧଳା ସେପ୍ଟି ହେଲମେଟ ପିନ୍ଧି ଟିଣ ଡବାରେ ବସିଥିଲେ। ହାତରେ ରିମୋଟ ଧରି ଲାଡେଲ କୁ ଅପରେଟିଂ କରୁଥିଲେ। ଶଶି ମୋତେ ଗୋଟିଏ ପରେ ଗୋଟିଏ CCM ର electrical equipment ଉର୍ଦ୍ଧ୍ବ ରୁ ନିମ୍ନ ଯାଏଁ ଦେଖେଇ କହିଲେ,"ଏ ହେଉଛି ଲାଡେଲ୍ କର୍ ଟପ୍ । ତଳେ ରହିଛି ଯେଉଁ ଲାଡେଲ କାର ସେ ହେଲା ଵଟମ୍ ଲାଡେଲ କାର । ଏଇ ଦେଖ ଲାଡେଲ କାର ଲାଡେଲ୍ ରେ ଲିକ୍ଯୁଇଡ୍ ମେଟାଲ ନେଇ ଆସୁଛି" । Shashi  Lancing , power packed  ସହିତ ପରିଚିତ କରାଇଲେ । ତଳେ ଥିବା ଲାଡେଲ୍ ଏରିଆ କୁ ହାତ ବଢେଇ ଦେଖାଇଲେ ସେଠାରେ ଆଉ ଗୋଟିଏ power pack ଅଛି। ତା'ପରେ ଆମେ ଗୋଟିଏ ସିଡି ତଳକୁ ଓହ୍ଲାଇ ଆସିଲୁ। ସେଠାରେ Second lancing ପାଇପ ରେ ହଳଦୀଆ ସେପ୍ଟି ହେଲମେଟ ପିନ୍ଧି ଥିବା ଜଣେ ବ୍ୟକ୍ତି ଟିପ୍ସ ଲଗାଇଲେ। ଉକ୍ତ ଲାନସିଂ କୁ EOT କ୍ରେନ ଝୁଲାଇ ଧରି ଥିବା ଲିକୁଇଡ ମେଟାଲ ଭର୍ତ୍ତି ହୋଇଥିବା ଲାଡେଲ୍ ରେ ପ୍ରବେଶ କରାଇ ଡିସ୍ପ୍ଳେ କୁ ଅନାଇଲେ । ଡିସ୍ପ୍ଳେ ରେ 1680ଂCତାପମାତ୍ରା ଦେଖାଗଲା। ,2ଟି ତଣ୍ଡିସ କାର st-1 ଓ st-2, ଦୁଇ MOP, ଦୁଇ man cooler ଏବଂ Main Alarm panel ଦେଖିଲି। ଲାଡେଲ ରୁ କିପରି ଲିକ୍ଯୁଇଡ ମେଟାଲ ବାହାରେ, ମୁଁ ଦେଖିବା ପାଇଁ ଆମେ ଅଟକି ଗଲୁ। ଦୁଇ ଜଣ ଯୁବକ ଲାଡେଲ୍ ରେ ପାୱାର ପ୍ଯାକ ଲଗାଇଲେ। ଅଳ୍ପ ସମୟ ମଧ୍ୟରେ କିଛି ବ୍ଲାକ ଡଷ୍ଟ ପଡ଼ିଲା।କାଳ ବିଳମ୍ବ ନକରି କିଛି ବ୍ୟକ୍ତି ଲାଡେଲ ର ହୋଲ୍  କୁ ପରିସ୍କାର କରିବା ପାଇଁ  ସରୁ ଅମ୍ଳଜାନ ପାଇପ ଲାଡେଲ୍ ର ହୋଲ୍ ରେ ପ୍ରବେଶ କରାଇ ଥିଲେ। ଏହି ପରି ଦୁଇଟି ପାଇପ ଦୁଇ ଥର ପ୍ରବେଶ ପରେ, କୁମ୍ପି ବାଣ ରୁ ନିଆଁ ବିଛୁରିତ ପରି ଲିକ୍ଯୁଇଡ୍ ମେଟାଲ ଅଳ୍ପ କିଛି ବାହାରେ ପଡ଼ିଲା ଏବଂ ଲାଡେଲ୍ ରୁ ଆବଶ୍ଯକ ଅନୁସାରେ ଲିକୁଇଡ୍ ମେଟାଲ ତଣ୍ଡିସ ରେ ଜମା ହେଲା। ଯେହେତୁ ଆଗରୁ କାଷ୍ଟିଂ ଚାଲୁ ରହିଥିଲା, ତଣ୍ଡିସ ଠାରେ କିଛି ନୂଆ ଦେଖିବାକୁ ମିଳି ନଥିଲା। ତା'ପରେ ଆମେ ଆଉ ଏକ ସିଡି ତଳକୁ ଓହ୍ଲାଇ ଆସିଲୁ। ମଝିରେ ଆଫ୍ରୋନ ରୁମ୍ ଏବଂ ରୁମ୍ ର ଗୋଟିଏ ପାଖରେ ଦୁଇଟି oscillation ମଟର ଏକ ନିର୍ଦ୍ଦିଷ୍ଟ ତାଳରେ ଲିକ୍ଯୁଇଡ୍ ମେଟାଲ କୁ Oscillate କରାଉଥାଏ। ‌ଆଫ୍ରୋନ ରୁମ୍ ର ଆଉ ଏକ ପାର୍ଶ୍ୱ ରେ ଧନୁପରି ଦୁଇଟି Dommybar ରହିଛି। ଏହାର ଅପରେଟିଂ ପାଇଁ ଦୁଇଟି ମଟର ଲାଗିଛି। ପାଣିର speed ଜାଣିବା ପାଇଁ ରହିଥିବା ଫ୍ଲୋମିଟର ମାନଙ୍କୁ ଦେଖି ଗ୍ରାଉଣ୍ଡ କୁ ଉହ୍ଲାଇ ଆସିଲୁ। ଦୁଇଟି ହାଇଡ୍ରୋଲିକ ମଟର, ଦୁଇଟି withdrawal top motor, ଦୁଇଟି withdrawal button motor, ଦୁଇଟି Pyro mitre, ଦୁଇଟି PCRT motor, Shearing Machine , DRTର ଚାରୋଟି ମଟର, pushers,  stopper  , ଦୁଇଟି ସ୍କେଲପିଟ ମଟର,  ଷ୍ଟିମ exhaust ମଟର  ଆଦି ଦେଖାଇଥିଲେ। 

   

     ଏତେ ସବୁ ସାହଯ୍ୟ କଲାପରେ ମଧ୍ୟ ମୁଁ ଶଶିକାନ୍ତ ପରିଡ଼ା କୁ ଧନ୍ୟବାଦ ଜଣାଇବାକୁ ଭୂଲି ଯାଇଥିଲି। ତା'ପରେ ମୁଁ ପ୍ରସାନ୍ତ ସାର୍ ଙ୍କ ନିର୍ଦ୍ଦେଶ ଅନୁସାରେ CCM # 2 ରେ ଗଣପତି ବେହେରା ଙ୍କୁ ଦେଖିଲି। କ୍ଲାମ୍ପ ମିଟର ଧରି ଡ୍ରାଇଭ୍ ପାନେଲ ରୁ ମଟର ମାନଙ୍କର କରେଣ୍ଟ ରିଡିଂ ଲେଖୁଥିଲେ। ମୁଁ CCM # 2 ର Control Room ରେ ପହଞ୍ଚିଲା ବେଳକୁ ବୋଧହୁଏ ତାଙ୍କର ରିଡିଂ ଲେଖା ଶେଷ ହେଉଥାଏ। ଗଣପତି ବେହେରା Top to Bottom one by one CCM ର ପ୍ରତ୍ୟେକ Electrical equipment ସହିତ ପରିଚିତ କରାଇଲେ। ବାର୍ତ୍ତାଳାପ ମଧ୍ୟରେ ଗଣପତି ବେହେରା ଙ୍କୁ ପଚାରିଲି,"ଆଚ୍ଛା ବେହେରା ବାବୁ ତମେ ଆଗେ ଏହି କମ୍ପାନୀ ରେ ଜଏନ କଲ ନା Aswini Sahu" । ଗଣପତି ବେହେରା କହିଲେ, " ତା'ଠାରୁ ବହୁତ ଆଗରୁ ମୁଁ ଜଏନ୍ କରିଛି । କ'ଣ ହେଲା କି ?" ମୁଁ କହିଲି,"ନାହିଁ ସେମିତି କିଛି ନୁହେଁ Aswini Sahu  କହୁଥିଲା। ସେ ଆସିଲା ପରେ ସବୁ ରିଡିଙ୍ଗ ଲେଖା ଆରମ୍ଭ ହେଲା।" ଗଣପତି ବେହେରା ସାଧାରଣ ସ୍ବରରେ କହିଲେ,"ହଁ ସେଦିନ ମୁଁ ଛୁଟିରେ ଥିଲି। ଆମର ଅନ୍ୟ ଷ୍ଟାଫ୍ ମାନେ କହିଲେ ଯେ, ରୋଲିଂ ମିଲ୍ ପାଖରେ ଯେଉଁ ବଡ ପଡ଼ିଆ ଥିଲା ସେଠାରେ କମ୍ପାନୀ ର ସମସ୍ତ ଇଲେକ୍ଟ୍ରିକାଲ ଷ୍ଟାଫ୍ ଆସି ଯୋଗଦାନ କରିଥିଲେ ଏବଂ ଗାଣ୍ଡୁ ସାହୁଙ୍କ ଭାଷଣରେ ସମସ୍ତେ ମୁଗ୍ଧ ହୋଇ ନିଷ୍ପତି ନେଲେ ଓ ସବୁ ସାଇଡ଼ରେ ଲେଖିବା ଆରମ୍ଭ କଲେ।" ଆଉ ସେଦିନ ପ୍ରଶାନ୍ତ ସାର୍ ମଧ୍ୟ ଉପସ୍ଥିତ ଥିଲେ। ତାଙ୍କର ସେହି ମିଟିଂ ବାବଦରେ ଅଭିଜ୍ଞତା ବେଶି ଅଛି। ତାଙ୍କୁ ଥରେ ପଚାରିଲେ ଭଲ ହୁଅନ୍ତା।

   

  ଗଣପତି ବେହେରା ଙ୍କ କଥା ବାର୍ତ୍ତା ରୁ ମୁଁ ବୁଝିଗଲି ଗାଣ୍ଡୁ ସାହୁ ଗୋଟିଏ ଠକ ବ୍ୟକ୍ତି। ଅବଶ୍ୟ ଏମିତି ଅନେକ ପୁରୁଷ ଓ ନାରୀ ଅଛନ୍ତି , ଯେଉଁମାନେ କି ଅଜଣା ଅପରିଚିତ ବା ଅପରିଚିତା ବ୍ୟକ୍ତି ଟିଏ ଦେଖିଲେ ସହଯୋଗ ଆଳ ଦେଖାଇ ବକ୍ଷାଣି ଚାଲନ୍ତି। ଅସମ୍ଭବ କାର୍ଯ୍ୟ କିପରି ତାଙ୍କ ଦ୍ଵାରା ସହଜ ସାଧ୍ୟ, ନିଜ ନିଜର ପୈତୃ ପୁରୁଷଙ୍କ ସଂପତ୍ତି ଓ ପ୍ରାଧାନ୍ୟ କଥା। ନିଜ ନିଜର ଯୋଗ୍ୟତା କଥା । ଇତ୍ୟାଦି, ଇତ୍ୟାଦି  । ହେଲେ ତାଙ୍କ ମଧ୍ୟରୁ ଏ ଗାଣ୍ଡୁ ସାହୁଟା ବାଦ୍ ପଡନ୍ତା କିପରି !

  

  ମୁଁ ସନ୍ଧ୍ୟା 6:00pm ରୋଲିଂ ମିଲ ପାଖରେ out ହେବାକୁ ପଞ୍ଚିଂ କରି ଗେଟ୍ ବାହାର କୁ ଆସିଲି। ଅନେକ ଲୋକ ଗେଟ୍ ବାହାରେ ଗୋଟିଏ ଲୋକ ର ଚାରିପଟେ ଛିଡ଼ା ହୋଇଥିଲେ।  ଲୋକ ଟି ଛୋଟ ଛୋଟ ଜୀବନ୍ତ ମାଛ ବିକ୍ରୀ କରୁଥିଲା। କେତେକ ମାଛ ପାଣି ଅଭାବରୁ ଛଟପଟ ହେଉଥିଲା ବେଳେ ଆଉ କେତେକ ମାଛ ମରି ସାରିଥିଲେ। ଏକଥା ନିରାଟ ସତ୍ୟ ଯେ ପାଣି ଶୂନ୍ୟ ମାଛ ଆଉ ଅମ୍ଳଜାନ ଶୂନ୍ୟ ମଣିଷ ମଧ୍ୟରେ କୌଣସି ସାମଞ୍ଜସ୍ୟ ନାହିଁ।


Rate this content
Log in