STORYMIRROR

Gayatree Swain

Drama

3  

Gayatree Swain

Drama

ଶେଷ ଯଦିଓ କିନ୍ତୁ ଶେଷ ନୁହେଁ

ଶେଷ ଯଦିଓ କିନ୍ତୁ ଶେଷ ନୁହେଁ

3 mins
198

" ହଁ, ମାନୁଛି ମୁଁ ଯେ ମୁଁ ତୁମକୁ ବହୁତ କଷ୍ଟ ଦେଇଛି, ହେଲେ ମୋର ପ୍ରତ୍ୟେକ କଷ୍ଟ ବଦଳରେ ତମେ ମତେ ନୂଆ ନୂଆ ଖୁସିର କାରଣ ଦେଇଛ... ମୋ ପାଖେ ପାଖେ ରହି ନିଜକୁ ଏକା କରିଦେଇଛ ସତ କିନ୍ତୁ ମତେ ଜାଣିବାକୁ ଦେଇନ, ମୋ ଖୁସି ଦର୍ପଣରେ ନିଜ ମୁହଁକୁ ଖୋଜିଆସିଛ.. କିନ୍ତୁ ଆଜି ପର୍ୟ୍ଯନ୍ତ ମୋ ଠୁ ଗୋଟିଏ ହେଲେ ବି ଉତ୍ତରର ଆଶା ରଖି ନାହଁ... କି ଉତ୍ତର ଅବା ଆଶା ରଖିବ, 

ସବୁ ଜାଣିକି ବି ହୁଏତ ମୁଁ ଅଜଣା ଆଉ ସବୁ ବୁଝିକି ବି ହୁଏତ ଏ ମନ ଅବୁଝା.. 

ସମ୍ପର୍କର ମାଳାରେ ନିଜକୁ ସୁତା କରି ବନ୍ଧନ ସବୁକୁ ଗୁନ୍ଥି ଧରିଛ, "...

(-ହେଲେ ଟିକେ ବି ଗର୍ବ ନାଇଁ.... ) 


ନିସ୍ତବ୍ଧ ବ୍ୟାକଗ୍ରାଉଣ୍ଡ ଶୂନ୍ଯତାକୁ ଅତି ନିର୍ମମ ଭାବେ ଭାଙ୍ଗି ଦେଇ ହସି ଉଠିଲା ରାଣୀ... ୟାକୁ ତୁ ଲେଖିଛୁ !!! ଆଉ ଏଇ ଡାଇଲଗ ଗୁଡା ଝିଅର ନା ! ବିଚାରି ଝିଅଟା, ମାନେ କି ମୁଁ!! 

ଆଉ ଇଏ କଣ ତୁ କାଇଁ ଏଥିରେ ମୁଁ ତତେ ତମେ ତମେ କହି କହୁଥିବାର ଲେଖିଛୁ ? ରାଜା ନାଁ ପାଇଛୁ ବୋଲି କ'ଣ ମୁଁ ତୋ ରାଣୀ ନା କ'ଣ...ମୁଁ ହେବିନି ତୋ କାହାଣୀରେ ହିରୋଇନ ଯା...ତୁ ଆଉ କାହା ନାଁ ଦେ

ଆଉ କଣ ଟା ଲେଖିଥାନ୍ତି, ସବୁ ଷ୍ଟୋରିରେ ତ ହିରୋଇନ, ହିରୋକୁ ତମେ ତମେ ବୋଲି କୁହେ , ଏଇଟା କଣ ତୁ ଜାଣିନୁ ନା କ'ଣ -- ଉତ୍ତର ଦେଲା ରାଜା। 

ରାଣୀ- ଆଉ ସବୁ ଫିଲ୍ମ ରେ ତ ହିରୋଇନକୁ ହିରୋ ତୁ ତା କହେ ନା ମନେ ମନେ ହିରୋ ଆଉ । ଆଛା କହିଲୁ ମତେ , ଏମିତିକା କଦର୍ୟ୍ଯ ଲେଖା ତୋ ମୁଣ୍ଡକୁ କେମିତି ଆସିଲା ? ତୁ ମୋରି ଗୁଆ ଦିଆ ବେଷ୍ଟ ଫ୍ରେଣ୍ଡ ଟି.. ମତେ କାଇଁ ଡାଉଟ ହେଲାଣି.. 

ରାଜା- ହାକ୍, ତୋର ଗୋଟେ କୋଉଠି ଟିକେ କିଛି ନାହିଁ, କାହାର କଣ ତୋର ଖାଲି ସବୁେବେଳେ ଥଟ୍ଟା.. କେତେ ଫିଲ ଦେଇକି ମୁଁ ଲେଖିଥିଲି ଆଉ ତୁ ଏମିତି ଏମିତି ରେ ପଢିଦେଲୁ .. ଦେ ଛାଡ ତତେ କହିବାଟା ବ୍ରୁଥା । ଗୋଟିଏ ଧାଡି କୁ ଭାବନାର ସହ ଗଢ଼ିବା କେତେ କଷ୍ଟ ଜାଣିଛୁ ନା ନାଇଁ. 

ରାଣୀ - କିଛି କଷ୍ଟ ନୁହଁ , ଯେପର୍ଯ୍ୟନ୍ତ ସେହି ଭାବନାଗୁଡିକୁ ନିଜେ ଅନୁଭବ ନ କରିଛୁ , ତାହେଲେ ତତେ କଷ୍ଟ ହେଉଛି ନା ସହଜ?? ତତେ କଷ୍ଟ ହିଁ ହେଉଥିବ.. ତୁ କେମିତି ସେ ଭାବନାକୁ ଭାବିପାରିବୁ ଯେ... 

ରାଜାର ହୃଦୟରେ ରାଣୀ ପାଇଁ ଭରପୁର ଭଲପାଇବା ଥାଏ କିନ୍ତୁ କେବେ ମୁହଁ ଖୋଲିନି ସେ.. ଗୋଟେ ସମ୍ପର୍କ ଗଢିବାକୁ ଯାଇ ଆଉଗୋଟେ ସମ୍ପର୍କକୁ ଭାଙ୍ଗିବାକୁ କେବେ ସେହି ହ୍ରୁଦୟ ହିଁ ପରମିଶନ ଦେଇନି । 

ଗୋଟେ ପଟେ ବନ୍ଧୁତା ତ ଆଉ ଗୋଟେ ପଟେ ଭଲପାଇବା.. ବନ୍ଧୁତାର ସହରରେ ଭଲପାଇବାର ଗଳି ମିଳିପାରିବ ସତ କିନ୍ତୁ ଭଲପାଇବାର ସମୁଦ୍ରରେ ସେହି ପୁରୁଣା ବନ୍ଧୁତା ନାମକ ଲହରୀ ମିଳିବା ବହୁତ କଷ୍ଟ, ଏକଥା ବୁଝିଥିଲା ରାଜା.. 

ରାଣୀ- ଫେରେ ହଜିଗଲୁ କୁଆଡେ... ତତେ ମୁଁ କେତେ ଖୋଜିବି ଯେ.. ମୋ ଆଖି ଆଗରେ ଥାଇ କୋଉ ଗୋଟେ ଅଲଗା ଦୁନିଆରେ ହଜିଯାଉଛୁ ତୁ .. ।

ରାଜା - ତୋ ଦୁନିଆରେ.. 

ଚୁପ୍ ହେଇଗଲା ରାଣୀ କିଛି ସମୟ.... 

ରାଜା- ହଁ ତୋରି ଦୁନିଆରେ, ନିଜେ ମୋର ହାତ ଧରି ନେଇଯାଉଛୁ ତୋ ସାଙ୍ଗେ, ଆଉ ଛାଡି ଦେଉଛୁ ମତେ ସେହି ଅଜଣା ଦୁନିଆରେ ତତେ ଖୋଜିବା ପାଇଁ, ହେଲେ ମୁଁ କେବେ ହାର୍ ମାନେନି.. ପ୍ରତ୍ୟେକ ଥର ତତେ ଜିତେଇବା ଜିଦିରେ ହରେଇଦିଏ ନିଜକୁ, ସେ ହାର୍ ମୋ ପାଇଁ ହାର୍ ଜମା ବି ନୁହଁ...ବିଲ୍କୁଲ ନୁହଁ,ବହୁତ ଭଲ ଲାଗେ ମତେ ଯେତେବେଳେ ତୁ ମୋ ସାଥେ ସାଥେ ରହିଥାଉ.. ମୋ ପାପୁଲିକୁ ଛନ୍ଦିଥାଉ ତୋ ପାପୁଲି ସହ, ତୋ ଆଖି ଆଗରେ ମୁଁ ଥାଏ ସତ କିନ୍ତୁ ମୋ ଭାବନାର ସହରରେ ତୋ ହାତ ଧରି। ତୁ ତ ଏତେ ବି ସୁନ୍ଦର ନୁହଁ ହେଲେ ବି କେଜାଣି କାହିଁକି ମୋ ଆଖିକୁ ସବୁଠୁ ସୁନ୍ଦର ତୁ ହିଁ ଲାଗୁ ।

ରାଜାର କଥା ସବୁ ଶୁଣି ରାଣୀର ହ୍ରୁଦୟ ଯେମିତି ଥରହର ହେଉଥାଏ.. ଏଇ ବନ୍ଧୁତା ଓ ଭଲପାଇବା ଭିତରେ ଥିବା ଗହଳିରେ ନିଜକୁ ହଜେଇଦେବ କାଳେ ଭାବି ଡରିଯାଇଥିଲା ସେ ଓ ମନ ଦ୍ରୁଢ କରି ଯେତେବେଳେ ରାଜା କୁ ପଚାରିଲା, 

କଅଣ ଏସବୁ ?

ରାଜା ଟିକେ ବାସ୍ତବତାକୁ ଫେରିଆସି ନିଜ ମନକୁ ଦ୍ରୁଢ କରି ଉତ୍ତର ଦେଲା ଡେମୋ .. ଆଉ କଣ ବୋଲି ତୁ ଭାବିଲୁ କି, ଆରେ ତୁ କହିଲୁ ତ ସତସତିକା ଫିଲ୍ କଲେ ଲେଖିବାକୁ କଷ୍ଟ ହେବନି, ବାସ୍ ସେହି ନଥିବା ଜିନିଷର କଳ୍ପନା କରୁଥିଲି.. 


ଦୀର୍ଘ ନିଶ୍ବାସ ନେଇ ରିଲାକ୍ସ ହେଲା ରାଣୀ, 

ହେଲେ କଥାରେ କଥାରେ ଯେ ରାଜା ତା ମନ କଥା କହିସାରି ଥିଲା ଏକଥା ରାଣୀ ଆଉ ବୁଝିପାରିଲାନି । 

ସେଦିନ ହୁଏତ ସେ ୨ ଜଣଙ୍କର ଥିଲା ଶେଷ ଦେଖା,Higher Study ପାଇଁ ରାଣୀ ବାହାରକୁ ଗଲା । କେବେ ଫେରିବ, କୋଉଠି ରହିବ ଏକଥା ସେ ନିଜେ ବି ଜାଣିନଥିଲା, ଫେରିବା ପରେ ସେ ସେହି ପୁରୁଣା ରାଣୀ ଥିବ ତାର ବି କିଛି ଗ୍ୟାରେଣ୍ଟି ନଥିଲା ,ଖାଲି ଥିଲା ତ ରାଜା ର ରାଣୀ ଉପରେ ସେହି ପୁରୁଣା ବିଶ୍ବାସ ଯେ ସେମାନେ ଆଉଥରେ ନିଶ୍ଚୟ ଦେଖାହେବେ ଆଉ କଥା ବି ହେବେ ସେହି ପୁରୁଣା ରାଜା ଓ ରାଣୀ ଭଳି... 

ସେହି ପୁରୁଣା ବେଷ୍ଟ ଫ୍ରେଣ୍ଡ ଭଳି.... 

A relation that never dies... - Friendship.. ।



Rate this content
Log in

Similar oriya story from Drama