STORYMIRROR

Abinash Das

Tragedy

3  

Abinash Das

Tragedy

ଶେଷ ଶିଶିର

ଶେଷ ଶିଶିର

2 mins
14.6K


                   [] [] [] ୧ [] [] []

ସେ ରାତିରେ ପଡୁଥିବା ସବୁତକ ତୁଷାରବିନ୍ଦୁକୁ ସାଉଁଟି ଚାଲିଥିବା ସେ ଯୁବକଟି ହୋଇପଡିଥିଲା ନିଜେ ଗୋଟିଏ ତୁଷାର ....ସେଇ ଧବଳ କାନଭାସ୍ ଉପରେ ଛାତିତଳ ତତଲା ନାଲିଆ ଜିନିଷରେ ଆଙ୍କୁଥିଲା କିଛି ଛବି.......

ବାସ୍ ତାର କଣ ବା ଯାଏ... ଜୀବନକୁ ଜୀବନ ଦେବ ବୋଲି ଆସିଛି ସେ ସେଇ ଜାଗାକୁ.... ହଁ ଗାଁ ରେ ତାର ସୁନ୍ଦର ପରିବାର କୁ ଛାଡି... ସବୁଦିନ ନହେଲେବି ମଝିରେ ମଝିରେ ତାଙ୍କ କଥା ବୁଝାବୁଝି କରେ....

ଘରଣୀ ସହ ଭଲଭାବେ ଦିନେ ଶାନ୍ତ ନିସ୍ତବ୍ଧ ରାତିରେ ଛାତ ଉପରେ ସେ ଅଲଜୁକ ଜହ୍ମକୁ ଦେଖିନଥିବ । ମୋ ଭଳିଆ କେତୋଟି ହତାସିଆ ପ୍ରେମିକ ଅଥବା ଗାଳ୍ପିକର ପୋଷ୍ଟରେ ନିଜ ମନକୁ ବୁଝାଇଦିଏ... କାରଣ ଏ ହତାସିଆ ଲେଖିଥାଏ "ଦୂରତା ରହିଲେ ବ୍ୟାକୁଳତା ଆଉ ବ୍ୟାକୁଳତା ପରେହିଁ ପ୍ରେମ ବଢିଥାଏ " ....

କେତେ ସହଜରେ ନେଇଯାଏ ସେ ତୁଷାର ହୋଇଯାଇଥିବା ଯୁବକଟି....କଣ ତାର ତ ମୋ ଭଳି ହତାସିଆ ହୃଦୟ ନଥାଏ ହେଲେ ସେ କରିଦିଏ ତା ହୃଦୟକୁ ପଥର....ଭାବିନିଏ ଦୂରତା ରହିଲେହିଁ ..............

ସ୍ତ୍ରୀ ତାର ଦୈହିକ ସୁଖଃପାଇଁ ସେ ଜ୍ୟୋତ୍ସା ରାତିରେ ଚେଇଁ ରହେ ପୁଣି କେବେ କେବେ ସାରା ରାତି ଜାଗର ଜାଳି ଶିବ ଶଙ୍କର ପାଖରେ .... ଏଇ ନେଉଥିବା ନେତା ଙ୍କ ପରି ବିଦେଶାଗତ କ୍ୟାଣ୍ଡେଲ୍ ଧରି ରାଜ ରାସ୍ତାରେ ରାଲି ଅଥବା ବିଜୟ ପାଇଁ ଆଶୀଷ ଭିକ୍ଷା କରେନି .... ଏମାନେ ଆଶିଷ ନୁହଁ ଭୋଟ ବ୍ୟାଙ୍କ ରାଜନୀତି ପାଇଁ...

ହେଲେ କେମିତି ଜାଳିବନି ସେ ଜାଗର .... କାରଣ ସେ ପରା ତାର ପତି ପରମେଶ୍ୱରଙ୍କ ଜୀବନ ପାଇଁ ଦୀପ ଯଜ୍ଞ କରୁଛି ; ପୁଣି ସେଇ ବିଦେଶୀଙ୍କ ସହ ଲଢିବେ ବୋଲି ତା ସ୍ୱାମୀ ପାଲଟିଯାଇଛନ୍ତି ତୁଷାର .... ସେ କେମିତି ବିଦେଶୀ ଙ୍କ କ୍ୟାଣ୍ଡେଲ୍ କୁ ଆପଣେଇନେବ ?

             [] [] [] ୨ [] [] []

- ହଁ କେମିତି ଅଛ ମୋ ଧନ !

- ହଁ ଲୋ ଚଚଲି ... ଭଲ ଅଛି ... ଗତକାଲି ରାତିରେ ଚିନ୍ ସୀମାରୁ ବୋମା ମାଡ ହେଉଥିଲା.... ମୋର ସେତେବେଳେ ଡ୍ୟୁଟି ନଥିଲା .... କ୍ୟାମ୍ପରେ ଥିଲି .....

ବାସ୍ ଏତିକି ହିଁ ଧନ ଆଉ ଚଗଲି ମଧ୍ୟରେ କଥା ବାର୍ତ୍ତା.... ଫୋନ୍ କଟିଗଲା.... 

ଚଗଲି କେତେ ସରାଗରେ ଫୋନ୍ କରିଥିଲା ତାଙ୍କର ମ୍ୟାରେଜ୍ ଆନିଭର୍ସାରୀ ପାଇଁ....

   [] [] [] ୩ [] [] []

ଭାରତ ମାତା କି ?  

-ଜୟ 

ଅମର ଜବାନ !

-ଅମର ରହେ 

-ବିକ୍ରମ୍ ଦାସ୍

-ଅମର ରହେ

ବାସ୍ ବାହାଘରର ଗୋଟିଏ ଶିଶିର ଅପେକ୍ଷାରେ ଆଉ ଏବେ କରିବାକୁ ପଡିବ ପ୍ରତିକ୍ଷା....ଶେଷ ଶିଶିର ର ଶିଶିର ବୁନ୍ଦା ତୁଷାର ହୋଇଥିବା ଦେହ ଉପରେ ପଡୁଥିଲା ....

ବୋଧ ହୁଏ ବିକ୍ରମ୍ ଦାସ୍ ର ଶବ ଉପରୁ ଶୁଭୁଥିଲା :- " ମୁଁ ଗର୍ବରେ କହୁଛି ମୁ କଥା ଦେଇ କଥା ରଖିପାରେନି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy