Alok Behera

Thriller

2.5  

Alok Behera

Thriller

ସେଦିନର ବର୍ଷା ରାତି

ସେଦିନର ବର୍ଷା ରାତି

5 mins
7.4K


ରାକେଶ ନିଜ ଅଫିସ କାମ ସାରି ଦୀର୍ଘ ନିଶ୍ଵାସ ନେଇ କିଛି ସମୟ ଆଖି ବୁଝି ବସିପଡ଼ିଲା ସେହି ଦଫ୍ତର ରେ।ବାହାର ଝରକା ବାଟ ଦେଇ ଦେଖେ ତ ବର୍ଷା ହେବାରେ ଲାଗିଲା ନି।ତେଣୁ ଘରକୁ ଯିବାରେ ଟିକେ ଅସୁବିଧା ହୋଇପାରେ ସମୟ ଦେଖିଲା 8 ଟା ବାଜିଛି ଅଫିସ ର ଲୋକ ମାନେ ନିଜ ନିଜ କାମ ସାରି ସନ୍ଧ୍ୟାରୁ ଯାଇ ସରିଲେ ନି।କାରଣ ରାକେଶ ସେଦିନ over time duty କରୁଥିଲା ।କାମ ତ ସରିଲା କିନ୍ତୁ ବାହାରେ ଯେହେତୁ ବର୍ଷା ହେଉଛି କେମିତି ଯିବ ଘରକୁ।ଘର କହିଲେ ତାହାର ସ୍ତ୍ରୀ ଆଉ ବାପା ମା।ତେଣୁ ବିଳମ୍ବିତ ହେଲେ ହୁଏ ତ ସେମାନେ ଚିନ୍ତିତ ହୋଇବେ।ତେଣୁ ସେ ଆଉ ବିଳମ୍ବ ନ କରି ନିଜ ଘରକୁ ବାହାରିଲା।କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଅଫିସର ଜଗୁଆଳି ରଘୁ ତାଙ୍କୁ ରାତିରେ ସେ ରାସ୍ତା ଦେଇ ଯିବାକୁ ମନା କଲେ ଯେଉଁ ରାସ୍ତା ଦେଇ ରାକେଶ ସବୁଦିନେ ଘରକୁ ଫେରେ।କିନ୍ତୁ ସେ ସନ୍ଧ୍ୟାରେ ଫେରେ କିନ୍ତୁ ସେଦିନ ରାତି ବହୁତ ହୋଇ ସାରିଥିଲା।ତେଣୁ କିଛି କାରଣ ହେତୁ ସେ ରାକେଶକୁ ଏତେ ରାତିରେ ସେ ରାସ୍ତାରେ ଯିବାକୁ ମନା କଲା।କାରଣ ରାକେଶ ବିଷୟରେ ରଘୁ ସବୁ ଜଣେ ତାଙ୍କରି ଗାଁ ର ହି ଲୋକ କିନ୍ତୁ ରାକେଶ ସହର ରେ ରହି ପାଠ ପଢିବାରୁ ଗାଁ ରେ ସେ ବେସିଦିନ ରହି ନାହିଁ ଏହି ଦୁଇ ସପ୍ତାହରେ ସେ ନିଜ ପାଠ ସାରି ଗାଁ କୁ ଫେରିଛି ଆଉ ସେ ଏହି ଅଫିସ join କରିଛି।କିନ୍ତୁ ରଘୁ ସେ ରାସ୍ତା କଥା ସବୁ ଜାଣେ।ସେଦିନ ରାତି ବହୁତ ହୋଇ ସାରିଥିଲା ସମସ୍ତେ କୁହନ୍ତି ରାତିରେ ସେ ରାସ୍ତା ଦେଇ କେହି ଜା ଆସ କରନ୍ତି ନି କରାଣ ସେ ରାସ୍ତା ରେ ଗାଁ ସ୍ମଶାନ ମଝିରେ ।ଏତେ ସେଠି କୌଣସି ଲୋକ ରୁହନ୍ତି ନାହିଁ ମଧ୍ୟ କେବେଳ ଦିନ ବେଳେ ଯିବା ଆସିବା ହୁଏ ସଂଧ୍ୟା ହେବା କ୍ଷଣି ଯିବା ଆସିବା ଧୀରେ ଧୀରେ କମି ଯାଏ।ଲୋକ କୁହନ୍ତି ସେଠି ରାତିରେ ଭୁତ ପ୍ରେତ ମାନେ ବାସ କରନ୍ତି କେହି ଲୋକ ଯଦି ଯାଏ ତାହାଲେ ତାଙ୍କୁ ବହୁତ ହଇରାଣ କରନ୍ତି।କିନ୍ତୁ ରଘୁର ବାରମ୍ବାର ମନା କରିବା ସତେ ସେ ତାର କଥା କୁ ଥଟ୍ଟା କରି ନିଜ ଘରକୁ ବାହାରିଲା।ସେ ଏହି ଭୁତ ପ୍ରେତକୁ ବିଶ୍ୱାସ କରେନି।

ବର୍ଷା ସେହି ପରି ଲାଗି ଲାଗି ରହିଥିବାରୁ ରାସ୍ତା ଘାଟ ପୁରାପୁରି ଶୁନସାନ, ସେଥିରେ ପୁଣି ଜଙ୍ଗଲ ରାସ୍ତା ତେଣୁ ଲୋକବାକ କାହିଁକି ଏତେ ରାତିରେ ଯିବା ଆସିବା କରିବେ।ରାକେଶ ଏକା ସେହିପରି ରାସ୍ତା ରେ ଯାଉଥାଏ।ବର୍ଷା ସାଙ୍ଗକୁ ପବନର ଗତି ଟିକେ ବୁଦ୍ଧି ପାଇଛି।ରାକେଶ ଏହିପରି କିଛି ବାଟ ଯାଇଛି ହଟାତ ଦଲକାଏ ଥଣ୍ଡା ପବନ ତା ଦେହକୁ ଛୁଇଁଲା ପରି ସେ ଅନୁଭଵ କଲା।ହୁଏତ ତ ଏତେ ବର୍ଷା ଆଉ ପବନ ଯୋଗୁ ଏପରି ହେଉଥିବ।କିନ୍ତୁ ଧୀରେ ଧୀରେ ତାର ଦେହ ଶିତେଇବାରେ ଲାଗିଲା ଆଉ କେମିତି କ୍ଲାନ୍ତ ଲାଗିଲା ପରି ଲାଗିଲା।ସତେ ଯେପରି ସେ ଗୋଟେ କିଛି ଓଜନ ଜିନିଷ ତାର ପିଠିରେ ଉଠାଇ ଧରିଛି।ହୁଏତ ଅଧିକ କାମ କରିବାରୁ ଏପରି ଲାଗୁଥିବ।କିନ୍ତୁ ଘର ଆହୁରି ମଧ୍ୟ ଦୂର ଅଛି।କିନ୍ତୁ ଏପରି ଅବସ୍ଥା ରେ ଗାଡି ଚଳାଇବା କୁ ସେ ପୁରା ଅସମର୍ଥ ମନେ କରୁଥିଲା।ଠିକ ସେହି ସମୟରେ ତା ନଜର ରେ ପଡିଲା ରାସ୍ତା କଡରେ ଥିବା ଗୋଟେ ଛୋଟ ଚା ଦୋକାନ।ତେଣୁ ଭାବିଲା ଯାଇ ସେଠି ଗୋଟେ କପ ଚା ପିଲେ ହୁଏତ କିଛି ଭଲ ଲାଗିବ।ତେଣୁ ସେ ଗାଡି କୁ side କରି ଚା ଦୋକାନ କୁ ଗଲା।ଦୋକାନ ଦେଖିବା ମାତ୍ରେ ଟିକେ ଆଶ୍ଚଯ୍ୟ ତାକୁ ଲାଗିଲା ସେ ଦୋକାନ ରେ ବିଜୁଳି ବତୀ ରେ କିଛି ବ୍ୟବସ୍ଥା ନ ଥିଲା ଯାହା ଯେତିକି ଲଂଠନ ଲାଗିଥାଏ,ସବୁ ଆଡେ ଆଉ ଆଲୋକ ରେ ଯାହା ସ୍ପଷ୍ଟ ତ ଦେଖା ଯାଉଥାଏ।ଦୋକାନ ରେ ଆଉ କେତେ ଜଣ ଲୋକ ମଧ୍ୟ ବସି ଚା ପିଉଥାନ୍ତି।ଆଉ ଜଣା ନାହିଁ କଣ ଗୁଣୁ ଗୁଣୁ କରି କଥା ହେବାରେ ଲାଗି ଛନ୍ତି।ରାକେଶ ଆଉ ସେଠି ଧ୍ୟାନ ନ ଦେଇ ଚା ଵାଲା କୁ କପେ ଚା ମାଗିଲା।ଚା ଵାଲା ତାକୁ ଚା ଆଣି ଦେଲା।ରାକେଶ ଚା ପିଉ ଥାଏ ଆଉ ସେ ଚା ଦୋକାନ ର ବାତାବରଣ କୁ ଟିକେ ନଜର ପକାଉ ଥାଏ।ହୁଏତ ଏତେ ବର୍ଷା ହେତୁ ଲାଇନ କଟିଯିବାଟା ସ୍ୱାଭାବିକ, ତେଣୁ ଲାଣ୍ଠିନ ର ଆଲୋକରେ ହି ଯାହା ଯେମିତି ଲୋକ ମାନେ ଚା ପିଉଥାନ୍ତି।ଚା ପିଇବା ସରିଲା,ରାକେଶ ଦୁକାନ ଵାଲା ପାଖକୁ ଆସି ପଇସା ଦେଲା।ସେ ଦୋକାନ ଵାଲା କିନ୍ତୁ କିଛି କହୁ ନ ଥାଏ ଆଉ ରାକେଶ ଦେଇ ଥିବା ପଇସା କୁ ନ ନେଇ ହଁ ସେ ଦୋକାନ ଭିତର କୁ ଚାଲିଗଲା।ହୁଏତ ସେ କିଛି କାମ ପାଇଁ ଭିତରକୁ ଯାଇଛି,ରାକେଶ ଅପେକ୍ଷା କଲା,କିନ୍ତୁ ଆଶ୍ଚର୍ଯ୍ୟର କଥା ସେ ଲୋକ ଏ ପର୍ଯ୍ୟନ୍ତ ଫେରିନାହି।ବହୁତ ସମୟ ବିତିଯାଇଛି।ରାକେଶ ଦୁଇ ତିନି ଥର ଅବାଜ଼ ମଧ୍ୟ ଦେଲା କିନ୍ତୁ କୌଣସି ଉତ୍ତର ନାହିଁ।ଶେଷରେ ପଇସା ନ ଦେଇ ହିଁ ଘରକୁ ବାହାରିଲା,କାରଣ ରାତି ବହୁତ ହୋଇ ସାରିଲା ନି।ସେ ଠିକ ଯାଉଥାଏ ହଟାତ ତାର ଫୋନ ରିଂ ହେଲା,ଫୋନଟା ପକେଟରୁ କାଢୁ କାଢୁ ଗାଡି ଚାବିଟା ତଳେ ପଡ଼ିଗଲା,ଦେଖିଲା ଘରୁ ଫୋନ ଆସିଛି ଆଉ ସମସ୍ତେ ବ୍ୟସ୍ତ ଅଛନ୍ତି ବୋଲି କହିଲେ, ସେ ଘରକୁ ଯାଉଛି ବୋଲି କହି ଫୋନ କାଟିଦେଲା,ଆଉ ଫୋନ ଲାଇଟରେ ସେ ତଳେ ପଡିଥିବା ଚାବି କୁ ଉଠାଇଲା,କିନ୍ତୁ ଆଶ୍ଚଯ୍ୟ ର କଥା ଚାବିଟା ଯେମିତି ଉଠାଇଛି ଦେଖିଲା ସେ କାଁଥରେ ଲାଗିଥିବା ଲଣ୍ଠନ ଟା ନାହିଁ ପୁରା କୋଠରୀ ଅନ୍ଧକାର ଆଉ ସେ ସେ ଦୋକାନ ରେ ବସିଥିବା ଲୋକ ମାନେ ମଧ୍ୟ ନାହାନ୍ତି ସତେ ଯେପରି ସେ ହଟାତ ସେଠି ଅଦୃଶ୍ୟ ହୋଇଗଲେ।ସେ ଦୋକାନର ବାତାବରଣ ଅନ୍ଧାର ହି ଅନ୍ଧାର।ଯାହା ରାକେଶ ର ମୋବାଇଲ ର ଟର୍ଚ୍ଚ ଆଲୋକ ରେ ଦେଖା ଯାଉଚି ହଟାତ ସେ ଧରିଥିବା ଚାବି ଟା ଓଦାଳିୟା ଜଣା ପଡୁଲା ତାର ହାତକୁ ସେ ହାତକୁ ଚାହେଁ ସେ ଚାବିରେ ରକ୍ତ ଲାଗିଛି,ଯାହା ତାହାର ହାତରେ ମଧ୍ୟ ଲାଗିସାରିଲାଣି ଏହା ଦେଖି ରାକେଶ କିଛି ବୁଝିପାରୁ ନ ଥିଲା ତାହା ସହ କଅଣ ହେଉଛି,ସେ ତତ୍କ୍ଷନ୍ତ ସେଠାରୁ ଦୌଡ଼ି ବାରେ ଲାଗିଲା କିନ୍ତୁ ସେଇ ଅଧକାର ରେ କଉଠି ଝୁଣ୍ଟି ହୋଇ ଖସିପଡ଼ିଲା,ଉଥିବା କ୍ଷଣି ଦେଖେ ତାର ଦେହ ସାରା ଖାଲି ରକ୍ତ ହି ରକ୍ତ ଲାଗିଛି,ଏହା ଦେଖି ତାର ମୁଣ୍ଡ କିଛି କାମ କରୁ ନ ଥାଏ,ଠିକ ସେଇ ସମୟରେ ସେ ଦେଖିଲା ଯେ ଯେଉଁ ଲୋକ ମାନେ ସେଠାରେ ଚା ପିଉଥଲେ ସେ ମାନେ ସେଠି ଛିଡା ହୋଇ ଛନ୍ତି ସମସ୍ତେ ଙ୍କ ବେକରୁ ଧାର ଧାର ରକ୍ତ ବହିବାର ଲାଗିଛି ସତେ ଯେପରି ସେମାନଙ୍କ ବେକକୁ କିଏ କାଟିଦେଇଛି,ସେ ଲୋକ ମାନେ ତାର ଗୋଡ଼ କୁ ଧରି ପଛକୁ ଟାଣିବାରେ ଲାଗିଛନ୍ତି ରାକେଶ ଯେତେ ଚେଷ୍ଟା କଲେବି ଆଉ ସେ ବାହାରି ପାରୁ ନାହିଁ ,ଠିକ ସେଇ ସମୟେ ସେ ଦେଖେ ସେ ଚା ଵାଲା ତା ସମ୍ନାରେ ଠିଆ ହୋଇଛି ଇସ କି ଭୟାନକ ଚେହେରା ସେଇ ଚା ଵାଲାର ,ଚା ଵାଲା କୁ ଦେଖି ସମସ୍ତେ ଲୋକ ବିକଟ ହସ ହସିବାରେ ଲାଗିଲେ,ରାକେଶ ସେ ହସ କୁ ଶୁଣି ପାରୁ ନ ଥାଏ ଆଉ ନିଜ କାନ ରେ ହାତ ଦେଇ ସେ ହସ କୁ ନ ଶୁଣିବାକୁ ଚେଷ୍ଟା କରୁଥାଏ,ଠିକ ସେଇ ସମୟରେ ସେ ଦେଖେ ସେ ଚା ଵାଲା ଗୋଟେ ଧାର ଟାଙ୍ଗିଆ ରେ ତାକୁ ହାଣିବାକୁ ଆସୁଛି,ରାକେଶ ଏହା ଦେଖି ବହୁତ ଚିତ୍କାର କରି ସେ ଲୋକ ମନଙ୍କଠାରୁ ମୁକୁକିବାକୁ ଚେଷ୍ଟା କରିଛି, କିନ୍ତୁ ସେ ଆଉ ଯାଇ ପାରିନି,ସେ ଚା ଵାଲା ରାକେଶ ର ନିକଟ ହୋଇ ସେ ଟାଙ୍ଗିଆରେ ହି ରାକେଶ ର ବେକକୁ ହାଣି ଦେଲା,ଗୋଟେ ହାଣରେ ରାକେଶ ର ଜୀବନ ଚାଲିଗଲା।ରାକେଶ ର ଶବ ତ ସେଠାରେ ସେଇ ପରି ପଡି ରହିଛି ଆଉ ସବୁ ଠିକ ହୋଇଗଲା।ସକାଳ ହେଲା ପରେ ଗାଁ ଲୋକ ମାନେ ଦେଖିଲେ ରାକେଶ ର ମୃତ ଶରୀର କୁ ତାର ବେକ କୁ ଶରୀର ରୁ ଅଲଗା ହୋଇ ଯାଇଥିଲା, ଜଗୁଆଳି ରଘୁ ମଧ୍ୟ ଏହା ସବୁ ଦେଖିଲା ଆଗରୁ ମଧ୍ୟ ଏହି ପୁରୁଣା ଚା ଦୋକାନରେ ଲୋକ ଙ୍କ ଏହି ପରି କଟା ଶବ ମିଳିଛି,ସମସ୍ତେ କୁହନ୍ତି ଏହି ଦୋକାନରେ ଥିବା ଚା ଵାଲା କଳା ଯାଦୁ କରେ ଆଉ ତାର ଦୋକାନ କୁ ଆସିଥିବା ଲୋକ ଙ୍କୁ ନିଶା ଜିନିଷ ଚହରେ ମିଶାଇ ଦିଏ ଆଉ ସେମାନେ ବେହୋସ ହେବା ପରି ତାର ବେକ କାଟି ତାର ଗୁଣି ଗାରଡି କାମ କରେ ସେ ଚା ଵାଲା ତ ମରିସାରିଛି କିନ୍ତୁ ତାର ପ୍ରେତ ଆତ୍ମା ସେ ହତ୍ୟା କରୁଛି ବୋଲି ସମସ୍ତେ କୁହନ୍ତି।


Rate this content
Log in

Similar oriya story from Thriller