BASANTA DASH

Tragedy Classics Inspirational

4.5  

BASANTA DASH

Tragedy Classics Inspirational

ସବୁଠୁ କୋମଳ ଶେଯ

ସବୁଠୁ କୋମଳ ଶେଯ

6 mins
23.9K



ଅନେକ, ଅନେକ ଦିନ ତଳେ ଜଣେ ରାଣୀ ଥିଲେ । ତାଙ୍କ ନାମ ମୀନାକ୍ଷି । ତାଙ୍କୁ ରାତିରେ ଆଦୌ ଭଲ ନିଦ ହେଉ ନଥିଲା । ସାରା ରାତି ସେ ଖାଲି ବିଛଣାରେ ଏକଡ ସେକଡ ହେଉଥିଲେ । ଫଳରେ ତାଙ୍କ ମିଜାଜ୍ ବଡ ଖିଟିମିଟିଆ ହୋଇ ଯାଇଥିଲା । ମୁହଁରେ ବିରକ୍ତି ଓ ଅସନ୍ତୋଷ ଭାବ ଫୁଟି ଉଠିଥିଲା । ସେ ସର୍ବଦା ଅଭିଯୋଗ କରୁଥିଲେ, ମୋ ଶେଯ ଯଥେଷ୍ଟ ନରମ ହେଉନାହିଁ । ମୁଁ କିମିତି ଶୋଇବି?”

        ରାଜା ଦେଶ ବିଦେଶକୁ କେତେ ଲୋକ ପଠେଇଲେ । ସେମାନେ ସବୁଠୁଁ କୋମଳ, ଉତ୍କୃଷ୍ଟ ତୁଳାମାନ ସଂଗ୍ରହକରି ନେଇ ଆସିଲେ । ରାଜାଙ୍କ ପ୍ରଧାନ ଦରଜୀ ଅତି ସରସ ରେଶମ କନା ଭିତରେ ସେଇ ତୁଳା ପୁରାଇ ରାଣୀଙ୍କ ପାଇଁ ସୁନ୍ଦର ଶେଯଟିଏ ତିଆରିକଲେ । କିନ୍ତୁ ତାଙ୍କ ରାଣୀ ଏଥିରେ ସନ୍ତୁଷ୍ଟ ହେଲେ ନାହିଁ । ସେ କହିଲେ, “ଇଏ ବହୁତ ଟାଣ । ଏହାଠୁ କୋମଳ ଶେଯଟିଏ ଯଦି ଯୋଗାଡ ହୋଇ ନ ପାରିବ, ତେବେ ମୋର ଦେହ ନିଶ୍ଚିତ ଖରାପ ହେବ, ହୁଏତ ମୁଁ ମରିଯିବି । ନ ଶୋଇ ମଣିଷ ବା ଆଉ କେତେଦିନ ବଂଚିରହିବ?”

ରାଜାଙ୍କ ଉତ୍କଣ୍ଠାର ଅନ୍ତ ନଥିଲା । ସେ ବଗିଚା ଭିତରେ ଖାଲି ଏପଟ ସେପଟ ହେବାକୁ ଲାଗିଲେ । ରାଜାଙ୍କୁ ଏଭଳି ହତାଶ ହେବାର ଦେଖି ମନ୍ତ୍ରୀ ଯାଇ ତାଙ୍କୁ ଅଭିନନ୍ଦନ ଜଣାଇ କହିଲେ, “ହଜୁର୍! ମୋ ମୁଣ୍ଡକୁ ଭଲ ବୁଦ୍ଧିଟାଏ ଆସିଛି । ରାଣୀଙ୍କୁ ସନ୍ତୁଷ୍ଟ କଲା ଭଳି ଉପଯୁକ୍ତ ଶେଯଟାଏ ମୁଁ ବନାଇ ପାରିବି ବୋଲି ଭାବୁଛି ।”


ରାଜା ବହୁତ ଖୁସି ହୋଇ ମନ୍ତ୍ରୀଙ୍କୁ ତାଙ୍କ ଯୋଜନା ବୁଝାଇ କହିବାକୁ ଅନୁରୋଧ କଲେ । ମନ୍ତ୍ରୀ କହିଲେ, “ମହାରାଜ! ଆପଣଙ୍କ ଉଦ୍ୟାନରେ ଶହ ଶହ ପ୍ରକାର ଫୁଲ । ଜାଇ, ଜୁଇ, ଚାମେଲି ଓ ବେଲା ଫୁଲମାନ ଦୁଧଠୁଁ ବଳି ଧଳା ଓ ତୁଷାରଠୁଁ ବଳି କୋମଳ । ଆମେ ମାଳିମାନଙ୍କୁ ଏଇ ନିର୍ଦେଶ ଦେବୁ ଯେ ପ୍ରତିଦିନ ସଞ୍ଜବେଳେ କଢ ଗୁଡିକ ଠିକ୍ ଫୁଟି ଆସିବା ବେଳକୁ ସେମାନେ ସେଗୁଡିକ ତୋଳି ଆଣିବେ । ତା’ପରେ ତହିଁ ଭିତରୁ ସବୁଠୁଁ ନରମ ଫୁଲମାନ ବାଛି ରାଣୀଙ୍କ ଶେଯ ଉପରେ ବିଛାଇ ଦିଆ ହେବ । ସେ ଶେଯ ଅତ୍ୟନ୍ତ କୋମଳ ହେବ । ପ୍ରଭାତ ବେଳକୁ ସେସବୁ ଅଧା ଫୁଟା ଫୁଲ ପୂରା ଫୁଟିଯାଇ ରାଣୀଙ୍କ କୋଠରୀକୁ ମହକାଇ ଦେବ । ରାଣୀ ସେଥିରେ ସନ୍ତୋଷ ପାଇବେ ବୋଲି ମୋର ବିଶ୍ୱାସ ।”

ଏହି ପ୍ରସ୍ତାବରେ ସେ ରାଜା ଭାରି ଖୁସିହେଲେ । ପରଦିନ ରାଜାଙ୍କ ମୁଖ୍ୟ ମାଳିକୁ ନୂଆ ବ୍ୟବସ୍ଥା କଥା ଜଣାଇ ଦିଆ ଗଲା । ଠିକ୍ ସୂର୍ଯ୍ୟାସ୍ତ ବେଳକୁ ସେ ସବୁଠୁଁ କୋମଳ କଢମାନ ତୋଳି ଆଣିଲା । ପରିଚାରିକାମାନେ ସେସବୁକୁ ନେଇ ରାଣୀଙ୍କ ଶେଯ ଉପରେ ବିଛାଇ ଦେଲେ । ସେ ରାତିରେ ରାଣୀଙ୍କର ଖୁବ୍ ଭଲ ନିଦ ହେଲା । ରାଜା ଭାରି ଖୁସି ହୋଇ ମନ୍ତ୍ରୀଙ୍କୁ ବହୁତ ପୁରସ୍କାର ଦେଲେ ।

ଦିନ ପରେ ଦିନ, ସୂର୍ଯ୍ୟାସ୍ତ ବେଳକୁ ଫୁଲ କଢମାନ ତୋଳାହୁଏ ଓ ସେଗୁଡିକୁ ରାଣୀଙ୍କ ଶେଯରେ ବିଛାଇ ଦିଆ ହୁଏ । କ୍ରମେ ରାଣୀଙ୍କ ମୁହଁରୁ ବିରକ୍ତି ଭାବ ଦୂର ହେଲା ଓ ହସ ଫୁଟିଉଠିଲା । ଅବଶେଷରେ ସମସ୍ୟାଟିର ସମାଧାନ ହୋଇଗଲା ଭାବି ରାଜା ଟିକେ ଆଶ୍ୱସ୍ତ ହେଲେ ।

କିଛିଦିନ ଉତାରୁ ଦିନେ ଭୋର୍ ବେଳକୁ ହଠାତ୍ ରାଣୀ ଚିତ୍କାର କରି ଉଠିଲେ । ପରିଚାରିକାମାନେ ତାଙ୍କ ଶେଯକଡକୁ ଦୌଡି ଗଲେ । ରାଣୀ ମୀନାକ୍ଷି ବିଛଣା ଉପରେ ବସି ନିଜ ପିଠି ଆଉଁସି ହେଉଥିଲେ ଓ ରାଗରେ ଥରୁଥିଲେ ।

ରାଜା ବି ସେଠାକୁ ଦୌଡି ଆସିଲେ ଓ କ’ଣ ହେଲା ବୋଲି ଗଭୀର ଉତ୍କଣ୍ଠା ସହ ପ୍ରଶ୍ନକଲେ । ପରିଚାରିକାମାନେ ଡରି ମରି ଠିଆ ହୋଇଥିଲେ ।

ଏକଥା ଶୁଣି ପରିଚାରିକାମାନେ ପରସ୍ପର ଆଡକୁ ଅନାଇଲେ । ଜଣେ ଥର ଥର କଣ୍ଠରେ କହିଲା, “ମହାରାଣୀ! ଆମେ ସଭିଏଁ ତ ଶେଯ ତିଆରି କରିଥିଲୁ,”

ରାଣୀ କହିଲେ, ଆଚ୍ଛା! ମାନିଯାଇ ଖୁବ୍ ଭଲ କଲ । ତମେମାନେ ତମ କର୍ତ୍ତବ୍ୟ ଠିକ୍ ଭାବରେ ତୁଲାଇ ନାହଁ । ଯଦ୍ୱାରା ମୋ ଶେଯରେ କୌଣସି କଠିନ ଜିନିଷଟିଏ ରହି ଯାଇଛି । ସେହି କାରଣରୁ ମୁଁ ରାତିଯାକ ଠିକ୍ସେ ଶୋଇ ପାରିନାହିଁ ।

ପରିଚାରିକାମାନେ କହିଲେ ଯେ ସେମାନେ ତ ଯଥାସାଧ୍ୟ ସତର୍କତା ସହ ତାଙ୍କ ଶେଯ ପ୍ରସ୍ତୁତ କରିଛନ୍ତି । କିନ୍ତୁ ରାଣୀ ସେକଥା ଆଦୌ ବିଶ୍ୱାସ କଲେନାହିଁ । ରାଜା ବିଛଣା ଭିତରେ ବହୁତ ଖୋଜା ଖୋଜି କରି ରାଣୀଙ୍କୁ କଷ୍ଟ ଦେଇଥିବା ଜିନିଷଟି ବାହାର କରିବାକୁ ନିର୍ଦେଶ ଦେଲେ ।

ଏହାପରେ ପୁଙ୍ଖାନୁପୁଙ୍ଖ ଭାବେ ଅନୁସନ୍ଧାନ ଚାଲିଲା । ପ୍ରତି ଫୁଲକୁ ପରୀକ୍ଷା କରାଗଲା । ଶେଷରେ ସୁବାସିତ ପୁଷ୍ପ ସ୍ତୁପ ଭିତରୁ ଗୋଟିଏ ପୁଷ୍ପ ବାହାରିଲା, ଯାହାକି ଠିକ୍ ଭାବରେ ନଫୁଟିଥିବା ଯୋଗୁଁ ଟାଣ ଲାଗୁଥିଲା ।

ରାଜା ଅତ୍ୟନ୍ତ କୃଦ୍ଧ ହେଲେ । କଢଗୁଡିକୁ ଯଥାର୍ଥ ଧ୍ୟାନ ଦେଇ ନିର୍ବାଚନ ନ କରିଥିବା ହେତୁ ସେ ପରିଚାରିକାମାନଙ୍କୁ ଦୋଷ ଦେଲେ । ସେମାନେ ସମସ୍ତେ ତଥା ବଗିଚାର ମୁଖ୍ୟ ମାଳିବି ତଡା ଖାଇଲେ ।


ରାଣୀଙ୍କୁ କିନ୍ତୁ କେହି ମଧ୍ୟ ସାନ୍ତ୍ୱନା ଦେଇ ପାରିଲେ ନାହିଁ । ସେ କାନ୍ଦି କାନ୍ଦି କହିଲେ, “ମୁଁ ଆଉ ମୁହୂର୍ତ୍ତେ ମଧ୍ୟ ଏଠାରେ ରହିବି ନାହିଁ । ମୋ ଭାଇ ପାଖକୁ ମୁଁ ଚାଲିଯିବି ।”

ରାଜା, ମନ୍ତ୍ରୀ ଓ ପାତ୍ରମିତ୍ରମାନେ ରାଣୀଙ୍କ ମତ ବଦଳାଇଦେବା ପାଇଁ ବହୁତ ଚେଷ୍ଟା କଲେ । କିନ୍ତୁ ରାଣୀ ଆଦୌ କାହାରିବି କଥା ଶୁଣିଲେ ନାହିଁ । ଅଗତ୍ୟା ରାଣୀଙ୍କୁ ତାଙ୍କ ଭାଇଙ୍କ ଘରକୁ ପଠାଇବାର ସବୁ ବ୍ୟବସ୍ଥା ହେଲା । ସମୁଦ୍ର ସେପାରି ଏକ ସୁଦୂର ରାଇଜରେ ରାଣୀଙ୍କ ଭାଇ ରାଜୁତି କରନ୍ତି । ସେଠାକୁ ଯିବା ତ ମୋଟେ ସହଜ ନୁହେଁ । ରାଜାଙ୍କ ବରାଦରେ ଏକ ବଡ ଧରଣର ବିଳାସପୂର୍ଣ୍ଣ ଜାହାଜ ତିଆରି ହେଲା । ଦୀର୍ଘ ଜଳ ପଥରେ ରାଣୀଙ୍କ ସେବା ପାଇଁ ବଛା ବଛା କେତେଜଣ ପରିଚାରକ ପରିଚାରିକା ତାଙ୍କ ସାଥିରେ ଗଲେ । ଜାହାଜର ଚାଳକ ଓ କର୍ମଚାରୀମାନଙ୍କୁ ରାଜା କହିଲେ ଯେ ସେମାନେ ସୁରୁଖୁରୁରେ ରାଣୀ ମୀନାକ୍ଷିଙ୍କୁ ତାଙ୍କ ଗନ୍ତବ୍ୟ ସ୍ଥଳରେ ପହଁଚାଇଦେଇ ଆସିଲେ ଥଳି ଥଳି ସୁନା ପୁରସ୍କାର ସ୍ୱରୂପ ପାଇବେ ।

ଭଲରେ ଭଲରେ ଯାତ୍ରା ଆରମ୍ଭ ହେଲା । ମୃଦୁ ସାମୁଦ୍ରିକ ମଳୟରେ ରାଣୀଙ୍କ ବିରକ୍ତି ଅପନୋଦନ ହେଲା । ତାଙ୍କ ମୁହଁରେ ପୁଣି ହସ ଫୁଟିଉଠିଲା । କିନ୍ତୁ ଠିକ୍ ତା’ପରଦିନ ସେ ସମୂଦ୍ରରେ ଭୟଙ୍କର ତୋଫାନ୍ ହେଲା । ଯଦ୍ୱାରା ସେ ଜାହାଜଟି ବୁଡିଗଲା । ପ୍ରାଣ ବିକଳରେ ସଭିଏଁ ପାଣିଭିତରକୁ ଡେଇଁପଡିଲେ । ରାଣୀ ଖଣ୍ଡିଏ କାଠପଟା ଉପରେ ଭରାଦେଇ କୌଣସି ମତେ ବଂଚିଗଲେ । ଘଣ୍ଟା ଘଣ୍ଟା ଧରି ପାଣିରେ ଭାସିରହି ସେ ଯାଇ ଗୋଟିଏ ଅଜଣା ରାଇଜରେ ଲାଗିଲେ । କୂଳକୁ ଉଠିବା ବେଳକୁ ତାଙ୍କ ଦେହରେ ଆଉ ବଳ ନ ଥାଏ । ଅଦୂରରେ କୁଡିଆଟିଏ ଦେଖିପାରି ସେ ବହୁ କଷ୍ଟରେ ସେଠାରେ ଯାଇ ପହଁଚିଲେ ।

ସେ କୁଡିଆରେ ବୁଢା ବୁଢୀ ଦୁଇଜଣ ରହୁଥିଲେ । ମୀନାକ୍ଷି ସେ ଦୁହିଁଙ୍କ ଆଗରେ ତାଙ୍କ ଦୁର୍ଦ୍ଦଶା ବର୍ଣ୍ଣନା କଲେ । କିନ୍ତୁ ସେ ଜଣେ ରାଣୀ ବୋଲି ଜମାରୁ କହିଲେ ନାହିଁ ।

ବୁଢା ବୁଢୀ ସେ ରାଣୀଙ୍କୁ ଖାଇବାକୁ ପିଇବାକୁ ଦେଇ କହିଲେ, “ଯେତେଦିନ ଇଚ୍ଛା ତୁମେ ଆମ ପାଖରେ ରହିପାର । ଆମର ତ ଆସି ବୟସ ହେଲାଣି । ତୁମ ଭଳି ଜଣେ ଝିଅର ସେବା ଆମର ଖୁବ୍ ଦରକାର ।”

ସେ ବୁଢା ବୁଢୀଙ୍କର ଅଥର୍ବ ଅବସ୍ଥା ଦେଖି ମୀନାକ୍ଷି ନିଜେ ମେହେନତ କରି ସେମାନଙ୍କୁ କିଛିଟା ସାହାଯ୍ୟ କରିବାକୁ ସ୍ଥିର କଲେ । ପାଖରେ ଗୋଟିଏ ନଦୀ ଉପରେ ପୋଲ ତିଆରି ହେଉଥିଲା । ସେଠାରେ ଶହ ଶହ ସ୍ତ୍ରୀ ପୁରୁଷ କାମ କରୁଥିଲେ । ମୀନାକ୍ଷି ଯାଇ ସେଠାରେ କାମକରି କିଛି ଉପାର୍ଜନ କରିବାକୁ ଠିକ୍ କଲେ । କିନ୍ତୁ ଦିନେ କୋମଳ ମଲ୍ଲି ଶଯ୍ୟାରେ ଶୋଇ ମଧ୍ୟ ତାଙ୍କର ନିଦ ହେଉ ନ ଥିଲା । ଆଜି ସେ ଏତେ ପରିଶ୍ରମ କରିପାରିବେ ତ? ଏକଥା ଭାବି ସେ କାନ୍ଦିଲେ । କିନ୍ତୁ ସେତେବେଳେ ତାଙ୍କ ନିକଟରେ ଆଉ ଅନ୍ୟ କିଛି ହେଲେ ବି ଉପାୟ ନ ଥିଲା । ସେ ଅନ୍ୟମାନଙ୍କ ସାଥିରେ ମିଶି କାମ କରିବାକୁ ଲାଗିଲେ । ପ୍ରତିଦିନ ଯାହା ମଜୁରି ମିଳେ ସେଥିରେ ସେ ବୁଢା ବୁଢୀ ଓ ନିଜ ପାଇଁ ଖାଦ୍ୟଦ୍ରବ୍ୟ ତଥା ଲୁଗାପଟା କିଣନ୍ତି । ଅବଶ୍ୟ ଲୁଗାପଟା ଓ ଖାଇବା ପିଇବାରେ ତାଙ୍କୁ ସବୁଠୁ ଗରୀବ ଭାବରେ ଚଳିବାକୁ ପଡୁଥିଲା । କିନ୍ତୁ ସେ ବିଷୟରେ ତାଙ୍କର ଆଉ କୌଣସି ଅଭିଯୋଗ ନଥିଲା । ଚଟାଣ ଉପରେ ସପଟାଏ ପାରି ସେ ଶୋଉଥିଲେ । ଦିନସାରା ଖଟିବା ପରେ ତାଙ୍କୁ ଏଡେ କ୍ଳାନ୍ତ ଲାଗୁଥିଲା ଯେ ମୁଣ୍ଡ ତକିଆରେ ନ ଟେକୁଣୁ ତାଙ୍କୁ ନିଦ ମାଡି ଆସୁଥିଲା ।


ଦିନେ ସେ ରାଜ୍ୟର ରାଜା ପୋଲକାମ ଦେଖିବାକୁ ଆସିଲେ । ସଞ୍ଜବେଳକୁ ଯେତେବେଳେ ଲୋକଙ୍କୁ ମଜୁରି ଦେବା ସମୟ ଆସିଲା, ସେତେବେଳେ ରାଜା ନିଜ ହାତରେ ମଜୁରି ଦେବାକୁ ଇଚ୍ଛା କଲେ । ଜଣ ଜଣ କରି ରାଜାଙ୍କ ହାତରୁ ପଇସା ନେଉଥା’ନ୍ତି । ଯେତେବେଳେ ମୀନାକ୍ଷି ଆସି ତାଙ୍କ ଆଗରେ ଛିଡା ହେଲେ, ସେତେବେଳେ ରାଜା ବିସ୍ମୟରେ ଆଖି ବଡ ବଡ କରି ତାଙ୍କ ଆଡକୁ ଅନାଇ ରହିଲେ । ଯେତେ ଛିଣ୍ଡା ଲୁଗା ପିନ୍ଧିଲେ ବି ସେ ନିଜ ଭଉଣୀକୁ କିପରି ବା ନ ଚିହ୍ନନ୍ତେ?

ରାଜା ଉଠିପଡି ଭଉଣୀକୁ କୁଣ୍ଢାଇ ପକାଇଲେ । ଉଭୟଙ୍କ ଆଖିରୁ ଧାର ଧାର ହୋଇ ଲୁହ ବହିଗଲା । ସମସ୍ତେ ଭାବିଥିଲେ ଯେ ଜାହାଜ ଡୁବିରେ ରାଣୀ ମୀନାକ୍ଷି ମରିଯାଇଛନ୍ତି । ବର୍ତ୍ତମାନ ସମସ୍ତଙ୍କ ଆନନ୍ଦ କଥା କହିଲେ ନ ସରେ । ରାଜା କହିଲେ, “ଭଉଣୀ! ତୁ କେତେ ଦୁଃଖ କଷ୍ଟ ନ ସହି ଥିବୁ! ତୋ ଛିଣ୍ଡାଲୁଗା, ଦୁର୍ବଳ ଦେହକୁ ଅନାଇ ମୋ ଛାତି ସତେ ଯେମିତି ଫାଟି ଯାଉଛି!”

ରାଣୀ ହସି ହସି କହିଲେ, “ଭାଇ! ଦୁଃଖ ପାଇବା ତ ବହୁତ ଦୂରର କଥା, ବରଂ ଏହାଦ୍ୱାରା ମୋର ବହୁତ ଲାଭ ହୋଇଛି । ରାଣୀ ରୂପେ ସମସ୍ତ ସୁଖ ସମ୍ଭୋଗ ଭିତରେ ଥାଇ ବି ମୁଁ ସୁଖ କ’ଣ ଆଦୌ ଜାଣିପାରୁ ନ ଥିଲି । କୋମଳତମ ଶେଯରେ ବି ମୋତେ ଠିକ୍ସେ ନିଦ ହେଉ ନଥିଲା । ମୋ ସ୍ୱାମୀ ମୋତେ ସୁଖୀ କରିବା ପାଇଁ କ’ଣ କ’ଣ ସବୁ ନ କରିଛନ୍ତି? କିନ୍ତୁ କେଉଁଥିରେବି ମୋର ଆନନ୍ଦ ନ ଥିଲା । ହେଲେ ବର୍ତ୍ତମାନ ମୁଁ ଜାଣିଛି, ଲୋକେ କିଭଳି ଜୀବନ-ସଂଗ୍ରାମ ଭିତରେ ଦିନ କାଟୁଛନ୍ତି । ଭାଗ୍ୟ ଚକ୍ରରେ ପଡି ମୁଁ ସେମାନଙ୍କ ସହିତ କାନ୍ଧକୁ କାନ୍ଧ ମିଳାଇ କାମ କରିଛି । ଯେତିକି କଠିନ କାମ କରିଛି, ସେତିକି ଗଭୀର ନିଦ ବି ମୁଁ ଉପଭୋଗ କରିଛି । ଫୁଲ ଶେଯ ଲୋଡିନାହିଁ । ସପହିଁ ଯଥେଷ୍ଟ ହୋଇଛି ।”

ରାଜା ତାଙ୍କ ଭିଣୋଇଙ୍କ ପାଖକୁ ଭଉଣୀ ବଂଚିଥିବା ଖବର ତୁରନ୍ତ ପଠାଇଦେଲେ । ମୀନାକ୍ଷିଙ୍କ ସ୍ୱାମୀ ଏହି ଖବର ପାଇବା ମାତ୍ରେ ଜାହାଜ ବୋଝେଇ ନାନାଦି ଉପହାର ସାମଗ୍ରୀମାନ ଧରି ସେ ରାଇଜରେ ଆସି ପହଁଚିଲେ । ସେ ଭାବିଥିଲେ, ଏଇସବୁ ଉପହାର ସାମଗ୍ରୀମାନ ଦେଖିଲେ ତେବେ ଯାଇ ମୀନାକ୍ଷିଙ୍କ ମୁହଁରେ ହସ ଫୁଟିବ । କିନ୍ତୁ ସେ ଦେଖି ଆଶ୍ଚର୍ଯ୍ୟ ହେଲେ, ମୀନାକ୍ଷି ପୂର୍ବାପେକ୍ଷା ବହୁତ ଅଧିକ ସୁନ୍ଦର ଦେଖାଯାଉଛନ୍ତି; ତାଙ୍କ ମୁହଁରେ ଶାନ୍ତି ଓ ସନ୍ତୋଷର ଚିହ୍ନ । ଯେଉଁ ବିରକ୍ତି ଭାବକୁ ରାଜା ଡରୁଥିଲେ, ଅଥଚ ସବୁଦିନେ ସକାଳେ ଦେଖିବାରେ ଅଭ୍ୟସ୍ତ ହୋଇପଡିଥିଲେ, ସେ ଭାବ ପୂରା ପୂରି ଉଭେଇ ଯାଇଥିଲା ।

ରାଜା କହିଲେ, “ତୁମେ ଆଜିକାଲି ଖୁବ୍ ଭଲ ଶୋଇଛ ନିଶ୍ଚୟ । ତୁମ ଭାଇ ତେବେ ତୁମପାଇଁ ଉପଯୁକ୍ତ ଶେଯର ସନ୍ଧାନ ପାଇଛନ୍ତି । ସେ ଅପୂର୍ବ ଶେଯ କେଉଁଥିରେ ତିଆରି?”


ମୀନାକ୍ଷି କହିଲେ, “ଖାଲି ଚଟାଣରେ ଖଣ୍ଡିଏ ସପ ପାରି ମୁଁ ଆଜିକାଲି ଶୋଇ ପଡେ ।

      


Rate this content
Log in

Similar oriya story from Tragedy