ରୀତା
ରୀତା
ଫୋନ୍ ରେ ସେପଟୁ ଶୁଭୁଥିଲା
" ଘାଣ୍ଟି ହେଇଗଲିିଣି ଲୋ ଝିଅ , ଆ' ଜଞ୍ଜାଳରୁ ମୁକ୍ତି ନାଇ ମୋତେ।"
ସେ ଆଉ କେହି ନୁହଁ ରୀତା ର ମା' ଥିଲେ ।
'ରୀତା'
ହସମୁଖ ଝିିିଅଟେ । ହଷ୍ଟେଲ୍ ରେ ସମସ୍ତଙ୍କ ସହ ଖୁବ୍ ସହଜରେ ମିଶିଯାଏ ଅବଶ୍ଯ ମୋ ସହ ଟିକେ ଅଧିକ ମିଶେ ।ତା'ରୁୁମ୍ ଥାର୍ଡ ଫ୍ଲୋର୍ ରେ ଆଉ ମୋର ଗ୍ରାଉଣ୍ଡ ଫ୍ଲୋର୍ ରେ । ସମୟେ ସମୟେ ମୋ ରୁମ୍ ରେ ଆସି ବସେ କିିିିଛି ସମୟ ଅନେକ କଥା କୁୁହେ ଆଉ କିଛି ଅକୁହା ରହିଯାଏ ତା' ଆଖି ସନ୍ଧିରେ । ସେ ହଷ୍ଟେେଲ୍ ରୁ କ୍ୟାମ୍ପସ ଯାଏଁ ଚାଲି ପାରେନି,ଖୁବ୍ ଶୀଘ୍ର ଥକି ଯାଏ । ଆମେ ସବୁ ଯେନତେନ ମୁଠେ ଖାଇ କ୍ଲାସ ପାଇଁ ତରତର ହେଇ ବାହାରୁୁଥିବା ବେଳେ ସେ ଘଣ୍ଟାଏ ବସି ଖାଉଥାଏ ଡାଇନିିିଂ ରୁମ୍ ରେ । ମୁୁଁ ଦିନେ ପଚାରିବାରୁୁ କହିଲା, ଖାଇବା ସମୟରେ ନିଶ୍ବାସ ରୁନ୍ଧି ହେଇ ଯାଏ ତା'ର ତେଣୁ ତରତର ନ ହୋଇ ଧିରେଧିରେ ଖାଏ ସେ ।
ବୟେ କଟ୍ ଚୁଟି ତା'ର । ଦିିନେ ତା' ମୋବାଇଲରୁ ଫୋଟୋ କାଡି ଦେଖାଇଲା ତା' ଲମ୍ବା ଆଉ ଘନ କେଶ ।
: ମୁୁଁ ପଚାରିଲି ଏ ଫୋଟୋ କେବର ?
:ସେ କହିଲା " ଆଜିକୁ ବର୍ଷେ ହେଲା" ମାଁ ସାଙ୍କୁଳେଇ ଠେ ଚୁୁୁୁଟି ଦେବାର ।
: ମୁଁ ପଚାରିଲି କ'ଣ ମାନସିକ ରଖିଥିଲ ?
: ସେ ଚୁପ୍ ରହିଲା ସେଦିନ ।
ଦିନେ ମୋ ରୁୁୁୁମ୍ କୁ ଲିସା ଆସିଥିଲା । ସେ କହିଲା ତା' ସହ ବେସି ମିଳାମିଶା କରନି । ସେ ଟିିିି:ବି ପ୍ୟାସେନ୍ଟ । ତା' ରୁୁମମେଟ୍ ତା' ଔଷଧ ଦେଖିଲେ, ଯାହା ସେ ଲୁଚେେଇ ରଖିଥିଲା ତା' ଆଲମାରୀ ରେ । ତାକୁ ପଚାରିବାରୁ ମିଛରେ କହିିିିଲା ଯେ ତା' ଜେଜେବାପାଙ୍କର ଔଷଧ ଭୁଲ୍ ରେ ତା' ବ୍ୟାଗ୍ ରେ ରହିିିିଯାଇଛି ।
ଏତିିିକି କହି ଚାଲିଗଲା ସେ ।
ମୁଁ ଲିସାର କଥାଟାକୁ ଏତେ ଗୁରୁତ୍ୱ ଦେଇନି । ସମାଜ କାହିଁକି ଘୃୃୃୃଣା କରେ ଯେ ରୋଗୀକୁ ! ରୋଗ କ'ଣ କାହା ନିୟନ୍ତ୍ରଣାଧୀନ ?
ରୀତା ସହ ବନ୍ଧୁତା ପୁର୍ବ ଭଳିି ବଜାୟ ରହିିିିଥିଲା ।ବରଂ ଆହୁରି ମଜଭୁତ ହେଇଯାଇଥିଲା ।
ସେମିଷ୍ଟାର୍ ପାଖେଇ ଆସିଥିଲା । ପଢାପଢି ରେ ମୁଁ ବ୍ୟସ୍ତ ଥିଲି ।ସାଙ୍ଗ ମାାନଙ୍କ ସହ ମିିିିଶିବା କମି ଯାଇଥିଲା । ରୁୁୁମମେଟ୍ ଙ୍କ ସହ ଅଜଥା ଗପିବା ବି ଛାଡି ଦେଇଥଲି ।
ରୀତା ସହ ବି ଦେଖାହେଇନି ଆଉ ।
ଫୋନ୍ ଆସିଲା ତା'ର ।
କହିିିିଲା " ମୋ ରୁମ୍ କୁ ଆସ " ।
ଧାଇଁଗଲି ଏକ ନିିିିଶ୍ୱାସରେ । କହିିିିଲା ଦେହ କିିିିଛି ଭଲ ନାଇ । ବାନ୍ତି ହଉଛି, ତିନି ଦିନ ରୁ କିିିିିଛି ଖାଇନି । ଅତରଛିଆ ମୋ ରୁୁୁୁମ୍ କୁ ଆସି ହରଲିକସ୍ ନେଇଦେଲି ତା' ପାଇଁ ।ତା' ଘର ଲୋକ ଆସି ନେଲେ କିଛି ସମୟ ପରେ ।
ଖୁବ୍ ଗୋଟେ ଅପରାଧବୋଧରେ ଘାଣ୍ଟି ହେଲି ସେଦିିିନ ।
ମୁଁ ପଢା ଚାପରେ ରୀତା କୁ କେମିତିି ଭୁଲିପାରେ ! ଅନ୍ତତଃ ତା' ରୁମ୍ ଆଡେ ଯାଇ ବୁଝିପାରିଥାନ୍ତି ଦେହପା' କଥା ।
ଜାନୁଆରୀ ସାତ ରେ , ଫୋନ୍ କରିଲି ତାକୁ ଭଲମନ୍ଦ ବୁଝିିିିବାକୁ । ଆଗଭଳି ହସହସ କଥା । ଏମିତି ମଝିରେ ମଝିରେ ଫୋନ୍ କରେ ମୁଁ । କଥା ହେଉ ଆମେ । ପଢାକଥା ବୁଝିନିଏ ମୋ ଠାରୁ ।
ଦିନେ ଲାଇବ୍ରେରୀ ରେ ବସି ପଢୁୁୁୁଥାଏ , ତା' ରୁମମେଟ୍ ର ଫୋନ୍ ଆସିଲା । କହିଲା ରୀତା ଆଉ ନାଇ । ତଳକୁ ଯାଇ
ଫୋନ୍ କଲି ତା' ନମ୍ବର ରେ ।
ରୀତା ର ମା' କାନ୍ଦୁଥିଲେ ।
"ତୋ ସାଙ୍ଗ ଆଉ ନାଇଇଇ ଲୋ ଝିଅ । ମୋ ସୁନା ଝିଅ ଚାଲିିିିିଗଲା।" ସହ୍ୟ ହେଲାନି ଆଉ କାଟିଦେଲି ଫୋନ୍ ।
ତା' ପରଠୁ ହଷ୍ଟେେଲ୍ ବଗିଚାର ଫୁୁୁୁଲମାନେ ଆଉ ହସୁନଥିଲେ । ରୀତା ନଥିଲା ଖୁବ୍ ଏକା ହେଇଯାଇଥିଲି ମୁୁଁ ।