STORYMIRROR

SATYABHAMA BEHERA

Action Inspirational Others

3  

SATYABHAMA BEHERA

Action Inspirational Others

ରେଳଗାଡ଼ି ଯାତ୍ରା

ରେଳଗାଡ଼ି ଯାତ୍ରା

2 mins
460

ମୁଁ ରେଳଗାଡ଼ି ଯାତ୍ରାକୁ ଖୁବ୍ ଉପଭୋଗ କରେ।ମୁଁ ନିଜ ଘରକୁ ଯିବା ସମୟରେ ରେଳଗାଡ଼ି ରେ ଯାତ୍ରା କରିବାକୁ ଭଲ ପାଏ।ସେଦିନ ଥିଲା ବୁଧୁବାର ପ୍ରତିଦିନ ଭଳି ସେଦିନ ମଧ୍ୟ ଆମ ଘର ଦେଇ ଯାଉଥିବା ଯାତ୍ରୀବାହୀ ଗାଡ଼ିଟି ଆସିଲା ମୁଁ ଭିତରକୁ ଯାଇ ଗୋଟିଏ ବସିବା ସ୍ଥାନ ଅଧିକାର କଲି।ମୋ ସହ ବହୁ ଅନ୍ୟ ଯାତ୍ରୀ ଉକ୍ତ ବଗିରେ ବସିଥିଲେ ରେଳଗାଡ଼ି ଟି ଗନ୍ତବ୍ୟ ସ୍ଥଳୀକୁ ଅଗ୍ରସର ହେଲା।ରେଳଗାଡ଼ି ମଧ୍ୟରେ ଭିନ୍ନ ଭିନ୍ନ ବୟସ୍କ ବ୍ୟକ୍ତି ଓ ବୃତ୍ତିର ବ୍ୟକ୍ତି ପରସ୍ପର ମଧ୍ୟରେ କଥା ହେଉଥାନ୍ତି।ଗୋଟେ ଗୋଷ୍ଠୀରେ କିଛି ବୟସ୍କ ବ୍ୟକ୍ତି ମିଶି କିଛି ସାହିତ୍ୟ ଓ ସଂସ୍କୃତି ବିଷୟରେ ଆଲୋଚନା କରୁଥାନ୍ତି।ଅନ୍ୟ କିଛି ଯୁବକ ଗୋଟିଏ ଗୋଷ୍ଠୀରେ ଦେଶର ଆର୍ଥିକ ଅବସ୍ଥା,ରାଜ୍ୟ ରାଜନୀତି ବିଷୟରେ ଆଲୋଚନା ସହ ପ୍ରଚଳିତ ସଂସ୍କାର ,ବ୍ୟବସ୍ଥା ବିଷୟକ ଆଲୋଚନାରେ ନିମଗ୍ନ ଥିଲେ।ଅନ୍ୟ ଏକ ଗୋଷ୍ଠୀରେ କିଛି ବିଦ୍ୟାର୍ଥୀ ମହାବିଦ୍ୟାଳୟ ସ୍ଥରରେ କିଛି ନିୟମ ଓ ଟ୍ରାଫିକ ବିଷୟରେ ଚର୍ଚ୍ଚା, ଆଲୋଚନା କରୁଥିଲେ।ଅନ୍ୟ କିଛି ନାରୀ ସମ୍ମିଳିତ ଭାବେ ବଜାର ଦରଦାମ୍ ବୃଦ୍ଧି ପାଇଁ କିପରି ହାଣ୍ଡିଶାଳରେ ପରିବର୍ତ୍ତନ ହେଇଛି ସେ ବିଷୟରେ ପରସ୍ପରର ଦୃଷ୍ଟି ଆକର୍ଷଣ କରିବା ସହ କିିପରି କାହା ଘରେ କେଉ ଘଟଣା ଘଟୁଛି ତାହା ପ୍ରକାଶ କରି ନିଜ ସୁଖ ଦୁଃଖ ବାଣ୍ଟିଥିଲେ। ଗୋଟିଏ ଷ୍ଟେସନ୍ ପୂର୍ବରୁ ରେଳଗାଡ଼ି ଟି ଅଟକିଲା କୋୖଣସି କାରଣ ରୁ ଟିକେ ବିଳମ୍ବ ରେ ଖବର ଆସିଲା କୌଣସିି ମରାମତି ପାଇଁ ରେଳଗାଡ଼ି ଅନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ସ୍ତଗିତ୍ ରହିଛି ।ଯେଉଁ ସ୍ଥାନରେ ରେଳଗାଡ଼ି ରହିଥିଲା ତାହା ମଧ୍ୟ ଏକ ନିଛାଟିଆ ସ୍ଥାନ ଥିଲା।ସମୟ ମଧ୍ୟ ରାତ୍ରୀ ର ଥିଲା। କୋୖଣସି ନିକଟସ୍ଥ ସ୍ଥାନ ମଧ୍ୟ ନଥିଲା ଆଶ୍ରୟ ପାଇଁ ।ରାତ୍ରୀ ଅନ୍ଧକାର ସହ ଡ଼କାୟତଙ୍କ ଉପଦ୍ରବ ଭୟ ସମସ୍ତଙ୍କୁ ଭୟଭୀତ କରି ଦେଇଥିଲା।ସମସ୍ତଙ୍କ ସହ ମୁଁ ମଧ୍ୟ ବିଚଳିତ ଥିଲି ନିଜ ଗନ୍ତବ୍ୟ ସ୍ଥଳୀରେ ପହଞ୍ଚିବାର ବ୍ୟଗ୍ରତା ସମସ୍ତଙ୍କ ମୁଖମଣ୍ଡଳରେ ସ୍ପଷ୍ଟ ପ୍ରକାଶିତ ହେଉଥିଲା।ପ୍ରାୟ 6 ଘଣ୍ଟା ବିଳମ୍ବରେ ରେଳଗାଡ଼ି ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହେଲା ପୁନଃଶ୍ଚ ରେଳଗାଡ଼ି ଯାତ୍ରା ଆରମ୍ଭ ହେଲା ।ଦୀର୍ଘ ସମୟ ବ୍ୟବଧାନରେ ସମସ୍ତେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିଲେ।ଉକ୍ତ ଯାତ୍ରା ମୋ ଜୀବନର ଏକ ଅଭୁଲା ସ୍ମୃତି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Action