STORYMIRROR

Pramod Kumar Sahu

Abstract

3  

Pramod Kumar Sahu

Abstract

ରାଜୁଡା ଶାସନ୍ ସମିଆଁ"""""""""""

ରାଜୁଡା ଶାସନ୍ ସମିଆଁ"""""""""""

2 mins
169


ସେତେ ବେଲର୍ ସମିଆଁ। କାହାର୍ ଘରେ ଖାଏବା କେ ମୁଠେ ଅଢିଆ ନାଇଁ ଗଁଅଟିଆ ଘର୍ ନୁ ଜାହା ପାଏବେ କୁଟୁମ୍ ଜାକ ଭାଗ୍ ବଁଟା କରି ଖାଏବେ ଆରୁ ଗୁଟେ ଗୁଟେ ଘରର୍ ଜହ କୁଟୁମ୍ ଥିଲା ଲୋକ୍ ଭୁକେ ବି ରହୁଥିଲେ ।କୋଦୋ,ଗୁର୍'ଜି ,ମଡିଆ,ଖୁଦ୍ ମଲ୍'ଖୁ ଖାଇ କରି ରହୁଥିଲେ। ଆରୁ ଗାଁ ର୍ ମୁନୁଷ୍ ପିଲା ଯେତେ ଗଅଁଟିଆ ଘର୍ ସବୁ କାମ୍ କବାରେ ସବୁ ଆଏତ୍।ପହଁ ନୁ ଯାଇ ସବୁ ସଞ୍ଜ୍ ବେଲେ ଫିର୍'ବେ ।ଜାହାର୍ କାମେ ସେ ଝିକା ଝୋକ୍ କରୁଥନ୍ ।


ଝାଲ୍ ଦେହେ ମୁହୁଁ ନୁ ଝାଲ୍ ସର୍ ସରା ।ଭୁକେ ସୁସେ ସଭେ ଜାକ କାକଲ୍'ତି ହେଇ ଡଙ୍ଗର୍ ଉପ୍ ରୁ ସଭେ ହଲ୍ ଗାଡି ନୁ ବାଞ୍ଜି,ଢାଲ୍ ଜୁଗ୍'ରେଇ କରି ଉତ୍'ରା ବେ ।ସେତେ ବେଲର୍ ସମିଆଁ ଟାଏଁ ଟାଏଁ ଖରା ହଉଥାଏ ।କେନ୍ ଖେତେ ଖଲେ ପିଏନ୍ ତୁପେ ନାଇଁ ।ଇଆଡେ ଝାଏଁ କରି ନାଇଁ ପହଁଚାଲେ ଗଁଅଟିଆ ସବ୍'କେ ଗାଲି ଦେବା ।ଆରୁ ଯାହା ଖୁଦ୍,ମଲ୍'ଖୁ ଖଣେ ଦଉଥିଲା ।ସେଟା ଆରୁ ନାଇଁ ଦିଏ ନାଈଁ ଥାକି କରି ଏକ୍ ଚୁପିଆ । ଆନ୍'ଲା ଉତାରୁ ଉତ୍'ରେ ବସ୍'ବେ ସବୁ ଜାକ। ଫେର୍ ଗଅଁଟିଆର୍ ଅଲ'ଗା କବାର୍ ମାନେ ଅଛେ ।


ଫେର୍ ଥରେ ବର୍'ଗି ଦେବା କାହାକେ ଚନା ମଡାବାର୍ କବାର୍ ,କିଏ କୁଣା ପୁଆଲ୍,ଆରୁ କିଏ ଚନା,ମୁଗ୍ କୁଇଟ୍ ସାଁକ୍ଲି କରି ଆନ୍'ବା ।ଇଆଡେ ସମିଆଁ ବନେ ହେଇଥିବା ନ ।ଘରର୍ କୁଟୁମ୍ ସବୁ ଭୁକେ ସୁସେ ରହି ଟାକି ଥିସନ୍ ।ଗଅଁଟିଆ ଆଏଜ୍ ଦେଲେ କି ନାଇଁ ବୋଲି ଚିନ୍ତା ନେ ଥିବା ଘରର୍ ମାହେଜି ।ଝୁପ୍ ଝୁପିଆ ସମିଆଁ ଥି ଆନିକରି ଖୁଦ୍ ମଲ୍'ଖୁ ଖଣେ ଜେନ୍'ଟା ପାଏବା ସେଟା ଚୁଇଲ୍ ଥି ବସ୍'ବା ।ରଚେଁ ରଚେଁ ଛୁଆ ମାନେ ଜେ ଭୁକେ ଛଟ୍'କି, ଛଟ୍'କି କାନ୍ଦୁଥିବେ ।ସେ ଦୁଖ୍ କଷନ୍ ବି ପାସ୍'ରି କରି କେନ୍ତା କରି ମୁଠେ ଖାଏବାର୍ ଟା ବି ମୁସ୍'କିଲ୍ ହେଇଯାଏ ।ପେଟର୍ ଭୋକ୍ କେ ଚାପି କରି ସେ କଷନ୍ କରା ।ରକତେ ସିଝ୍'ଲା ଲେଁଖେ ।

      



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract