ପ୍ରିୟ ତମେ ❤️
ପ୍ରିୟ ତମେ ❤️
ଅପଲକେ ଚାହିଁ ରହିଥିଲା ସବୁଠୁ ଉର୍ଦ୍ଧ୍ବରେ ଫୁଟିଥିବା ସେ ଫୁଲଟିକୁ । ନାଁ ଜଣା ନାହିଁ ମାତ୍ର କି ସୁନ୍ଦର ଦେଖିବାକୁ ।କଲେଜ ଦିନରେ ଦେଖୁଥିଲା ସେଇ ଫୁଲକୁ , ପ୍ରିୟ ଥିଲା ଫୁଲଟି ମାତ୍ର ପୁଣି କାଳାତିକ୍ରମେ ଅଜଣା ପାଲଟି ଯାଇଥିଲା ।
ଭାବୁଥିଲା ପୁଣି କାହିଁ ଅଜଣା ଲୋକ ସବୁ ଚି଼ହ୍ନା ପରି ଲାଗନ୍ତି , ଆଉ ପୁଣି କିଛି ଚି଼ହ୍ନା ମୁଁହ ଲାଗେ ଅଜଣା ଅଜଣା। ପୁଣି ଭାବିଲା ସେ ହୁଏତ ଜାଣିନି ଠିକ୍ ରେ ,ହୁଏତ ବୁଝିପାରିନି ଭାଷା ସବୁ ମୁଖମଣ୍ଡଳର ।
ଝିଅଟି, ଝଡ ଝଞ୍ଜା ସହି ସରୋଜିନୀ ହୋଇଥିଲା ତା ପରିବାରର ପଙ୍କରେ, ଦିନେ ଡାକ୍ତର ହେବାର ସ୍ବପ୍ନ ଦେଖିଥିଲା ଓ ଆଜି ସେ ସ୍ବପ୍ନ ହୋଇଛି ବାସ୍ତବତାରେ ପରିଣତ । ଯାଉଛି ପ୍ରଥମ ଥର ପାଇଁ ତାର ସ୍ୱକର୍ମକ୍ଷେତ୍ରକୁ , ଯାହା ତା ପାଇଁ ଅଜଣା ଆଜି ।
'ଓହୋ !!! ୨୦ ମିନିଟ ହେଲାଣି ,ବସ୍ କୁ ବି ଆଜି ଲେଟ୍ ହବାର ଥିଲା , କେତେ କରି କହିଛି ବାପାଙ୍କୁ ସାଇକେଲଟା ମୋର ସାଇକେଲ ତ ନୁହେଁ ମୋ ସଵାରୀ ପରି, କାହିଁ ଦେଇ ଛାଡିଲେନି କେଜାଣି। କେତେ ସମୟ ଅପେକ୍ଷା କରିବି ଆଉ !!'
ଇତି ମଧ୍ୟରେ କାର୍ ରେ ଆଦିକୁ ଯିବାର ଦେଖିଛି ।ଆଦି ତା ସାଙ୍ଗ ଯାହାକୁ କହି ପାରିନଥିଲା ଦିନେ ସତ ଟିଏ । ପୁଣି ଭାବିଛି କ'ଣ ସେ ମତେ ମନେ ରଖିଥିବେ ? ମନେରଖି ଅବା କଣ ଲାଭ, ପୁଣି ମନେ ପଡିଛି ସେ ସ୍ମୃତି ସବୁ ଆଉ ସେ କାରଣ ସବୁ ଯାହା ତା ଓଠରୁ କଥା ଫେରାଇ ନେଇଥିଲା ।
ମାଡାମ୍ କୁଆଡେ ଯିବେ କି ? ଅଟୋରୁ ସ୍ୱର ଟିଏ ଭାସି ଆସିଛି।
ତା କଥାରେ ରେ ପୁଣି ବର୍ତ୍ତମାନ କୁ ଫେରିଛି ।
'ଧାରା ଏସ୍. ସି. ହସ୍ପିଟାଲ କୁ ଯିବାର ଥିଲା ।' ବସ୍ ଟି ଆସିନି କାହିଁ ପଚାରିବାରୁ ବସ୍ ଷ୍ଟ୍ରାଇକ୍ ଚାଲିଛି ବୋଲି ଲୋକଟି କହିଛି । ବାଧ୍ୟ ହୋଇ ଆଉ କ'ଣ କରିବ ଜାଣି ନ ପାରି ସେ ଯାଇଛି ଅଟୋରିକ୍ସାରେ ଆଉ ପହଁଞ୍ଚିଛି ତା କର୍ମକ୍ଷେତ୍ରରେ । ଆଜି ପ୍ରଥମ ଦିନ ,କ'ଣ ହବ କିଛି ଭାବିପାରିନି ସେ । ନାନା ପ୍ରଶ୍ନ ନେଇ ଯାଇଛି ହସ୍ପିଟାଲ ଭିତରକୁ । କେହି ରାଗି ସିନିୟର ଥିବେ କି ନଥିବେ ଭାବିଛି ଓ ପୁଣି କହିଛି ସବୁ ଠିକ୍ କରିଦେବ ପ୍ରଭୁ !!!
କିନ୍ତୁ ଏ କଣ !!!
ସେଠାରେ ପହଞ୍ଚି ସେ ଦେଖେ ଆଦି କୁ , ସେ କାହିଁକି ଚାହିଁ ରହିଛି ତାକୁ ??? ହଠାତ୍ କିଛି ବୁଝିପାରିନି ସେ । ଆଦି ତାକୁ କହୁଛି ସରପ୍ରାଇଜ!!! ୱେଲକମ୍ ରାଧା । ଆଇ ଆମ୍, ଲେଟ୍ ଇଟ୍ ଗୋ, ୟୁ ନୋ ; ହିୟର୍ ଦ ଏମ୍. ଡି. ୱେଲକମ୍ସ ୟୁ। ପୁଣି ହସି ହସି ନେଇଛି କିଛି ଦେଖାଇବାକୁ।
ନଜର ପଡିଛି ରାଧାର ସେ ସୁନ୍ଦର ଫୁଲ ଗଛ ଉପରେ ଯାହା ବିରାଟକାୟ ଆକାର ଧାରଣ କରିଛି ଓ ଫୁଟିଉଠିଛି ଅଗଣିତ ତାର ପ୍ରିୟ ପୁଷ୍ପ ସେଥିରେ । ଚି଼ହ୍ନା ତାର ପ୍ରେମ ଆଜି ଅଚିହ୍ନା ବୋଲି ଭାବିଥିଲା , ମାତ୍ର ଆଦି କହିଛି 'ମନେ ଅଛି ତମର ଚପଳାମି ,ଫୁଲକୁ ଦେଖିଦେଇ କବିତା ଲେଖିବାର ଅଭ୍ୟାସ ସବୁ, ମନେ ଅଛି ସ୍ମୃତି ଓ ମନେ ଅଛ ତୁମେ ମଧ୍ୟ । ପ୍ରିୟ ତୁମ ପୁଷ୍ପବୃକ୍ଷ ଏକ ମାତ୍ର ସାହାରା ସାଜିଛି ଏହି ପଥହରା ବାଟୋଇର। କିଛି କହିବନି ରାଧା???
ରାଧା ଉପରକୁ ଚାହିଁ ଦେଖିଚି ଧାରା ତ କେବଳ ବିପରୀତ ତା ନାମର।
କହିଛି ଆଦିକୁ ଚାହିଁ ପ୍ରିୟ ସ୍ଥାନେ ପ୍ରିୟ ପୁଷ୍ପ ଓ ପ୍ରିୟ ତମେ....
ପ୍ରଜ୍ଞା ପରିମିତା ମିଶ୍ର

