STORYMIRROR

Rashmi Ranjan Dash

Horror

3  

Rashmi Ranjan Dash

Horror

ପ୍ରେତାତ୍ମା

ପ୍ରେତାତ୍ମା

1 min
15.3K


ଗାଁ ସାରା ଭାଳେଣି ପଡି ସାରିଥିଲା ।ଯେଉଁମାନେ ଶଙ୍କରା କଥାରେ ଅବିଶ୍ୱାସ କରୁଥିଲେ ସେମାନଙ୍କ ପାଟି ଚୁପ୍ ହେଇ ସାରିଥିଲା । ହବନି କେମିତି,ଯଦି ଥରେ କି ଦି' ଥର ନୁହଁ ବାରମ୍ବାର ଏପରି ଘଟଣା ଘଟିବ କଣ ବା ସେମାନେ ଆଉ କହି ପାରିବେ।

ସନିଆ ମରିବାର ଦିନ କେଇଟା ହେଇନି, ଗାଁର ଅଧା ଲୋକଙ୍କ ଠି,ତା ପ୍ରେତାତ୍ମା ଶବାର ହେଇ ସାରିଲାଣି । କିଏ ଝୁଲିଝୁଲି ବେହୋସ୍ ହେଇ ଗଲାଣି ତ,କିଏ ବାରଚଉଳିଆ କଥା କହିଲାଣି,ଆଉ କିଏ କମ୍ପରେ ଥରିଲାଣି।

ଶଙ୍କର ନିଜେ ଦେଖିଚି,ଶବ ଦାହ ସମୟରେ ପେଟ୍ରୋଲ ଢାଳିଲା ବେଳକୁ ସନିଆ ଆତ୍ମଟା ସିଧା ପେଟ୍ରୋଲ ବୋତଲ ଭିତରକୁ ନିଆଁ ହେଇ ପଳେଇ ଆସିଲା, ଡରରେ ସେ ବୋତଲଟାକୁ ଫୋପାଡ଼ି ଦେବାରୁ ଆତ୍ମଟା ବାହାରି ପଳେଇଲା,କି ପାଠ ଦି ଅକ୍ଷର ବାହାରେ ରହି ପଢ଼ିଛନ୍ତି ଯେ,ଦୀପିନା,ପଙ୍କଜ,ନାରଣ ଆଦି କହିଲେ, ପେଟ୍ରୋଲରେ ନିଆଁଟା ଲାଗିଯିବାରୁ ବୋତଲକୁ ବି ନିଆଁଟା ଚାଲି ଆସିଲା। ହଉ ନିଆଁ ଯଦି ବୋତଲ କୁ ଚାଲି ଆସିଲା ବୋତଲଟା ତ କାଇଁ ପଡ଼ିଲାନି ?

ଏବେ ଗାଁର ଏ ପରିସ୍ଥିତିରେ ପାଟିରୁ ତାଙ୍କର ଆଉ କଥା ବାହାରୁଚି ?

ଶେଷରେ ଗାଁ ରେ ବିଚାର ବିମର୍ଷ ହେଇ ପାଖ ଜିଲ୍ଲାରୁ ଗୁଣିଆ ଡକା ହେଲା । ଅମାବାସ୍ୟା ରାତ୍ରିର ନିଶାର୍ଦ୍ଧରେ ମଶାଣି ପଡ଼ିଆରେ ଗୁଣିଆ ପୂଜା ପାଠ କରି ଅଭୟ ବାଣୀ ଶୁଣେଇଲା,ସେ ସାନିଆର ଆତ୍ମାକୁ ବନ୍ଦୀ କରିଦେଇଛି,ଗାଁରେ ଆଉ କିଛି ଅଘଟଣ ଘଟିବ ନାହିଁ । ଗାଁ ଲୋକ ଏଥର ଶାନ୍ତିରେ ଟିକେ ନିଶ୍ୱାସ ମାରିଲେ।

ସକାଳୁ କିନ୍ତୁ ପୁଣି ଜଣା ପଡିଲା,ହରି ବେହେରା ନାତି ଜ୍ଵରରେ କମ୍ପୁଛି, ବାଉଳେଇ ଚାଉଳେଇ ହେଉଚି, ଯିଏ ଏ କଥା ଶୁଣିଲେ କହିଲେ, ହରିଆ ପୁଅଟା କେବେ ତା ପୁଅ ଝିଅଙ୍କର ଯତ୍ନ ନେଲାନି,ପୁଅଟା ଦେହ ଖରାପ ଡାକ୍ତରଙ୍କୁ କଣ ଟିକେ ଦେଖଉଚି।

ଅଧ୍ୟାପକ ରଶ୍ମି ଦାଶ

ସାଇ କୃପା ,କାମାକ୍ଷାନଗର

ଢେଙ୍କାନାଳ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Rashmi Ranjan Dash

Similar oriya story from Horror