STORYMIRROR

URMILA MAHAPATRA

Inspirational

3  

URMILA MAHAPATRA

Inspirational

ପାଉଁଜି

ପାଉଁଜି

3 mins
215


      ଅତୀତ ସ୍ମୃତିକୁ ମନେପକାଇଲେ ଆଜିବି ହୃଦୟରୁ ଦୀର୍ଘ ଶ୍ୱାସ ବାହାରି ଆସେ l ଝିଅଟିର ନାଁ ଜ୍ୟୋତି, ସେଦିନ ରେଲୱେ ପ୍ଲାଟଫର୍ମରେ ତା' ସହ ଦେଖା ହୋଇଥିଲା l ମୁଁ ଯାଉଥିଲି ସିକିମ ଅଫିସ କାମରେ, ଟ୍ରେନ ଅପେକ୍ଷାରେ ବସିଥିବା ବେଳେ ହଠାତ ଅଦିନିଆ ବର୍ଷା କେଉଁଠି ଥିଲା ଅସରାଏ ବର୍ଷି ଦେଇଗଲା l ସେ ବର୍ଷାକୁ ଭଲପାଏ, ବର୍ଷାକୁ ଭୃକ୍ଷେପ ନକରି ପାଦର ପାଉଁଜି ଛମ ଛମ କରି ନାଚି ଉଠିଲା l 

     ତାକୁ ଦେଖିବା ପରେ ବର୍ଷାକୁ ଡରୁଥିବା ମୁଁ କାହିଁକି କେଜାଣି ବର୍ଷାକୁ ମନେ ମନେ ଭଲପାଇଲି ଓ ମନେହେଲା ତା ପାଉଁଜିର ରୁଣୁ ଝୁଣୁ ଶବ୍ଦରେ ମୁଁ ବି ତା' ସହ ନାଚନ୍ତି କି ? ମୋର ଭାବନାରେ ପୂର୍ଣ୍ଣଛେଦ ପକାଇ ଟ୍ରେନ ଆସି ପହଞ୍ଚି ଗଲା l ଶୀଘ୍ର ଶୀଘ୍ର ଯାଇ ଟ୍ରେନରେ ଚଢିଲା ବେଳକୁ ସେ ଝିଅଟି ବି ସେଇ ଟ୍ରେନରେ ଚଢିଥାଏ l

     ଭାରି ଚୁଲବୁଲି ପ୍ରଗଲ୍ଭା ଝିଅଟିଏ l କଥା ରୁ ଜଣାଗଲା ସିକିମ ବୁଲିବାକୁ ଯାଉଛନ୍ତି l ପହଂଚିବା ପରେ ମୁଁ ଯେଉଁ ଲର୍ଜ ରେ ରହୁଥିଲି ସେମାନେ ବି ସେଇ ଲର୍ଜରେ ରହୁଥାନ୍ତି l

     ଦିନସାରା ଅଫିସ କାମରେ ବ୍ୟସ୍ତ ରହି ଅପରାହ୍ନ ରେ ଲର୍ଜ କୁ ଫେରି କ୍ଲାନ୍ତ ଅଳସ ଦେହଟିକୁ ସୋଫାରେ ବିଶ୍ରାମ ଦେବା ବେଳକୁ, ପୁଣି ଆକାଶରେ ମେଘର ମେଳଣ, ଝଲକାଏ ଥଣ୍ଡା ପବନ ସାଙ୍ଗକୁ ଅସରାଏ ବର୍ଷା l ମୁଁ ତା' କଥା ଭାବି ଭାବି ଛାତ ଉପରକୁ ଚାଲିଯାଇ ଥାଏ, ପୁଣି ସେଇ ପାଉଁଜିର ରୁଣୁଝୁଣୁ ଶବ୍ଦ, ମୋତେ ଲାଗିଲା ନା ଏହା ମୋ ମନର ଭ୍ରମ କିନ୍ତୁ ଏ କ'ଣ? ସାମନାରେ ସେଇ ଝିଅଟି ନାଚୁଥିଲା, ବର୍ଷାରେ ମୁଁ ତା' ଦେହର ସୁଗନ୍ଧରେ ହଜିଯାଇଥିଲି l ପ୍ରକୃତିସ୍ଥ ହେଲି ସେତେବେଳେ ଯେତେବେଳେ ସେ ଝିଅଟି ମୁଁ ତାକୁ ଲୁଚି ଲୁଚି ଦେଖୁଛି ବୋଲି ଅଭିଯୋଗର ଲମ୍ବା ଭାଷଣଟିଏ ଝାଡିଦେଲା l ମୁଁ ହଡବଡେଇ ରୁମକୁ ଫେରିବା ବେଳେ ସିଡିରେ ତା' ସହ ଧକା l ମୁଁ ରୁମକୁ ଫେରି ଖାଇବା ଅର୍ଡର କଲି ଖାଦ୍ୟର ସ୍ୱାଦ ଭୁଲିଗଲି, ବାରମ୍ବାର ଝିଅଟି ସହ ମୋର ଆମନାସାମନା ମୋତେ ଆନମନା କରିଦେଇଥିଲା l ବିଳମ୍ବିତ ରାତ୍ରି ଯାଏଁ ନିଦ ହୋଇ ନଥିଲା l

      ସକାଳୁ ଡେରିରେ ଉଠିଲି ଓ ଫ୍ରେସ ହୋଇ ସିକିମ ବୁଲି ବାହାରିଲି l ମାର୍କେଟ ବୁଲୁ ବୁଲୁ ପୁଣି ମୋ କାନରେ ସେଇ ପାଉଁଜିର ଶବ୍ଦ ଗୁଞ୍ଜରିତ ହେଲା, ଏହା ନିଶ୍ଚୟ ମୋ ମନର ଭ୍ରମ ଭାବି ପଛକୁ ବୁଲି ଚାହିଁଲା ବେଳକୁ ସେ ଝିଅଟି ମତେ ଠେଲି ଆଗକୁ ଦୌଡ଼ି ଯାଇ ମୋ ସାମନାରେ ଯାଉଥିବା ବୁଲା ବିକାଳୀ ଠାରୁ ରଙ୍ଗ ବେରଙ୍ଗର ବେଲୁନ୍ କିଣିଲା। 

     ଏଇ ସମୟରେ କେହିଜଣେ ମୋ କାନ୍ଧରେ ହାତରଖି କହିଲେ ତୁ ଜଗଦୀଶ ବାବୁଙ୍କ ପୁଅ ବିଶାଳ ନା ? ମୁଁ କିଛି କହିବା ଆଗରୁ ସେ କହିଲେ ମୁଁ ତୋ ବାପାଙ୍କ ସାଙ୍ଗ ଅମରେନ୍ଦ୍ର ତ୍ରିପାଠୀ । ମୁଁ ହଁ ମଉସା କହି ପ୍ରଣାମ କରିବା ବେଳକୁ ସେ କହି ଉଠିଲେ ଆରେ ମା ଜ୍ୟୋତି ୟାଙ୍କୁ ଜାଣିପାରୁନୁ, ଇଏ ପରା ବିଶାଳ ଭାଇ ମୁଁ ସବୁବେଳେ ୟାଙ୍କ କଥା କୁହେନି, ଆମେ ସେଠୁ ବଦଳି ହୋଇ ଆସିବାପରେ ତୁ ବିଶାଳ ଭାଇବୋଲି କେତେଦିନ ଯାଏଁ ମନେ ପକାଉ ଥିଲୁ l କଥା ହେଉ ହେଉ କେତେବେଳେ ତାଙ୍କ ରୁମରେ ପଂହଁଚି ଯାଇଛୁ ଜାଣେନି l ଅମରେନ୍ଦ୍ର ମଉସା କହିଚାଲିଥାନ୍ତି ଆସନ୍ତା ଜୁଲାଇ 12 ତାରିଖରେ ଜ୍ୟୋତି ର ବାହାଘର, ତେଣୁ ବାହାଘର ପୂର୍ବରୁ ଝିଅ ସହିତ କେତେଦିନ ସମୟ କଟାଇବାକୁ ଚାଲିଆସିଛୁ l ମୋର ପାଦତଳୁ ପୃଥିବୀ ଖସିଗଲା ପରି ଲାଗୁଥିଲା l

      ଜ୍ୟୋତି ଚା କପ ଧରି ବିଶାଳଭାଇ ଚା କହିବା ବେଳକୁ ନା ମୁଁ ଚା ପିଏନି କହି ଦ୍ରୁତଗତିରେ ଚାଲିଆସିବା ବେଳକୁ ଦେଖିଲି ଦୁଆର ମୁହଁରେ ଗୋଟିଏ ପାଉଁଜି ପଡିଛି, ମୁଁ ସମସ୍ତଙ୍କ ଅଲକ୍ଷ୍ୟ ରେ ପାଉଁଜି ଟିକୁ ନେଇ ଆସିଥିଲି ଓ ତା'କୁ ଆଜିଯାଏଁ ସାଇତି ରଖିଛି ଓ ବର୍ଷା ହେଲେ ସେ ପାଉଁଜି ପିନ୍ଧା ପାଦ ଓ ତା ନାଚକୁ ଭୁଲିପାରୁନି l ଏତିକି ବେଳେ ପତ୍ନୀଙ୍କର ପାଟି ଶୁଭିଲା କହିଥିଲି ନା ଆଜି ଜୁଏଲେରୀ ଯିବା ମୁଁ ପାଉଁଜି ବଦଳେଇବାର ଅଛି l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from URMILA MAHAPATRA

ପାଉଁଜି

ପାଉଁଜି

3 mins ପଢ଼ନ୍ତୁ

Similar oriya story from Inspirational