ମୃତ୍ୟୁ ରୁ ଦୁଇ ମୁହୂର୍ତ୍ତ
ମୃତ୍ୟୁ ରୁ ଦୁଇ ମୁହୂର୍ତ୍ତ


ମୃତ୍ୟୁ.... ଏହା ହେଉଛି ଏମିତି ଏକ ଶବ୍ଦ ଯାହାକୁ ପୁରାତନ ଲୋକ ମାନେ କାଳ ର ନାମ ଦେଇଥିଲେ।
ମୃତ୍ୟୁ.... ଏହି ଶବ୍ଦ ଶୁଣିବା ମାତ୍ରେ ଏକ ହସ୍ ହସ ମୁହଁରେ ଏକ
ଭୟ ର ଛବି ଆପେ ଆପେ ଆସିଯାଏ।
ହେଲେ ଆଜି କାଲି ଦୁନିଆ ରେ ଲୋକ ମାନେ ଏହାକୁ ଏକ ଖେଳ ସହିତ ମାନିନେଇଛନ୍ତି....
ସେଇ ସ୍ମୃତି ରୁ କିଛି ଲେଖିଛି....
ଶୀତ ସନ୍ଧ୍ୟା ର କୋହର ଧୀରେ ଧୀରେ ଧରା ପୃଷ୍ଠରେ ଅବତରଣ କରୁଥାଏ।ଗାଁ ରେ ହୋ ହଲା ଟିକେ ଯୋରେ ସୁଭୁଥାଏ।ଦାସ କକା ଘର ସଳଖରେ ବହୁତ୍ ଭିଡ଼ ଜମିଥାଏ। କୁଆଡେ ତାଙ୍କ ବୁଢ଼ୀ ସ୍ତ୍ରୀ ଟି ଶେଷ ଶଯ୍ୟା ରେ ସମୟ ଗଣୁଥାଏ। ଆଉ ତାଙ୍କ ଘରକୁ କୁଆଡୁ କୁଆଡୁ ଲୋକ ଦେଖିବାକୁ ଆସିଥାନ୍ତି। କାହିଁକି ନା ଆମ ଦାସ କକା ଆମ ଗାଁ ର ଶିକ୍ଷିତ ଓ ପୁରୁଖା ଲୋକ ଙ୍କ ମଧ୍ୟରୁ ଜଣେ। ତାଙ୍କ ପୁଅ ମାନେ ସହରରେ ବଡ଼ ବଡ଼ ଚାକିରି ବି କରନ୍ତି। ଆଉ ଝିଅ ମାନଙ୍କୁ ସେ ବହୁତ ବଡ଼ ବଡ଼ ଘରେ ବିବାହ ଦେଇଛନ୍ତି।
ମୁଁ ତାଙ୍କ ଘର ବାରଣ୍ଡାରେ ବସିଥାଏ। ଆଉ ଲୋକ ଙ୍କ ଟୁପୁରୁ ଟାପୁରୁ କଥା ଶୁଣୁଥାଏ।
କିଏ କହୁଥାଏ କି............ ଆହା ବୁଢ଼ୀ ଟା ଭାରି ଉପକାରି ମଣିଷ ଟେ ଥିଲା।ହେଲେ ପୁଅ କେବେ ଆସିବ ଆସିବ ବୋଲି ବାଟ ଚାହିଁଥିଲା।
>
କିଏ କହୁଥାଏ.......ପୁଅ ତ ବଡ଼ ଚାକିରିଆ ଲୋକ ତାକୁ ସମୟ କାଇଁ ଯେ ସେ ଆସୀପାରିଥାନ୍ତା।
....... ନାଇଁ ମ ନନା ପୁଅର ବଡ଼ ଗାଡ଼ି ଅଛି ଚାହିଁଥିଲେ କଣ ଆସିପାରିନଥାନ୍ତା ।
ଆଉ କିଛି ଛୋଟ ପିଲା ଏ କଥା ବି କହୁଥାନ୍ତି କି....ହଇରେ ୟାଙ୍କର ଭୋଜି ହବ ରେ ତୁ ଆସିବୁ ଟି... ମୁଁ ତ ଆସିବି।
ଅବୋଧ ବାଳକେ ବିଚରା ସେମାନେ କଣ ଜାଣିବେ ମରଣ କଣ।
ଏମିତି ଦେଖୁ ଦେଖୁ ଗୋଟେ ଧଳା କାର ରେ କିଛି ଲୋକ ଆସିଲେ।ସେମାନେ କୁଆଡେ ଦାସ କକା ଙ୍କ ପୁଅ,ବୋହୂ,ନାତି,ନାତୁଣୀ ଥିଲେ।
ହାତରେ ଶହ ଶହ ଟଙ୍କା ର ଫଳ, ମିଠା ପକେଟ୍, କ୍ଷୀର, ହର୍ଲିକ୍ସ ଡବା ଆଉ କେତେ କଣ।
ସେମାନେ ଘରକୁ ଯିବାର କିଛି ସମୟ ପରେ ଘର ଭିତରୁ ଗୀତା ବହିର ସ୍ୱର ବଦଳରେ କନ୍ଦା କଟା ର ଧ୍ଵନି ବାହାରି ଆସିଲା।କିଛି ଲୋକ କହିଲେ ବୁଢ଼ୀ ଚାଲିଗଲା। ମୁଁ ହଠାତ୍ ଯାଇ ଦେଖେ ତ ସେଇ ଦୁଇ ଆଖି ବନ୍ଦ ହୋଇ ଯାଇଥିଲା।
ବୋଧହୁଏ ସେ ଦୁଇ ଆଖି ତା ପୁଅର ବାଟ କୁ ଚାହିଁ ବସିଥିଲା।ଆଉ ଶେଷରେ ଦେଖେତ ନଜର ଯାଇ ସେଇ ହାର୍ଲିକ୍ସ ଡବା ରେ ପଡ଼ିଲା। ସେ ଡବା ଟି ସେମିତି ହିଁ ରହିଗଲା।
ଆଉ ସମସ୍ତେ କହିଲେ କି ଆହା ଏ ଚେହେରା ଟା ଏଇଠି ଲିଭିଗଲା।