ବର୍ଷା ଓ ମୋ ବୋଉ
ବର୍ଷା ଓ ମୋ ବୋଉ


ଜୀବନରେ ଏମିତି କିଛି ଘଟଣା ଘଟିଯାଏ ଯାହାକୁ ସାରା ଜୀବନ ମନ ଭିତରେ ଗୋଟିଏ ଫୁଲ ତୋଡା ହେଇ ରହିଯାଏ।
ଠିକ୍ ସେମିତି ମୋ ଜୀବନର ଗୋଟେ ଅଙ୍ଗେ ଲିଭା କଥା....
୨୦୧୫ ମସିହା । ମାସ ଭଲରେ ମନ ନାହିଁ କିନ୍ତୁ ପ୍ରଚଣ୍ଡ ଖରା ଦିନ । ମନ କାଇଁ ଭାରି ଚଞ୍ଚଳ ଥାଏ। କଲେଜରୁ ମୁଁ ମୋ ସାଇକଲ୍ ଧରି ଘରକୁ ଫେରୁଥାଏ। ହଠାତ୍ ମୋ କାନରେ ଯୋରେ ଘର୍ ଘର୍ ର ଧ୍ଵନି ବାଜିଲା। ମୁଁ ଠିକ୍ ଆକାଶକୁ ଅନେଇ ଦେଖି ଦିଏ ତ କଳାହାଣ୍ଡିଆ ମେଘର ଭୟାନକ ବାଦଲ। ତାକୁ ଦେଖି ମୋ ଦେହରେ ଗୋଟେ ଭୟର ଥର ଉଠିଗଲା।
କେଜାଣି କେମିତି ବୋଉକୁ ଜଣା ଥିଲା ବୋଧେ ବର୍ଷା ହେବ ବୋଲି ସେଥିପାଇଁ ଆସିଲା ବେଳେ କହୁଥିଲା କି... ପୁଅରେ ତୋ ରେନି କୋଟଟା ନେଇ ଯାଆ... କିନ୍ତୁ ମୁଁ ବୋଉକୁ ଗାଲୁ କରିକି ଆଣିନଥିଲି।
ବର୍ଷା ନହଉଣୁ ଖାଲି ଶୁଖିଲା ଘଡ଼ଘଡ଼ି ମାରୁଥାଏ। ମୁଁ ଭୟରେ ମା ବାଟ ମଙ୍ଗଳାଙ୍କୁ ଖାଲି ଡକୁଥାଏ। ଧିରେ ଧିରେ ବର୍ଷା ଜୋରେ ହବାକୁ ଲାଗିଲା। ଆଉ ମୋ ସାଇକଲର ଗତି ବି ବଢ଼ିବାକୁ ଲାଗିଲା। ଭଗବାନଙ୍କ ଦୟାରୁ ବାଟରେ ଗୋଟେ ଛୋଟ ଭଙ୍ଗା କ୍ୟବିନ୍ ଟେ ମିଳିଲା। ମୁଁ ଯାଇ ସେଇଠି ଠିଆ ହୋଇ ମୋ ରୁମାଲ୍ ରେ ପୋଛି ହେଲି। ଠିକ୍ ସେତିକି ବେଳକୁ ଗୋଟେ ଜୋରେ ବିଜୁଳି ଚଡ଼ଚଡ଼ି ମାରିଦେଲା। ସେତେବେଳକୁ ମୋ ଦେହରେ ଜୀବନ ନାହିଁ। ଭୟରେ ମୋ ଗୋଡ଼ ଥରୁଥାଏ। ଏକୁଟିଆକୁ ଆହୁରି ଅଧିକ ଭୟ ଲାଗୁଥାଏ। ଆକାଶରେ ବିଜୁଳି ପୁରା ତାଣ୍ଡବ କରୁଥାଏ। ଠିକ୍ ସେତିକି ବେଳକୁ ଭଗବାନଙ୍କ ପରି ଜଣେ ବୟସ୍କ ଲୋକ ତାଙ୍କ ସାଇକଲକୁ ରଖି ମୋ ପାଖକୁ ଆସିଲେ। ପେସାରେ ସେ ଜଣେ ପଥର ଖଣିରେ ପଥର କଟିଲା ପରି ଲାଗୁଥିଲେ।
ମୁଁ ଭଗବାନଙ୍କୁ ଗୋଟେ ମୁଣ୍ଡିଆଟେ ମାରିଲି ଆଉ କହିଲି କି ହେ ପ୍ରଭୁ ଧନ୍ୟବାଦ୍। ଡର ମୋର ଟିକିଏ କମିଲା । ତାଙ୍କର ମୋର ବହୁତ୍ କଥା କଥାରେ ବର୍ଷା କେତେ ବେଳେ ଛାଡ଼ିଗଲା ଆମକୁ ଜଣାପଡ଼ିଲା ନାହିଁ। ତା ପରେ ମୁଁ ଘରକୁ ଆସିଲି। ଘର ପାଖେ ଦେଖିଲି ମୋ ବୋଉ ଦାଣ୍ଡ ଦୁଆରେ ମତେ ଅନେଇ ବସିଛି। କେତେ ଦିଅଁ ଦେବତାଙ୍କୁ କଣ କଣ ଯାଚିଚି କି ମୋ ପୁଅ ଘରକୁ ଭଲରେ ଆସୁହେରୀ। ମୁଁ ଆସିଲି ମୋ ବୋଉ ଲୁଗାରେ ମୋ ମୁହଁକୁ ପୋଛି ଦେଲି। ବୋଉ ବି ପୋଛି ଦେଲା ମୋ ଦେହକୁ।
ଆଉ ମୁଁ ସେଦିନ ଭାବିଲି କି ମୋ ବୋଉର ପଣତ କାନି ମତେ ଘୋଡେଇ ଘୋଡେଇ ଆଣି ଘରେ ଛାଡିଲା। ସେଇଦିନୁ ସାରା ଜୀବନ ପାଇଁ ମୋର ମନ ରହିଗଲା "ସେଦିନର ସେ ବର୍ଷା ଆଉ ସେଦିନର ମୋ ବୋଉ" ।