STORYMIRROR

shantilata devi

Tragedy Inspirational

3  

shantilata devi

Tragedy Inspirational

ମଣିଷ ପଣିଆ

ମଣିଷ ପଣିଆ

3 mins
159


ସୁଲେଇ ସକାଳୁ ସକାଳୁ ମୁଁହ ମାଡ଼ି ଶୋଇଛି। ଉଠିବାର ନା ଧରୁନି।ପିଲା ତିନୋଟି ଭୋକରେ ଆଉତୁ ପାଉଟୁ ହୋଇ ମାକୁ ଘୋଷାରି ଚାଲିଛନ୍ତି। ଛୋଟ ପିଲାସବୁ। ଗୋଟିଏ ଦୁଇ ବର୍ଷର ଆର ଟି ଚାରି ବର୍ଷର,ବଡ଼ ଟି ଦଶ ବର୍ଷର। ସ୍ବାମୀ ଆଜକୁ ପାଞ୍ଚ ବର୍ଷ ହେଲା ଆର ପୁରକୁ ଚାଲି ଗଲେଣି।ଗାଆଁ ରେ ବଡ଼ ଦୁଃଖ କଷ୍ଟରେ ରହୁଥିଲା। ଓଳିଏ ଖାଇଲେ ଦି ଓଳି ଉପାସ ରହୁଥିଲା।

ଇଶ୍ୱରଙ୍କ ଅପାର କରୁଣାରୁ ସହୃଦୟତା ଦେଖାଇ ତା ଗାଁ ର ଚାକିରିଆ ମା ଜଣେ ନେଇ ଆସି ତାଙ୍କ ଭୁବନେଶ୍ୱର ଘରର ଆଉଟ୍ ହାଉସ୍ ରେ ରଖିଲେ।ସେ ତାଙ୍କର ଲୁଗା ପଟା ସବୁ ଇସ୍ତ୍ରୀ କରେ ଓ ସେ କଲୋନୀରେ ଥିବା ବାବୁମାନଙ୍କର ବି କରେ।ପିଲାମାନଙ୍କୁ ପାଖ ସ୍କୁଲ୍ ରେ ପଢାଏ। ସୁରୁଖୁରୁରେ ସଂସାର ଚଳାଏ।


ହଠାତ୍ ସରକାରଙ୍କ ଲକ୍ ଡାଉନ୍ ହେଲା।ସେ ବା କଣ ଜାଣୁଛି।ଖାଲି ଏତିକି ଜାଣିଛି ଯେ କିଛିଦିନ ସେ ଆଉ ଇସ୍ତ୍ରି କରି ପାରିବନି।ଯାହା କିଛି ରଖିଥିଲା ସଞ୍ଚିକି ସେଥିରେ ଚଳିଲା।ଦେଖିଲା ବେଳକୁ ବେଳ ଏ ଲକ୍ ଡାଉନ୍ ଅବଧି ବଢିଲା।ତାର ହଂସା ଉଡିଗଲା।କଣ କରିବ କିପରି ପିଲାଙ୍କୁ ଖାଇବାକୁ ମୁଠାଏ ଦେବ।ଯାହା ହେଉ କଲୋନି ର ମାଆ ମାନେ ସାହାଯ୍ୟର ହାତ ବଢାଇଲେ।ଏମିତି ମାସେ ଯାଏ ଚାଲିଗଲା।ହଠାତ୍ ଜୟଦୂର୍ଗାନଗର ସଟ ଡାଉନ୍ ହେଇଗଲା।ଯେଉଁ ମା ବାବୁ ମାନଙ୍କର କପଡା ଇସ୍ତ୍ରୀ କରୁଥିଲା ସେମାନେ ବୟୋଜ୍ୟେଷ୍ଠ ଲୋକ ଥିବାରୁ ଡରରେ ଘରୁ ବାହାରିଲେନି। ଏକ ଭୟ ର ବାତାବରଣ ସୃଷ୍ଟି ହେଲା।ପ୍ରବଳ ଗ୍ରୀଷ୍ମ ପ୍ରବାହ ସାଙ୍ଗକୁ ଖାଦ୍ୟ ଅଭାବରୁ ପିଲାଗୁଡିକ ଶୁଖି କଳା କାଠ ପଡିଗଲେ। ଯେଉ ମାଙ୍କ ଘରେ ରହୁ ଥିଲା,ସେ ମାଙ୍କ ଦେହ ଅସୁସ୍ଥତାରୁ,ସେ ଆଉ ବାହାରକୁ ବାହାରିଲେନି। ରାସ୍ତାଘାଟ ଖାଁ ଖାଁ । କଣ କରିବ ମାମାନେ ଯାହା ଦେଉଥିଲେ ପିଲାଗୁଡିକ ସାଙ୍ଗେ ସାଙ୍ଗେ ଖାଇ ନେଉଥିଲେ।ଘରେ କିଛି ନାହିଁ।ନିଜ ସ୍ୱାଭିମାନ ଯୋଗୁଁ ମା ମାନକୁ ଯାଇ ଆଉ ମାଗିବାକୁ ସାହସ ଯୁଟୁ ନ ଥାଏ।ପିଲାମାନଙ୍କ ଖାଇବାକୁ ଦେଇ  ପାରୁ ନଥିବାରୁ ମନ କଷ୍ଟରେ କାଳିଆ ଠାକୁରଙ୍କୁ ହାତ ଟେକି ଦେଲା।

ରଖିବା ମାରିବା ତୁମ ହାତରେ ପ୍ରଭୁ।


ଠିକ୍ ଏହି ସମୟକୁ ବାବୁ ଉପରୁ ପାଟିକରି ଡାକିଲେ,ସୁଲେଇ ଉପରକୁ ଆ ମାଆ ଡାକୁଛନ୍ତି।ଧାଇ ଧାଈ ଦୁଇ ମହଲା ବିଶିଷ୍ଟ ଘର ପାହାଚରେ ଚଢି ଚଢ଼ି ଯାଇ ମା ପାଖରେ ପହଞ୍ଚିଲା ବେଳକୁ ସଂ ସଂ ହୋଇ ଯାଉଥାଏ।ମା ସୁଲୋଚନା ଦେବୀ କହିେଲେ ଟିକେ ଆଗ ବସେ, ତୋ ସଙ୍ଗେ କଥା ଅଛି। ମୋ ଦେହ ଅସୁସ୍ଥ,ବାବୁ ଘରକାମ ଆଉ କରି ପାରୁନାହାନ୍ତି।ତୁ ଆମର ଘର କାମ କରିବୁ,ଆମକୁ ୨ମୁଠା ରାନ୍ଧିକି ଦେବୁ।ଅଧିକା ରନ୍ଧା କରି ତୋ ପାଇ ଓ ତୋ ପିଲାଙ୍କ ପାଇଁ ନେଇଯିବୁ।ଆମ ବାଉଣ୍ଡରି ବାହାରକୁ ତୁ କି ତୋ ପିଲାମାନେ ଯିବନି ଯେ ଯାଏ କରୋନା ନ ଯାଇଛି 


ସୁଲେଇ ହତ ଚକିତ ହୋଇଗଲା।ମା ନୈଷ୍ଠିକ ବ୍ରାହ୍ମଣ ଘର।ସେ ଦେଖିଛି ବାବୁ କଛାମାରି ଧୋତି ପିନ୍ଧି ଠାକୁରଙ୍କ ନା ନେଇ ଫୁଲ ତୁଳସୀ ଆଣନ୍ତି ବଗିଚାରୁ ପୂଜା ପାଇଁ। ତା ପାଟିରୁ ବାହାରି ଗଲା ମା ମୁଁ ଅଛଵ ଆପଣଙ୍କ ଘର ଅପବିତ୍ର ହେବ।ସୁଲୋଚନା ଦେବୀ ହସି ହସି କହିଲେ ହଉ ମୋ ଦେହ ଭଲ ହୋଇଗଲେ ଗଙ୍ଗା ଜଳ ପକାଇ ଶୁଦ୍ଧ କରିଦେବା। ସୁଲେଇ ମନଧ୍ୟାନ ଦେଇ ଘରର ସମସ୍ତ କାମ କରେ।।କିନ୍ତୁ ତା ମନ ବୁଝେନା।ଦିନେ ମାକୁ ପଚାରିଲା, ମାଆ ତୁମ ଗାଆଁ ରେ ସାଇଭାଇ ଜାଣିଲେ ଆପଣଙ୍କୁ ଏକଘରକିଆ କରିଦେବେ।ନିଆ ପାଣି ବନ୍ଦ କରିଦେବେ। ମୋ ଯୋଗୁଁ ଆପଣ ମାନେ ଅସୁବିଧାରେ ପଡିବେ।


ସୁଲୋଚନା ଦେବୀ ପାଖରେ ବସେଇ କହିଲେ ଏ ଜାତି ଅଜାତି କିଏ କରିଛି,ସବୁ ଆମେ କରିଚେ।ଯିଏ ଜେଇ କାମ ଭଲସେ କଲା ସେ କାମ ସେ ଆପେନେଇଲା।ଜାତି କଣ? କିନ୍ତୁ ସେ କିଛି ବୁଝି ପାରିଲା ନି ସେ ତ ପିଲାଟି ଦିନରୁ ଦେଖି ଆସୁଛି ଗାଆଁ ରେ ଦୁଆର ପିଣ୍ଡା ତଳେ ଠିଆ କରି ବାବୁଘରମାନେ ସଫା ଓ ଇସ୍ତ୍ରୀ କରିବାକୁ ଲୁଗା ଦିଅନ୍ତି।ତା ମୁଣ୍ଡକୁ କିଛି ପଶୁନଥାଏ।ଖାଲି ଏତିକି ମନକୁ ଆସିଲା,ସହରିବାବୁମାମାନେ ଭଲ ଲୋକ,ନହେଲେ ଗାଆଁ ରେ ଥିଲେ ସେ ଓ ତା ପିଲାମାନେ ଭୋକ ଉପାସରେ ମରି ଯାଇଥାନ୍ତେ।ମନେ ମନେ ଗୁଣୁ ଗୁଣ ହଉଥାଏ।ଠାକୁରଙ୍କ ଅପାର କରୁଣା,ସହରୀ ବାବୁ ମାଆଙ୍କ ପାଖରେ ମାନବିକତାର ମୂଲ୍ୟବୋଧ ଆଜି ବି ଲିଭି ଯାଇନି।


ଦୁଇ ହାତକୁ ଉପରକୁ ଟେକି କହିଲା , ମୋ ବାବୁମାଙ୍କୁ ଠାକୁରେ ଭଲରେ ରଖିଥାନ୍ତୁ।ସେ ଥିଲେ ମୋର , ମୋ ପିଲାଙ୍କ ପେଟ ଅପୋଶା ରହିବନି।


Rate this content
Log in

Similar oriya story from Tragedy