STORYMIRROR

Khirabdi Tanaya Panda

Drama

3  

Khirabdi Tanaya Panda

Drama

ମହଙ୍ଗା କେଉଁଟି ?

ମହଙ୍ଗା କେଉଁଟି ?

2 mins
134

 

ପ୍ରୀତି ଆଜି ବହୁତ୍ ଖୁସି , କାହିଁକି ନା ସକାଳୁ ସକାଳୁ ତାର ଶାଶୁ ଶଶୁର ଆସି ଘରେ ପହଞ୍ଚି ସାରିଲେଣି, କେତେ କଣ ଆୟୋଜନ, 


ଶଶୁର ତାର ଯାହାକୁ ମିଶୁଛନ୍ତି ଖାଲି କହି ବୁଲୁଛନ୍ତି , ସେ ଯାହା ହେଉ ନା କାହିଁକି , ବହୁଟି ମୋର ଭାରି ବୁଦ୍ଧିମତୀ, ନିଜ ବୁଦ୍ଧି ବଳରେ ସେ ଆଜି ଏ ଘର ଓ ସଂସାର ଗଢି ତୋଲିଛି , ମୁଁ ତାକୁ ଯେତେ ଯାହା ଆଗରୁ ଭାବିଥିଲି , ସେ ସବୁ ସତ୍ବେ ମଧ୍ୟ ସେ ଆଜି ପଛଘୁଞ୍ଚା ନ ଦେଇ ଆଗକୁ ବଢ଼ି ଚାଲି ଏ ପର୍ଯ୍ୟନ୍ତ ଆସିପାରିଛି ତାହା ଦେଖି ବହୁତ୍ ଭଲ ଲାଗୁଛି, ଶାଶୁ ମଧ୍ୟ କିଛି କମ୍ ତାରିଫ କରୁ ନାହାନ୍ତି, ସେ କହୁଛନ୍ତି, ମୋ ବହୁ ଟି ସିଏ, ସବୁ କାମରେ ନମ୍ୱର୍ ୱାନ । ସେ ଥରେ ଜିଦି କରିଲା ମାନେ କରି ଦେଖେଇଲା,  

ଏ ସବୁ ତାରିଫ୍ ପ୍ରୀତି ଦୂରରେ ଥାଇ କଣ ଗୋଟେ କାମ କରି କରି ଦେଖୁଥାଏ ଓ ଶୁଣୁ ଥାଏ ଆଉ ଖୁସି ରେ କାମ ମଧ୍ୟ ଶୀଘ୍ର ଶୀଘ୍ର କରୁଥାଏ, ଖାଲି ଏତିକି କଣ କମ୍ ଥିଲା ସୂର୍ଯ୍ୟ ବାବୁ ମଧ୍ୟ ଅସି ପହଞ୍ଚି କହିବାର ଆରମ୍ଭ କରିଲେ, କହିଲେ ପ୍ରୀତି ବହୁତ୍ ସାହସୀ ଝିଅ ଟିଏ , ସେ ସବୁ ନିଜେ ନିଜେ କରି ପାରେ , ମୁଁ ମଧ୍ୟ ତାର ଏହି କାର୍ଯ୍ୟ ରେ ସାହାଯ୍ୟ କରି ନାହିଁ , କିନ୍ତୁ ମୋତେ ବହୁତ୍ ଖୁସି ଲାଗୁଛି ଯେ ସେ କାହାର ବିନା ସାହାଯ୍ୟରେ ଏତେ ଦୂର ଆଗେଇ ପାରିଛି। 


ହଠାତ୍ ଗୋଟିଏ ଝିଅ ର ଶବ୍ଦ ଶୁଭିଲା, ମେମ୍ ଏହି option ଟି କେମିତି ହେବ? ପ୍ରୀତି ହେଉଛି ଗୋଟେ computer  ଶିକ୍ଷକ । ଆଉ ସେ class ରୁମ୍ ରେ ବସି କିଛି ଗୋଟେ ଭାବୁ ଥାଏ, କିନ୍ତୁ ଝିଅଟିର ଶବ୍ଦ ଶୁଣି ଭାବନା ରାଇଜରୁ ବାହାରି ଆସିଲା ପ୍ରୀତି, ଆଉ ହାତରେ ଧରି ଥିବା ନିଜ ଚାହା କପ୍ ମଧ୍ୟ ତଳେ ଖସି ପଡ଼ିଲା, 


ଆଉ ନିଜକୁ ନିଜେ ପଚାରିଲେ , ମହଙ୍ଗା କେଉଁଟି? ଚାହା ଟି ମହଙ୍ଗା ଥିଲା ? ନା ସ୍ଵପ୍ନ ରୁପି ଭାବନା ଟି ମହଙ୍ଗା ଥିଲା? 


ପ୍ରଶ୍ନ ପ୍ରୀତି ର ଉତ୍ତର ପାଠକ ମାନଙ୍କର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Drama