Sumant Padhi

Inspirational

3  

Sumant Padhi

Inspirational

ମଦ

ମଦ

1 min
447


ଆଜି କଲେଜ ପଢୁଆ ପୁଅ ପ୍ରଥମ କରି ରାତିରେ ଡେରିରେ ଘରକୁ ଫେରିଛି।ଗୋଟେ ବୋଲି ପୁଅ ତାକୁ ଛାଡ଼ି ଭଲା ମା ବାପା କେମିତି ଖାଇଥାନ୍ତେ ।ସେ ଫେରିବା ପରେ ଖାଇବା ବାଢି ମା ଡା଼କ ପକେଇଛନ୍ତି ଆ ଖାଇବୁ ! ସେପଟୁ ଜବାବ ଆସିଛି ମୁଁ ଖାଇକି ଆସିଛି ତମେ ଖାଇନିଅ । ବାପା ଠଉରେଇ ନେଇଛନ୍ତି ପୁଅ ବିଗିଡିବା ଆରମ୍ଭ କରିଛି ଆଜି ମଦ ପିଇକି ଆସିଛି ।

ବାପା ଗାଳି କରିବା ଆରମ୍ଭ କରନ୍ତେ ,ପୁଅ ଚିଲ୍ଳେଇ କି କହିଲା ,ତମେ ସବୁଦିନ କୁହ ନା ମୁଁ ଅପଦାର୍ଥ,ଘର ପାଇଁ କଳଙ୍କ !

ବାପା ଆଜି ମୁଁ ରାଜ୍ୟ ପାଇଁ କିଛି କରିଛି ,ଆଜି ମୁଁ ଗର୍ବରେ କହିବି ମୁଁ ଜଣେ ସଚେତନ ନାଗରିକ ,ହଁ ମୁଁ ଜଣେ ସଚେତନ ନାଗରିକ ।


ମା ପୁଅ କୁ ତାଗିତ୍ କରିବାକୁ ଉଦ୍ୟତ ହେଇଥାନ୍ତି ,ପୁଅ ଜବାବ ଦେଲା ହଁ ମୁଁ ମଦ ପିଇଛି ଆଉ ପିଇବି ମଧ୍ୟ କାରଣ ମୁଁ ଜଣେ ସଚେତନ ନାଗରିକ ।

ବାପା ,ମା ଙ୍କୁ କହିଲେ ତାକୁ ଛାଡିଦିଅ ,ସେ ଠିକ୍ କହୁଛି ସେ ସଚେତନ ନାଗରିକ ।ମାଆ ଙ୍କୁ କିଛି ବୁଝାପଡୁ ନ ଥାଏ ।

ବାପା ଦି ଦିନ ପୁରୁଣା ଖବର କାଗଜ ଆଣି ଆଉ ଥରେ ଦେଖୁଥାନ୍ତି ,ସବୁ ଗାଁ ଆଉ ପାର୍ଟିରେ ମଦ ବିକ୍ରି ଆଇନ କରାହବ ।


ବାପା ,ମା ଙ୍କୁ କହୁଥାନ୍ତି ବୁଝିଲ ତମେ ବି ଟିକେ ଟିକେ ପିଇବା ଆରମ୍ଭ କର ,କାହିଁକି ନା ମଦ ପିଇଲେ ରାଜସ୍ୱ ବଢିବ ଆଉ ରାଜସ୍ୱ ବଢିଲେ ରାଜ୍ୟ ର ଉନ୍ନତି ହେବ ।

ମା ତଥାପି କିଛି ବୁଝି ପାରୁ ନ ଥାନ୍ତି ,ଆଁ କରି ବାପା ଙ୍କ ଆଡେ ଅନେଇ ରହିଥାନ୍ତି ।



Rate this content
Log in

More oriya story from Sumant Padhi

ମଦ

ମଦ

1 min read

Similar oriya story from Inspirational