Ranjan kumar Mohanty

Inspirational

4.5  

Ranjan kumar Mohanty

Inspirational

ମାଟିର ମଣିଷ....

ମାଟିର ମଣିଷ....

2 mins
437


"ଦୁଇ ଦିନ ହେଲାଣି ଝିଅଟିକୁ ଖୋଜି ଖୋଜି ଆମେ ସ୍ୱାମୀ ସ୍ତ୍ରୀ ଦୁଇଟା ନୟାନ୍ତ ହେଇଗଲୁଣି l ବିଦ୍ୟାଳୟ ଠାରୁ ଆରମ୍ଭ କରି ରେଲୱେ ଷ୍ଟେସନ ଯାଏ ଏପରିକି ଗାଁ କୂଅମୂଳ ପୋଖରୀ ତୁଠକୁ ବି ବାଦ ଦେଇନୁ, କିନ୍ତୁ ବାବୁ ଝିଅର କିଛି ଖବର ମିଳୁନି l ସାଙ୍ଗସାଥି କେହି ବି କିଛି କହିପାରୁ ନାହାଁନ୍ତି l ଆମକୁ ଦୟା କରନ୍ତୁ ସାହେବ l"

କାନ୍ଦି କାନ୍ଦି ଧନୁ ମୁଣ୍ଡା ପୁଲିସ ବାବୁଙ୍କୁ ଗୁହାରି କରୁଥିଲା l

ଏହି ସମୟରେ ହଠାତ ପୁଲିସବାବୁ ବିରକ୍ତ ହେଇ କହିଲେ "ଆରେ ଆମେ ଆମ ଆଇନ ବାଟରେ କାମ କରୁଛୁ l ସମୟ ଲାଗିବ l ଏମିତିରେ ବି ଆମର ଷ୍ଟାଫ ଅଭାବ l ସବୁଦିନ ନୂଆ କେସ l ସମୟ ଲାଗିବ ବ୍ୟସ୍ତ ହେଲେ କିଛି ହବନି l "

"ବ୍ୟସ୍ତ ହବୁନି ବାବୁ! ସାତ ବରଷର ଛୁଆ l କୋଉଠି ଥିବ କଣ ଖାଇଥିବ l ଆପଣ ଟିକେ ଭଲ କରି ଖୋଜନ୍ତୁ ପୁଲିସ ବାବୁ "କାନ୍ଦି କାନ୍ଦି ବାବୁଙ୍କ ଆଗରେ ଆଣ୍ଠେଇ ପଡିଲା ଧନୁର ସ୍ତ୍ରୀ କରମୀ l "

କଣ ହେଲା ଭଲରେ ଖୋଜିବୁ? ତା ମାନେ ଆମ କାମରେ ତୁ ଆମକୁ ତାଗିଦ କରିବୁ l ବହୁତ ସାହସ ନାଇଁ, ଭିତରେ ପୁରେଇ ଦେବି ଦୁଇଜଣଙ୍କୁ ଯେ ଅଖା ଧୋଇବ ଗୁଣ ଗାଇବ l ଆରେ କିଏ ଅଛ ଏ ଦୁଇଟାକୁ ବିଦା କଲ, କାଲି ଠୁଁ ମୋ ମୁଣ୍ଡ ଖାଇସାରିଲାଣି l କହିଲା କଣ ନା ଭଲ କରି ଖୋଜ କଣ ଟର୍ଚ୍ଚ ମାରିକି ନା ଡ଼ିବିରି ଲଗେଇ l

"ତାହାଲେ ଆପଣଙ୍କୁ ଏ ଚାକିରୀ କରିବାର ନଥିଲା ସାର ! l "

ହଠାତ ପଶି ଆସିଲେ ଜଣେ ଉଚ୍ଚଶିକ୍ଷିତା ଭଦ୍ର ମହିଳା l

ଲୋକଙ୍କ ଟଙ୍କାରେ ଦରମା ନେଇ ଲୋକଙ୍କୁ ଏମିତି ବ୍ୟବହାର କରିବାକୁ ଲାଜ ଲାଗୁନି ତୁମକୁ l

ଏଇ କିଏ ରେ ତୁ? ବେଶୀ ଭାଷଣ ମାରୁଛୁ l "ଭାଷଣ ମାରୁନି ସାର ସଚେତନ ନାଗରିକ ହିସାବରେ ଜବାବ ମାଗୁଛି l " ଉତ୍ତର ଦେଲେ ଭଦ୍ର ମହିଳା l ଥାଉ ଦିଦି ଆପଣ ଆମ ମୂରୁଖ ଦୁଇଟା ପାଇଁ ବାବୁଙ୍କୁ ରାଗନ୍ତୁନି l ବାବୁ ରାଗିଲେ ଆମ ଝିଅକୁ ଖୋଜିବେନି "ଲୁହ ପୋଛି କରମୀ କହିଲା l ସତରେ କେଡେ ନିରୀହ ତୁମେମାନେ l ଆଜି ତୁମରିମାନଙ୍କ ପାଖରେ ହିଁ ଅଣନିଶ୍ୱାସୀ ମଣିଷପଣିଆ ଶାନ୍ତିରେ ନିଶ୍ୱାସ ନେଉଛି l ତୁମ ଝିଅକୁ ଆଉ କେହି ଖୋଜିବା ଦରକାର ନାହିଁ, ସେ ମୋ ପାଖରେ ଅଛି l ଏତିକିବେଳେ କଲେକ୍ଟର ଅଫିସ ଡ୍ରାଇଭର ଗୋଟେ ଝିଅକୁ ନେଇ ଆସିଲେ l କାଲି ମୁଁ ଏଠି ଜଏନ କରିବାପରେ ଏ ଜାଗା ଦେଖୁଥିଲି l ହଠାତ ଝରଣା କୂଳରେ ଏ ଝିଅକୁ ପାଇଲି l ତା ମୁଣ୍ଡରୁ ରକ୍ତ ବହୁଥାଏ l ଡାକ୍ତରଖାନା ନେଇଗଲି l ଚେତା ଆସିବା ପରେ ପଚାରି ବୁଝିଲି ସ୍କୁଲ ଛୁଟି ପରେ କୋଳି ତୋଳୁଥିଲା, ଗୋଡ଼ଖସି ଗଲା l ଠିକଣା କହିପାରିଲାନି ବୋଲି ଏଠିକି ନେଇଆସିଲି l ଆଉ ଏଠି ପହଁଚି ବାହାରୁ ସବୁ ଶୁଣିଲି l ନା ମା ମଣିଷପଣିଆ ଆମଠି ନୁହେଁ ତୁମ ପାଖରେ ବଞ୍ଚିଛି, "ନାଇଁ ରେ କରମୀ ଏ ମଣିଷ ନୁହଁନ୍ତି, ଦେବୀ ରେ" l ଧନୁ ମୁଣ୍ଡା ଖୁସିରେ ଲୁହ ପୋଛି କହିଲା l " ଆରେ ନା ଧନୁ ଇଏ ଆମ ନୂଆ କଲେକ୍ଟର l " ଡ୍ରାଇଭର କହିଲେ l ପୁଲିସବାବୁ କିଛି କହିବା ଆଗରୁ ଭଦ୍ର ମହିଳାଜଣଙ୍କ କହିଲେ ମୁଁ ବାହାରୁ ତୁମ ସସ୍ପେଣ୍ଡ ଅର୍ଡର କରିଦେଇଛି l" ସମସ୍ତେ ଅବାକ ଡ୍ରାଇଭର କେବଳ ସ୍ମିତ ହାସ୍ୟରେ ଦେଖୁଥାନ୍ତି ସେଇ ଦେବୀମୂର୍ତ୍ତିର ପାଦତଳେ ତିନିଟି ମାଟିର ମଣିଷକୁ l ଦୁଇଜଣଙ୍କୁ ଖୁସିରେ କାନ୍ଦିବାର ଆଉ ଜଣଙ୍କୁ ଦୁଃଖରେ l


***ବିସ୍ମିତା ସାହୁଙ୍କର ଗଳ୍ପରୁ... ଗଳ୍ପଅଂଶରେ ଛୁଆ ହଜିବାର କରୁଣ ଦୁଃଖ ଆଉ ଧନୁ ମୁଣ୍ଡାର ସରଳତା ବେଶୀ ମନଛୁଆଁ l ଧନ୍ୟବାଦ

ଗାଳ୍ପିକାଙ୍କର ସାଧନା ଜାରି ରହୁ l ଆମ ଭଳି ଛୋଟ ପିଲାଙ୍କ

ପାଇଁ ପ୍ରେରଣା ହେଉ l ଧନ୍ୟବାଦ ଷ୍ଟୋରୀମୀରର


Rate this content
Log in

More oriya story from Ranjan kumar Mohanty

Similar oriya story from Inspirational