Nalini Subudhi

Tragedy

3  

Nalini Subudhi

Tragedy

ମାଆର ମହନୀୟତା

ମାଆର ମହନୀୟତା

3 mins
156



ବୋହୂମା'ମତେ ଭୀଷଣ ଭୋକ ହେଲାଣି । ବେଳ ଆସି ମୁଣ୍ଡ ଉପରେ ହେଲାଣି କିଛି ଖାଇବାକୁ ଦିଅ ।ସକାଳୁ କିଛି ଖାଇ ନାହିଁ ।ଖାଇ ସାରିଲାପରେ ମୁଁ ଘରର ସବୁ କାମ କରିଦେବି । 


ରାଗରେ ଗରଗର ହୋଇ ସବିତା କହିଲା। ସକାଳୁ ନଖାଇ କିଏ କ'ଣ ମରିଯାଉଛି । ଖାଲି ଖାଇବି ଖାଇବି ହଉଛ। ମୁଁ ଏତେ କାମ କରୁଛିା ମତେ କ'ଣ ଭୋକ ହେଉନି । ମୁଁ'ତ ଏଯାଏଁ ଖାଇନି । ମୋ ପିଲାମାନେ ଖାଇସାରନ୍ତୁ । ପଛେ ଖାଇବ । 


ସବିତାର ଉଗ୍ର ମୂର୍ତ୍ତି ଦେଖି ଭବାନୀ ଦେବୀ ଚୁପ୍ ହୋଇଗଲେ। ଭିଷଣ ଭୋକ ଲାଗୁଥିଲା ସୁରେଇରୁ ପାଣି ଗିଲାସେ ଆଣି ଢକଢକ କରି ପିଇଗଲେ । କ'ଣ ଆଉ କରିପାରିବେ ସ୍ବାମୀ ଚାଲିଗଲା ପରେ ପୁଅ ଘରର ମୂରବୀ। ସେଇ ଗୋଟିଏ ବୋଲି ପୁଅ। ଆଗକୁ ନାହିଁ କି ପଛକୁ ନାହିଁ। ତାର ମୁହଁ କୁ ଚାହିଁ ପ୍ରଭାତ ର ବାପା କହିଲେ, ଆଲୋ ଆମର ଆଉ ପିଲା କ'ଣ ହେବ। ଏଇ ପୁଅ ଆମର ସର୍ବେସର୍ବା । ତାଙ୍କରି କଥାକୁ ସମ୍ମାନ ଦେଇ। ଏଇ ପ୍ରଭାତର ମୁହଁକୁ ଚାହିଁ ପରିବାର ନିୟନ୍ତ୍ରଣ କଲୁ। 

ପ୍ରଭାତ ଧିରେଧିରେ ବଡ଼ ହେଲା। ଭାରି ସରଳ ଓ ସୁଧାର ମାଛିକୁ ମ ବୋଲି କୁହେନି । ଦୁଃଖେ ସୁଖେ ଦିନ ଗଡିଚାଲିଲା। ପ୍ରଭାତ ପାଠ ପଢି ପୋଲିସ୍ ଅଫିସର ହେଲା।

ପାଖ ଗାଁର ଗରିବ ଘରର ଝିଅ, ସବିତାକୁ ଭଲପାଇବସିଲା ପ୍ରଭାତ । କ'ଣ ଆଉ କରିବୁ ଗୋଟିଏ ବୋଲି ପୁଅ ତା ଖୁସିରେ ଆମର ଖୁସି । ବିନା ଯୌତୁକରେ ସବିତାକୁ ଘରକୁ ବୋହୁ କରି ଆଣିଲୁ। ତା'ବାପାର କିଛି ଦବାର କ୍ଷମତା ନଥାଏ। ତଥାପି ଆମେ ପୁଅ ଭଲପାଇଛି ବୋଲି । ପୁଅ ପାଇଁ ରାଜି ହେଲୁ। ସବିତା ବୋହୂହୋଇ ଘରକୁ ଆସିବାପରେ ତାର ଦୌରାତ୍ମ୍ଯ ବଢିଗଲା । ବିଭାଘର ର ଅଳ୍ପ ଦିନ ପରେ ପ୍ରଭାତ ବୋହୁକୁ ଛାଡି ଚାକିରିକୁ ଗଲା।ଗଲାବେଳେ କହିଗଲା ସବିତା ତମେ ମୋ ବାପା ବୋଉର ସେବା ଯତ୍ନ କରିବ ।ବାରମ୍ବାର ଏକଥା ବୁଝାଇ ପ୍ରଭାତ କର୍ମକ୍ଷେତ୍ର କୁ ଚାଲିଗଲା ।ପ୍ରଭାତ ଯିବାପରେ ସବିତା ଏକଦମ୍ ଲଗାମ୍ ଛଡା ହୋଇଗଲା।ସକାଳ ସାତଟା ରେ ସେଜ ଛାଡିଲା। କିଛି କାମ କହିଲେ ବାହାନା ବତାଏ।ଶାଶୁ ଶଶୁର ଙ୍କୁ ଯମା ଖାତିର୍ କଲାନାହିଁ ।ପୁଅ ବାହାରେ ଚାକିରି କରୁଥିବାରୁ ତାକୁ ମଧ୍ଯ କିଛି କହି ହୁଏନାହିଁ। ଏଇ ଚିନ୍ତା ରେ ପ୍ରଭାତର ବାପା ବିଭାଘର ଗୋଟିଏ ବର୍ଷ ହୋଇଛି କି ନାହିଁ ଆରପାରିକି ଚାଲିଗଲେ । ସବୁଦିନ ପାଇଁ ଏକା କରି ଚାଲିଗଲେ।ହାଏ ବିଧାତା ସୁଖର ଦିନ ସରିଗଲା।ଫେରିଆସିଲା ପୁଅ।ବାପାର ଅନ୍ତୋଷ୍ଟି କ୍ରିୟା ଶେଷ କରି  

ଯିବାପାଇଁ ବାହାରିଲା। କହିଲା ବୋଉ ତୁ ଏଠି ଏକେଲା କ'ଣ କରିବୁ। ମୁଁ ଆଉ ତୋ ବୋହୂ ଯାଉଛୁ ତୁ ଆମ ସାଙ୍ଗ ରେ ଚାଲେ। ଭବାନୀ ଦେବୀ କହିଲେ ନାଁ'ରେ ପୁଅ ତୋ ବାପା ଚାଲିଗଲେ ମୁଁ ଏ ଘର ଛାଡିକି କୁଆଡେ ଯିବି। ତୁ ଆଉ ବୋହୂ ଯାଅ  ମତେ ମୋ ଶଶୁର ଙ୍କର ଭିଟାମାଟି ରେ ରହିବାକୁ ପଡିବ। କିନ୍ତୁ ପ୍ରଭାତ ଏକା ଯିଦ୍ କରି ମା' କୁ ସାଙ୍ଗରେ ନେଇ କର୍ମ ସ୍ଥାନ ରେ ପହଞ୍ଚିଲା ।


କିଛି ଦିନ ଭଲରେ କଟିଗଲା। ସବିତାର ପୂର୍ବ ପ୍ରକୃତି ବାହାରିଲା। 

ମା ଉପରେ ମିଛଟାରେ ଦୋଷାରୋପ କଲା। ଯେତେ କାମକଲେ ଆଖିକୁ ଦିଶିଲାନି। ପୁଅ ପାଖରେ ସତ ମିଛ ଲଗେଇ ଯୁଟେଇ କହିଲା । ପ୍ରଭାତ ,ପ୍ରଥମେ ପ୍ରଥମେ ଶୁଣୁ ନଥିଲା କିନ୍ତୁ ପରିସ୍ଥିତି ଏମିତି ହେଲା ସ୍ତ୍ରୀ କଥାକୁ ବିଶ୍ବାସ କରି ମା' ଉପରେ ସେ ମଧ୍ଯ ଚିଡିଚିଡି ହେଲା। 

ବିଚାରି ଭବାନୀ ଦେବୀ ପୁଅ କୁ ବୁଝାଇଲେ କିନ୍ତୁ ସବିତାର କୁମନ୍ତ୍ରଣାରେ ପ୍ରଭାତ ବଦଳି ସାରିଥାଏ । ଆଖିର ଲୁହକୁ ପିଠିରେ ପୋଛିବା ଛଡା ଆଉ କିଛି ଇ ଉପାୟ ନଥାଏ । ସବିତା ଶାଶୁକୁ ସହି ପାରିଲା ନାହିଁ । ଖାଇବାକୁ ମାଗିଲେ ବିରକ୍ତ ହେଉଥିଲା । ବିଚାରି ବୁଢୀ ଲୋକ ଭୋକଉପାସ ରେ ଦିନ କାଟିଲା । ପୁଅ କୁ କିଛି କହିପାରୁ ନଥାଏ। ଦିନେ ସାହାସ ଯୁଟାଇ ପୁଅକୁ କହିଲା ପୁଅ, ବୋହୂ ମତେ ଖାଇବାକୁ ଦେଉନାହିଁ। ପ୍ରଭାତ କିଛି କହିବା ଆଗରୁ ଗର୍ଜି ଉଠିଲା ସବିତା। ତିନି ଟାଇମ୍ କଂସା କଂସା ଗିଳି ଦଉଛ ପୁଅ ପାଖରେ ପେଖନା କାଢୁଛ। ପ୍ରଭାତ ନ ଶୁଣିବା ପରି ପଦାକୁ ଚାଲିଗଲା  । ବିଚାରି ନିରବରେ ଲୁହ ଗଡାଇଲେ ଭବାନୀ ଦେବୀ । ପୁଅ ଚାଲିଯିବା ପରେ ସବିତାର କ୍ରୋଧ ର ସୀମା ଟପିଗଲା।

ରାଗରେ ଭବାନୀ ଦେବୀଙ୍କୁ ରସିରେ ବାନ୍ଧି ନିଧୁମ୍ ପିଟିଲେ। ମରିଗଲି ମରିଗଲି ବୋଲି ଚିତ୍କାର କରିଉଠିଲେ ଭବାନୀ ଦେବୀ । ଧାଇଁ ଆସିଲା ପ୍ରଭାତ ମାଆକୁ ରକ୍ଷା କରିବା ବଦଳରେ ସ୍ତ୍ରୀ ବୁଦ୍ଧି ରେ ପରିଚାଳିତ ହୋଇ ମା' କୁ ଘରୁ ପଦାକୁ ପେଲି ଦେଲା । ବରଷା ପବନ ହେଉଥାଏ। ଘର ଭିତରୁ କବାଟ ପକାଇ ଦେଲେ। ଭବାନୀ ଦେବୀ ଯେତେ ଡାକିଲେ ଆଉ କବାଟ ଖୋଲିଲେନି। ଓଦା ସରସର ଦେହରେ ଆଗକୁ ଚାଲିଲେ ଭବାନୀ ଦେବୀ । ଉପାସିଆ ଦେହ ସେଥିରେ ପୁଣି ବର୍ଷା ଅନ୍ଧାର ଅଚେତ ହୋଇ ଗୋଟିଏ ଗଛମୂଳେ ପଡିଗଲେ । ଠିକ୍ ଏହି ସମୟରେ ସେହି ବାଟରେ ଜଣେ ସାମ୍ବାଦିକଯାଉଥିଲେ। ଗଛମୂଳରେ କିଏ ଜଣେ ସ୍ତ୍ରୀ ଲୋକ ଶୋଇଛି ଦେଖି ପାଖକୁ ଗଲେ। ସ୍ତ୍ରୀ ଲୋକଟିଏ ଅଚେତ ହୋଇ ପଡିଛି । ଯେତେ ଡାକିଲେ ଭବାନୀ ଦେବୀ ଶୁଣିଲେ ନାହିଁ। ତଥାପି ପାଖରେ ବସି ଆସ୍ତେଆସ୍ତେ ପାଦ ଆଉଁସିଲେ । କିଛି ସମୟ ପରେ ଭବାନୀ ଦେବୀ

ଙ୍କର ଚେତା ଫେରିଲା । ପାଖରେ ଅପରିଚିତ ଲୋକ ଦେଖି ଉଠିବାକୁ ଚେଷ୍ଟା କଲେ। ସାମ୍ବାଦିକ ଜଣକ କହିଲେ ମା'ତୁମେ ଏଠି କାହିଁକି ପଡିଛ ? ତୁମର କ'ଣ କେହି ନାହାଁନ୍ତି? କାନ୍ଦିପକେଇଲେ ଭବାନୀ ଦେବୀ। ସବୁକଥା କହିଲେ ସାମ୍ବାଦିକ ଙ୍କୁ। ସବୁ ଶୁଣି ସାମ୍ବାଦିକ କହିଲେ। ତୁମ ପୁଅ ନାଁ କ'ଣ କୁହ ମା'। ମୁଁ ତା'ନାଁରେ କେସ୍ କରି ଥାନାକୁ ଟାଣି ନେବି । କାନ୍ଦିପକେଇଲେ ଭବାନୀ ଦେବୀ । କହିଲେ ପୁଅ ମୁଁ ପରା ମା' ମୋ ପୁଅ ର ଅମଙ୍ଗଳ ଘଟାଇ ପାରିବି ନାହିଁ। ମୁଁ ତୁମକୁ ତା' ନାଁ କହିବିନି । ସମାଜ ଆଗରେ ମୋ ପୁଅ ଛୋଟ ହୋଇଯିବ। ସେ ଯୋଉଠି ଥାଉ ଭଲରେ ଥାଉ । ଆଶ୍ଚର୍ଯ୍ଯ ହୋଇ ଚାହିଁ ରହିଲେ ସାମ୍ବାଦିକ ।। ଯୋଉ ପୁଅ ଏତେ କଷ୍ଟ ଦେଇଛି। ସେ ପୁଅ ବିରୁଦ୍ଧ ରେ କହିବାକୁ ମା ରାଜି ନୁହଁ । ଧନ୍ଯ ତୁମେ ମା ' ତୁମର ମହନୀୟତା ପାଖରେ ମୁଁ ନତମସ୍ତକ ହେଉଛି । 



Rate this content
Log in

Similar oriya story from Tragedy