STORYMIRROR

Jagannath Swain

Inspirational

3  

Jagannath Swain

Inspirational

ମା

ମା

3 mins
139

                

ଅଳତାଲଗା ପାଦ ତାର ଭୂଇଁ ରେ ଲାଗୁ ନଥିଲା , ପିନ୍ଧିଥିବା ଘାଗରା କୁ ଘୁରାଇ ଘୁରାଇ ବହୁ ଜୋରସେ ସେ ନାଚି ବୁଲୁଥାଏ କାରଣ ଆଜି ସେ ତାର ଜେଜେଙ୍କ ସହ ମା ଜଗତଜନନୀ ଦୁର୍ଗା ଙ୍କ ପୂଜା ଦେଖିବାକୁ ମଣ୍ଡପ କୁ ଯିବ । ଖୁସି ତାର କହିଲେ ନସରେ ! ଏ ମା ଆସେ ଯିବା କହିଲେ ଜେଜେ । ପାର୍ବଣ ଆସିଛି, ଜଗତଜନନୀ ଦୁଷ୍ଟବିନାଶୀନି ଦଶଭୁଜା ମା ଦୁର୍ଗା ଧରାବତରଣ କରିଛନ୍ତି । ଘରୁ ସେ ଆଉ ତାର ଜେଜେ ମା ଙ୍କୁ ପ୍ରଣାମ ଜଣାଇ ବାହାରିଲେ ମଣ୍ଡପ ଅଭିମୁଖେ। ଜେଜେ ନାତୁଣୀ ବାଟ ସାରା ଥଟ୍ଟାମଜା କରି ଚାଲିଥାନ୍ତି। ହଠାତ୍ ସେ କହିଲା ଜେଜେ ଦେଖ କେତେ ବେଲୁନ୍ ମୋତେ ଗୋଟେ ହାତରେ କିଣି ଦିଅ ପ୍ଲିଜ୍ ,ଜେଜେ ମଧ୍ୟ ତାକୁ ମନା କରିନପାରି ବେଲୁନ କିଣିବାପାଇଁ ଗଲେ , ଆଉ ଫେରି କି ଦେଖନ୍ତି କି ନାତୁଣୀ ତାଙ୍କର ସେଇଠି ନାହିଁ । ଅବାକ୍ ହେଇଯାଆନ୍ତି ଜେଜେ ଆଉ ଚିତ୍କାର କରି ଖୋଜି ବୁଲନ୍ତି । ବିଭିନ୍ନ ପ୍ରକାର ଚିନ୍ତା ତାଙ୍କୁ ଘାରୁଥାଏ ହେଲେ ନାତୁଣୀ କୁ ନପାଇ ବ୍ୟତିବ୍ୟସ୍ତ ହୋଇପଡ଼ିଛନ୍ତି । ମୁଣ୍ଡରେ ହାତ ଦେଇ ଲଥ୍ କିନା ବସିପଡିଲେ ଆଉ ମା ଙ୍କୁ ସୁମରିଲେ। କିଛି ସମୟ ପରେ ଏକ ସ୍ୱର ଶୁଭିଲା ଜେଜେ ଙ୍କୁ ,ଆରେ ଏ ଯେ ତାଙ୍କ ନାତୁଣୀ ର ସ୍ଵର! ଆଶ୍ଚର୍ଯ୍ୟ ହେଲେ ଜେଜେ। କିନ୍ତୁ କାହିଁ ସେ କୋଉଠି ଦେଖାଯାଉନାହିଁ ତ! ଆହୁରି ବ୍ୟସ୍ତ ହୋଇପଡିଲେ ସେ ଆଉ ଧିରେ ଧିରେ ସେ ସ୍ୱର ତାଙ୍କର ନିକଟତର ହେଉଥିଲା । ହଠାତ୍ ପଛକୁ ଚାହିଁ ଦେଲେ ଆଉ ଯାହା ଦେଖିଲେ ଆଖିକୁ ବିଶ୍ୱାସ କରିପାରିଲେ ନାହିଁ ତାଙ୍କ ମନକୁ ପାପ ଛୁଉଁଥିଲା। ନାତୁଣୀ ଦୌଡ଼ି ଦୌଡ଼ି ଆସୁଥିଲା ତାଙ୍କର ନିକଟକୁ ଆଉ ଯେତେବେଳେ ଜେଜେ ସ୍ପଷ୍ଟ ଦେଖିପାରିଲେ ସେ ଦେଖିଲେ ଯେ କିଛି ଲୋକ ମଧ୍ୟ ତା ପଛରେ ଆସୁଛନ୍ତି। ଜେଜେ ବୟସର ଅପରାହ୍ନ ରେ ମଧ୍ୟ ଉଠି ନାତୁଣୀ ଆଡ଼କୁ ଧାଇଁବାରେ ଲାଗିଲେ ଆଉ ନାତୁଣୀ କୁ କୁଣ୍ଢାଇ ଧରି କାନ୍ଦିପକାଇଲେ। କୁଆଡେ ଚାଲିଯାଇଥିଲୁ ତୁ ? ନାତୁଣୀ କହିଲା ଜେଜେ ତମେ ଯେତେବେଳେ ବେଲୁନ୍ ପାଇଁ ଯାଇଥିଲ ମତେ କେହି ଜଣେ ଡାକିଲା କହିଲା," ମା କୁ ଦେଖିବାକୁ ଆସିଛୁ ବା ଆସେ ମା କୁ ଦେଖିବୁ" ଆଉ ମୋ ହାତ ଧରି ମତେ ଡାକି ନେଇଗଲା ତା ସହିତ ,ମତେ ସାଙ୍ଗରେ ନେଇ ଏଇ ମାନଙ୍କ ଘରକୁ ଗଲା ଆଉ କୁଆଡେ ଚାଲିଗଲା ମୁଁ ଜାଣେନି । ଜେଜେ କହିଲେ ତୁ ସେଇଠି କଣ ଦେଖିଲୁ ? ଚାଲ ଆଉଥରେ ଯିବା ସେଇଥିକୁ ଆଉ ମୁଁ କଣ ଦେଖିଲି ତୁମେ ବି ଦେଖିବ ଜେଜେ। ଜେଜେଙ୍କୁ ନେଇ ନାତୁଣୀ ଆଗେଇ ଚାଲିଲା ଆଉ ଆଶ୍ଚର୍ଯ୍ୟଚକିତ ହୋଇ ସହର ଠୁ ଦୂରକୁ ନେଇ କୁଆଡେ ଯାଉଛି ବୋଲି ଭାବୁଥିଲେ ! ହଠାତ୍ କିଛି ବେଦ ଧ୍ଵନି ଶୁଭିଲା ଏବଂ ଅଗୁରୁ ଚନ୍ଦନ ର ବାସନାରେ ଜେଜେଙ୍କ ସାରା ଦେହ ପୁଲକିତ ହୋଇ ଆପେ ଆପେ ତାଙ୍କ ଆଖି ବନ୍ଦ ହୋଇଗଲା , ଯେତେବେଳେ ଆଖି ଖୋଲିଲେ ସେ ଦେଖିଲେ କିଛି ଲୋକ ମାନେ ବସିଛନ୍ତି ଆଉ ମା ଦୁର୍ଗା ଙ୍କ ପୂଜା ଅତ୍ୟନ୍ତ ଭକ୍ତି ଭାବରେ କରୁଛନ୍ତି। ଜେଜେ ସାଷ୍ଟାଙ୍ଗ ପ୍ରଣିପାତ ପୂର୍ବକ ମା ଙ୍କର ଆରାଧନା କଲେ। କିଛି ସମୟ ପରେ ସେଠାରୁ ଫେରିବା ପରେ ନାତୁଣୀ ପଚାରିଲା ଜେଜେ କଣ ଦେଖିଲ ସେଇଠି? ଜେଜେ କହିଲେ ଜୀବନଟା ସାରା ସହରର ଅନେକ ପୂଜା ମଣ୍ଡପ ଦେଖିଛି,ସୁନାଗହଣା ରେ ଭର୍ତ୍ତି ଚାନ୍ଦି ମେଢ଼ ଦେଖିଛି, ବଡ଼ ବଡ଼ ମୂର୍ତ୍ତି ଦେଖିଛି, ବାଜା ବାଣ ରୋଷଣୀ ଦେଖିଛି କିନ୍ତୁ ଆଜି ଏଇଠି "ମା" କୁ ଦେଖିଲି । "ମା" କୁ ଦେଖିଲ ମାନେ? ଜେଜେ କହିଲେ ପ୍ରତିମୂର୍ତ୍ତି ସବୁ ଜାଗାରେ ଥାଏ କିନ୍ତୁ "ମା" ନଥାଏ। "ମା" ତୋ ଭଳି ସରଳ ହୃଦୟରେ ଥାଏ ,ଦଶଭୁଜା ମୂର୍ତ୍ତି ରେ ମା ନଥାଏ କିନ୍ତୁ ସବୁରି ମାତୃଶକ୍ତି ଭିତରେ ମା ଥାଏ , ସମସ୍ତଙ୍କ ଭକ୍ତି ଭାବନାରେ ମା ଥାଏ , ଆଉ ଏଇ ଭଳି ସୁନ୍ଦର ମନୋଜ୍ଞ ଭକ୍ତିମୟ ପରିବେଶ ରେ ମା ରହେ । ସୁନା ଗହଣା ଚାନ୍ଦି ରେ ମା ନଥାଏ ,ଭକ୍ତି ପୂଜା ଅର୍ଚ୍ଚନା ଫୁଲ ବେଲପତ୍ର ରେ ମା ଥାଏ । ବୋଧ ହୁଏ ମା ର ଇଚ୍ଛା ଥିଲା ଆଜି ତୁ ସହର ର ସୁଉଚ୍ଚ ପ୍ରାସାଦ ରେ କେବଳ ସାଜସଜ୍ଜା ଆଉ ମୂର୍ତ୍ତି କୁ ଦେଖିବା ଅପେକ୍ଷା ପ୍ରକୃତରେ ମା ପାଖକୁ ଆସେ ସେଥିପାଇଁ ମା ଜଗତଜନନୀ ତତେ ଟାଣି ଆଣିଲା ଧନ୍ୟ ହୋଇଗଲୁ ତୁ । ଏହାପରେ ମା ଦୁର୍ଗା ଙ୍କୁ ସୁମରି ଜେଜେ ନାତୁଣୀ ଘରକୁ ଫେରିଲେ । 


Rate this content
Log in

More oriya story from Jagannath Swain

ମା

ମା

3 mins read

Similar oriya story from Inspirational