STORYMIRROR

Amit Kumar Nayak

Abstract Children Stories Children

3  

Amit Kumar Nayak

Abstract Children Stories Children

ମା ବସିଛି ପୁଅ ଅପେକ୍ଷାରେ (ଭାଗ-୩

ମା ବସିଛି ପୁଅ ଅପେକ୍ଷାରେ (ଭାଗ-୩

2 mins
171

ହଁ ସେଦିନ ସେ ମହିଳାଙ୍କୁ ମୁଁ ସିନା ତାଙ୍କ କଥାରେ ହଁ ଭରିଦେଇଥିଲି, ହେଲେ ସେ ଯୋଉ କଥାଟି କହିଲେ ସେ କଥା ଶୁଣି ମୁଁ ଖୁସି ମଧ୍ୟ ହୋଇଥିଲି ଆଉ ଦ୍ବନ୍ଦରେ ମଧ୍ୟ ପଡିଯାଇଥିଲି l ସେ ମହିଳା ଜଣକ କହିଲେ କି ମୋ ଝିଅ ପାଇଁ ମୁଁ ଆଉ ବର ପାତ୍ର ଖୋଜିବା ଅବସ୍ଥାରେ ନାଇଁ ତୁମେ ଦୟାକରି ମୋ ଝିଅକୁ ମୋ ପାଖକୁ ଆଣି ଆସ l ମୁଁ କଣ କରିବି କିଛି ବୁଖିପାରୁନଥାଏ l ଠିକଣା ନେଇ ତାଙ୍କ ଝିଅଙ୍କୁ ଖବର ଦେଲି l ସେ ତତକ୍ଷଣାତ ଆସି ପହଞ୍ଚିଗଲେ ଡାକ୍ତରଖାନାରେ,ତାଙ୍କ ଲୁହ ଭରା ଆଖି ଦେଖି ମୋ ଆଖିରେ ମଧ୍ୟ ଲୁହ ଆସିଗଲା l ମହିଳା ଜଣକ ମୋତେ ତାଙ୍କ ପାଖକୁ ଡାକି ତାଙ୍କ ଝିଅର ହାତ ମୋ ହାତ ଉପରେ ରଖି କହିଲେ କି ଆଜିଠୁ ପୁଅ ଇଏ ତୁମର ହେଲା, ଧ୍ୟାନ ରଖିବ l ମୁଁ କିଛି କହିବା ପୂର୍ବରୁ ତାଙ୍କ ଶେଷନିଶ୍ୱାସ ସେ ତ୍ୟାଗ କରିଦେଲେ, ଡାକ୍ତରଖାନା ରୁ ଆସି ଶବ ସତ୍କାର କାମ ସାରି ଅଜଣା ଅଚିନ୍ହା ଝିଅଟିକୁ ସାଙ୍ଗରେ ଧରି ଘରକୁ ଆସିଲି l ଆଉ ଆମକୁ ଦେଖୁ ଦେଖୁ ମା ଖୁସିରେ ହସିଦେଇ ଆଖିରୁ ଦୁଇ ଠୋପା ଲୁହ ଝରେଇ ଦେଲା, ଆଉ କହିଲା ମୁଁ ଯାଉଛି! ମୁଁ କିଛି ବୁଝିପାରିଲିନି ମା ପାଖକୁ ଯାଇ ତାକୁ ଡାକିବାରୁ ସେ ଆଉ ଶୁଣିଲାନି l ଡାକ୍ତର ବାବୁଙ୍କୁ ଡାକିବାରୁ ସେ ଦେଖିକି କହିଲେ ତୁମ ମା ଆଉ ଏ ଦୁନିଆରେ ନାହିଁ l



ମୁଁ ହଠାତ ବାକଶୂନ୍ୟ ହେଇଗଲି ମୋ ଆଖିରୁ ଲୁହର ଧାରା ବୋହିଯାଉଥାଏ l ଆଉ ସେତେବେଳେ କେହିଜଣେ ମୋ କାନ୍ଧ ଉପରେ ହାତ ରଖି କହିଲା ବ୍ୟସ୍ତ ହୁଅନି ତୁମ ମା ବଦଳରେ ପରା ଭଗବାନ ମୋତେ ତୁମ ପାଖକୁ ପଠେଇଛନ୍ତି l ମୁଁ ତାଙ୍କୁ ଜାବୁଡି ଧରି ତାଙ୍କ କାନ୍ଧରେ ବହୁତ କାନ୍ଦିଲି l

ଏମିତି କିଛିଦିନ ଗଲାପରେ ଵିଧି ଅନୁସାରେ ମୁଁ ତାଙ୍କୁ ବିବାହ କଲି l ଆଉ ଆମେ ଦୁହେଁ ଆଜି ସମାଜର ଅଯୋଗ୍ୟ ପୁଅ ଏବଂ ଝିଅମାନଙ୍କ ଦ୍ୱାରା ନିର୍ଯାତିତ ହେଉଥୁବା ବୃଦ୍ଧ ପିତା ମାତାଙ୍କ ସେବା କରିବା ପାଇଁ ଏକ ବୃଦ୍ଧାଶ୍ରମ ଖୋଲିଛୁ l ଆମ ନିଜ ବାପା ମା ଚାଲିଗଲେ କଣ ହେଲା ଆଜି ଆମେ ସହ ସହ ବାପା ମା ପାଇଛୁ ଆଉ ତାଙ୍କର ବାତ୍ସଲ୍ୟ ସ୍ନେହ ଶ୍ରଦ୍ଧା ପାଉଛୁ l

ହଁ ଆଜି ମୁଁ ବି ମୋ ପାଠକ ମାନଙ୍କୁ କହିବି କି ଆପଣ ବି ନିଜ ମା ଆଉ ବାପାଙ୍କର ଯତ୍ନ ନିଅନ୍ତୁ, ସେ ପରା ଆମ ପାଇଁ ଚଳନ୍ତି ପ୍ରତିମା l ଦେଖିଲେ ତ କାହାଣୀର ନାୟକ କିଭଳି ତା ମା ଠୁ ଦୂରରେ ଥିଲା ବୋଲି ତା ମା’ର ସେବା କରିପାରିଲାନି ଆଉ ରୋଗ ତାଙ୍କୁ ଗ୍ରାସ କରିଗଲା l ସେମିତି ଯେତେ ଦୂରେ ରହିଲେ ବି ମା ବାପାଙ୍କୁ ସାଙ୍ଗରେ ରଖନ୍ତୁ l

ଏ କାହାଣୀ ସମ୍ପୂର୍ଣ ସରିନି ଏ କାହାଣୀ ଆପଣମାନେ ନିଜକୁ ବଦଳାଇଲେ ହିଁ ସମ୍ପୂର୍ଣ ହେବ l

ଲେଖକ

Amit Kumar Nayak


Rate this content
Log in

Similar oriya story from Abstract