The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Pramod Kumar Sahoo

Inspirational

3  

Pramod Kumar Sahoo

Inspirational

ଲକ୍ ଡାଉନ୍

ଲକ୍ ଡାଉନ୍

2 mins
190


     ଜୀବନ ନଈଟା ଅତି ସୁରୁଖୁରୁରେ ବହି ଚାଲିଥିଲା। କିନ୍ତୁ ଏ ଚାଇନାରୁ ଆସିଥିବା କୋରୋନା ଭାଇରସ୍ ତାକୁ ପଙ୍କଗାଡ଼ିଆର ଜଳ ଭଳି ସ୍ଥିର କରିଦେଲା। ବିଶ୍ଵର ପ୍ରମୁଖ ବିତ୍ତଶାଳୀ ଦେଶ ମାନଙ୍କରେ ଭୟାବହ ପରିସ୍ଥିତି କୁ ଦେଖି ଭାରତ ସରକାରଙ୍କ କଠୋର ନିଷ୍ପତ୍ତି। ସାରା ଦେଶରେ ଲକ୍ ଡାଉନ୍।


   ଲକ୍ ଡାଉନ୍, କାହା ପାଇଁ ଖେଳ ତ କାହା ପାଇଁ କାଳ। ଯେଉଁମାନେ ଗୃହକୀଟ ହୋଇ ମୋବାଇଲ୍ ଗେମ୍ ଖେଳିବାରେ ବ୍ୟସ୍ତ ରହନ୍ତି ସେମାନଙ୍କ ପାଇଁ ପୌଷମାସ। କିନ୍ତୁ ରଞ୍ଜନ ପାଇଁ ନୁହେଁ। ରଞ୍ଜନର ନିଜ ମନୋରଞ୍ଜନ ପାଇଁ ମୋବାଇଲ୍ ଗେମ୍ କୁ ପସନ୍ଦ କରେନାହିଁ। ସେ ମନେମନେ ଭାବୁଥିଲା ଏ ଲକ ଡାଉନ୍ ପାଇଁ ତାର ହିଁ ସବୁଠାରୁ ଅଧିକ କ୍ଷତି ହୋଇଛି। ନା ସାଙ୍ଗ ମାନଙ୍କ ସହ କେଉଁଠି ବୁଲାବୁଲି, ଗୁଲିଖଟି ହୋଇପାରୁଛି, ନା ହୋଇପାରୁଛି ଅପରାହ୍ନର କ୍ରିକେଟ୍ ଖେଳ। ଚାଟ୍ କିମ୍ବା ଦହିବରା ଖାଇବା କଥା ଏବେ ସ୍ବପ୍ନ। ସନ୍ଧ୍ୟାବେଳେ ଛକରେ ପୁନିଆ ଦୋକାନ ଚାହା ଟା ବି ବନ୍ଦ । ପରୀକ୍ଷାଟା ସରିବା ଆଉ କଲେଜ୍ ଯିବାକୁ ନାହିଁ। ସେଥିପାଇଁ ଖଟିଟା ଜୋରସୋର ଚାଲିଥିଲା।


    ଏ ସବୁ ତ ଚଳିବ। କିନ୍ତୁ ସବୁଠାରୁ ଦୁଃଖ ଦାୟକ କଥା ହେଲା ଏବେ ତାର ସବୁଦିନ ପ୍ରିୟଙ୍କା ସହିତ ଦେଖା ମଧ୍ୟ ଅସମ୍ଭବ। ତେବେ ତାର ସହପାଠୀନୀ ତଥା ପ୍ରେମିକା ପ୍ରିୟଙ୍କା ଏକ ରକ୍ଷଣଶୀଳ ପରିବାରର ତଥା ବାପା ଓ ମାଆଙ୍କୁ ଭୀଷଣ ଡରୁଥିବା ଝିଅ। ଏ ସମୟରେ ଉଭୟଙ୍କ ମଧ୍ୟରେ କଲ୍ କିମ୍ବା ଭିଡ଼ିଓ କଲ୍ କଦାପି ସମ୍ଭବ ହେଉନାହିଁ। କାରଣ ଉଭୟ ନିଜ ନିଜ ଘରେ ଗୃହବନ୍ଦୀ ଭଳି। ନିଜ ପିଲାଳିଆମିର ପ୍ରଭାବରେ କୋରୋନାର ଭୟାବହତା ତାଙ୍କୁ ସେତେଟା ଭାରୀ ଲାଗୁ ନଥିଲା। ତେଣୁ ଉଭୟଙ୍କ ମନରେ ସରକାରଙ୍କ ପ୍ରତି ଟିକେ ଗ୍ଳାନି ଥିଲା।


   ସେମାନଙ୍କ ପାଇଁ ବର୍ତ୍ତମାନ ହ୍ୱାଟ୍ସ୍ଆପ୍ ରେ ଚାଟିଙ୍ଗ୍ ହିଁ ଭାବ ବିନିମୟର ଗୋଟିଏ ମାତ୍ର ମାଧ୍ୟମ। ତେବେ ସେଦିନ ଏମିତି ଚାଟିଙ୍ଗ୍ କରୁ କରୁ ଉଭୟ ପରସ୍ପରଙ୍କୁ ବାୟ କହି ଟିଭିରେ ନିଉଜ୍ ଚ୍ୟାନେଲ ଖୋଲି ବସିଲେ। ସେତେବେଳେ ନିଉଜ୍ ଚ୍ୟାନେଲରେ “ମନ୍ କୀ ବାତ୍”ରେ ପ୍ରଧାନ ମନ୍ତ୍ରୀଙ୍କ ଅଭିଭାଷଣ ବିଷୟରେ ଚର୍ଚ୍ଚା ହେଉଥିଲା। ସେତିକି ଯଥେଷ୍ଟ ଥିଲା ଉଭୟଙ୍କ ମନରୁ ଗ୍ଳାନି ଦୁର କରିବାକୁ। ପ୍ରଧାନ ମନ୍ତ୍ରୀଙ୍କ ଦେଶବାସୀଙ୍କ ନିକଟରେ କ୍ଷମା ପ୍ରାର୍ଥନା ଦେଖି ଉଭୟଙ୍କ ଆଖି ଲୁହ ଛଳଛଳ ହୋଇଗଲା। ଉଭୟ ଉଭୟଙ୍କୁ ଏକା ସମୟରେ ମେସେଜ୍ କରିଥିଲେ “ସରି ୟାର, ଆମେ ପରସ୍ପରକୁ ଦେଖା କରିବା କିମ୍ବା କଥା ହେବା ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ ଦେଶର ସୁରକ୍ଷା। ଫିଲିଙ୍ଗ୍ ପ୍ରାଉଡ଼୍,ୱୀ ଆର୍ ସେଭିଙ୍ଗ୍ ଆୱର୍ କଣ୍ଟ୍ରି”।


Rate this content
Log in

More oriya story from Pramod Kumar Sahoo