STORYMIRROR

Hrusikesh Pradhan

Inspirational

3  

Hrusikesh Pradhan

Inspirational

ଲିଙ୍ଗ ଭିତ୍ତିକ ହିଂସା

ଲିଙ୍ଗ ଭିତ୍ତିକ ହିଂସା

1 min
159


ପ୍ରତ୍ୟେକ ମହିଳା ଓ କିଶୋରୀମାନଙ୍କର ମଧ୍ୟ ଶାନ୍ତିପୂର୍ଣ୍ଣ ଓ ସ୍ବାଭିମାନ ସହ ସମାଜରେ ବଞ୍ଚିବାର ଅଧିକାର ଅଛି ତେବେ ମନୁଷ୍ୟ ହିସାବରେ କେବେ ବି ଆମେ ଚିନ୍ତା କରୁନାହାନ୍ତି । ଯଦି ସାମ୍ବିଧାନିକ ଅଧିକାର ମଧ୍ୟରେ ସମାନତା ଅଧିକାର ରହିଛି ତେବେ ସମାଜରେ ହେଉ ବା ପରିବାରରେ ଏହା କାହିଁକି ଦେଖାଯାଉଛି ? ପୁଅ ଝିଅ ମଧ୍ୟରେ କାହିଁକି ପ୍ରଭେଦ କରାଯାଉଛି ? ଯଦି ମନୁଷ୍ୟ ହିସାବରେ କେବେ ଯଦି ମହିଳାମାନଙ୍କ ପାଇଁ ବା ଝିଅମାନଙ୍କ ପାଇଁ ଚିନ୍ତା କରାଯାଇଥାନ୍ତା ତେବେ ପୁଅ ଝିଅ ମଧ୍ୟରେ ଫରକ୍ କେବେ ଖୋଜି ନଥାନ୍ତେ ।

ଆଜି ପୁଅକୁ ଯଦି ସ୍ନାତକ ପର୍ଯ୍ୟନ୍ତ ପଢ଼ିବାକୁ ସୁଯୋଗ ଦେଇପାରୁଛୁ ଆମେ ତେବେ ଝିଅକୁ ଦଶମରୁ ବାହା କରିବା କଥା କେବେ ଚିନ୍ତା କରି ନଥାନ୍ତେ । ଯାହାଫଳରେ ସମାଜରେ ଲିଙ୍ଗ ଭିତ୍ତିକ ହିଂସା ଦେଖାଯାଉଛି । ମହିଳା ମାନଙ୍କ ଉପରେ ଅତ୍ୟାଚାର କରାଯାଉଛି । କାହିଁକି ସେହି ମହିଳାଙ୍କର ରାଜନୈତିକ, ସାମାଜିକ, ସମ୍ପତ୍ତିଗତ ଓ ଅର୍ଥନୈତିକରେ ଅଧିକାର ଦିଆଯାଉନାହିଁ ? 

ତେଣୁ ଆସନ୍ତୁ ସମସ୍ତେ ଆମେ ଭାରତୀୟ ନାଗରିକ, ଭାଇ, ଭଉଣୀ, ମା ଓ ବାପା ହିସାବରେ ସେମାନଙ୍କୁ ସହଯୋଗ କରିବା ଯେ ଆସନ୍ତା କାଲି ପାଇଁ ସମାଜରେ ଲିଙ୍ଗ ଭିତ୍ତିକ ହିଂସା ନଥିବ । ଏହି ୧୬ ଦିବସୀୟ ଲିଙ୍ଗ ଭିତ୍ତିକ ହିଂସା ବିରୋଧ ଅଭିଯାନରେ ସାମିଲ ହେବା ଏବଂ ମହିଳାମାନଙ୍କୁ ହିଂସା, ଅତ୍ୟାଚାର, ବନ୍ଦିରୁ ମୁକ୍ତ କରିବା । ଏହା ହେବ ଆମ ପାଇଁ ସମାଜରେ ଲିଙ୍ଗ ଭିତ୍ତିକ ହିଂସା ମୁକ୍ତ ସମାଜ ।

ମହିଳା ସଶକ୍ତିକରଣ

ମହିଳାଙ୍କୁ ମିଳିଲେ ସମ୍ମାନ

ସମାଜରେ ହେବ ସବୁ ସମାଧାନ ।



Rate this content
Log in

Similar oriya story from Inspirational