ARCHANA JENA

Inspirational Children

2  

ARCHANA JENA

Inspirational Children

କରୁଣ ଜୀବନ

କରୁଣ ଜୀବନ

2 mins
93


ମୁଁ କୋଉ ଭାଗ୍ୟରେ ଜନ୍ମ ହେଇଥିଲା ଜାଣେନା ନିଜ ଭାଗ୍ୟକୁ ନିନ୍ଦିବା ଛାଡା ଏ ସଂସାର ଆଉ କିଛି ଜଣାନାହିଁ । ମଣିଷ ଜୀବନ ଭାଗ୍ୟରେ ଥିଲେ ମିଳେ ଶାସ୍ତ୍ରରେ ଲେଖା ଥିଲା ବୋଲି ଜାଣିଥିଲି କିନ୍ତୁ ଉପଭୋଗ କରିନଥିଲି ।

ମନ ଅସ୍ଥିରତା ଥାଏ କେନ୍ଦୁଝର ତାରିଣୀ ମାଆଙ୍କ ମନ୍ଦିରକୁ ବୁଲିବାକୁ ବାହାରିଥାଏ । ଖାଲି ମନ ଅସ୍ତିର ଥିଲେ ମନ୍ଦିରକୁ ଯାଏ । ଖୁସି ସମୟରେ ମାଆ କଥାମାନେ ପଡ଼େନା ଖାଲି ମୋ କଥା ନୁହଁ ସଂସାର କଥା । ଅଭିଯୋଗ ଆଉ ଅଭିମାନ ଭରପୁରୁ ଥାଏ । ଅଭିଯୋଗ ଏଇଟା କାଇଁ ଦେଲନି, ଏଇଟା ଦେଇଥିଲେ ଭଲ ହେଇଥାନ୍ତା । ଦେଖିବାକୁ ଏତେ ଅସୁନ୍ଦର ଯେ ସମସ୍ତଙ୍କ ....ହଠାତ ଆଖି ପଡ଼ିଯାଏ ଏମିତି ଏକ ଦୃଶ୍ୟ ଦେଖିଲି ଯେ ଅଭିଯୋଗ ଆଉ ମନ ନିସ୍ତବ୍ଧ ହେଇଗଲା । ସେ ଦୃଶ୍ୟ ଦେଖି ବିଚଳିତ ହେବାକୁ ଲାଗିଲା ।

ତିନି ବରଷର ପିଲାଟିଏ । ଦୃଷ୍ଟିହୀନ ପିତାମାତା ବିହୀନ କେବଳ ସାହାରା ବାଡ଼ିଖଣ୍ଡକ ଆଉ ପଥର ମୂର୍ତ୍ତି । ମୁଁ କେବଳ ଅଭିଯୋଗ ପାଇଁ ଯାଏ କିନ୍ତୁ କେବେ କିଛି ମାଗେନା ଜାଣିଛି ସେ ପଥର ।  ମନେ ମନେ ଅଭିଯୋଗ କଲି, କି ଭୁଲ କରିଥିଲା ନିର୍ମମ ଶିଶୁଟି କି ଅପରାଧ କରିଥିଲା ତମ ପାଖରେ କାହିଁକି ତାର ଏ ଦଶା । ଦୁନିଆ ବିଷୟରେ କଣ ଜାଣିଛି ଵା କଣ? ଏଇ ପ୍ରଶ୍ନବାଚୀ ରଖିଦେଲି ତମେ ତ ପଥର ଉତ୍ତର କି ଦେଇପାରିବ ମୋ ମନରେ ଖାଲି ଶଙ୍କା ଶଙ୍କା ଦୂର କିଏଵା କରିବ । ପଥର ମୂର୍ତ୍ତି କି ଚାହିଁରହିଥାଏ ଜାଣିନି କି ଔଜଲ୍ୟତା ଥିଲା ସେ ମୂର୍ତ୍ତିରେ ଅଧଘଣ୍ଟେ ଚାହିଁରହିଲି । ମତେ ଲାଗିଲାକି ମୁଁ ଗୋଟେ ସିନେମା ଦେଖୁଛି କିନ୍ତୁ ସରୁନି । ସେ ଚିତ୍ର ଥିଲା 'କର୍ମ' । କର୍ମ କରିଥିଲେ ଫଳ ମିଳେ । କୁକର୍ମ ପାଇଁ ମର୍ତ୍ତ୍ୟରେ ଭୋଗିବାକୁ ପଡେ ଜଳନ୍ତି ଉଦାହରଣ ଥିଲା । ବୟସରେ ବହୁତୁ ସାନ ନିଜ ପେଟ ପାଇଁ ଖାଇବା ଯୋଗାଡ କରିପାରୁଛି କିନ୍ତୁ ମୁଁ ବାପାମାଆଙ୍କ ସମ୍ପତିରେ ହାକିମଦାରି ଦେଖାଉଛି ।  ନିଜ ପେଟ ନିଜେ ପୋଷିପାରୁନି କେତେ ବଡ ଲଜ୍ୟାକଥାର ବିଷୟ ।  ଦୃଷ୍ଟିହୀନ ପିତାମାତା ବିହୀନ ତଥାପି ନିଜ ପାଇଁ ଦୁଇ ଓଳି ଦୁଇ ମୁଠା ଖାଇବା ଯୋଗାଡ କରିପାରୁଛି ମୁଁ କଣ ଅଯୋଗ୍ୟ ଅପଦାର୍ଥ ସବୁଥାଇକି କିଛି କରିପାରୁନାହିଁ । ବାପାମାଆଙ୍କ ହାତକୁ ଅନେଇ ବସିଛି । ଧିକ୍ ମୋ ଜୀବନ ।  ମୁଁ ସିନା ପଥର ମୂର୍ତ୍ତି ଭାବିଛି କିନ୍ତୁ ସେ ପଥର ମୂର୍ତ୍ତି ନୁହେଁ ମୋ ଜୀବନ ପଥର ଧାର । ଫେରିଆସିଲି କରୁଣ ଚିତ୍ରକୁ ସାଉଁଟି ଆଣିଲି ମୋ ହୃଦରେ ଜାଗାଦେଲି ।



Rate this content
Log in

More oriya story from ARCHANA JENA

Similar oriya story from Inspirational