KIRTTAN BIHARI MAHANTA

Abstract Tragedy

2.6  

KIRTTAN BIHARI MAHANTA

Abstract Tragedy

କରୋନା

କରୋନା

3 mins
303


         ଏମିତି ଦିନ ଦେଖିବାର ଥିଲା । ମନୋଜ ସାର ଙ୍କ ସହ ମୋର ସେମିତି କିଛି ସମ୍ପର୍କ ନାହିଁ l ଆମ ମ୍ୟୁଜିକ ସାର ଙ୍କ ସହ ଯାତାୟାତ ଭିତରେ ତାଙ୍କ ସହ ଚିହ୍ନା ପରିଚୟ l ସେ ମୋ ଗୀତ ଗାଇବାକୁ ଭାରି ପସନ୍ଦ କରନ୍ତି l ତାଙ୍କ ବଡ଼ ପୁଅ ମୋ ଠାରୁ ଦୁଇ ବର୍ଷ ବଡ଼ ଆଉ ସାନ ପୁଅ ମୋ ଠାରୁ ଗୋଟିଏ ବର୍ଷ ଛୋଟ l ତାଙ୍କ ସହ ମୋର ମଧ୍ୟ ସମ୍ପର୍କ ଭଲ l ବଡପୁଅ ନିରଦ ସଫ୍ଟ ଓୟାର କମ୍ପାନୀ ରେ ଆଉ ସାନ ପୁଅ ଜୁଡ଼ିସିଆଲ ରେ ଚାକିରି କରନ୍ତି l ମନୋଜ ସାର ଙ୍କ ଜିଦ ସେ ଦୁଇ ପୁଅ ଙ୍କ ବାହାଘର ଗୋଟିଏ ଲଗ୍ନ ରେ କରିବେ l ବଡ଼ ପୁଅର ଝିଅ ଠିକ ହେଲା କିନ୍ତୁ ସାନ ର ଠିକ ହେଇ ପାରୁ ନ ଥାଏ l ବଡ଼ ପୁଅ ର ଯେଉଁଠି ଠିକ ହୋଇ ଥିଲା ଟା ତାଙ୍କର ଆଉ ଗୋଟିଏ ବିବାହ ଯୋଗ୍ୟ ଝିଅ ଟିଏ ବି ଥାଏ l ମନୋଜ ସାର ସାନ ପୁଅ ସହ ପ୍ରସ୍ତାବ ଦିଅନ୍ତେ ନାହିଁ ନାହିଁ କରୁ କରୁ ଠିକ ହୋଇଗଲା l ଗୋଟିଏ ତିଥିରେ ହେଲା ବାହାଘର l ବାହାଘର ପରେ ନିଜ ନିଜ ଚାକିରି କ୍ଷେତ୍ରକୁ ଚାଲିଗଲେ ସମସ୍ତେ l ଘରେ ଥାନ୍ତି ମନୋଜ ସାର ଆଉ ତାଙ୍କ ସ୍ତ୍ରୀ ମାଳତୀ ଦେଵୀ l

        ଭଲରେ ଭଲରେ ଚାଲୁଥିଲା ସଂସାରର ଗାଡି l ଆସିଗଲା 2020 ର ଲକ ଡାଉନ l ଦୁଇ ପୁଅ ଆଉ ଦୁଇ ବହୁ l ଯାହା ହେଉ ଅନେକ ଦିନ ପରେ ସମସ୍ତେ ଏକାଠି ହୋଇଛନ୍ତି l ଲକ ଡାଉନ ସରିଲା l ଧୀରେ ଧୀରେ ସମସ୍ତେ ପୁଣି ଥରେ ଫେରିବାକୁ ଲାଗିଲେଣି ନିଜ ନିଜ କର୍ମ କ୍ଷେତ୍ରକୁ l ପୁଣି ଆସିଲା ଦ୍ୱିତୀୟ ଲହରୀ l ଏଥର ମଧ୍ୟ ସେମାନେ ଚାଲି ଆସିଲେ ନିଜ ଘରକୁ l କିଛି ଦିନ ପରେ ହଠାତ ବଡପୁଅ କୁ ଜ୍ୱର ହେଲା l ଟେଷ୍ଟ କରିବାରୁ ବାହାରିଲା କରୋନା ପଜିଟିଭ l କୋଭିଡ ହସ୍ପିଟାଲ ରେ ଆଡିମିଶନ କରାଗଲା l ଘରର ସମସ୍ତେ ରହିଲେ ହୋମ କ୍ୱାରେଣ୍ଟିନ ରେ l ହଠାତ ଦିନେ ଖବର ଆସିଲା ଅକ୍ସିଜେନ ଲେବୁଲ କମ ହୋଇଯାଉଛି l ତା ପରଦିନ ଖବର ଆସିଲା ବଡପୁଅ ଆଉ ନାହାନ୍ତି l କରୋନାରେ ମୃତ୍ୟୁ ବରଣ କରିଛନ୍ତି ସେ l ଦୁଃଖର ପାହାଡ଼ ଯେମିତି ଅଜାଡି ହୋଇ ପଡିଲା ମନୋଜ ସାରଙ୍କ ଉପରେ l ଶବ ସଂସ୍କାର ପ୍ରଶାସନ କଲାବେଳେ କେବଳ ମୁହଁ ଟିକେ ଯାହା ଦେଖି ପାରିଲେ ପରିବାର ସଦସ୍ୟ l ମନୋଜ ସାର ଙ୍କ ସ୍ତ୍ରୀ କିନ୍ତୁ ଏ ଖବର କୁ ସହଜରେ ଗ୍ରହଣ କରିପାରିଲେନି l ତାଙ୍କ ଦେହ ମଧ୍ୟ ଖରାପ ହେବାକୁ ଲାଗିଲା l ଯେଉଁ ଦିନ ତାଙ୍କର କରୋନା ପରୀକ୍ଷା ପଜିଟିଭ ଆସିଲା ଭୟରେ ହିଁ ତାଙ୍କର ହାର୍ଟ ଚୋକ ହେଇଗଲା l ମାତ୍ର ଚଉଦ ଦିନ ଭିତରେ ମା ପୁଅ ଙ୍କ ଅକାଳ ବିୟୋଗ ରେ ପୁରା ମ୍ରିୟମାଣ ହେଲେ ମନୋଜ ସାର l ବଡ଼ବୋହୂ କାନ୍ଦ ସହି ପାରୁ ନ ଥାନ୍ତି ସେ l ସେଦିନ ତାଙ୍କ ଗାଁ ରେ କରୋନା ପରୀକ୍ଷା କରାଗଲା ଗାଁ ର ଛଅ ସାତ ଜଣ ସହ ମନୋଜ ସାର ଏବଂ ତାଙ୍କ ସାନପୁଅ ମଧ୍ୟ କରୋନା ପଜିଟିଭ ବାହାରିଲା l ବାପ ପୁଅ ଘରେ ଚିକିତ୍ସିତ ହେଲେ l ସାନ ପୁଅ ର ନିଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ହେବାରୁ କୋଭିଡ ହସ୍ପିଟାଲ ପଠେଇ ଦିଆଗଲା l ପୁଅ ଅବସ୍ଥା ଦିନକୁ ଦିନ ଖରାପ ହେବାରେ ଲାଗିଲା l ତାଙ୍କୁ ଭେଣ୍ଟିଲେଟର ରେ ରଖାଗଲା l ଏପଟେ ମନୋଜ ବାବୁ ମଧ୍ୟ ହତାଶ ଓ ନିରାଶ ହେଇ ଯାଉଥାନ୍ତି l ବିଧିର ବିଧାନ କି ନିଷ୍ଠୁର ସତେ ରାତି ପାଖାପାଖି ୨ ଟା ଖବର ଆସିଲା ସାନ ପୁଅ ଚାଲି ଗଲେ l ସାନ ବୋହୂ ର କାନ୍ଦ ଶୁଣି ମନୋଜ ବାବୁ ସବୁ ବୁଝି ପାରିଲେ l ଆଖିରୁ ଲୁହ ଝରି ଆସୁଥାଏ l ସାନବୋହୁ ପାଖକୁ ଯିବା ବେଳେ ପାହାଚରେ ଗୋଡ ଖସିଗଲା l ସେ ମଧ୍ୟ ସବୁଦିନ ପାଇଁ ଚାଲିଗଲେ ଆରପାରିକୁ l ଘର ଭିତରେ କେବଳ କ୍ରନ୍ଦନ ହିଁ କ୍ରନ୍ଦନ l ଗାଁ ପଡ଼ିଶା ଲୋକ ଆସିଲେ କିନ୍ତୁ ଶବ କୁ ଛୁଇଁଲେ ନାହିଁ କାରଣ ମନୋଜ ବାବୁ କରୋନା ପଜିଟିଭ ଥିଲେ l ଦୁଇ ବୋହୂ ଅନେକ ନେହୁରା ହେଲେ କିନ୍ତୁ କେହି ଶୁଣିଲେ ନାହିଁ ଶେଷରେ ହସ୍ପିଟାଲ ରୁ ପ୍ରଶାସନିକ ଲୋକ ଆସି ଶବ ସତ୍କାର କଲେ l ମୁଁ ଆଗରୁ ସବୁବେଳେ ତାଙ୍କ ଘରକୁ ଫୋନ କରି ସବୁ ବୁଝୁଥିଲି କିନ୍ତୁ ସାର ଙ୍କ ମୃତ୍ୟୁ ପରେ ଆଉ ପନ୍ଦର ଦିନ ପାଖାପାଖି ଫୋନ କରି ନ ଥିଲି କିନ୍ତୁ ମନ ବୁଝିଲାନି ଫୋନ କଲି ବଡ ଭାଉଜ କାନ୍ଦି କାନ୍ଦି କହିଲେ ସତରେ କଣ ଏମିତି ଦିନ ଦେଖିବାର ଥିଲା l କୋଉ ଜନ୍ମ ରେ ଆମେ କଣ ପାପ କରିଥିଲୁ ଦୁଇ ଭଉଣୀ ଯେ ଭଗବାନ ଆମକୁ ଏତେବଡ ଦଣ୍ଡ ଦେଲେ l ସତରେ ଏବେ ଦୁନିଆଁରେ ଭଗବାନ କଣ ଅଛନ୍ତି? ମୁଁ ଆଉ କଣ କହିବି ମୋ ଆଖିରୁ କେବଳ ଲୁହ ଝରୁ ଥିଲା କିନ୍ତୁ ମୁଁ କିଛି କହିବାକୁ ସାହସ କରି ପାରୁ ନଥିଲି l


Rate this content
Log in

More oriya story from KIRTTAN BIHARI MAHANTA

Similar oriya story from Abstract