କୋଭିଡ୍ ଟିକା ଓ ଆମେ
କୋଭିଡ୍ ଟିକା ଓ ଆମେ
ସୁନ୍ଦରୀ ନର୍ସଙ୍କ ପାଖରେ ବେଶ୍ ଭିଡ କୋଭିଡ୍ ଟିକା ସମୟରେ।
ଲୋକ ଶହେ କୁ ପ୍ରଶ୍ନ ହଜାରେ,"ଦିଦି!କିଛି ହେବନି ତ?
_ଦିଦି!କେତେ ସମୟ ?
_ଦିଦି!କାଟିବ କି ?
_ଦିଦି!ସାଇଡ୍ଏଫେକ୍ଟ କିଛି ହବ କି?
_ଦିଦି! ପାନ ବିଡ଼ି ଖାଇପାରିବୁ ତାପରେ?
_ଦିଦି
_ଦିଦି !( ଦିଦିଙ୍କ ମୁଣ୍ଡ ଘୁରାଇବା ଭଳି ଲାଗିଲା)
_ସହଜେ ସୁନ୍ଦରୀ ନର୍ସଙ୍କ ହାତରୁ ଇଞ୍ଜେକ୍ସନ ଭାଗ୍ୟରେ ଥିଲେ ମିଳେ।
_ନର୍ସ ଟି ପ୍ରଥମ ଦିନ ବ୍ୟତିବ୍ୟସ୍ତ ହେଲେ ବି ଚଳେଇନେଲେ।
_ପରଦିନ ସକାଳୁ ହସ୍ପିଟାଲ ବାହାରେ ସାଇନ୍ ବୋର୍ଡ ଟିଏ ଦେଖିବାକୁ ମିଳିଲା
_ଲେଖାଥିଲା"" ଦୟାକରି ଧ୍ୟାନ ଦିଅନ୍ତୁ! କୋଭିଡ୍ ଟିକା ନେବାର ଘଣ୍ଟାଏ ପୂର୍ବରୁ ଓ ଘଣ୍ଟାଏ ପରେ ଯାଏ ପାଟି ବନ୍ଦ ରଖିବାକୁ ଅନୁରୋଧ,, ନହେଲେ
ସିରିୟସ୍ ସାଇଡ୍ ଏଫେକ୍ଟ୍ ହେଇପାରେ
ଓ ଏଥିପାଇଁ ଆମେ ଦାୟୀ ରହିବୁ ନାହିଁ"
_ସେଦିନ ସବୁ ଷାଠିଏ ବର୍ଷ ବୟସ୍କଙ୍କ ପାଇଁ ମୁହଁ
କଳାପଟି ବାନ୍ଧିବା ଭଳି ଅବସ୍ଥା ଥିଲା ଟିକା କେନ୍ଦ୍ର ରେ ।
_ ଡରରେ ଚବିଶ ଘଣ୍ଟା ଧରି କେହି କଥା ହେଉନଥିଲେ କାହା ସହ।
ସୁନ୍ଦରୀ ନର୍ସ ଟି ହସୁଥିଲା ନିଜ ପ୍ଲାନ୍ ବିଷୟରେ ଭାବି ।
ଶୁଣୁଚ!
ହୁଁ
"ଟିକା ଟା ନେବି ନା ନେବି ଭାବୁଛି", କହି ମହାନ୍ତିଏ ଚାହିଁ ଲେ ଶ୍ରୀମତୀ ଙ୍କ ଆଡ଼କୁ ।
ରୁଟିବେଲୁବେଲୁ ବେଲଣାକାଠି ହାତରେ ମାଡିଆସିଲେ ଶ୍ରୀମତୀ..
" ହଇହୋ! ପାନ ରୁ ଚୁନ ଖସିଲେ ତ ମହାଭାରତ ଯୁଦ୍ଧ କରୁଛ ଘରେ,, ଆଉ ଏ ଇଞ୍ଜେକ୍ସନ ଟାକୁ ଡରୁଛ ବିଲେଇ ଭଳି"??
ଦିପାହୁଣ୍ଡ ପଛ କୁ ଘୁଞ୍ଚି,, ମହାନ୍ତିଏ ସ୍କୁଟି ଚାବି ଧରି କ୍ଷିପ୍ର ଗତିରେ ବାହାରକୁ ଧାଉଁ ଧାଉଁ ନିଜକୁ ନିଜେ ଗୁଣୁଗୁଣୁ ହେଇ କହିଲେ,,
_ ଯାଆ ମ! ମଲେ ସେ ସୁନ୍ଦରୀ ନର୍ସ ଟା ହାତରେ ଫୋଡାଖାଇ ମରିବି ପଛେ, ବେଲଣାକାଠି ମାଡ଼ କିଏ ଖାଇବ ଏ ବୟସରେ ।
