STORYMIRROR

Rekha Subrata

Comedy

3  

Rekha Subrata

Comedy

ବିଜୁଳି ଓ କଦଳୀ

ବିଜୁଳି ଓ କଦଳୀ

1 min
414


ଷ୍ଟେଟବ୍ୟାଙ୍କ ଛକରେ ରାଜୁ ଠେଲାଗାଡ଼ିରେ କଦଳୀ ବିକୁଥିଲା l ବିଜୁଳି ବିଭାଗର ଜଣେ ବରିଷ୍ଠ ଅଫିସର କଦଳୀ କିଣିବାକୁ ଆସିଲେ l ରାଜୁକୁ ପଚାରିଲେ :

" କଦଳୀ ଡଜନ କେତେ ଟଙ୍କା ? 


ରାଜୁ : କଦଳୀ କ'ଣ ପାଇଁ ନେବେ ଆଜ୍ଞା ? 


ଅଫିସର : "ମତଲବ" ?? 


ରାଜୁ : ମତଲବ କିଛି ନାଇଁ ଆଜ୍ଞା,


ମନ୍ଦିରକୁ ଭୋଗ କରିବାକୁ ନେଲେ ଡଜନ ୧୦ ଟଙ୍କା l 

ଵୃଦ୍ଧାଶ୍ରମକୁ ଦେବାକୁ ନେଲେ ଡଜନ ୧୫ ଟଙ୍କା l

ଛୁଆଙ୍କ ଟିଫିନ ପାଇଁ ନେଲେ ଡଜନ ୨୦ ଟଙ୍କା l

ଘରେ ଖାଇବା ପାଇଁ ନେଲେ ଡଜନ ୨୫ ଟଙ୍କା l

ଆଉ ଯଦି ପିକନିକ୍ ପାଇଁ ନେଉଥିବେ ତ ଡଜନ ୩୦ ଟଙ୍କା l


ଅଫିସର : ୟେ କେମିତି ? ଆରେ, ସବୁ କଦଳୀ ତ ସମାନ ଆଉ ଗୋଟିଏ ପ୍ରକାରର, ଦାମ୍ ଅଲଗା ଅଲଗା କାହିଁକି ?? 


ରାଜୁ : ୟେ ପଇସା ଅସୁଲ କରିବାର ଷ୍ଟାଇଲ ତ ଆପଣଙ୍କର ଆଜ୍ଞା l


 ୧ ରୁ ୧୦୦ ରିଡିଂ ଗୋଟେ ରେଟ୍

 ୧୦୦ ରୁ ୨୦୦ ରିଡିଂ ପାଇଁ ଆଉ ଗୋଟେ ରେଟ୍

 ୨୦୦ ରୁ ୩୦୦ ରିଡିଂ ପାଇଁ ଆଉ ଗୋଟେ ରେଟ୍


ୟେ କେମିତି ?? 

ଆପଣ ବି ତ ସେହି ଗୋଟିଏ ଖୁଣ୍ଟରୁ ବିଜୁଳି ଦେଉଛନ୍ତି l


କିନ୍ତୁ "ଘର" ପାଇଁ ଗୋଟେ ରେଟ୍

"ଦୋକାନ" ପାଇଁ ଅଲଗା ରେଟ୍

"କାରଖାନା" ପାଇଁ ଆଉ ଗୋଟେ ରେଟ୍

ଏମିତି ଆଉ କେତେ କଣ ଥିବ.....?? 


ହଁ ଆଜ୍ଞା, ଆଉ ଗୋଟିଏ କଥା 

"ମିଟର ର ଭଡ଼ା" l

ମିଟର କଣ ଆମେରିକାରୁ ଆସିଛି ? 

୨୫ ବର୍ଷ ହେଲା ଭଡ଼ା ଦେଇ ଆସୁଛି l


ବାସ୍ତବରେ ତା ଦାମ କେତେ ?? ଏଇଟା ତ ଅନ୍ତତଃ ମୋତେ କହି ଦିଅନ୍ତୁ l


    

   

 * ବିଜୁଳି ଦରବୃଦ୍ଧିରେ ପୀଡ଼ିତ ଜଣେ ଉପଭୋକ୍ତାର ବ୍ୟଥା *


ଆମେ ସବୁ ଭକୁଆ ବୋଲି ସବୁ ସହୁଛୁ।


Rate this content
Log in

Similar oriya story from Comedy