STORYMIRROR

SAROJ KUMAR SAHU

Drama Romance Inspirational

4  

SAROJ KUMAR SAHU

Drama Romance Inspirational

କଲ୍ ସେଣ୍ଟର

କଲ୍ ସେଣ୍ଟର

4 mins
613


       ସବୁଆଡେ ଘୁଁ ଘାଁ ଶବ୍ଦ । କେତେବେଳେ ସକାଳ ହେଲାଣି ଜାଣି ହେଲା ନାହିଁ । କଟକ ସହରର କଥା ଦିନ ନାହିଁ କି ରାତି ନାହିଁ 24×7 ସମସ୍ତେ ବ୍ୟସ୍ତ । ଧଡ଼ପଡ ହୋଇ ଶେଯରୁ ଉଠି ଦାନ୍ତ ସଫା କରି ଗାଧେଇବା ସାରି ଦେଲି । ଜୟ ଜଗନ୍ନାଥ କହି ବାହାରି ଗଲି ନିତିଦିନିଆ କାର୍ଯ୍ୟ କଲ୍ ସେଣ୍ଟରକୁ । କଷ୍ଟମରଙ୍କ ଅଭିଯୋଗ ଶୁଣିବା, ତା ପରେ ଘରକୁ ଆସି ଦୁଇ ହାତ ଗୋଡ ଲମ୍ବାଇ ଶୋଇବା ଛଡା ମୋର ଅନ୍ୟ କିଛି କାମ ନଥିଲା । କିନ୍ତୁ ସେଦିନ କିଛି ଅଲଗା ଥିଲା । ଅଫିସକୁ ଗଲାବେଳେ ବିରାଡ଼ିର ରାସ୍ତା କାଟିବା, ଝୁଣ୍ଟି ହେବା,ଏହିଭଳି କିଛି ହୋଇଥିଲା । ଅଫିସ ପହଞ୍ଚି ସହକର୍ମଚାରୀଙ୍କ ସହ କରମର୍ଦ୍ଧନ କରି ମୋ କାର୍ଯ୍ୟରେ ବ୍ୟସ୍ତ ରହିଲି ।

     ରିସିଭର୍ ରିଂ ହେଲା ମୁଁ କଲ୍ ରିସିଭ୍ କଲି ଓ ଚିରାଚରିତ ଢଙ୍ଗରେ କହିଲି- ସୁ ପ୍ରଭାତ ! ମୁଁ ସତ୍ୟପ୍ରକାଶ ଆପଣଙ୍କର କି ପ୍ରକାର ସହାୟତା କରି ପାରେ ?

ନାରୀ କଣ୍ଠଟିଏ ବ୍ୟସ୍ତ ବିବ୍ରତ ହୋଇପଡ଼ି କହୁଥାନ୍ତି - ତୁମେ ଯିଏ ବି କହୁଥାଅ, ମତେ ମୋର ୨୨ ଟଙ୍କା ଦରକାର ମୋ ମୋବାଇଲରୁ କାଟି ଦେଇଛ । କାହିଁକି ମୋର ଟଙ୍କା କାଟିଲ ମୋର ଜରୁରୀ କାମ ଅଛି , ଶୀଘ୍ର ଫେରେଇ ଦିଅ ।

ମ୍ୟାଡ଼ମ୍ ମ୍ୟାଡ଼ମ୍ ଟିକିଏ ମୋ କଥା ଶୁଣନ୍ତୁ: ମୁଁ ଆପଣଙ୍କୁ ସମ୍ପୂର୍ଣ୍ଣ ସାହାଯ୍ୟ କରିବି । ଆପଣ ମୋର କିଛି ପ୍ରଶ୍ନର ଉତ୍ତର ଦିଅନ୍ତୁ । 

ଜବାବ୍ ଆସିଲା - ଠିକ୍ ଅଛି ଆଜ୍ଞା ।

ଆପଣଙ୍କ ଶୁଭ ନାମ କଣ ଜାଣିପାରେ କି ? 

-ଆଜ୍ଞା ନର୍ମଦା

ଶେଷ ରିଚାର୍ଜ କେତେ କରିଥିଲେ ?

- ଆଜ୍ଞା ୩୦ ଟଙ୍କା

ଧନ୍ୟବାଦ ମ୍ୟାଡମ ଆପଣଙ୍କ ସହଯୋଗ ପାଇଁ । ମୁଁ ଚେକ୍ କରି କହୁଛି କଣ ପାଇଁ ଟଙ୍କା କଟିଯାଇଛି । କିଛି ସେକେଣ୍ଡ ପରେ ମୁଁ କହିଲି ମ୍ୟାଡମ ଲାଇନରେ ଅଛନ୍ତି ?

-ଶୁଭିଲା - ହଁ

ଆପଣ ହେଲୋଟ୍ୟୁନ ବ୍ଯବହାର କରିଛନ୍ତି ତେଣୁ ଆପଣଙ୍କ ମୋବାଇଲରୁ ୨୨ ଟଙ୍କା କଟି ଯାଇଛି ।

ଅପର ପାର୍ଶ୍ଵରୁ ଶୁଭିଲା- ନା ମୁଁ କିଛି ଜାଣିନି; ମୋର ଟଙ୍କା କାଟିଛ ମତେ ଫେରେଇ ଦିଅ । ମୋ ସାଙ୍ଗର ବାଇକ୍ ଦୁର୍ଘଟଣା ହୋଇଛି ସାର୍ ! ତାଙ୍କ ପରିବାର ଲୋକଙ୍କୁ ଫୋନ୍ କରିବି। ତାଙ୍କ ମୁଣ୍ଡ ଫାଟି ଯାଇଛି , ମୁଁ ମଫସଲ ଅଞ୍ଚଳର ହସ୍ପିଟାଲରେ ଅଛି ତାଙ୍କୁ ରକ୍ତ ଦରକାର । ଏଠାରେ ରିଚାର୍ଜ ବି ହୁଏନି ନେହୁରା ହେଉଛି ଫେରେଇ ଦିଅନ୍ତୁ ପରେ ଆଉ ଥରେ ମୋ ମୋବାଇଲ୍ ରୁ ଟଙ୍କା କାଟିଦେବେ; ଝିଅଟି କାନ୍ଦି କାନ୍ଦି କହିଲା ।


ମୁଁ କଣ କରିବି ଭାବି ପାରୁ ନଥିଲି ମ୍ୟାଡମ୍ ଙ୍କ ବିକଳ ଅନୁରୋଧ ମତେ ଆନ୍ଦୋଳିତ କରୁଥାଏ କିନ୍ତୁ ନିୟମରେ ବନ୍ଧା ହୋଇଥିଲି କିଛି କରି ପାରୁ ନଥିଲି ।

ମନକୁ ଆୟତ୍ତରେ ରଖି କହିଲି- ଠିକ୍ ଅଛି ମ୍ୟାଡମ୍ ମୁଁ ଆପଣଙ୍କ କଲକୁ ସିନିୟର୍ ଅଧିକାରୀଙ୍କ ନିକଟକୁ ଟ୍ରାଂସଫର୍ କରୁଛି , ଆପଣ ଲାଇନରେ ରୁହନ୍ତୁ । 

ଯେମିତି କଲ୍ ଟ୍ରାଂସଫର୍ କରିଛି - ମ୍ୟାଡମ୍ ଙ୍କ ମୋବାଇଲ ସଂଯୋଗ କଟିଗଲା ।

ମ୍ୟାଡମଙ୍କ କଥା ମୋ ମନରେ ଗଭୀର ରେଖାପାତ ସୃଷ୍ଟି କଲା ।

ନିଜସ୍ଵ ହିସାବରେ ମୁଁ ତୁରନ୍ତ ଗୁଗୁଲ୍ ପେ ଖୋଲିଲି ଆଉ ମ୍ୟାଡମ୍ ଙ୍କ ନମ୍ବରରେ 50 ଟଙ୍କାର ଗୋଟେ ରିଚାର୍ଜ କରିଦେଲି ।


ଗୋଟିଏ ସପ୍ତାହ ପରେ ସେ ଦିନ ଘ.୧୨.୧୦ ମି ସମୟରେ ମାଆର କଲ ଆସିଲା । ହେଲୋ- ମାଆ କାନ୍ଦି କାନ୍ଦି କହିଲା ତୋ ଭାଇ ଆକ୍ସିଡେଣ୍ଟ ହୋଇଛି । ମୁଣ୍ଡ ଫାଟି ଯାଇଛି; ତୁ ଶୀଘ୍ର ଘରକୁ ଆ । ମୁଁ ଡାକ୍ତରଖାନାକୁ ଯାଉଛି ତୁ ଆସିବୁ । ମୁଁ ହତବାକ୍ ହୋଇ ଶୁଣିଲି । ମାଆ ଫୋନ କାଟି ଦେଲେ । କଟକରୁ ମୋ ଘର ୪୮୦ କିମି ଦୂର , ପାଞ୍ଚଟାରେ ବସ ଅଛି ।

ଅଫିସରୁ ଛୁଟି ନେଇ ସନ୍ଧ୍ୟା ବସରେ ଘରକୁ ଫେରିଲି । ସକାଳ ୯ଟାରେ ଘରେ ପହଞ୍ଚିଲି , ଘରେ ତାଲା ପଡିଛି । ସେଠାରୁ ଡାକ୍ତରଖାନା ୧୦ କିମି । ପାଖ ପଡେ଼ାଶୀଙ୍କ ବାଇକ୍ ଟିକେ ମାଗି ଡାକ୍ତରଖାନା ଗଲି । ନର୍ସ ଦିଦିଙ୍କୁ ପଚାରି ୧୧ ନଂ ବେଡ୍ କୁ ଗଲି ।


ଭାଇ ପାଖରେ ମାଆ ଓ ଝିଅଟିଏ ବସିଥାନ୍ତି । ଭାଇ ସହ କଥା ହେବାକୁ ଚେଷ୍ଟା କଲି ଭାଇ ଟିକିଏ ଅସ୍ପଷ୍ଟ ପାଟିରେ କିଛି କହିଲା ।ବୁଝି ହେଲା ନାହିଁ । ମାଆକୁ ପଚାରିଲି କେମିତି ହେଲା ଏସବୁ । ଧୀର କଣ୍ଠରେ ମାଆ କହିଲା ଗତକାଲି ୯ ଟା ରେ ଚାରିଚକିଆ ଯାନ ସହ ଧକ୍କା ହେଇଗଲା । କିଛି ଭଲଲୋକ ଡାକ୍ତରଖାନା ଆଣି ଆଡମିଟ୍ କରି ମତେ ଖବର ଦେଲେ । ମୁଁ ଚାଲି ଚାଲି ଆସୁ ଆସୁ ଘ.୨ ଟା ହେଇଗଲା ।

ଆସିଲା ବେଳେ ଏହି ଝିଅଟି ତାକୁ ରକ୍ତଦାନ କରି ମୋ ପୁଅକୁ ବଞ୍ଚେଇ ଦେଲା । ନହେଲେ କଣ ହୋଇଥାନ୍ତା ଭଗବାନଙ୍କୁ ଜଣା ।

ସେ ସମୟରେ ଡାକ୍ତର ଆସି ଚେକ୍ ଅପ୍ କରି କହିଲେ ଡରିବାର କିଛି ନାହିଁ ସେ ସମ୍ପୂର୍ଣ ଠିକ୍ ହୋଇଯିବେ । ସେହି ଝିଅଙ୍କୁ ଇଙ୍ଗିତ କରି କହିଲେ ଧନ୍ୟବାଦ ଝିଅ ।


ଭାଇ ଭଲ ଥିବାରୁ ମୁଁ ବି ପ୍ରଭୁଙ୍କୁ ମନେ ମନେ କୃତଜ୍ଞତା ଜଣାଉଥିଲି ।ସେହି ଝିଅଟିକୁ ପଚାରିଲି - ତୁମ ନାମ କଣ? କଣ କରୁଛ ?ଭାଇକୁ କେମିତି ଜାଣିଲ?

ବିନମ୍ରତାର ସହ ଝିଅଟି କହିଲା- ହଷ୍ଟେଲରେ ରହି ପାଠ ପଢ଼ୁଛି ୩ ଦ୍ଵିତୀୟ ବର୍ଷ । ମୋ ନାମ ନର୍ମଦା । ମୁଁ ତୁମ ଭାଇର ଅତି ନିକଟ ବନ୍ଧୁ । 

ମୁଁ ଚକିତ ହୋଇ ପଚାରିଲି ତୁମ ନାମ ନର୍ମଦା ! ଆଉ ତୁମେ ରକ୍ତ ଦେଲ !

- ଝିଅଟି ହଁ ହଁ କରିଥାଏ ।

ତାଙ୍କ ମୋବାଇଲ ମାଗିଲି ଆଉ ଦେଖିଲି ଇଏ ତ ସେହି ନମ୍ବର ।

ଉତ୍କଣ୍ଠାର ସହ ତୁରନ୍ତ କହିଲି ମୁଁ ସତ୍ୟପ୍ରକାଶ ଜାଣିପାରିଲ ?

- ନାହିଁ ତ! ଜାଣି ପାରୁନି ।

ମନେ ପକାଅ ସେହି ୧୦.୨୦ ରେ କଲ୍ ସେଣ୍ଟର୍, ସେହି ୨୨ ଟଙ୍କା

 - ଓଃ ତୁମେ ସତ୍ୟପ୍ରକାଶ ।

ଦୁହେଁ ଦୁହିଙ୍କୁ କ୍ଷମା ମାଗୁଥାନ୍ତି "Sorry Sorry" କହୁଥାନ୍ତି । ଦୁହିଁଙ୍କ ମୁହଁରେ ଚେନାଏ ଖୁସି ଓ ଦୁଃଖର ମିଶ୍ରିତ ହସ ଖେଳି ଯାଉଥାଏ ।

      ମାଆ ସବୁକଥା ପଚାରି ବୁଝିଲେ ଆଉ ହସି ଦେଇ କହିଲେ ବାପାରେ କେବେ ଆମେ କାହାକୁ ଟିକିଏ ସାହାଯ୍ୟ କରିଥିଲେ କେଉଁ ରୂପରେ ତାହା ଆମ ପାଇଁ ଆଶୀର୍ବାଦ ପାଲଟିଯାଏ। ଏହା ଭଗବାନଙ୍କର ଲୀଳା ।

             


Rate this content
Log in

More oriya story from SAROJ KUMAR SAHU

Similar oriya story from Drama