STORYMIRROR

Chikun Panda

Abstract Drama

3  

Chikun Panda

Abstract Drama

ଜୁଇ

ଜୁଇ

1 min
149

          

ଲିଭି ଆସୁଥିବା ଜୁଇ ଟା କୁ ଦେଖି ମାଧିଆ ଭାଇ ଟିକେ ଦାନ୍ତ ଦେଖାଇ ହସି ଦେଲା। ସେହି ବାଟ ଦେଇ ଗୌରା ଭାଈ ଯାଉଥିଲା, ତା ନଜର ମାଧିଆ ର ହସ ଉପରେ ପଡ଼ିଲା। ଗୌରା ପଚାରିଲା -ହଇଓ ମାଧିଆ ଭାଇ ଏମିତି ହସୁଛ କାହିଁକି?ମାଧିଆ କହିଲା - ଏ ,ବୁଢ଼ା କେତେ ଗୁଆ ଘିଅ ଖାଇଛି କେଜାଣି, ଏପର୍ଯ୍ୟନ୍ତ ତା, ଜୁଇ ଦିକି ଦିକି ହେଇ ଜଳୁଛି।ଏ ବୁଢ଼ା ବଞ୍ଚିଲା ବେଳେ ମତେ କମ୍ ଅବସ୍ଥା କରିଛି !


ତା ଠାରୁ ସୁଧ ରେ କିଛି ଟଙ୍କା ଆଣିଥିଲି,ଠିକ୍ ସମୟ ରେ ଶୁଝି ପାରିଲିନି,କମ୍ କଥା ମତେ କହେ,ଯାହା ହେଉ ମରିଗଲା,ମୋ ଋଣ ଟା ଶୁଝି ଗଲା । ଠିକ୍ ଏତିକି ବେଳେ ନାଗ ସାପ ଟେ ମାଧିଆ ଭାଇକୁ ଦି ଚୋଟ ମାରିଲା; ମାଧିଆ ଭାଇ ର ଜୀବନ ଚାଲିଗଲା,ଠିକ୍ ବୁଢ଼ା ଜୁଇ ପାଖ ରେ ତାର ଆଉ ଗୋଟେ ଜୁଇ ଜଳିଲା।ଗାଁ ସାରା ଲୋକ କୁହା କୁହି ହେଲେ ବୁଢ଼ା ଟା ମାଧିଆ ଉପରେ ଭାରି ଅଶାନ୍ତି ହେଇ ମରିଥିଲା,ଏଇ ମାଧିଆ, ବୁଢ଼ା ଠୁ ବହୁତ୍ ଟଙ୍କା ନେଇ ଥିଲା,କିନ୍ତୁ ଶୁଝି ନ ଥିଲା,ବୁଢ଼ା ବୋଧେ ପ୍ରତିଶୋଧ ନେଲା।

          


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Chikun Panda

ଜୁଇ

ଜୁଇ

1 min ପଢ଼ନ୍ତୁ

Similar oriya story from Abstract