ଜୀବନ ସଂଗ୍ରାମ
ଜୀବନ ସଂଗ୍ରାମ
ଓଃ ! କି ବର୍ଷା । ପବନର ବେଗ ଧୀରେ ଧୀରେ ବଢୁଛି ପଛେ କମିବାର ନାଁ ନେଉନି । ଛାତି ଥରେଇ ଦେଲା ପରି ବିଜୁଳିର ବିକଟାଳ ଶବ୍ଦ । ଏଇନେ ବୋଧେ ପୃଥିବୀଟା ଧ୍ବଂସ ପାଇଯିବ, ମନେ ହେଉଥିଲା । ରାତି ଆଠ ଟାରୁ ବର୍ଷୁଛି ଯେ ବର୍ଷୁଛି । ପୁଣି ଲାଇନ ନ ଥିବାରୁ ଚାରି ଆଡ଼େ ଘୋର ଅନ୍ଧକାର । ଦୁଇ ଦୁଇଟା ଛୁଆ ତାର, ପୁଣି ସ୍ୱାମୀ ବହୁତ ଦିନ ଆଗରୁ ଅନ୍ୟ ଜଣେ ସ୍ତ୍ରୀ ସାଙ୍ଗରେ ଫେରାର । ଦୁର୍ଦିନରେ ଆଜି ଏକା ସେ । ଛୋଟ ଛୁଆକୁ ଭୀଷଣ ଜ୍ୱର । ଚିକିତ୍ସା ପାଇଁ ନା ଅଛି ପଇସା ନା କାହାରି ସାହାଯ୍ୟ । ବର୍ଷା ଦିନ, ମୂଳ ମଜୁରୀ ବି ମିଳୁନି । ଅଣ୍ଟିରେ ଟଙ୍କାଟିଏ ନାହିଁ । ପେଟ କଥା ଛାଡ, ଔଷଧ ପାଇଁ ପଚାଶ ଶହେ ତ ଦରକାର । କଣ କରିବ ସେ ? ମୁଣ୍ଡ ଗୋଳମାଳିଆ ହେଇ ଯାଉଛି ।
ଏଇ ବର୍ଷା ରାତିରେ, ନିଜ ସାମ୍ନାରେ ନିଜକୁ ତଳେ ପକାଇ ଥିଲା ସେ । ନିଜକୁ ବିକ୍ରି କରି ଦେଇଥିଲା, କଞ୍ଚା ମାଂସ ଲୋଭୀ ହିଂସୁକ ପୁରୁଷ ସମାଜ ଆଗରେ । କେବଳ ନିଜ ମାତୃତ୍ୱ ଓ ପେଟ ପାଇଁ....।