dhiresh kumar meher

Tragedy

4.1  

dhiresh kumar meher

Tragedy

ଝୁଲନ୍ତା ଶବ

ଝୁଲନ୍ତା ଶବ

4 mins
636


ରାତି ପ୍ରାୟ ୧୧ ଟା ପାଖାପାଖି ! ଶ୍ରାବଣ ମାସର ଝିପିଝିପି ବର୍ଷା ସହିତ ସେହି ଅନ୍ଧକାର ରାତିର ଅନ୍ଧାର ଦ୍ୱାରା ସାରା ଗାଁ ହେଇଛି ଆଚ୍ଛାଦିତ । ଗାଁରେ ରାତି ଏଗାରଟା ମାନେ ପ୍ରାୟ ମଧ୍ୟରାତ୍ର । ଏହି ସମୟରେ ଚାଲିଥାଏ ଗାଁ ମଶାଣିରେ ଭୂତପ୍ରେତଙ୍କ ପଶାଖେଳା ଏବଂ ଘରେ ଘରେ ଶଯ୍ୟାଶାୟୀଙ୍କ ସ୍ୱପ୍ନଦେଖା । ପୁଣି କାହାର ବିଲ ପାଇଁ ଚିନ୍ତା ତ କାହାର ନିଜ ପରିବାର ପାଇଁ ଚିନ୍ତା । ରାତିର ସେହି ଅନ୍ଧକାରରେ କେହି କାହାର ମୁହଁକୁ ଦେଖିବା ସମ୍ଭବପର ନୁହେଁ କାରଣ ତାହା ଥିଲା ଅମାବାସ୍ୟାର ରାତି । ହଠାତ ଗାଁ ମୁଣ୍ଡରେ କୁକୁର ଭୁକିବାର ଶବ୍ଦ ଶୁଣି ପ୍ରାୟ ଅଧା ପରିବାର ଉଠିପଡିଲେ କିନ୍ତୁ ଏହି ଅନ୍ଧାର ମଧ୍ୟରେ ସେମାନେ କିଂ କର୍ତ୍ତବ୍ୟ ବିମୁଢ ହୋଇ ରହିଗଲେ । ସମୟ ବଢିବା ସଂଗେ ସଂଗେ ଯେପରି ଗ୍ରୀଷ୍ମର ଖରା ଟାଣ ହୋଇଥାଏ ଠିକ ସେମିତି କୁକୁର ମାନଙ୍କ ଭୁକିବା ମଧ୍ୟ ବଢ଼ିବାରେ ଲାଗିଲା । ଶେଷରେ ଗାଁ ମୁଣ୍ଡିଆ ପରିବାରଗଣ ଅନ୍ଧାରର ସେହି କରାଳ ଗ୍ରସକୁ ଭେଦକରି ବାହାରକୁ ଆସିଲେ । କିନ୍ତୁ ସେଠାରେ ସେମାନଙ୍କ କ୍ଷୀଣ ସ୍ୱର ଏବଂ କବାଟ ଖୋଲିବାର ଶବ୍ଦ ହିଁ ଶୁଣାଯାଉଥିଲା ଏବଂ ଆଖି ଥିଲା ଅନ୍ଧର ପ୍ରତୀକ ।


ଠିକ ଏତିକି ବେଳେ ଭଗବାନଙ୍କ ନାମକୁ ଜପ କରି କବିତା ମାଉସୀ ଡିବିଟିଏ ଧରି ବାହାରକୁ ଆସି ଦେଖେତ ସମସ୍ତେ ନିଜ ନିଜ ଘରର ବାହାରେ ଛିଡ଼ା ହୋଇଛନ୍ତି । କେହି କହିବା ଆଗରୁ କବିତା ମାଉସୀ କହିଲା -" ଆରେ ପୁଅ ରମେଶ ଏତେ ରାତିରେ ସମସ୍ତେ ବାହାରେ କ’ଣ କରୁଚ ଆଉ ଏ କୁକୁର ଗୁଡାକ ଏତେ ଭୁକୁଛନ୍ତି କାହିଁକି ? ମତେ ଲାଗୁଛି ଆଜିର ଏହି ଅମାବାସ୍ୟା ରାତିରେ ଏ କୁକୁର କିଛି ଭୂତ ପ୍ରେତ ଦେଖି ଭୁକୁଛନ୍ତି ବୋଧେ । ତମେମାନେ ଯାଇ ସେଗୁଡାକୁ ଘଉଡ଼ାଇ ଦିଅ ଆଉ ଶୋଇପଡ ।" ମଉସୀର କଥାଶୁଣି ରମେଶ ଆଉ ତା ସାଙ୍ଗମାନେ ନିଜକୁ ବଲୀୟାନ ମନେକରି ବାହାରି ପଡିଲେ କୁକୁର ମାନଙ୍କ ପାଖକୁ । ସମସ୍ତେ ନିଜର ଗାମୁଛାକୁ ନିଜ ଅଣ୍ଟାରେ ଭିଡି ଏବଂ ଆଉ ଏକ ଗାମୁଛାକୁ ମୁଣ୍ଡରେ ମାରି, ଠେଙ୍ଗା ଗୋଟେ ଗୋଟେ ଧରି ବାହାରି ପଡିଲେ । ସତେ ଯେପରି ଇଂରେଜ ମାନଙ୍କ ବିରୁଦ୍ଧରେ ବାହାରି ପଡିଛି ପାଇକ ପୁଅ । ସେମାନେ ଯାଇ ପହଁଚିଲେ ସେହି ଗାଁ ମୁଣ୍ଡରେ କିନ୍ତୁ ସେଠାରେ ସେହି ଲଣ୍ଠନର ଆଲୋକରେ ଯାହା ଆଚ୍ଛଦିତ ହେଲା ତାହା ଦେଖି ପାଇକ ପୁଅ ହେଇଗଲେ ସ୍ତବ୍ଧ । କୁକୁର ଗୁଡାକ ଏମାନଙ୍କୁ ଡରିଗଲେ କିନ୍ତୁ ଏମାନେ ଡରିଗଲେ ସେହି ଆଲୋକ ଦ୍ୱାରା ଆଚ୍ଛାଦିତ ଚିତ୍ରକୁ ଦେଖି ।

…..

ଆଠ ବର୍ଷ ତଳର କଥା । ଭକ୍ତପୁର ଗ୍ରାମରେ ହରି ଦାଶ ଏବଂ ରାଧେ ପ୍ରଧାନ ହେଉଛନ୍ତି କୃଷ୍ଣ ଏବଂ ସୁଦାମର ପ୍ରତୀକ । ଗାଁ ଲୋକେ ଏମାନଙ୍କର ବନ୍ଧୁତାର ରାଣ ମଧ୍ୟ ଖାଇଥାନ୍ତି । ଏମାନେ ଏକ ଆତ୍ମାରେ ଦୁଇପ୍ରାଣୀ । ଏମାନଙ୍କ ଶରୀର ଅଲଗା କିନ୍ତୁ ଆତ୍ମା ଏକ ଓ ଅଭିନ୍ନ । ଭକ୍ତପୁର ଗ୍ରାମରେ ହରି ଦାଶ ତାର ପତ୍ନୀ , ଦୁଇ ପୁଅ ଆଉ ଗୋଟେ ଝିଅ ସହିତ ବାସକାରେ ଏବଂ ରାଧେ ପ୍ରଧାନ ତାର ପତ୍ନୀ ଓ ତିନି ଝିଅ ସହିତ ବାସକରେ । ଉଭୟେ ନିଜର ନଡ଼ା ଛପର ଘରେ ମଧ୍ୟ ପ୍ରାସାଦର ସୁଖକୁ ଅନୁଭବ କରୁଥିଲେ ଏବଂ ବାସି ପଖାଲରେ ମଧ୍ୟ ପୁରୀର ନିର୍ମାଲ୍ୟକୁ ଅନୁଭବ କରୁଥିଲେ । ହରି ନିଜର ତିନି ଏକର ଜମିରେ ଧାନ, ଡାଲି ଆଉ ବାଦାମ ଚାଷ କରି ବର୍ଷକ ପାଇଁ ଭରଣ ପଷୋଣ କରୁଥିଲା ଏବଂ ରାଧେ ମଧ୍ୟ ନିଜର ସାଢ଼େ ଦୁଇ ଏକର ଜମିରେ ଚାଷ କରି ପରିବାର ପୋଷୁଥିଲା । କିନ୍ତୁ ଭାଗ୍ୟର ବିଡମ୍ବନାକୁ ଦେଖ ବାରମ୍ବାର ମରୁଡି ଓ ବନ୍ୟା ସେହି ଗାଁକୁ ଗ୍ରାସକଲା । ଆଠବର୍ଷ ରେ ଚାରି ପାଞ୍ଚଥର ବନ୍ୟା ଓ ମରୁଡି ହେଇଛି । କିନ୍ତୁ ସରକାରଙ୍କ ସାହାଯ୍ୟ ଓ ବିଲରେ ବଞ୍ଚିଥିବା ସେହି ଶସ୍ୟରେ ସେମାନେ ବଂଚିଛନ୍ତି । ଏପରି ହେବାରୁ ଗତବର୍ଷ ହରି ଦାଶ ନିଜର ପରିବାର ସହ ସହରକୁ ଚାଲିଗଲାଣି । ସତେ ଯେମିତି ଏହି କଳିଯୁଗର କୃଷ୍ଣ ଓ ସୁଦାମକୁ ଅଲଗା କରିବା ପାଇଁ ଏହି କାଳଚକ୍ରର ବନ୍ୟା ଓ ମରୁଡି ଥିଲା ଏକ ମାଧ୍ୟମ । କିନ୍ତୁ ରାଧେ ପ୍ରଧାନ ନିଜର ପରିବାର ସହିତ ଏବେ ମଧ୍ୟ ଭକ୍ତପୁରରେ ବାସ କରୁଛି । ବାରମ୍ବାର ବନ୍ୟା ଓ ମରୁଡ଼ିର ତାଣ୍ଡବ ନୃତ୍ୟରେ ମ୍ରିୟମାଣ ହୋଇ ନିଜର ସମସ୍ତ ଜମିବାଡିକୁ ବିକ୍ରିକରି ହରି କିନ୍ତୁ ରାଧେ ନିଜର ପୂର୍ବ ପୁରୁଷଙ୍କ ଭିଟାମାଟିକୁ ଛାଡିଯିବକୁ ମନ କଲାନାହିଁ ଏବଂ ସେହି ବିଲ ମାଟିକୁ ହିଁ ଜାବୁଡ଼ି ଧରି ଗାଁରେ ରହିଲା ।


ବାରମ୍ବାର ଏହି ବନ୍ୟା ଓ ମରୁଡ଼ିରେ ସେ ଯେତେକ ଚେଷ୍ଟାକଲେ ମଧ୍ୟ ଭରଣ ପୋଷଣ କରିନପାରି ଶେଷରେ କିଛି କିଛି ୠଣ ମଧ୍ୟ କରୁଥିଲା । ଏମିତି ଶେଷରେ ଋଣର ଭାର ଏତେ ହେଇଗଲା ଯେ ସେ ଆଉ ସମ୍ଭାଳି ପାରିଲା ନାହିଁ । ବାରମ୍ବାର ଋଣ ଆଉ ଫସଲ ନଷ୍ଟର ଦୁଃଖକୁ ରାଧେ ନିଜର ଅପାରକତା ମନେକଲା ଓ ନିଜକୁ ସେହି ଦୋଷର ଦୋଷୀ ଭାବିନେଲା । ଯଦି କୌଣସି ବର୍ଷ ଭଲ ବର୍ଷା ହେବ ତ ତାହା ବନ୍ୟାର ରୂପ ଧାରଣ କରିବା ଏବଂ ଯଦି ବର୍ଷା ହେବନି ତ ତାହା ମରୁଡ଼ିର ରୂପ ଧାରଣ କରିବା । ସତେ ଯେପରି ରାଧେ ପ୍ରଧାନ ଜଣେ ଚାଷୀ ହୋଇ ତାର ଜୀବନର ଏକ ମସ୍ତ ବଡ ଭୁଲ କରିଦେଇଛି ଯାହାର କି କୌଣସି ପ୍ରାୟଶ୍ଚିତ ନାହିଁ ।

ଆଗରୁ କୁହାଯାଉଥିଲା - ଚାଷ କାମ ଯାହାର, କେଡେ ସୁଖ ତାହାର । କିନ୍ତୁ କ’ଣ ରାଧେ ସୁଖୀ ହୋଇପାରିଲା ? ନାହିଁ ! ବର୍ତ୍ତମାନର ଚାଷୀର ଭାଗ୍ୟ ଠିକ ଏହିପରି ।

…..

ସେ ଦିନର ସେହି ଝିପି ଝିପି ବର୍ଷା ସାଙ୍ଗକୁ ସେହି ନିସ୍ତବ୍ଧ ରାତିର ଫୋଟ ଚିତ୍ରକୁ ଦେଖି ସ୍ତବ୍ଧ ହେଇଗଲା ରମେଶ । ସେ ଜାଣିପାରିଲା ନାହିଁ ଯେ ଏହା ସ୍ବପ୍ନ ନା ସତ । ଏହି ସମୟରେ ରମେଶର ସାଙ୍ଗ ଗୌର ବଡପାଟିରେ "ଚାଲିଆସ"- କହି ଅଚେତ ହେଇ ତଳେ ପଡ଼ିଗଲା କିନ୍ତୁ ରମେଶ ମୂର୍ତ୍ତିଟିଏ ପରି ଏକ ଲୟରେ ଦେଖିଚାଲିଥାଏ । ଏତିକି ବେଳେ ଗାଁର ପ୍ରାୟ ଲୋକ ସେଠାରେ ରୁଣ୍ଡ ହେଇଗଲେଣି ଏବଂ କବିତା ମାଉସୀ ମଧ୍ୟ ସେଠାରେ ପହଂଚିଗଲା । ସେ ସେହି ଫୋଟ ଚିତ୍ରକୁ ଦେଖି- "ହେ ଭଗବାନ ! ଏ କ’ଣ କଲ ? " କହି ତଳେ ସେଠାରେ ବସି ପଡ଼ିଲା । ତାର ଆଖିରେ ଥିଲା ଲୁହ, ପାଟି ଅଧା ଖୋଲା ଏବଂ ଦେହର କନା ଅଧଭିଜା । କିଛି କହିବା ଆଗରୁ ତାର ପାଟି ବନ୍ଦ ହେଇଗଲା କାରଣ ସେହି ଫୋଟ ଚିତ୍ର ଥିଲା ଏକ ଝୁଲନ୍ତା ଶବ । ସେହି ଝୁଲନ୍ତା ଶବ ତାର ଅତି ଆଦରର ଓ ପ୍ରେମର ପ୍ରତୀକ ।


Rate this content
Log in

More oriya story from dhiresh kumar meher

Similar oriya story from Tragedy