dhiresh kumar meher

Tragedy Others

5.0  

dhiresh kumar meher

Tragedy Others

ମୁଁ

ମୁଁ

2 mins
441


ଯୋଉ ହାତରେ ତୁ ମୋ ହାତକୁ ଧରି ଚଲେଇବା ଶିଖାଇଲୁ ,ପୁଣି ସେହି ହାତରେ ଅ, ଆ ଲେଖି ମୋତେ ପାଠ ପଢେଇଲୁ କିନ୍ତୁ କାହିଁକି ଯେତେବେଳେ ମୁଁଁ ମୋ ନିଜ ହାତରେ ଲେଖିବା ପାଇଁ ଚେଷ୍ଟାକଲି ତୁ ମନା କରିଦେଲୁ । ତୁ ମୋ ପାଇଁ ବହୁ ସ୍ବପ୍ନ ଦେଖିଥିଲୁ କିନ୍ତୁ ମୁଁଁ ଯେତେବେଳେ ମୋ ନିଜପାଇଁ ସ୍ବପ୍ନ ଦେଖିବା ଆରମ୍ଭକଲି ତୁ ଗ୍ରହଣ କଲୁନାହିଁ କାହିଁକି । ମୁଁଁ ଜାଣେନି ଯେ ତୁ ଏମିତି କଲୁ କାହିଁକି କି ଜାଣିବାକୁ ବି ମୋର ଆଉ ଇଚ୍ଛାନାହିଁ । ତୁ ଜାଣିଥିଲୁ ମୁଁଁ କଣ କରିବାକୁ ଚାହୁଁଥିଲେ ଆଉ ଆଉ ଏଥିପାଇଁ ମଧ୍ୟ ତୁ ମତେ ପ୍ରଶ୍ରୟ ଦେଇଥିଲୁ କିନ୍ତୁ କାହିଁକି ଶେଷ ମୁଁହୂର୍ତ୍ତରେ ମୋ ମନ କଥା ବୁଝିପାରିଲୁ ନାହିଁ ।

ମୁଁଁ ଜାଣେନି ଯେ ଏଥିପାଇଁ ତତେ ଖୁସି ମିଳିଲା ନା ଦୁଖଃ କିନ୍ତୁ ମୁଁଁ ଏ ପର୍ଯ୍ୟନ୍ତ ଦୁଃଖର ସୀମାକୁ ଲଙ୍ଘନ କରି ଖୁସି ପାଖରେ ପହଞ୍ଚି ପାରିନାହିଁ ।


ଦୀର୍ଘ ଚାରି ବର୍ଷର ଦୁଃଖ ଯନ୍ତ୍ରଣା ମଧ୍ୟରେ ମୁଁଁ ମୋ ଜୀବନରେ ଖୁସିର ଝାପ୍ସା ଟିକକ ପାଇଁ ଅନେଇ ବସିଛି । କେବେ ଆସିବ ସେ ଖୁସି ଆଉ ମୁଁଁ ମନ ଭରି କାନ୍ଦିବି ଆଉ ସେହି ଲୁହରେ ମୋ ଜୀବନର ସବୁ ଦୁଖଃ ଧୋଇହେଇଯିବ । ମୁଁ ମୋର ଦୁଃଖ ପାଇଁ କାହାକୁ ଦୋଷ ଦେଉନି କିନ୍ତୁ ମୋର ଇଛା ବିରୁଦ୍ଧରେ ମୋର ଜୀବନର ଗତିପଥକୁ ବଦଳାଇଥିବାରୁ ମୁଁ ବହୁତ ଦୁଃଖିତ ଅଛି ।

ମୁଁ ଜାଣିନ ଥିଲି ଯେ ଜୀବନରେ ମାତ୍ର ଗୋଟିଏ ପଦକ୍ଷେପ ସାରା ଜୀବନର ଗତିପଥକୁ ବଦଳେଇଦେବ । ମୁଁ ଜାଣେନି ଯେ ସେହି ପଦକ୍ଷେପ ମୋପାଇଁ ଠିକ ଥିଲା ନା ଭୁଲ କିନ୍ତୁ ମୋ ମନ କହେ ତାହା ଭୁଲ ଆଉ ବିବେକ କହେ ତାହା ଠିକ । ଏବେ ଆଉ କିଛି ବି ନାହିଁ ଯାହା ହେବାର ଥିଲା ସବୁ ଘଟିସରିଛି ।


ଏମିତି ମୋ ମନରେ ବହୁ ପ୍ରଶ୍ନ ଆଉ ବେଦନା । କିନ୍ତୁ ଶୁଣିବାକୁ କେହି ନାହିଁ କି କାହାକୁ କହିବାକୁ ବି ମୋର ଇଚ୍ଛାନାହିଁ । ଯାହାକୁ କହିବି ସେ କହିବ ଏଇଟା ତୋ ଜୀବନରେ ଶୀଘ୍ର ଉନ୍ନତି କରିବାର ପଥ କିନ୍ତୁ କେହି ବି ଜଣେ ପଚାରିନାହାନ୍ତି ଯେ ମୁଁଁ ଜୀବନରେ କଣ କରିବାକୁ ଚାହୁଁଥିଲି ଆଉ ମତେ ବି କହିବାକୁ ପସନ୍ଦ ଲାଗୁ ନାହିଁ ।

ଏମିତି ମୋ ଜୀବନ ମରୁଭୂମିରେ ମରୀଚିକା ପଛରେ ଧାଇଁଚାଲିଛି ।


Rate this content
Log in

More oriya story from dhiresh kumar meher

Similar oriya story from Tragedy