ସୁମିତ୍ରା ସାହୁ

Inspirational

3.6  

ସୁମିତ୍ରା ସାହୁ

Inspirational

ଗପ ହେଲେ ବି ସତ

ଗପ ହେଲେ ବି ସତ

3 mins
1.2K


    ରାଜା ଭାଇ , ରାଜା ଭାଇ କବାଟ ଖୋଲ,ଦେଖେ ମୁଁ ଆସିଛି ତୋ' ଭଉଣୀ ରାଣୀ। ରାଜା ଭାଇ,ରାଜା ଭାଇ କବାଟ ଖୋଲ ରାଣୀ ମୋର ସାନ ଭଉଣୀ ହେଲେ କ'ଣ ହେବ ଭାରି ଚତୁରୀ ଆଉ ଭାରି ବୁଦ୍ଧିମତି।ବୟସ ମାତ୍ର ଦଶ କି ଏଗାର ବର୍ଷ । ସକାଳୁ ସକାଳୁ ତା'ର ଏମିତି ବାରମ୍ବାର ଡାକିବା ଶୁଣି ମୁଁ ଖୁବ୍ ଜୋରସେ ଆଶ୍ଚର୍ଯ୍ଯ ହେବା ସହ ଡରିଯାଇ କବାଟ ଖୋଲି ଦେଖେ ତ ତା' ଚନ୍ଦ୍ରବଦନ ପରି ମୁହଁଟି ବେଶ୍ ସତେଜ ଆଉ ଆନନ୍ଦରେ ଭରା ତା'ର ନାଲି ଟୁକୁଟୁକୁ ଓଠରେ ଖିଲି ଖିଲି ହସ ଭାରି ସୁନ୍ଦର ଦିଶୁଥିଲା।ରାଣୀର ସେହି ହସ ହସ ମୁହଁକୁ ଦେଖି ମୋର ଭୟ କୁଆଡେ ଉଭେଇ ଯାଇଥିଲା। ମୁଁ ତା'କୁ ପଚାରିଲି ଆଲୋ ଚଣ୍ଡି-"କ'ଣ ହେଲା? ଏତେ ସକାଳୁ ପାଟି କରି କାହିଁକି ଡାକୁଛୁ?" 

       ରାଣୀ ଭାରି ଖୁସି ମିଜାଜର ଝିଅ।ମୋ' ପାଟିରୁ ଏତିକି ଶୁଣୁଶୁଣୁ ସେ' ଭାରି ଖୁସି ହେଇ ଆସି ମୋ' ପାଖରେ ବସି ପଡି କହିଲା - " ଭାଇ ଦେଖେ ମୁଁ କେତେ ରଙ୍ଗର ଆଉ କେତେ ପ୍ରକାରର ରାକ୍ଷୀ ସବୁ କେତେ କଷ୍ଟ କରି ନିଜ ହାତରେ ତିଆରି କରିଛି ।ହୋଉ ଭାଇ କହିଲୁ ଏ' ସବୁ ରାକ୍ଷୀ ଭଲ ହେଇଛି ନାଁ ନାହିଁ?

       ରାଣୀର କଥା ଶୁଣି ମୁଁ ଟିକିଏ ଆଖି ମଳି ମଳି ସେ' ଧରିଥିବା ରାକ୍ଷୀ ସବୁ ଦେଖିଲି ବହୁତ ଖୁସି ହେଲି।ମୁଁ କିନ୍ତୁ ବୁଝି ପାରୁନଥାଏ ଯେ ସେ' ଏତେ ସବୁ ରାକ୍ଷୀ କ'ଣ କରିବ? କାହିଁକି ଏତେ ରାକ୍ଷୀ ତିଆରି କରିଛି? ଆଗ୍ରହର ସହିତ ପଚାରିଲି ଆଲୋ ହୁଣ୍ଡି ଏତେ ରାକ୍ଷୀ ତୁ କ'ଣ କରିବୁ? ସେ' ହସିଦେଇ କହିଲା-"ଆରେ ବୁଦ୍ଦୁ କ'ଣ କରିବି ମାନେ ତୁ କ'ଣ ଜାଣିନୁ? ଆଜି ପରା ରାକ୍ଷୀ ପୂର୍ଣ୍ଣିମା । ଆଉ ମୁଁ ସମସ୍ତଙ୍କ ହାତରେ ଏହି ସବୁ ରାକ୍ଷୀ ବାନ୍ଧିବା ପାଇଁ ତିଆରି କରିଛି।"

      ମୋ' ମନର ଜାଣିବାର ଆଗ୍ରହ ଆହୁରି ବଢିଗଲା।ମୁଁ ପୁଣି ତା'କୁ ପଚାରିଲି ଆଲୋ ଚଣ୍ଡୀ ପ୍ରକୃତରେ କ'ଣ କହିବାକୁ ଚାହୁଁଛୁ କହିଲୁ? ଆଉ ତୁ କାହା କାହା ହାତରେ ସବୁ ରାକ୍ଷୀ ବାନ୍ଧିବୁ?

      ସେ' ଟିକେ ଗେହ୍ଲେଇ ହେଇ ମତେ କହିଲା ,ସତରେ ରାଜା ଭାଇ ତୁ ବଡ ବୁଦ୍ଦୁ।ମୁଁ ଖାଲି ତତେ ବୁଦ୍ଦୁ କହୁଛିନା।ତୁ କ'ଣ ଜାଣି ପାରୁନୁ ମୁଁ କାହା ହାତରେ ରାକ୍ଷୀ ବାନ୍ଧିବି?ହୋଉ ଶୁଣୁ ଭାଇ,ମୁଁ କହୁଚି। ସେ' ମୋ' ହାତରେ ରାକ୍ଷୀ ସବୁ ଧରେଇ ଦେଇ ଗୋଟି ଗୋଟି କରି ରାକ୍ଷୀ ଥୋଇ କହିଲା ଏଇଟା ତୋ'ର , ଏଇଟା ଦୁଃଖ ବିନାଶକ ପ୍ରଭୁ ଜଗନ୍ନାଥଙ୍କର,ଏଇଟା ଆମ ଗ୍ରାମ ଦେବତୀ ମଙ୍ଗଳା ମାଆଙ୍କର,ଏଇଟା ସେଇ ପୋଲିସ ଭାଇଙ୍କର,ଆଉ ଏଇଟା ଡାକ୍ତର ନନାଙ୍କର।

     "ବାଃ ଚମତ୍କାର ତୁ କୁନି ଭଉଣୀଟିଏ ହେଲେ କ'ଣ ହେବ? କେତେ ବୁଦ୍ଧି ମୋ' ଭଉଣୀର ସତେ?ତୋ' ପରି ଭଉଣୀ ପାଇ ସତରେ ମୁଁ ବହୁତ ଖୁସି ଲୋ ଚଣ୍ଡୀ। କିନ୍ତୁ ତୁ ତ' ସବୁବର୍ଷ କେବଳ ମୋ' ହାତରେ ରାକ୍ଷୀ ବାନ୍ଧୁଥିଲୁ; ହେଲେ ଏ' ବର୍ଷ ଏତେ ଲୋକଙ୍କ ହାତରେ କ'ଣ ପାଇଁ ରାକ୍ଷୀ ବାନ୍ଧିବୁ କହିଲୁ?"ସ୍ମିତହାସ୍ୟ ଦେଇ ରାଣୀ କହିଲା-"ଭାଇ ତୁ ଯେମିତି ମୋର ସବୁ କାମରେ ସାହାଯ୍ୟ କରୁଛୁ, ମତେ ସବୁ ବିପଦରୁ ରକ୍ଷା କରୁଛୁ, ମୋ' ପାଇଁ ଚକୋଲେଟ ଆଣୁଛୁ,କେତେ ଖେଳନା ଜିନିଷ ଆଣୁଛୁ।ସେମିତି ଏମାନେ ମଧ୍ୟ ଏହି କରୋନା ଭୂତାଣୁର ପ୍ରଭାବ ସମୟରେ ଆମର ସୁରକ୍ଷା ପାଇଁ କେତେ କଷ୍ଟ କରୁଛନ୍ତି କହିଲୁ?ଖରା ନାହିଁ ବର୍ଷା ନାହିଁ ପରିବାର ଛାଡି ଆମ ଖୁସି ପାଇଁ ନିଜର କର୍ତ୍ତବ୍ୟ କରି ଚାଲିଛନ୍ତି। ସେଥିପାଇଁ ଏ' ବର୍ଷ ମୁଁ ସମସ୍ତଙ୍କ ହାତରେ ରାକ୍ଷୀ ବାନ୍ଧିବା ପାଇଁ ଏତେ ସବୁ ରାକ୍ଷୀ ତିଆରି କରିଛି।ଏବେ ବୁଝିଲୁ ତ ଭାଇ?

        ସତରେ ରାଣୀର କଥା ଶୁଣି ମତେ ଭାରି ଖୁସି ଲାଗିଲା। ସତରେ ଆମର ଟିକେ ସୁରକ୍ଷା ପାଇଁ ପୋଲିସ୍ , ଡାକ୍ତରମାନେ କେତେ କ'ଣ କରୁଛନ୍ତି। ନିଜ ଘର , ପରିବାର ଭୁଲି ନିଜ କର୍ତ୍ତବ୍ଯରେ ଲାଗି ରହିଛନ୍ତି । ସେମାନଙ୍କୁ ଖୁସି କରିବା ପାଇଁ ଏ' ପବିତ୍ର ଦିବସରେ ଆମେ ମାନେ ରାକ୍ଷୀ ବାନ୍ଧିବା।ରାଣୀ କୁନି ଝିଅଟେ ହେଲେ ମଧ୍ୟ ଏତେ ସୁନ୍ଦର ମହତ କଥାକୁ ଠିକ ଭାବରେ ବୁଝି ପାରିଛି ।ଛୋଟ ମାନଙ୍କ ପାଖରୁ ମଧ୍ୟ କିଛି ଶିଖିବାକୁ ମିଳିଥାଏ ରାଣୀ ମତେ ଆଜିର ଏହି ପବିତ୍ର ରକ୍ଷାବନ୍ଧନ ଦିବସରେ ଶିଖେଇ ଦେଲା। 



Rate this content
Log in

More oriya story from ସୁମିତ୍ରା ସାହୁ

Similar oriya story from Inspirational