falguni dash

Inspirational

2  

falguni dash

Inspirational

ଏମିତି ପ୍ରଶ୍ନ କାହିଁକି ?

ଏମିତି ପ୍ରଶ୍ନ କାହିଁକି ?

1 min
515



ସୀମା ସାଙ୍ଗମାନଙ୍କ ସହ ବୁଲିବାକୁ ଯାଇଥାଏ ଗାନ୍ଧୀ ପାର୍କକୁ । ପାର୍କରେ ଅନେକ ସମୟ ବୁଲିବା ପରେ ସନ୍ଧ୍ୟା ହୋଇ ଆସୁଥାଏ । କିଛି ସ୍ୱର ଧ୍ୱନିରେ ସୀମା ସଚେତ ହେଲା । ପଛକୁ ଚାହିଁ ଦେଖେ ତ ଲୋପା ତା ବାବାଙ୍କ ସହ ଠିଆ ହୋଇଛି । 


   ହଠାତ ସାମ୍ନାରେ ଲୋପାର ବାବାଙ୍କୁ ଦେଖି ନିଜକୁ ଟିକେ ଠିକ କରିନେଇଛି ସେ । ପାର୍କର ଘାସ ଉପରୁ ଉଠି ଠିଆ ହୋଇ ପ୍ରଣାମ କରିଛି ଅଙ୍କଲଙ୍କୁ । 

 

  ଅଙ୍କଲଙ୍କ ସହ ତାର ପ୍ରଥମ ସାକ୍ଷାତ । ପଚାରିଛନ୍ତି ଅନେକ ପ୍ରଶ୍ନ ତାକୁ ତା ବିଷୟରେ , ମାମା ଆଉ ବାବାଙ୍କ ବିଷୟରେ । ପଚାରୁ ପଚାରୁ ଅଙ୍କଲ ପଚାରିଲେ ," ଆରେ ମା ସୀମା, ତୋର ଭାଇ ଭଉଣୀ କଣ ଅଛନ୍ତି । ସୀମା ବଡ ଆରାମରେ ଉତ୍ତର ଦେଲା ଆମେ ଦୁଇ ଭଉଣୀ । 

    ଏ ଉତ୍ତରଟି ବୋଧେ ଲୋପା ବାବାଙ୍କ ପାଇଁ ଅସହଜ ଥିଲା ।


ତାଙ୍କ ଆଖି ଚାହାଣିରେ ସାମାନ୍ୟ ପରିବର୍ତ୍ତନ ଘଟିଲା । ଯେମିତି କିଛି ଗୋଟେ ଦୁଃଖର ସୁନାମି ସୃଷ୍ଟି ହୋଇଛି । କିଛି ଗୋଟେ ଅସାମାନ୍ୟ । ହଠାତ ତାଙ୍କ ପାଟିରୁ ବାହାରି ଆସିଲା ସେଇ ପ୍ରଶ୍ନ ଯାହାକୁ ଶୁଣିବାରେ ସୀମା ଅଭ୍ୟସ୍ତ ଥିଲା ,

ଦୁଇ ଭଉଣୀ ?

ଭାଇ ନାହାନ୍ତି ?

ସବୁଥର ଭଳି ସୀମା ଉତ୍ତରରେ କେବଳ ଆନ୍ଦୋଳିତ ମନରୁ ଉଠୁଥିବା ପ୍ରଶ୍ନର ଢେଉକୁ ବହୁ କଷ୍ଟରେ ରୋକି ଦୀର୍ଘ ନିଶ୍ୱାସ ସହ ହଁ ଟିଏ ମାରିଲା ।


କଥା ହେଉ ହେଉ ସେମାନେ ଅଟୋ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ ।


ଅଟୋ ବସି ବସି ଘରୁ ଫେରିବା ବେଳେ ସୀମା କେବଳ ଗୋଟିଏ କଥା ଭାବୁଥିଲା , ଏ ପ୍ରଶ୍ନ କାହିଁକି କେବଳ ପୁଅ ନଥିଲେ ପଚରାଯାଏ ? ଝିଅ ନଥିଲେ କାହିଁକି ନୁହେଁ ?


Rate this content
Log in

Similar oriya story from Inspirational