Snata sahoo

Abstract

2  

Snata sahoo

Abstract

ଦୁହିତା

ଦୁହିତା

2 mins
151


ଦୁହିତା ଅର୍ଥ ଦୁଇ କୂଳକୁ ହିତା ତାହାର ଯଥାର୍ଥତା ଆମେ ମାନେ ସମସ୍ତେ ବୁଝିପାରୁଥିବା ହେଲେ ଦୁହିତାର ଶଦ୍ଧକୁ ଆମେ ମାନେ ବଂଚାଇ ପାରୁଛି କି, କେତେକ ଅଂଶରେ ହଁ ଆସିପାରେ ନା ବି ଆସିପାରେ । କାରଣ ଯେଉଁଠି ଝିଅଟିକୁ ଆମେ ଦୁହିତା କୁହୁଥିଲି ସେହି ସମାଜ ଆଜି ଅନ୍ଧାରରୁ ଆଲୋକ ଦେଖି ଦେଖି ତାକୁ ଆମେ ସବୁଦିନ ପାଇଁ ଲୋପ କରିଦେଇଛି ଏ କେଉଁ ପ୍ରକାର ମାନସିକତା ବୁଝାପଡୁନାହିଁ ।

ସବୁ ଜାଣି ମଧ୍ୟ ଆମେ ମାନେ ଜାଣିପାରୁନାହିଁ କଣ ପାଇଁ ଏ ସମାଜରେ ଏମିତି ଘଠୁଛି । ଏତିକି ଜାଣିଛୁ ବିନାଶ କାଳେ ବିପରୀତ ବୁଦ୍ଧି ମଣିଷ ସବୁକିଛି ଭୁଲ କରିପାରେ । ହେଲେ, ଆଜିର ସମାଜରେ ନାରୀମାନଙ୍କ ଉପରେ ପାଶିବିକ ଅତ୍ୟାଚାର ବୁଝାପଡୁନାହିଁ । ସମାଜରେ ଏମିତି କଣ ପାଇଁ ଘଠୁଛି କିଛି ବି ଜଣାପଡୁନାହିଁ । ବଳକôାର, ନିର୍ମମ ମାନର ହତ୍ୟା, ଅନେକ ଆଡେ କୋମଳମତି ଶିଶୁମାନଙ୍କ ମଧ୍ୟ ହତ୍ୟା ଏ ସବୁ ବୁଝାପଡୁନାହିଁ ଏମିତି କଣ ପାଇଁ ଘଠିଛି ।

ବହୁତ ଯାଗାରେ ନାରୀମାନଙ୍କୁ ଯୌତୁକ ଯୂଇରେ ମଧ୍ୟ ଜଳିବାକୁ ପଡୁଛି, ପାପ, ପୁଣ୍ୟର ବିଚାର ତଳେ ଆଜି ଏ ସାରା ପୃଥିବୀ । ଦାଦନ ଖଟିବାକୁ ଯାଇ ଝିଅ ମାନଙ୍କୁ ମଧ୍ୟ ଚାଲାଣ କରୁଛନ୍ତି । ଏଠି ବୁଢା ବାପା ଝିଅର ଆସିବା ବାଟକୁ ଚାହିଁ ଚାହିଁ ଆଖିର ଲୁହ ଶୁଖିନି ।

ଟଙ୍କା ପଇସା ଲୋଭରେ ବାପା, ମା’ ତାର ଝିଅକୁ ଦଲାଳ ହାତରେ ଟେକି ଦେଉଛନ୍ତି । ଆଜିର ଏ କୁଳଷିତ ସମାଜରେ ଦୋଷୀ କାହାକୁ ଠିକିରେ କୁହାଯିବ ନାହିଁ । କାରଣ ଏଠି ସମସ୍ତେ ପରସ୍ପର ପ୍ରତି ଦାୟୀ ଅଟନ୍ତି । ନାରୀଟିଏ ଯେତେବେଳେ ଜନ୍ମ ନିଏ, ଝିଅ ହେଉଛି ବୋଲି ଉପରେ ଖୁସି େହେଉଥିବ ହ ହେଉଥିବା ମଣିଷ, ଭିତରେ କିନ୍ତୁ ଦୁଃଖ ପାଏ ଝିଅ ଟିଏ ବୋଲି କିନ୍ତୁ ସେ କ୍ରୋଧୀ ମନୁଷ୍ୟ ବୁଝିପାରେ ନାହିଁ । ଝିଅ ଠାରୁ ସୃଷ୍ଟି ହୁଏ ଆଉ ଗୋଟିଏ ଝିଅ ବା ପୁଅ, ସମାଜ ସୃଷ୍ଟି କରିବାର ମୂଳ ସୂତ୍ରଧର । ସେ ଝିଅ ପରେ ପରେ ଗୋଟିଏ ଭଉଣୀ,ସ୍ତ୍ରୀ, ଆଉ ଭଲ ସାଙ୍ଗ, ପ୍ରେମିକା ରୂପରେ ଏହି ସମାଜରେ କାର୍ଯ୍ୟ ସମ୍ପାଦାନ କରିଥାନ୍ତି । ହେଲେ ଆମ ସମାଜରେ ସେମାନଙ୍କୁ ହତାଦାର ରିବାକକୁ ପଛାଉ ନାହାନ୍ତି । ଏବଂ ସେହି ପୁରୁଷ ସମାଜ ବୁଝିପାରୁନାହିଁ ଆଜିର ଲୋଭୀ, ପାପ ମନୁଷ୍ୟ ସବୁ ଜାଣି ମଧ୍ୟ ଭୁଲ କରିବାକୁ ବସୁଛି । ହେଲେ ନାରୀ ଗୋଟିଏ ସୃଷ୍ଟି କରେ ଶହ ଶହ ନାରୀ, ଏ କଥା ପୁରୁଷ ସମାଜ ବୁଝିବାକୁ ଡେରି କରିଥାଏ । ଯେତେ ଶୀଘ୍ର ପୁରୁଷ ସମାଜ ବୁଝିବାକୁ ଚେଷ୍ଟା କରିବ ସେତେ ଶ୍ରୀଘ୍ର ସମାଜର ହିତକର ଅଟେ ।



Rate this content
Log in

More oriya story from Snata sahoo

Similar oriya story from Abstract