STORYMIRROR

Rini Dash

Tragedy Crime

3  

Rini Dash

Tragedy Crime

ଦି ଛକି ର ଜୀବନ

ଦି ଛକି ର ଜୀବନ

2 mins
617

ଆଜି ଗୋଟେ ଗଳ୍ପ ଲେଖିଛି ସମୟ ହେଲେ ଟିକେ ପଢ଼ିବେ


ଲକ୍ଷ୍ମୀ......ଶୀଘ୍ର ବାହାର ବସ ପାଇଁ late ହେଲୁଣି। ବାପାଙ୍କର ସେହି ଶବ୍ଦଟି ଶୁଣି ମନ ଭିତର ଟା ଚଞ୍ଚଳ ହୋଇ ଉଠୁଥାଏ । ଶତ ଅନିଚ୍ଛା ସତ୍ୱେ ଯିବାକୁ ପଡ଼ିବ। ବ୍ୟାଗ ଗୁଡାକ ସଜେଇ ବାହାରକୁ ଆସିଲି। ବାପା ଖାଇବା ବାଢି ରଖିଥାନ୍ତି । ଦେଖି ଆଖି ଗୁଡାକ ଛଳ ଛଳ ହୋଇଗଲା। ଇଚ୍ଛା ଥିଲା ବାପାଙ୍କୁ କୁଣ୍ଡେଇ ଧରି କାନ୍ଦିବାକୁ। ହୃଦୟକୁ ଶୀତଳ କରି ଖାଇବାକୁ ବସିଲି।ସମୟ ଆଠଟା ସୁଦ୍ଧା ହେଲାଣି । ଭିତରରେ ଖାଲି ଉତ୍ତେଜନା ସୃଷ୍ଟି ହେଉଥାଏ । ବାପାଙ୍କ ମୁହଁ କଳା କାଠ ପଡି ଯାଇଛି ଝିଅ କେବେ ଘର ଛାଡ଼ି ବାହାରକୁ ଯାଇନି ଦୁନିଆ ଦେଖିନି ହେଲେ ପାଠ ପାଇଁ ତ ବାହାର କୁ ଯିବାକୁ ପଡ଼ିବ।


ଖାଇ ସାରି ଲକ୍ଷ୍ମୀ ବାଗ ଧରି ପ୍ରସ୍ତୁତ ହେଲା ବାହାର କୁ ଯିବାକୁ । ଘର ଲୋକଙ୍କ ଠାରୁ ବିଦାୟ ନେଲା ବେଳେ କାହା ମୁହଁରେ ହସ ନ ଥାଏ ।ବାପା ମୁହଁ ପଛ କରି ଲୁହ ଗଡେଇ ଚାଲିଛନ୍ତି ।ଲକ୍ଷ୍ମୀ ଆସି ବସିଲା ବସ ଭିତରେ ।ତାର କେହି ଆତ୍ମୀୟ ସୃଜନ ପାଖରେ ନାହାନ୍ତି । ରାତ୍ରି ର ସମୟ । ଚାତକ ପରି ସେ ସବୁଆଡେ ଅନେଇ ରହିଛି। ଗାଡି ଆଗକୁ ମାଡି ଚାଲିଲା ।ଚାରି ଆଡ଼ ଅନ୍ଧକାର। ଘଞ୍ଚ ଅରଣ୍ୟ ମଧ୍ୟ ଦେଇ ଗତି କରୁଛି । ଲାଗୁଛି ଯେମିତି ଜଙ୍ଗଲ ଗଛ ଗୁଡାକ ପାଳ ଭୂତ ପରି ତା ପାଖକୁ ମାଡି ଆସୁଛନ୍ତି । ଲକ୍ଷ୍ମୀ ଭୟରେ ଆଖି ବନ୍ଦ କରିଦେଲା। ଆଖି ଭିତରରେ ମଧ୍ୟ ଚହଳ ସୃଷ୍ଟି କଲା। ପୁଣି ଆଖି ଖୋଲି ଦେଖିଲା ବେଳକୁ ଦୁଇ ଚାରୋଟି ମୋଟା ପହିଲମାନ ଯୁବକ ତା ପାଖରେ ଛିଡା ହୋଇଛନ୍ତି ତାକୁ ଦେଖି ଲକ୍ଷ୍ମୀ ସ୍ତବ୍ଧ ହୋଇଗଲା। ପାଟି ରୁ କଥା ବାହାରୁ ନ ଥାଏ ସେମାନେ ଦେଖିବାକୁ ମୋଟା ବରଗଛ ଭଳି ।ହଠାତ ତାର ହୃଦପିଣ୍ଡର ସ୍ୱନ୍ଦନ ବଢିବାକୁ ଲାଗିଲା। ସେ ଜାଣିପାରିଲା ନାହିଁ ତା ସହ କଣ ହେଉଛି। ବସ ଟା ରହିଗଲା। କେହି ଜଣେ ପଛରୁ ଗାମୁଛା ପକେଇ ପାଟି ବନ୍ଦ କରିଦେଲା।


ପରଦିନ ସକାଳେ ଲକ୍ଷ୍ମୀ ବାପା ନିକଟକୁ ପୋଲିସ ଆସିଲେ। ତାଙ୍କ ସହ ଆସିଲା ଏକ ଚାରିକୋଣିଆ ବାକ୍ସ ବାପା ଦୌଡ଼ି ଯାଇ ବକ୍ସକୁ ଖୋଲନ୍ତେ ଦେହସାରା ରକ୍ତ ରେ ଜୁଡୁବୁଡୁ ଥିବା ଲକ୍ଷ୍ମୀ ର ମୃତ ଶରୀର । କିଂକର୍ତବ୍ୟ ବିମୁଢ଼ ବାପା ମୁଣ୍ଡରେ ହାତ ମାରି ସେଇଠି ବସି ପଡିଲେ ।ଆଉ ଜୋରରେ ଚିତ୍କାର କଲେ ଲକ୍ଷ୍ମୀ............

           


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy