STORYMIRROR

Reeta aparajita Mohanty

Abstract Others

3  

Reeta aparajita Mohanty

Abstract Others

ଧୁମ କେତୁ

ଧୁମ କେତୁ

1 min
639

ମାଳା କଣ ଜାଣିଥିଲା ଜୀବନ ହଟାତ ଏମିତି ବଦଳିଯିବ। ସେ ତ ଫୁଲ ପରି ଏ ଗଛ ସେ ଗଛ ଘୁରିବୁଲୁଥିଲା ବୋଉର କିଛି ବାରଣ ମାନୁନଥିଲା। ।ଗୋଟିଏ ଅଜଣା ଝଡ଼ରେ ତା ଜୀବନର ଗତିପଥ ବଦଳିଗଲା। ସେ ପୂଜା ଦିନ ମେଳାରେ ବୁଲୁଥିଲା। ତାଙ୍କ ସାହିର ଗୁଣ୍ଡା ରାକାର ନଜର ମାଳା ଉପରେ ପଡିଗଲା। ମାଳା ଗୋଟିଏ ମିନାବଜାରରେ । ମାଳାକୁ ସେଇ ଦୁଷ୍ଟ ରାକା ଓ ତା ଗୁଣ୍ଡା ମାଳାକୁ ଉଠେଇ ନେଇଗଲେ। ସେବେଠାରୁ ବାହାର ଦୁନିଆ ମାଳା ପାଇଁ ସ୍ୱପ୍ନ ହେଇଯାଇଛି।


ତାକୁ ଏବେ 30 ବର୍ଷ ହେଲାଣି । ବହୁତ ବର୍ଷ ବେଶ୍ୟାଳୟାରେ କଟିଗଲାଣି। ତା ନିଜ ରୁମରେ ସେ ଗୋଟିଏ ରାଧା କୃଷ୍ଣଙ୍କ ଫଟୋ ବି ରଖିଛି। ଅତୀତ ବହୁତ ବେଦନଭରା ସେ ମନେପକେଇବାକୁ ଚାହେଁନି। ବାରମ୍ବାର ନିଶା ମେଡିସିନ ଦେଇ ସେ ରାକା ତା ଶରୀର ସହ ଖେଳେ ମନ ଭରିଗଲା ପରେ ସେ ଏଇ ବଦନାମ ଗଳିରେ ନିଜକୁ ପାଏ। ଅନେକ ଥର ଚେଷ୍ଟା କରି ବି ସେ ମୁକୁଳି ପାରିନି ଏ ଜାଗାରୁ।


ଆଜି ଗୋଟିଏ ନୂଆ ଝିଅ ଆସିଛି ବୋଲି ନାନା ଆୟୋଜନ ଚାଲିଛି। ସେ ଝିଅ କାନ୍ଦି ଚାଲିଛି। ମାଳା ସେ ଅଜଣା ଝିଅକୁ ସାହାଯ୍ୟ କରିଛି। ରାତାରାତି ସେ ତାକୁ ସେଠୁ ବାହାର କରିଛି। ସେମାନେ ମାଳାର ଏଇ ପଦକ୍ଷେପ ପାଇଁ ତାକୁ ଗୁଳି କରି ମାରିଦେଇଛନ୍ତି। ସେ ଯନ୍ତ୍ରଣାରେ ଛଟପଟ ହେଉଛି ପୁଲିସ ତାକୁ ଉଦ୍ଧାର କରିଛନ୍ତି। ସେ ହସ୍ପିଟାଲରେ ବେଡ଼ରେ । ତା ଓଠରେ ଜିତିବାର ଗୋଟିଏ ଖୁସି ଅଛି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya story from Reeta aparajita Mohanty

Similar oriya story from Abstract