STORYMIRROR

Bajaram Sethi

Inspirational

3  

Bajaram Sethi

Inspirational

ଚିରା ସାର୍ଟ ଫଟା ପ୍ଯାଣ୍ଟ

ଚିରା ସାର୍ଟ ଫଟା ପ୍ଯାଣ୍ଟ

2 mins
457

ନରେନ୍  ମାର୍କେଟ କରିବାକୁ ଯାଇଥାଏ, ସେହି ମାର୍କେଟରେ ଗୋଟିଏ ସୁନ୍ଦର ଝିଅଟି A.C. କାର୍ ଗାଡ଼ି ଭିତରୁ ବାହାରିବାର ଦେଖିଲା କିନ୍ତୁ ଧନୀ ଝିଅ ସିନା ଚିରାପରି ପିନ୍ଧିଥିବା ସାର୍ଟ ଜଣାପଡ଼ୁଛି ଏବଂ ପ୍ଯାଣ୍ଟ ମଧ୍ୟ ସ୍ଥାନେ ସ୍ଥାନେ ଫଟା ହୋଇଥିବାର ଦେଖାଯାଉଛି । ବିଚାରା ନରେନ୍ ଗାଁଉଳି ପୁଅ କିଛି ଷ୍ଟାଇଲ୍- ସ୍ମାର୍ଟ ଏ ସବୁ ଜାଣେ ନାହିଁ । କେବଳ ଏତିକି ଜାଣିଛି ଭଲ ରେଶମ ଜାମା ଚିରା ଫଟା ହୋଇନଥିବ , ପିନ୍ଧିଲେ ଭାରତୀୟ ବୋଲି ଗର୍ବରେ କହିପାରୁଥିବ , ଏହା କେବଳ ଭାରତୀୟ ଢଙ୍ଗ ବୋଲି ବୁଝେ । ହେଲେ , ନରେନ୍ ଅତି ସରଳ ଶାନ୍ତ ମନ ନେଇ ସେହି କାର୍ ଗାଡ଼ିରୁ ଓହ୍ଲାଇ ଥିବା ଝିଅକୁ ଦେଖି କାବା ହୋଇ ଚାହିଁଥାଏ, ଭାବୁଥାଏ ଧନୀ ଘରର ଝିଅ ପଇସା ଅଭାବ ନାହିଁ କିନ୍ତୁ ଚିରା- ଫଟା ଜାମା ଏ କ'ଣ ପାଇଁ ଜଣେ ନାରୀଟିଏ ହୋଇ ଏହା କ'ଣ ଆମ ସଂସ୍କୃତି । ଧୈର୍ଯ ରଖି ସେହି ଝିଅକୁ ଯାଇ ପଚାରୁଛି


       ଭଉଣୀ .... ଭଉଣୀ, ଆପଣଙ୍କୁ ଗୋଟିଏ କଥା କହିବେ ଖରାପ ଭାବିବେ ନାହିଁ । ଏତିକିବେଳେ ସେ ଝିଅଟି କହିଲା Who are you ? ନରେନ୍ କିଛି ନ ବୁଝି କହୁଥାଏ,ଆମେ ଭାରତୀୟ ,ଆମର ପୋଷାକ ଭାରତୀୟ ପରି ହେବା ଦରକାର ଭଉଣୀ କିନ୍ତୁ ବିଚାରା ନରେନ୍ ର ସୁନ୍ଦର କଥାଟିକୁ ଶିଖିତା ଏବଂ ଧନୀଶ୍ରେଣୀର ଝିଅଟି ଇଁରାଜୀ ଭାଷାରେ ନାନାଦି ଗାଳିଗୁଲଜ କଲା, କହିଲା I see , you are a jungle boy. 

ନରେନ୍ କିଛି ନ କହି ହସି ହସି କିଛି ସଉଦା କିଣିବା ପାଇଁ ଚାଲିଗଲା ।


      ପନିପରିବା ମାର୍କେଟରେ ସେପରି ଏକ ତଦୃପ ଦୃଷ୍ଟି ପଡ଼ିଲା, ଗୋଟିଏ ପୁଅ 'ର ଜଙ୍ଘ ପାଖରେ ଜିଙ୍ଗସ୍ ପ୍ଯାଣ୍ଟ ଗୋଲ୍ ଗୋଲ୍ କରି କାଟି ଷ୍ଟାଇଲ୍ କରାଯାଇଛି ଏବଂ ଗୋଟିଏ ଝିଅର ମଧ୍ୟ ପ୍ଯାଣ୍ଟ ସେହିପରି ଜଙ୍ଘ ପାଖରେ ଟିକିଏ ଟିକିଏ କାଟି ବାହାର କରାଯାଇଛି । ନରେନ୍ ଦେଖି ଭୀଷଣ ରାଗିଗଲା ଏବଂ ସେହି ପୁଅ ଝିଅଙ୍କୁ କହିଲା ,"କି ଆପଣମାନେ ଭାରତୀୟ ନୁହଁନ୍ତି ବିଦେଶୀ ସଂସ୍କୃତିକୁ ଆପଣାଉଛନ୍ତି ଧିକ୍ ଧିକ୍ ତୁମ ଜନ୍ମ", ଭାରତ ବେଶପୋଷାକ ବିଦେଶୀମାନେ ଆପଣାଇବା ବେଳେ ଭାରତୀୟମାନେ ନିଜର ପରିଚୟ ହଜାଇବାରେ ଲାଗିଛନ୍ତି । ଏହା ଶୁଣି ପୁଅ ଝିଅ ଦୁହେଁ ନରେନ୍ କୁ କହିଲେ,.....Who are you nonsense. ତୁ ଏ ପ୍ଯାଣ୍ଟ ସାର୍ଟ ଦାମ୍ କ'ଣ ଜାଣିବୁ ,ଯାହାକୁ ଆମେ ଚାରିହଜାର ଟଙ୍କା ଦେଇ କିଣିଛୁ ତା'କୁ ଅସମ୍ମାନ କରୁଛୁ, ଆରେ ତୋ'ର ଔକାତ କେତେ ଯେ, ତୁ, ଆମ ପରି ଡ୍ରେସ୍ ପିନ୍ଧିପାରିବୁ ଯା' ......ଯା' , ତୋ' ଗାଁରେ ଏ ଭାରତୀୟ ସଂସ୍କୃତି କଥା ଶୁଣାଇବୁ ! 


     ସେ ଦିନ ଠାରୁ ନରେନ୍ କାହାରିକୁ କିଛି ନ କହି କାନ୍ଥବାଡ଼ରେ ଚକ୍, ଚୂନ ଦ୍ବାରା "ଭାରତୀୟ ସଂସ୍କୃତି ବଞ୍ଚିଲେ, ଆମେ ଭାରତୀୟ ବୋଲି ଗର୍ବ କରିବା " ଲେଖୁଛି ହେଲେ ଆମେ ସେମିତି ପଢ଼ୁଛନ୍ତି ସିନା ଗ୍ରହଣ କରିପାରୁନାହାଁନ୍ତି । ସେମିତି "ଚିରା ସାର୍ଟ ଫଟା ପ୍ଯାଣ୍ଟ " ପିନ୍ଧୁଛନ୍ତି । ନରେନ୍ ଭାରତ ପାଇଁ ଗର୍ବ । 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Inspirational