ଚା' କପ୍ ସହ
ଚା' କପ୍ ସହ
ଶୁଣିଲେ ଫିଲ୍ମ୍ ପରି ଲାଗୁଥାଏ କିନ୍ତୁ, କେମିତି ଭାବିବି ସେ ଅସତ୍ୟ ବୋଲି ସେ ତ ମୋ ଆଗରେ ଘଟିଗଲା ଏକ ଜୀବନ୍ତ ଘଟଣା , ଆଖି ଆଗରେ ମଣିଷଟି ସଫଳ ର ଶୀର୍ଷ କୁ ସ୍ପର୍ଷ କରିଚି।କି ଖୁସି ତା ପରିବାରର ସଦସ୍ୟଙ୍କ ର ଯେମିତି ସରଗର ଚାନ୍ଦ ଆଜି ହାତ ପାହାନ୍ତା ରେ ଉପସ୍ଥିତ । ଘର ର ଦରିଦ୍ରତାର ଶେଷ ହୋଇଛି ଦେଖିଲେ ଲାଗୁଚି ମରୁଡ଼ି ପଡ଼ିଥିବା ପଡ଼ିଆରେ ଚାଷୀ ଟି ଯେମିତି ବର୍ଷାର ଆଗମନରେ ନାଚୁ ଥାଏ ଧାନ ମଞ୍ଜି ଗଜା ଫୁଟିବା ଆନନ୍ଦ ରେ ଠିକ୍ ସେହି ପରି , ମୂଲ୍ୟ ହୀନ ଲାଗୁଥିବା ଜୀବନ ମୂଲ୍ୟବାନ ପାଲଟି ଯାଇଛି ସତରେ ।।।
ମୁଁ ବସି ଥାଏ ଘରେ ନ ଥାନ୍ତି କେହି ବୋଲି କେହି ।
ଘରେ ଏକୁଟିଆ , ପରିବାରର ହୋ ହାଲା ନାହିଁ ନା ଛୋଟ ଛୁଆ ଙ୍କ ଦୁଷ୍ଟାମୀ , ନିଶବ୍ଦ ଘର ଭିତରେ ମୁଁ ଏକଲା , ଛାତରେ ଯାଇ ବସିଲି । ବିସ୍କେଟ୍ ଚା' ସହ ବର୍ଷାକୁ ଉପଭୋଗ କରୁଥାଏ ।
ହଟାତ୍ ...
ମନରେ ଉଠିଲା ସେ ପିଲାଟି କଥା
କେମିତି ସେ ସଂଘର୍ଷ କରି ସଫଳ ହୋଇଛି , ମନେ ମନେ ସେ ସବୁ କୁ ପୁନରାବୃତ୍ତି କରୁଥାଏ ।
ମା ଛାଉଣ୍ଡ ପିଲା ଟି ନା ସୁଦାମ କି ଦୁର୍ଭାଗ୍ୟ କେଜାଣି ଜନ୍ମ ହେଉ ହେଉ ମା ମରିଗଲେ , ବାପା କଠୋର ହୋଇ ମୁହଁ ଫେରେଇ ନେଲେ ଛୁଆ ଟି ଉପରୁ , ଝିଅଟି ହୋଇଥିଲେ ହୁଏ ତ ନାଳ କି କେନାଲ୍ କି ଡ୍ରେନ୍ ରେ ଭସେଇ ଦେଇ ଥାନ୍ତେ ଲାଗୁଚି , କିନ୍ତୁ ଶିଶୁ ଟି ଯେ ପୁତ୍ର ସନ୍ତାନ ଥିଲା ଭାଗ୍ୟ ବଶତଃ , ଜଣେ ସମ୍ପର୍କୀୟ ଆଦରି ନେଲେ ନିଜ ପୋଷ୍ୟ ପୁତ୍ର କରି ପାଖରେ ରଖିବା ପାଇଁ ସୁଦାମ କୁ । ନିଜ ଜନ୍ମିତ ପିଲାଙ୍କ ସହ ସୁଦାମ ବଡ଼ ହେବାରେ ଲାଗିଲା , ବ୍ୟକ୍ତି ଜଣଙ୍କ ଗରିବ ପରିବାରର ଭରଣ ପୋଷଣ ସବୁ ଦାୟିତ୍ଵ ମୁଣ୍ଡ ଉପରେ ଦିନ ରାତି ଖଟି ଖଟି ଝିଅ ମାନଙ୍କୁ ବନ୍ଧା ଛନ୍ଦା ପଡ଼ି ବାହା ଦେଲେ ଘରେ ଏବେ ନିଜ ପୁଅ ଆଉ ପାଳିତ ପୁଅ ଆଉ ସ୍ତ୍ରୀ । ପୁଣି ଭାଗ୍ୟର ବିଡମ୍ବନା କୁ ଦେଖ ତ ଭଦ୍ରବ୍ୟକ୍ତି ଙ୍କ ଅର୍ଦ୍ଧାଙ୍ଗିନୀ ଥିଲେ କୃର ସ୍ୱଭାବର , ମା ଟି ହେଲେ ମଧ୍ୟ ପିଲା ବେଳୁ ପାତର ଅନ୍ତର ସୁଦାମ ପ୍ରତି ମନରେ ସ୍ନେହ ପ୍ରେମ ନ ଥାଏ, ସାବତ ମା ର ଗୁଣ ଦୃଷ୍ଟି ଗୋଚର ହୁଏ ତାଙ୍କ ମଧ୍ୟରେ , ନା ଠିକ୍ ରେ ଖାଇବାକୁ ଦିଅନ୍ତି ନା ପଢ଼ିବା ପାଇଁ , ପିଲାଟି ଦିନ ସାରା ଅନ୍ୟ ପାଖରେ ମଜୁରିଆ ହୋଇ ଖଟେ ତା ସହ କିଛି କିଛି ସମୟ ବାହାର କରି ପଢ଼ୁ ଥାଏ । ଶରୀରର ଥକାପଣ ଯୋଗୁଁ ରାତିରେ କେତେ ବେଳେ ଆଖି ଲାଗିଯାଏ ଜାଣି ପାରେନି , ଛୋଟ ବୟସରେ କୋଡ଼ି କୋଦାଳ ଧରିବା ଯୋଗୁଁ ହାତ ଫୋଟକା ହେଲେ ତା ଦୁଃଖ କଷ୍ଟ ବୁଝେ ବା କିଏ , ଭଦ୍ର ବ୍ୟକ୍ତି ଜଣଙ୍କ ଯେତିକି ସମୟ ଘରେ ରୁହନ୍ତି ସୁଦାମ କୁ ନିଜ ପିଲା ପରି ଭଲ ପାଆନ୍ତି । ବାପା ଙ୍କ ଠୁ ସ୍ନେହ ପାଇ ମା ର ଅତ୍ୟାଚାର ଭୁଲି ଯାଏ ସୁଦାମ । ସମୟ ଗଡି ଚାଲିଲା ଭଉଣୀ ମାନଙ୍କ ବିବାହର କିଛି ବର୍ଷରେ ବାପା ରୋଗାଗ୍ରସ୍ତ ହୋଇ ପର ଲୋକ ଚାଲି ଗଲେ , ପିଲା ଟିକୁ ଯୋଉ ସ୍ନେହ ପ୍ରେମ ଦେଉଥିବା ହାତ ସେ ବି ଆଉ ରହିଲାନି , ଗରିବ ଘର ବାପା ଙ୍କ ପରେ ଘର ର ଅବସ୍ଥା ଆହୁରି ଶୋଚନୀୟ । ସ୍ବାମୀ ଙ୍କ ଯିବା ପରେ ସାହାରା ହୀନ ସ୍ତ୍ରୀ କଣ କରିବେ ଧୀରେ ଧୀରେ ପିଲାଟି ପ୍ରତି ଆଦର ଆଣିଲେ ।।।
ଅନାଥ ସୁଦାମ ଉଚ୍ଚ ଶିକ୍ଷା ର ଆଶା କୁ ନେଇ ବଢ଼ିବାକୁ ଲାଗିଲା ଏବଂ ଘରର ଆର୍ଥିକ ଅବସ୍ଥା ଗୁରୁତର ଯୋଗୁଁ ଆହୁରି ଆଗ୍ରହ ମନରେ ଘରକୁ ନିଜ କାନ୍ଧର ସାହାରା ଦେବ ମନସ୍ତ କରି ପଢ଼ୁ ଥାଏ , ୟୁନିଭରସିଟି ରେ ପଡ଼ିବାର ସୌଭାଗ୍ୟ ଅର୍ଜନ କରିଲା କିନ୍ତୁ ଛାତ୍ରାବାସ ର ମୂଲ୍ୟ , ଖାଇବା ରହିବା ପଢା ଖର୍ଚ୍ଚ ନିଜ ପକ୍ଷେ କି ପରିବାର ପକ୍ଷେ ସମ୍ଭବ ହେଉ ନ ଥାଏ । ଭାଇ ଟି ଯାହା ଦି ପଇସା ଖ
ରାରେ ଖଟି ଆଣେ ସେଥିରେ ବୁଢ଼ୀ ମା ନିଜ ସ୍ତ୍ରୀ ପୁଅ ପରିବାର ର ହାନିଲାଭ ବୁଝେ , ତା ସହ ଅଳ୍ପେ ବହୁତେ ସୁଦାମ ପାଇଁ ପଥାଉ ଥାଏ , କିନ୍ତୁ ସେ ସବୁ କେଉଁ ଅଣ୍ଟେ ଯେ ବାହାର ଜାଗା ତା' ସହ ଉଚ୍ଚ ଶିକ୍ଷା ପଢା ଖର୍ଚ୍ଚ ବେଶି ମହଙ୍ଗା ଦୁନିଆରେ ପିଲା ଟି ର ଉପାୟ ଆଉ କଣ ?
ଛାତ୍ର ବାସରେ ବେଶି ଭୋକ ହେଲେ ମୁଡ଼ି ମୁଠେ ଖାଇ ପାଣି ପିଉଥାଏ , ପୂଜା ପର୍ବ ରେ ପୁରୁଣା ଜାମା କୁ ସଫା କରି ପିନ୍ଧୁ ଥାଏ , ସବୁ ଆଡୁ ଅସୁବିଧା କରିବ କଣ ? କିଛି କାମ ଯଦି ମିଳେ ହାତ ଛଡ଼ା ନ କରି ଦୁଇ ପଇସା କମାଏ , ସାଙ୍ଗ ସାଥି ଙ୍କ ଠୁ ସାହାଯ୍ୟ ନିଏ ହାତ ପାତି ମାଗେ , ସରଳ ହେତୁ ବହୁତ୍ କ୍ରୂର ଲୋକଙ୍କ ଶିକାର ବି କେତେ ଥର ହୋଇଛି । ପୁଅଟି ହେଲେ କଣ ହେଲା ମନରେ ଯେ ଅକୁହା ବେଦନା , ଦୁଃଖ, ଅଭାବ ଭିତରୁ ଭିତରୁ ଭାଙ୍ଗିବାରେ ଲାଗିଥାନ୍ତି ଏକା ବସି ରାତିରେ ଭୋ ଭୋ ହୋଇ କାନ୍ଦୁ ଥାଏ , ଭଗବାନଙ୍କ ପାଖରେ ତାର ଗୋଟିଏ ଅଭିଯୋଗ ଜନ୍ମରୁ ମୋ ପ୍ରତି ତୁମେ ନିଷ୍ଠ୍ରୁର କାହିଁକି ହେ ପ୍ରଭୁ...... ବୋଲି ପ୍ରଶ୍ନ କରୁ ଥାଏ । ମା କୁ ନେଲ ବାପା ମୁହଁକୁ ଅନେଇଲେନି ପ୍ରତି ବଦଳରେ ଯେଉଁ ବାପା ଙ୍କୁ ଦେଲ ତାଙ୍କୁ ବି ଛଡେଇ ନେଲ ଅନାଥ କରିଲ , ଯାହା କିଛି ଦେଲ ସେ ବି ମୋ ଆବଶ୍ୟକତା ପୂରଣ କରିବାରେ ଅକ୍ଷମ ।।
ଭଗବାନ ନିର୍ଦ୍ଦୟ ନ ଥିଲେ ଶୁଣିଲେ ସୁଦାମ ର ପ୍ରାଥନା , ଆସିଲା ଏକ ଝିଅ ଭଲ ବାନ୍ଧବୀ ହୋଇ , ସାହାଯ୍ୟ ସହଯୋଗ କରିବା ସହ ମା ପରି ଯତ୍ନ ନେଉ ଥାଏ , ସାଙ୍ଗ ହେଇ ସାଥିରେ ଥାଏ ଦୁଃଖ କଷ୍ଟ ବେଳେ ସାହାରା ଦେଉଥାଏ , ପିଲା ଟି କୌଣସି ପ୍ରକାରେ ନିଜ ଉଚ୍ଚ ଶିକ୍ଷା ସମାପ୍ତ କରିଲା , ସରକାରୀ ଚାକିରୀ ଟିଏ କରିଲା , ଏବେ ତା ପରିବାର ର ଖୁସି କହିଲେ ନ ସରେ ।। ସତରେ' ଧର୍ଯ୍ୟର ଫଳ ଭାରି ମିଠା ' , ଦୁଃଖ ନ ଥିଲେ ସୁଖ କଣ ଜାଣି ହୁଏନା । ଏମିତି ଭାବୁ ଥାଏ ମୁଁ...... ହଜି ଯାଇଥାଏ ଭାବନାରେ ।
ହଟାତ୍ ଦୁଆର ରେ କଲିଙ୍ଗ ବେଲ୍
ଚମକି ଉଠିଲି ହୋଷ୍ ରେ ନ ଥିଲି ବୋଧେ ମୁଁ.... ଭାବନାରେ ହଜି ଯାଇଥିଲି ।
ଚା' ଟି ବି ଥଣ୍ଡା ହୋଇ ସାରିଥାଏ କପ୍ ରେ ।
ଧ୍ୟାନ ନ ଥାଏ ଚା' ଟି ମୁଁ ହାତରେ ଧରିଛି। ସଂଜ୍ଞା ଫେରିବା ମାତ୍ରେ ମନରେ କହି ଉଠିଲି ସତରେ ଜୀବନ କଷ୍ଟ ସିନା ଦିଏ ତା ପରେ ସୁଖକୁ ଲୁଚେଇ ରଖି ଥାଏ , ଯାହାକୁ ନ ଦେଖି ଆମେ ଦୁଃଖରେ ଛାନିଆ ହେଉ ଯେ !!!!
ଆଉ ଚା' ଟି ଥୋଇ ଦେଇ ଦଉଡ଼ି ଗଲି ଦୁଆର ଖୋଲିବା ପାଇଁ ଘର ଲୋକ ଫେରି ଆସିଥିଲେ ଘରକୁ ।। ମନରେ ମୋର ନିଜସ୍ଵ ଭାବରେ କହୁ ଥାଏ ଭଗବାନ ନିର୍ଦ୍ଦୟ ନୁହଁନ୍ତି , ଯଦି ହୋଇ ଥାନ୍ତେ ସେ ଅନାଥ ସୁଦାମ ଏତେ ବାଟ ଆସି ଥାଆନ୍ତା କେମିତି , ଆଜିର ଦୁନିଆରେ କିଏ କାହା ପାଇଁ ଏତେ କରେ ଯେତିକି ସେ ପରିବାର କରିଲା ସୁଦାମ ପାଇଁ , ଏ ଭଦ୍ର ବ୍ୟକ୍ତି ମାଧ୍ୟମରେ ତ ସହାୟ ହେଲେ ଈଶ୍ୱର ନ ହେଲେ କଣ ହେଇଥାନ୍ତା ତା ସହ କହିବା ଅସମ୍ଭବ ଥିଲା ।
ହଁ କର୍ମର ଫଳ ଫଳିବା ପାଇଁ ସମୟ ଲାଗେ କିନ୍ତୁ ଫଳେ , ସେଥି ପାଇଁ ତ ଧୌର୍ଯ୍ୟ ଲୋଡ଼ା ଆଉ ସହନ ଶୀଳତା ।।
ମୁହଁ ଟି ଶୁଖିଲା ଦିଶୁଥାଏ ମୋର ମା ପଚାରିଲେ ଆରେ ମାଆ କଣ ହେଇଛି କି ନା ଆମ ଅନୁପସ୍ଥିତିରେ କିଏ କଣ କହିଛି??
ମୁଁ କହି ଉଠିଲି ଆରେ ନା ମା' କିଛି ନାଇଁ ମ
କଥାକୁ ଭୁଲେ଼ଇ ମୁଁ କହିଲି ମା' ତୁମେ ବସ ଥକି ପଡିଥିବ ଚା' କରି ଆଣେ ମୁଁ ମିଶିକି ପିଇବା ,,
ମୋ ଚା' କପ୍ ଟା ଯେ ମୁଁ ପିଇ ପାରି ନ ଥିଲି ଥଣ୍ଡା ହୋଇ ଛାତ ଉପର ବାଲକୁନି ରେ ଥୁଆ ହୋଇଥାଏ ।।
ଆଜି ବି ବର୍ଷା ବେଳେ ମନେ ପଡ଼େ ସେ ଦିନର ଅନ୍ୟ ମନସ୍କତା
ଚା' କପ୍ ସହ....