AK Gajanan

Abstract

2  

AK Gajanan

Abstract

ବଉ !

ବଉ !

1 min
530


ସବୁବେଳେ ଦିଲ୍ଲୀରୁ ଘରକୁ ଗଲାବେଳେ ସମସ୍ତଙ୍କୁ ପଚାରି ବୁଝେ, ଆଉ ଯାହାର ଯାହା ବରାତି ପୂରଣ କରିବାକୁ ଚେଷ୍ଟାକରେ, ମୋ ବୋଉ ସବୁବେଳେ ତା ପାଇଁ କିଛି ନେବାପାଇଁ ମନାକରେ । ହେଲେ ଗଲାଥର ଚଦର ଖଣ୍ଡେ ନେବାପାଇଁ କହିଥିଲା, ତୀର୍ଥ କରିବାକୁ ଯିବ ତାର ଚଦର ଖଣ୍ଡେ ଦରକାର । ସମସ୍ତଙ୍କର ବରାତ ଗଣ୍ଠିଲି ବାନ୍ଧୁ ବାନ୍ଧୁ ତା କଥା ଭୂଲିଯାଇଥିଲି। ହେଲେ ସମସ୍ତଙ୍କର ବରାତ ଜିନିଷ ଦେଖି ସେ ବୋହୂତ ଖୁସି ହେଇଯାଇଥିଲା, ତା ଚଦର କଥା ସେ ନିଜେ ଭୂଲିଯାଇଥିଲ। ।


ଏଥର ଗଲାବେଳେ ତାପାଇଁ ୧୦୦୦ ଟଙ୍କା ଦେଇ ଚଦର ଖଣ୍ଡିଏ ନେଇଥିଲି, ସମସ୍ତଙ୍କର ଜିନିଷ ସମସ୍ତଙ୍କୁ ବାଣ୍ଟିଦେଇଥିଲା । ସନ୍ଧ୍ୟାବେଳକୁ ମତେ ଚା ଦେଉ ଦେଉ ମୁଁ ତାକୁ ତା ଚଦର କଥା ପଚାରିଲି, ସେ କହିଲା ହବୁତ ବଢିଆ ହେଇଥିଲା, ବୋହୂ ର ମାଁ ର ଜନ୍ମଦିନ ଥିଲା ତ ସେହିଥିପାଇଁ ବୋହୂ ସେଇଟା ସମୁଦୁଣିଙ୍କୁ ଉପହାର ଦେଇଦେଇଛି। ମୋର ଏତେ ଦାମିକିଆ ଚଦର କଣ୍ ହେବ ଯେ ......., ବାପାଙ୍କର ଚଦରଟା ଟିକେ ନେଇଗଲେ ହେବ ନି । ଦିନେ ଦୁଇଦିନର ତ କଥା । ହଟାତ୍ ମୋ ଆତ୍ମାଟା କହିଉଠିଲା, ଉ......... କି ଭିନ୍ନ ଏକ ମଣିଷ ଏ !


Rate this content
Log in

More oriya story from AK Gajanan

Similar oriya story from Abstract