Dr Arati Pattajoshi

Tragedy

4.3  

Dr Arati Pattajoshi

Tragedy

*ବୋଉ ର ହାତ ବାକ୍ସ*

*ବୋଉ ର ହାତ ବାକ୍ସ*

6 mins
99



  

ଜଣେ ଗାଁ ଲୋକ ହାତ ରେ ବାପା ଚିଠି ଦେଇଛନ୍ତି। " ବୁଲୁରେ ,ଟିକେ ଗାଁ କୁ ଆସିବୁ । ତୋ ବୋଉ ଦେହ ଭଲ ନାହିଁ । ତୋତେ ଜଣେଇବାକୁ ମନା କରୁଥିଲା । ଫୋନ୍ ରେ କହିଲେ କାଳେ ଶୁଣି ଦବ , ତେଣୁ ସନା ହାତ ରେ ଚିଠି ଦେଲି। ଗାଁ ଡକ୍ଟର ଙ୍କୁ ଦେଖେଇଥିଲି ଔଷଧ ବି ଦେଲି , ହେଲେ କିଛି ଲାଭ ହଉନି। ଭାବୁଛି ତୁ ଆସିଥିଲେ ଟିକେ କଟକ ନେଇ ଯାଇଥାନ୍ତେ । ମୁଁ ତୋ ବୋଉ କୁ ଵି କହିଲି , ଚାଲ ବୁଲୁ ପାଖକୁ ନେଇଯିବି। ସେ ରାଜି ହଉନି। କହୁଛି ମୋର କିଛି ହେଇନି। କାଇଁ ପିଲାଟାକୁ ହଇରାଣ କରିବି ? ଚିଠି ପାଇ ଶୀଘ୍ର ଆସିବୁ। ଇତି 'ବାପା'। ଚିଠି ଟା ଡ୍ର ରେ ଥୋଇ ଦୀର୍ଘ ନିଶ୍ୱାସ ନେଲେ ବୁଲୁ ଓରଫ ସୁରେଶ ମିଶ୍ର, ମେକାନିକାଲ ଇଂଜିନିଅର । କଣ କରିବି ଏବେ ।ଏତେ କାମ ପ୍ରେସର ଯେ ଘରକୁ ଯାଇହଉନି। ବୋଧେ ୨ ଵର୍ଷ ହେଲା ସେ ଗାଁ ଙ୍କୁ ଯାଇନାହାନ୍ତି। ଏବେ ବି କୋଉ ଯାଇହବ ? ଦେଖିବା ଫୋନ୍ ଟିକେ କରିବା । ଘରକୁ ଫୋନ୍ ଲଗେଇଲେ ସୁରେଶ । ବାପା ଫୋନ୍ ଉଠେଇଲେ , ସୁରେଶ କହିଲେ ବାପା ! ବୋଉ ର କଣ ହେଇଛି ? ତମେ ପରା ଡାକ୍ତର ଦେଖେଇଥିଲ ? କଣ କହିଲେ ଡାକ୍ତର ? କିଛି Serious ? ବାପା କହିଲେ ମୁଁ ଜାଣିନି ରେ ବୁଲୁ ,ସେ ଖାଲି କହିଲେ, ଟିକେ କଟକ ବଡ଼ ଡାକ୍ତର ଙ୍କୁ ଦେଖେଇବାକୁ। ବୋଉର ଡାହାଣ ହାତର ଗୋଟେ ଫାଳ ଖାଲି ବିନ୍ଧୁଛି । ଯେତେ ଔଷଧ ଖାଇଲେ ଭଲ ହଉନି । ମୁଁ କହିଲି ଚାଲ ପୁଅ ପାଖୁକୁ ଯିବା ,ଶୁଣୁନି ତୁ ଯଦି ଆସନ୍ତୁ .....। ହେଇଟି ତୋ ବୋଉ ଆସିଲାଣି । ନେ କଥା ହବୁ। ସେପଟୁ ବୋଉର ସ୍ୱର, ବୁଲୁରେ... ଡାକରେ ମୁଁ କେମିତି କାନ୍ଦ କାନ୍ଦ ହେଇଗଲି। ନିଜକୁ Control କରି କହିଲି , ବୋଉ କେମିତି ଅଛୁ ? ହସିଦେଲା ବୋଉ , ମୋର କାଇଁ କଣ ହବ କିରେ ? ମୁଁ ତ ଭଲ ଅଛି । ତୋ କଥା କହ । ତୋ ଦେହ ଭଲ ଅଛିତ ? ବୋହୂ କେମିତି ଅଛି ? ଆଉ ମୋ ବାଳୁଙ୍ଗା ନାତି ? ବୋଉ ର ଏତକ ନିୟମିତ ପ୍ରଶ୍ନ । ସୁରେଶ କହିଲେ ଆମର ସବୁ ଭଲ , ତୋ କଥା କହ । ବାପା କହୁଥିଲେ ....,ସେତିକିରେ କଥା କାଟି ଦେଲା ବୋଉ , ଚୋପା କହୁଥିଲେ ତୋ ବାପା । ଆରେ ମୋର କାଇଁ କଣ ହବ ? ଟିକେ କାମ ଅଧିକା କରିଦେଲି ତ ହାତ ଟା , ବିନ୍ଧୁଥିଲା ,ଏବେ ଭଲ ଅଛି ମ , ତୁ ତାଙ୍କ କଥା ଶୁଣି ବ୍ୟସ୍ତ ହଅନା। ତିଳକୁ ତାଳ କରିବା ତାଙ୍କର ଅଭ୍ୟାସ। ପାଗଳ ଲୋକ , ତୁ ଖାଇ ପିଇ ସୁସ୍ଥ ରହ, ଦେହପା ଜଗି ଚଳିବୁ ଧନ। ବ୍ୟସ୍ତ ହେଇ ଆସିବା ଦରକାର ନାହିଁ ତୋ କାମରେ ମନ ଦେ। ବାପା ଙ୍କ କଥା ଯମା ଶୁଣୁନା । ହଉ ରଖିଲି ଧନ , କେତେ କାମ ପଡ଼ିଛି ମୋର, କଣ ହେଲେ ମୁଁ ତତେ କହିବି ମ୍ ,ଆରେ ତତେ ନକହି କହିବି କାହାକୁ, ହେଲା ? ରଖୁଛି। ସୁରେଶ କିଛି କହିବା ପୁର୍ବରୁ ଫୋନ୍ କାଟିଦେଲା ବୋଉ। ସୁରେଶ ନିଜକୁ ବହୁତ ହାଲକା ମନେ କଲେ, ଆଉ ଭାବିଲେ ଯାହା ହଉ, ବୋଉ ବଞ୍ଚେଇ ଦେଲା । ନହେଲେ ଏବେ ଦୁଇଦିନ ଛୁଟି ନେଇ ଗାଁକୁ ଯିବାକୁ ପଡ଼ିଥାନ୍ତା। ଏ ବାପା ବି ନା , ଭାରି ଅତର୍ଛା ଲୋକ। ଅଫିସ୍ କାମ ସାରି ଘରକୁ ଫେରିଲେ ସୁରେଶ। ଆରାମ ରେ ଖାଇ ପିଇ ଶୋଇଗଲେ। ସକାଳୁ ପୁଣି ସେଇ ବ୍ୟସ୍ତ ବହୁଳ ଜୀବନ। ବାପା ବୋଉଙ୍କୁ ମନେ ପକାଇବାକୁ ବି ସମୟ ନାହିଁ । ଦିନ ସାରା ଅଫିସ୍, ଘରକୁ ଫେରୁ ଫେରୁ ସଂଧ୍ୟା ସାତ, ଟିଫିନ୍ ଟିକେ କରି ଦେଇ ମୋବାଇଲରେ ନିଜକୁ busy ରଖ, whatsupଏବଂ facebookରେ ସାଙ୍ଗ ପ୍ରବଳ। ସମସ୍ତଙ୍କ message ,video ଇତ୍ୟାଦିର ଉତ୍ତର ଦିଅ । ଏ ଗୁଡା Formality କରିବାକୁ ତ ପଡ଼ିବ । ଏତେ ବ୍ୟସ୍ତତା ଭିତରେ ବାପା ବୋଉ କୁଆଡେ ହଜି ଯାଆନ୍ତି। ଫୋନ୍ କରିବି ମନେ ପଡ଼ିଲା ବେଳକୁ ରାତି ଅନେକ ହୋଇଯାଇଥାଏ। ହଉ କାଲି କରିବି ବୋଲି ନିଜକୁ ପ୍ରତି ଶ୍ରୁତି ଦେଇ ଖାଇପିଇ ଶୋଇ ଯାଅ । ସକାଳୁ ପୁଣି ସେଇ ଚିରା ଚରିତ କାର୍ଯ୍ୟ ବ୍ୟସ୍ତତା। ସବୁ ହୁଏ କିନ୍ତୁ ସେଇ 'କାଲିଟାହିଁ ' ଆସେନି। ସୁରେଶ ବାବୁ ଘରକୁ ଫୋନ୍ କରିବେ ଭାବି ଭାବି 4 ଦିନ କଟି ଗଲା । ପଂଚମ ଦିନ ଅଫିସ୍ ରେ ବସିଛନ୍ତି ଫୋନ୍ ଆସିଲା। ବାପା କରିଥିଲେ । କେମିତି ଗୋଟେ ଥରିଲା କଣ୍ଠ ,ତାଙ୍କ ସ୍ୱର ଯେମିତି କେଉଁ ଗଭୀର ରୁ ଆସୁ ଥିଲା , କିଛି ଅନିଷ୍ଟତା ର ଆଶଙ୍କାରେ ଶିହରି ଉଠିଲେ ସୁରେଶ । ଡରି ଡରି ପଚାରିଲେ ,ହଁ ବାପା , କୁହ , କଣ ହେଲା ? ବାପା କିଛି କହୁ ନଥିଲେ ଉତ୍କଣ୍ଠା ବଢ଼ି ଚାଲିଥାଏ ସୁରେଶ ଙ୍କ ର । ବାପା କୁହ , ବହୁ କଷ୍ଟରେ ବାପା ଖାଲି ଏତିକି କହିଲେ " ତୋ ବୋଉ ଚାଲି ଗଲା ,ଜଲଦି ଆସି ପହଂଚିବୁ "। ସ୍ତବ୍ଧ ହୋଇ ଗଲେ ସୁରେଶ କାରଣ ଏମିତି ଖବର ଟେ ବୋଉକୁ ନେଇ ସେ କେଵେ ବି ଆଶା କରି ନଥିଲେ । ଅଫିସ୍ ରେ ଛୁଟି ଦରଖାସ୍ତ ଟା ଥୋଇଦେଇ ଘରକୁ ଆସିଲେ ଓ ସଂଗେ ସଂଗେ ସ୍ତ୍ରୀ ଓ ପୁଅ ଙ୍କୁ ଧରି ଗାଁ କୁ ବାହାରିଲେ । ଛାତି ଭିତରେ କୋହ ,ରହି ରହି ବୋଉର Innocent ମୁହଁ ଟା ଆଖି ଆଗରେ ନାଚି ଯାଉ ଥାଏ। ତାର ସେଇ ବୋକାମି ପ୍ରଶ୍ନ , ସୁରେଶଙ୍କ ପାଇଁ ତାଙ୍କର ବ୍ୟସ୍ତତା , ତାଙ୍କୁ କଲବଲ କରି ପକାଉ ଥାଏ । ଇସ୍ କଣ କଲେ ସୁରେଶ?  ବୋଉ ଏତେ ବେମାର ଥିଲା , ତା ମିଛ ବାହାନା କୁ ସେ ସତ ମଣିଲେ ? ଥରେ ଦେଖି ଆସି ନଥାନ୍ତେ? ହୁଏତ.... । କି କୁଳାଙ୍ଗାର ପୁଅ ସେ? ନିରବ ରେ ଲୁହ ଝରଉ ଥିଲେ ସୁରେଶ। ମିଛ ହଉ ବା ସତ ମୋ ଦେହ ଖରାପ ଶୁଣିଥିଲେ ବୋଉ କଣ ଚୁପ୍ ହୋଇ ମୋ ଭଳି ରହି ଯାଇ ଥାନ୍ତା ? ମନେ ପଡୁଛି ବାପାଙ୍କଠୁ ଲୁଚେଇ ସଂଚି ଥିବା ପଇସା ଯାହା ସେ ଖର୍ଚ୍ଚ ନ କରି ମତେ ଦିଏ। ସେ ପୁଣି ବେଶି ନୁହେଁ ୧୦/୨୦ ଟଙ୍କା ବା ୫୦/୧୦୦ ଟଙ୍କା। ମୁଣ୍ଡିଆ ମାରି ଘରୁ ହଷ୍ଟେଲକୁ ଆସିଲାବେଳେ ବାପାଙ୍କୁ ଲୁଚେଇ ମୋ ପକେଟ ରେ ପୁରେଇ ଦିଏ କହେ " ରଖିଥା କଣ ଖାଇ ଦବୁ" ମୁଁ ହସିଦିଏ କିନ୍ତୁ ବାପାଙ୍କର ହଜାର ହଜାର ଟଙ୍କା ଆଗରେ ମୋ ବୋଉର ସେ ୧୦ /୨୦ ଟଙ୍କା ମୋତେ ଲକ୍ଷେ ଟଙ୍କାର ଉଷ୍ମତା ଦିଏ । ଏମିତି ଭାବିବା ଭିତରେ ଘରେ ପହଁଚିଲେ ସୁରେଶ । ତାଙ୍କୁ ଦେଖି ସମସ୍ତେ ଆହୁରି ଯୋରରେ କାନ୍ଦି ଉଠିଲେ । ବୋଉ ଙ୍କୁ ଚାହିଁଲେ ସୁରେଶ , ସେ ଶୋଇଥାନ୍ତି ମୁହଁ ରେ ସେଇ ନିର୍ଲିପ୍ତ ହସ । ବାପା ଆସି ସୁରେଶ ଙ୍କ କାନ୍ଧରେ ହାତ ଥୋଇଲେ। " ଚାଲ ସଂଧ୍ୟା ହେଲାଣି କାମ ସାରିବା।

ବୋଉକୁ ଅନ୍ତିମ ବିଦାୟ ଦେଇ ଫେରିଲେ ସୁରେଶ। ଘରେ କେମିତି ଗୋଟେ ଅଖଣ୍ଡ ନିରବତା ରାଜୁତି କରୁଛି ।ତଳକୁ ମୁହଁ ପୋତି ବସିଛନ୍ତି ବାପା । ସବୁଆଡ ଶୂନଶାନ୍। କେବଳ ଶୂଭୁଥାଏ ସବୁଆଡେ ବୋଉ ହାତର ଚୁଡ଼ି ଶବ୍ଦ। ସବୁ ଆଡୁ ଖାଲି "ବୁଲୁ ରେ ,ଧନ ରେ, ବାପାରେ " ଡାକ । ବୋଉର ସ୍ମୃତି ଖାଲି ତାଙ୍କୁ କଲ ବଲ କରି ପକାଉଥାଏ। ବୋଉର ଶୋଇବା ଘରକୁ ଗଲେ ସୁରେଶ।ଶେଯରେ ହାତ ବୁଲେଇଲେ।ଶେଯ ରେ ଟିକେ ଗଡ଼ି ପଡ଼ିଲେ । ଆଃ କି ଶାନ୍ତି ! ସେଇ ସ୍ପର୍ଶ, ବୋଉର କୋଳ ପରି ଉଷୁମ ଓ ନିରାପଦ । ହଠାତ୍ ଆଖିରେ ପଡ଼ିଲା ବୋଉ ର ହାତ ବାକ୍ସ ଉପରେ। ପାଖକୁ ଗଲେ ସୁରେଶ ଟିକେ ଆଉଁସିଲେ , ଆହା ବୋଉ ମୋର କେତେ ଭଲ ପାଉଥିଲା ତାର ଏଇ ବାକ୍ସ ଟିକୁ । କିନ୍ତୁ କଣ ଅଛି ତା ଭିତରେ? ସୁରେଶ ଦେଖିଛନ୍ତି ପ୍ରାୟ ବୋଉ ସେ ବାକ୍ସ ଟି ଖୋଲି ବସିଥାଏ । କଣ କରୁଥାଏ କେଜାଣି? କାହାକୁ ଦେଖିଲେ , ଲୁଚେଇ ଦିଏ। ବୋଉ ର ଅନୁପସ୍ଥିତି ରେ ବୋଉ ର ସେ ବାକ୍ସ ଟା ଦେଖିବାକୁ ଇଛା ହେଲା ସୁରେଶ ଙ୍କର । ସେ ଜାଣିଥିଲେ ବୋଉ ତା ଚାବି ଟି ସବୁବେଳେ ତକିଆ ତଳେ ହିଁ ରଖେ। ଚାବିଟି ଆଣି ବାକ୍ସ ଟିକୁ ଖୋଲିଲେ ସୁରେଶ। ତା ଭିତରେ ଥିବା ଜିନିଷ ସବୁକୁ ଦେଖି କାନ୍ଦି ଉଠିଲେ ସୁରେଶ। ସେଥିରେ ଥିଲା , ସୁରେଶ ଙ୍କ ପିଲାଦିନର ଫଟୋ, ତାଙ୍କ ପିଲା ଦିନ ଡ୍ରେସ, ପିଲାଦିନର ଗୋଟେ ସ୍ବେଟର୍ , ଯାହା ବୋଉ ନିଜେ ବୁଣି ଥିଲା, ,କିଛି ଖେଳନା , ବାପାଙ୍କ ସାଥିରେ ଗୋଟେ Joint ଫଟୋ ,ତା ବାହାଘର ଶାଢ଼ୀ ଏବଂ ସୁରେଶ ଙ୍କ ସ୍କୁଲ ବେଳର ଗୋଟେ ଟିଫିନ୍ ବକ୍ସ , ଯାହାକି ଟିକେ ଓଜନିଆ ଲାଗୁଥିଲା ।କଣ ଅଛି ଭାବି ଖୋଲିଲେ ସୁରେଶ। ସେଥିରେ ଥିଲା କିଛି ରେଜା ପଇସା, କିଛି ଟଙ୍କା, ଆଉ ଗୋଟେ ଚିଠି । ଚିଠିଟି ଖୋଲିଲେ ସୁରେଶ ଲେଖାଥିଲା , ବୁଲୁରେ.... ମୋ ଅନ୍ତେ ତୁ ମୋ ବାକ୍ସ ଖୋଲିବୁ ବୋଲି ମୁଁ ଜାଣିଥିଲି , କାନ୍ଦୁଛୁ କିରେ ଧନ ? ଥାଉ କାନ୍ଦନା , ପାଗଳା ଟା , ବୋଉ କଣ ସାରା ଜୀବନ ବଞ୍ଚି ଥାନ୍ତା ? ମୋ ଦେହ ଖରାପ ଥିଲା ମୁଁ ଜାଣିଥିଲି , ମତେ କଣ ରୋଗ ହେଇଛି ମୁଁ ଜାଣିଥିଲି, ମୁଁ ଆଉ ବଞ୍ଚିବିନି ତା ବି ମଧ୍ୟ ଜାଣିଥିଲି । ତତେ କହିଥିଲେ ତୁ ଅଯଥା ଗୁଡ଼େ ଖର୍ଚାନ୍ତ ହୋଇଥାନ୍ତୁ, ମୋ ପାଇଁ ହନ୍ତ ସନ୍ତ ହୋଇ ନିଜ ଦେହ ଟି ଵି ଖରାପ କରି ଥାଆନ୍ତୁ। କିନ୍ତୁ ଲାଭ ତ କିଛି ନଥିଲା ନା ? ଆଉ ବଂଚିକି ବି କଣ କରିଥାନ୍ତି? ତୋ ହସ ଖୁସିର ସଂସାର ଦେଖିଦେଲି , ସେତିକି ଯଥେଷ୍ଟ । ଖାଲି ଦୁଃଖ ଲାଗୁଛି ତୋ ବାପା ଏକୁଟିଆ ହୋଇଗଲେ। ମୋ ବିନା ଚଳିବାର ଅଭ୍ୟାସ ତାଙ୍କର ନାହିଁ । ତତେ ମୋ ରାଣ ବୁଲୁ , ତୋ ବାପାଙ୍କୁ ଅସହାୟ କରି ଯିବୁନି। ତୋ ଛଡ଼ା ତାଙ୍କର ଆଉ କିଏ ଅଛି କହ ତ? ହଁ ଆଉ ଗୋଟେ କଥା , ଧନ ରେ ଏ ଡବାରେ ତୋ ପାଇଁ କିଛି ପଇସା ସଂଚି ଥିଲି । ତୁ ତ କେବେଠୁ ଆଉ ଗାଁ କୁ ଆସିନୁ। ସେ ପଇସା ତକ ନେଇ ଯିବୁ କଣ କିଣିକି ଖାଇଦବୁ।ମନ ଦୁଃଖ କରିବୁନି ତୁ ପରା ବଡ଼ ହେଲୁଣି ,ହଉ ରଖୁଛି ହାତ ଟା ବିନ୍ଧୁଛି ଲେଖି ପାରୁନି । ଭଗବାନ ତୋତେ ଦିର୍ଘାୟୁ କରନ୍ତୁ । ଇତି ତୋର 'ବୋଉ। ' ପଇସା ତକ ଛାତିରେ ଚାପି ଧରି  କଇଁ କଇଁ ହୋଇ କାନ୍ଦି ଉଠିଲେ ସୁରେଶ। ହଠାତ୍ ନିଜ କାନ୍ଧରେ କାହାର ଶୀତଳ ସ୍ପର୍ଶ । ଅନାୟାସେ ସୁରେଶ ଙ୍କ ପାଟିରୁ ବାହାରି ପଡ଼ିଲା ବୋଉ ...!! ବୁଲି ଚାହିଁଲେ ସୁରେଶ। ବାପା ଠିଆ ହୋଇଥିଲେ ,କହିଲେ ଆଜିବି ତୋ ବୋଉ ତତେ ଲୁଚେଇ କି ପଇସା ଦଉ ଥିଲା ନା ? ମୁଁ ଜାଣିଛି। ବାପାଙ୍କୁ ଜାବୁଡ଼ି ଧରି ଖୁବ୍ ଜୋର ରେ କାନ୍ଦି ଉଠିଲେ ସୁରେଶ। ଆଉ ସେମିତି ମୁକୁଳା ପଡି ଥିଲା ବୋଉ ର ହାତ ବାକ୍ସ।



Rate this content
Log in

Similar oriya story from Tragedy