STORYMIRROR

pranjya Mohapatra

Abstract Drama Inspirational

4  

pranjya Mohapatra

Abstract Drama Inspirational

ବନ୍ଧୁତା ର ଅର୍ଥ

ବନ୍ଧୁତା ର ଅର୍ଥ

3 mins
243

ରାମପୁର ଗ୍ରାମ ରେ ଦୁଇ ଜଣ ସାଙ୍ଗ ଥିଲେ ଜଣଙ୍କ ନାମ ଚିକୁ ଆଉ ଜଣଙ୍କ ନାମ ମିକୁ । ଚିକୁ ପୁଅ , ମିକୁ ଝିଅ । ଦୁଇ ଜଣ ଛୁଆବେଳୁ ଭାରି ସାଙ୍ଗ। ଦୁହେଁ ଦୁହିଁଙ୍କୁ ମୁହୂର୍ତ୍ତେ ନ ଦେଖିଲେ ରହି ପାରନ୍ତି ନାହିଁ।ଦୁଇ ଜଣଙ୍କ ପରିବାର ଦୁଇ ଜଣଙ୍କ ବନ୍ଧୁତା କୁ ବହୁତ ପ୍ରଶଂସା କରିବା ସହ ସେମାନଙ୍କ ବନ୍ଧୁତା କୁ ସଂମାନ ମଧ୍ୟ କରନ୍ତି।ହେଲେ ମିକୁ ର ଜେଜେମା ସେମାନଙ୍କ ବନ୍ଧୁତା କୁ ଗ୍ରହଣ କରନ୍ତି ନାହିଁ।ସେ ତାଙ୍କ ମନରେ ପୁରାତନ ଭାବନା କୁ ପୋଷଣ କରନ୍ତି,ଚିକୁ ଗୋଟିଏ ପୁଅ ହୋଇଥିବାରୁ, ମିକୁ ର ତା ସହ ମିଶା ମିଶି ସେ ପସନ୍ଦ କରନ୍ତି ନାହିଁ।ବର୍ତ୍ତମାନ ଚିକୁ ଓ ମିକୁ ଦୁଇ ଜଣଙ୍କୁ ଅଠର ବର୍ଷ, ସେମାନେ ବର୍ତ୍ତମାନ ବଡ଼ ହେଲେଣି ସେଥିପାଇଁ ମଧ୍ଯ ଜେଜେମା ସେମାନଙ୍କ ବନ୍ଧୁତା କୁ ପସନ୍ଦ କରନ୍ତି ନାହିଁ। ଥରେ ମିକୁ ,ଚିକୁ କୁ ଜଣାଇ ତାର ଗୋଟିଏ ସାଙ୍ଗ ଲିପି ସହ ବାହାରକୁ ଯାଇଥିଲା। ମିକୁ, ଚିକୁ କୁ ନ ଜଣାଇବାର କାରଣ ଥିଲେ ତାର ଜେଜେମା।ଜେଜେମା ଏସବୁ ପସନ୍ଦ କରୁନଥିଲେ ତେଣୁ ମିକୁ ,ଲିପି ସହ ବାହାରକୁ ଯିବା କଥା ଚିକୁ କୁ କହି ନଥିଲା। ମିକୁ ର ମା କିନ୍ତୁ ଭାରି ଚିନ୍ତାରେ ଥିଲେ କାରଣ ସେ ଚିକୁ କୁ ଭାରି ଭଲ ପାଆନ୍ତି । ଆଉ ସେ ଏ କଥା ମଧ୍ୟ ଜାଣିଛନ୍ତି କି ମିକୁ କେବଳ ଚିକୁ ପାଖରେ ହିଁ ସୁରକ୍ଷିତ।ଲିପି କିଭଳି ଝିଅ ସେ କଥା ମିକୁ ର ମା ଜାଣି ନ ଥିଲେ।ମିକୁ ଭଲ ଓ ଖରାପ ଭିତରେ ଫରକ ନ ଜାଣି ପାରୁ ଥିବାରୁ ମିକୁ ର ମାଆ ଭାରି ଚିନ୍ତାରେ ଥିଲେ।ଏହି ସମୟରେ ଚିକୁ ଆସି ମିକୁ ର ମାଆଙ୍କୁ ମିକୁ ବିଷୟରେ ପଚାରିଲା ମିକୁ ର ମାଆଙ୍କ ପାଖରୁ ମିକୁ ,ଲିପି ସହ ଯିବା କଥା ଶୁଣି ଚିକୁ ବହୁତ ଚିନ୍ତା ରେ ପଡ଼ିଗଲା।କାରଣ ଚିକୁ ଜାଣିଥିଲା ଲିପି କେଉଁ ଭଳି ଝିଅ ଓ ସାଙ୍ଗେ ସାଙ୍ଗେ ମିକୁ କୁ ବଞ୍ଚାଇବା ପାଇଁ ଚାଲିଗଲା । ଚିକୁ ର ବ୍ୟସ୍ତତା ଦେଖି ମିକୁ ର ମାଆ,ବାପା ଭାରି ଚିନ୍ତା ରେ ପଡିଗଲେ ତେଣୁ ଚିକୁ ପଛେ ପଛେ ମିକୁ ର ବାପା ମଧ୍ୟ ଘରୁ ବାହାରି ଗଲେ ମିକୁ କୁ ବଞ୍ଚାଇବା ପାଇଁ।ଚିକୁ କଥା ଅନୁସାରେ ଲିପି ଭାରି ଖରାପ ଝିଅ ଥିଲା ମିକୁ କୁ ଅସୁବିଧା ରେ ପକାଇବା ପାଇଁ ସେ ମିକୁ କୁ ଘରୁ ନେଇ ଆସିଥିଲା ।ହେଲେ ସେ ମିକୁ କୁ କିପରି ଅସୁବିଧା ରେ ପକାଇବ ସେ ବିଷୟରେ ଚିନ୍ତା କରୁ ଥିଲା।ବିଲେଇ କପାଳରେ ଶିକା ଛିଡିଲା ଭଳି ଲିପି କିଛି ଗୁଣ୍ଡା ଙ୍କୁ ଏକ ମନ୍ଦିର ର ପ୍ରବେଶ ଦ୍ୱାର ପାଖରେ ବସି ଥିବାର ଦେଖିଲା ମିକୁ କୁ ଅସୁବିଧା ରେ ପକାଇବା ପାଇଁ ଅଳ୍ପ ହସି ହଠାତ ସେଠାରୁ ଦଉଡ଼ି ପଳାଇ ଗଲା । ଲିପି କାହିଁକି ଦଉଡି ପଳାଇଗଲା ମିକୁ ଜାଣି ନପାରି ଲିପି କୁ ବହୁତ ଜୋରରେ ଡାକିଲା।ଲିପି ତାର କଥା ନଶୁଣି ସେଠାରୁ ଦଉଡି ପଳାଇଗଲା।ମିକୁ ଆଉ ଲିପି କଥା ନ ଭାବି ଆଗକୁ ବଢ଼ିବାରେ ଲାଗିଲା।କିଛି ବାଟ ଗଲାପରେ ମିକୁ କୁ ଗୁଣ୍ଡା ମାନେ ଘେରି ଗଲେ ଓ ମିକୁ କୁ ବହୁତ ହଇରାଣ କଲେ।ଏହି ସମୟରେ ଚିକୁ ସେଠାରେ ପହଞ୍ଚି ମିକୁ କୁ ଗୁଣ୍ଡା ମାନଙ୍କ କବଳରୁ ରକ୍ଷା କରିବା ସମୟରେ ମିକୁ ର ବାପା ମଧ୍ୟ ସେଠାରେ ପହଞ୍ଚିଲେ ଓ ଦୁହେଁ ମିକୁ କୁ ଘରକୁ ଧରି ଫେରିଲେ । ରାତି ହୋଇ ଥିବାରୁ ମିକୁ ର ବାପା police station ନଯାଇ ସକାଳକୁ ଯିବା ପାଇଁ ଚିକୁ କୁ କହିଲେ ଘରକୁ ଫେରିବା ପରେ ମିକୁ ତାର ମାଆଙ୍କୁ ଧରି ବହୁତ କାନ୍ଦିଲା ଓ ସବୁ କଥା କହିଲା ।ମିକୁ ର ମାଆ ସବୁ କଥା ଶୁଣି ବହୁତ ଡରିଗଲେ ଓ କିଛି ସମୟ ପରେ ସେ ଚିକୁ କୁ ଧନ୍ୟବାଦ ଦେଲେ କାରଣ ସେ ଚିକୁ ପାଇଁ ହିଁ ମିକୁ କୁ ସୁରକ୍ଷିତ ଭାବେ ପାଇଲେ । ଏ କଥା ମଧ୍ୟ ମିକୁ ର ଜେଜେମା ସେଠାରେ ଛିଡା ହୋଇ ଶୁଣୁଥିଲେ ତେଣୁ ସେ କାନ୍ଦ କାନ୍ଦ ଆଖିରେ ଚିକୁ କୁ କୁଣ୍ଢାଇ ପକାଇଲେ ଓ କହିଲେ ବାବାରେ ତୁ ମୋ ଆଖି ଖୋଲି ଦେଲୁ ଲିପି ଝିଅ ଟିଏ ହୋଇ ଆଉ ଗୋଟିଏ ଝିଅ ର ଅମଙ୍ଗଳ ଚିନ୍ତା କଲା ବେଳେ ତୁ ଆମ ମିକୁ କୁ ସୁରକ୍ଷିତ ଭାବେ ଘରେ ପହଞ୍ଚାଇଲୁ ଆଜି ଠାରୁ ତୁମେ ଦୁଇ ଜଣ ମୋର ନାତି ଓ ନାତୁଣୀ ଓ ଦୁଇ ଜଣ ଭଲ ସାଙ୍ଗ ମଧ୍ୟ ।ଜେଜେମା ଙ୍କର ଏମିତି ପରିବର୍ତ୍ତନ ଦେଖି ଘରେ ସମସ୍ତେ ବହୁତ ଖୁସି ହେଲେ ଓ ଚିକୁ, ମିକୁ ଙ୍କ ସହ ଦୁଇ ପରିବାର ବହୁତ ଖୁସି ରେ ରହିଲେ।

              ଏହା ହିଁ ହେଉଛି ବନ୍ଧୁୁତାର ଅର୍ଥ।କାରଣ ବନ୍ଧୁତା ପୁୁଅ, ଝିଅ ଙ୍କୁ ନେଇ ନୁହଁ।ଦୁଇଟି ହୃୃୃଦୟ କୁୁ ନେଇ ହିଁ ହୋଇ ଥାଏ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract