STORYMIRROR

Biplab Pati

Tragedy

3  

Biplab Pati

Tragedy

ବିଶ୍ୱାସ

ବିଶ୍ୱାସ

2 mins
38

ଗାଧୋଇ ସାରି ଓଦା ସରସର ହୋଇ, ପଥୁରିଆ ଦେହରେ ପରସ୍ତ ପରସ୍ତ ସିନ୍ଦୁର ଲଗେଇ ବସିଥିବା ଠାକୁର ଆଗରେ ଲମ୍ଵଖମ୍ବ ଶୋଇଗଲା ବିଚରା ବାପଟେ।

ଠାକୁରେ ଚାହିଁଲେ ହିଁ ତା ଭାଗ୍ୟ ଫିଟିବ।

...

ଗଲା ନିର୍ବାଚନରେ କେତେ କରି କହିଥିଲା ସେ ବଡ଼ଲୋକର ପୁଅ ,ଆମ ଏବେକା ବିଧାୟକ।ଧନ ଦରବ ତାର କଣ ହେବ।

କେବଳ ରାଜନୀତିକୁ ଭଲ ଲୋକମାନେ ଆଉ ଆସୁନାହାନ୍ତି ବୋଲି ସେ ଆଇଛି।

ଆଜି ଯେମିତି ସେ ଆମ ଗୋବର ଲିପା ମାଟି ପିଣ୍ଡା ଉପରେ ବସିଛି ଠିକ ସେମିତି ଜିତିବା ପରେ ସେ ଯେଉଁଠି ବି ଥିବ ତା ଘରକୁ ସମସ୍ତେ ଏଇମିତି ଯାଇବସିବ।

ଦୁଃଖ କହିବ।ସେ ସବୁ ବୁଝିବ।

...

ପୁଅ ମୁହଁରେ ନିଆଁ ଦେବ ବୋଲି ସୁରଟ ସୁତାକଳରୁ ନିଜ ଗୋଟେ ଗୋଡ଼ କଟିଯିବା ପରେ କମ୍ପାନୀ ତାକୁ ବିଦା କଲାବେଳେ ଦେଇଥିବା ସବୁ ଟଙ୍କା ଝିଅ ବାହାଘରରେ ଲାଗିବ ଭାବି ପୁଅକୁ ଦେଇଥିଲାଯେ ସେସବୁ ଏବେ ତା ସ୍ତ୍ରୀ ,ଶାଳୀଙ୍କ ଆଖି,ନାକ,ବେକରେ ଗହଣା ହୋଇ ଝୁଲୁଛି।

...

ଝିଅଟା ଏତେ ପାଠ ଶାଠ ପଢ଼ିଛି କୋଉଠି ଗୋଟେ ଲାଗିଗଲେ ଦୁଃଖ ଯାଆନ୍ତା।

ଗାଁ ପାଖ ବିଲ ସବୁ ସରକାର କୋଉ ବନ୍ଦର ଆଡ଼କୁ ରେଳ ଲାଇନ ଯିବ ବୋଲି ନେଇଗଲା ।ଯାହା ପଇସା ଦେଲା ପୁଅ ତା ଛୁଆ ପିଲା ନେଇ ସହରକୁ ଚାଲିଗଲା।

...

ଜମି ଦେଇଥିବା ଲୋକର ଘରୁ ଯାହାକୁ ହେଉ ଜଣକୁ ଚାକିରୀ ମିଳିବ।

ତା ଝିଅ କୁ ରୂପରେ ଗୁଣରେ ପାଠରେ ଶାଠ ରେ କିଏ ସରିହେବ!

 ବିନା ଯୌତୁକରେ ବାହାଘର ପାଇଁ କେତେ ପ୍ରସ୍ତାବ ଆସିଲାଣି। ଝିଅକୁ ଧରି ସେ ନେତା ର ଗୋଟେ ପାଖ ଲୋକ ସହ ଭୁବନେଶ୍ୱର ଗଲା।

ଢେର ଉଚ୍ଚା ଉଚ୍ଚା ପାଚେରୀ ।

ଫାଟକ।

ସାବଧାନ! କୁକୁର ଖୋଲା ଅଛି ।

ଦରୱାନ,ବନ୍ଧୁକ ଧରିଛି ।

ଝିଅକୁ ନେଇ ନେତାର ପାଖଲୋକ ଭିତରକୁ ଗଲା ।

ପାଚେରୀ ଏପଟେ ସେ ଖାଲି ଠାକୁରଙ୍କୁ ମୁଣ୍ଡିଆ ମାରୁଥିଲା ।

ଝିଅ ଅଲରା କେଶ ଚିରା ଡ୍ରେସରେ ଫେରିଲା ।

ବାପା ପଚାରିଲେ ତ କହିଲା"ସେ କୁକୁର ଟା ଏସବୁ ଚିରିଦେଲା"

...

ତରତର ରେ ଝିଅର ବାହାଘର ଠିକ ହେଲା ।

ବାସର ରାତିରେ ସ୍ଵାମୀଙ୍କ ଆସିବା ବିଳମ୍ବ ହେଲା ।

ତାଙ୍କ ଶାର୍ଟରେ ଲାଗିଥିବା ସିନ୍ଦୁର ଦେଖି ଚମକି ଯାଇଥିବା ଝିଅର ଦେହ,ମନ ତଥାପି ତାଙ୍କ ଶାର୍ଟରେ ଗୋଡ଼ ଟଙ୍ଗେଇ ତଳକୁ ଝୁଲିପଡିଥିବା ଲମ୍ବା ଚୁଟିଟିକୁ କାଢ଼ି ଦୂରକୁ ଫିଙ୍ଗିଦେଇ ସ୍ୱାମୀକୁ ମୁଣ୍ଡରେ ଓଢଣା ଦେଇ ଜୁହାର ହେଲା ।

ବାସର ଦୀପକୁ ସାକ୍ଷୀ ରଖି ସେ ହିଁ ତା ଜୀବନର ପ୍ରଥମ ପୁରୁଷ ବୋଲି କହିଲା ।

ବିଶ୍ୱାସଟେ ଖୁବ ଏଇଆ ଥିଲା ଯେ କୁକୁର, ଦରୱାନ, ପାଚେରୀ, ନେତାର ପାଖଲୋକ, ବାପା ଓ ତା ପରି ଝିଅମାନଙ୍କୁ ଡେଇଁ ଆଉ କେବେ କିଛି ବି ଆସିବାର ନ ଥିଲା।

...

- ବୁଝିଲ ଗୋଟେ ଆକସ୍ମିକ ଦୁର୍ଘଟଣାରେ ମୁଁ ନିଶ୍ଚିତ ମୃତ୍ୟୁମୁଖରୁ ରକ୍ଷା ପାଇଗଲି ।

-ତୁମର କିଛି ବି ହେବନି। ମୋ ସିନ୍ଦୁର ଉପରେ ମୋର ଯଥେଷ୍ଟ ବିଶ୍ୱାସ ଅଛି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Tragedy