STORYMIRROR

Arun Kumar Mitra

Comedy

2  

Arun Kumar Mitra

Comedy

ବିଚିତ୍ର ବେମାରି (ହସକଉତୁକ)

ବିଚିତ୍ର ବେମାରି (ହସକଉତୁକ)

1 min
14.5K


କେଇଦିନ ହେଲା ଗୋପାଳ ବାବୁଙ୍କ ଦେହ ଭଲ ଯାଉନି। ସିଏ ଲାଜରେ ଡାକ୍ତର ପାଖକୁ ଯାଉନ ଥିଲେ। ଶେଷରେ ପତ୍ନୀ ମଳିନା ଦେବୀ ଜୋର ଜବରଦସ୍ତି ମେଡିକାଲ କୁ ନେଲେ। ଡାକ୍ତର ପଚାରିଲେ କ'ଣ ହେଇଚି କୁହନ୍ତୁ। ଗୋପାଳ ବାବୁ ନୀରବରେ। ତାଙ୍କ ସ୍ତ୍ରୀ କହିଲେ କହୁନ ତୁମ ଅସୁବିଧା କଥା। ଅନେକ ଲଜ୍ଜା ଓ ସଙ୍କୋଚ ରେ କହିଲେ, ୪/୫ ଦିନ ହେଲା ପରିସ୍ରା କଲାବେଳେ ଡାହାଣ ଗୋଡଟା ଉପରକୁ ଉଠି ଯାଉଛି।

କେବେ ଠାରୁ ଏମିତି ହେଉଛି- ଡାକ୍ତର ପଚାରିଲେ।

ଗୋପାଳ ବାବୁ କହିଲେ ୪/୫ ଦିନ ହେଲା-

ଖାଇବା ପିଇବାରେ କିଛି ଅନିୟମ ହେଇଛି କି, ଡାକ୍ତରଙ୍କ ପ୍ରଶ୍ନ।

ସବୁଦିନ ତ ନିରାମିଷ ହେଉଛି, ସେଦିନ କଲିକତା ଯାଇଥିଲି ଗୋଟିଏ ହୋଟେଲ୍ ରେ ମଟନ୍ ବିରିଆନି ଖାଇଥିଲି। ତା ପରଦିନ ଠାରୁ ଏମିତି ହେଉଛି। ଡାକ୍ତର କହିଲେ ଓ ବୁଝି ଯାଇଛି।

ରାଗିକି କହିଲେ କାହିଁକି ଏଠି ସେଠି ଏଇ ପ୍ରକାରର ଖାଦ୍ୟ ଖାଉଛନ୍ତି।

ଗୋପାଳ ବାବୁ କହିଲେ- ଏଇ ମଟନ୍ ବିରିଆନି ଖାଇଲେ କ'ଣ ଏମିତି ରୋଗ ହୁଏ।

ଡାକ୍ତର କହିଲେ, ଆପଣ ମଟନ ବିରିଆନୀ ଭାବିକି ଯାହା ଖାଇଲେ ସେଟା ଥିଲା, ଡଗ୍ ବିରିଆନି, ପଚା ମଲା କୁକୁର ମାଂସରୁ ତିଆରି। କଲିକତାରେ ବହୁତ ଲୋକ ଏଇ ରୋଗରେ ଆକ୍ରାନ୍ତ। କେତେ ମାଂସ ବେପାରୀ ଧରା ପଡିଲେନି। ଏଇ କଥା ଶୁଣି ଗୋପାଳ ବାବୁ ବେହୋସ୍।

ତାଙ୍କ ପତ୍ନୀକୁ ଡାକି ଡାକ୍ତର ସବୁ ବୁଝାଇ ଦେଲେ, ଓଷଧ ଦେଲେ, ଡରିବାର କିଛି ନାହିଁ, ଭଲ ହେଇ ଯିବେ-ଆଶ୍ବାସ ଦେଲେ ଡାକ୍ତର।

ଜୟ ଜଗନ୍ନାଥ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Comedy